Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସଫଳତା ପୂର୍ବକ ଅନୁଷ୍ଠିତ ହେଲା ‘‘ନବମନ୍ତ୍ର: ଉଚ୍ଚ ଉତ୍ପାଦକତା ପାଇଁ ନବସୃଜନ’’ ଉପରେ ଜାତୀୟ ସମ୍ମିଳନୀ
ବିଶେଷ ଖବର

ସଫଳତା ପୂର୍ବକ ଅନୁଷ୍ଠିତ ହେଲା ‘‘ନବମନ୍ତ୍ର: ଉଚ୍ଚ ଉତ୍ପାଦକତା ପାଇଁ ନବସୃଜନ’’ ଉପରେ ଜାତୀୟ ସମ୍ମିଳନୀ

June 5, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ପୁରୀ: ପୁରୀ ଠାରେ ‘‘ନବମନ୍ତ୍ର : ଉଚ୍ଚ ଉତ୍ପାଦକତା ପାଇଁ ନବସୃଜନ’’ ବିଷୟବସ୍ତୁ ଉପରେ ଜାତୀୟ ସମ୍ମିଳନୀ ସଫଳତା ପୂର୍ବକ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଉତ୍ପାଦକତା ପରିଷଦ (ଏନପିସି) ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଜାପାନ ଟୋକିଓସ୍ଥିତ ଏସୀୟ ଉତ୍ପାଦକତା ସଂଗଠନ ଏବଂ ଉଦ୍ୟୋଗ ସହଯୋଗୀ ଭାବେ ଇଣ୍ଡିଆନ୍‌ ପଟାଶ ଲିମିଟେଡ୍‌ ପକ୍ଷରୁ ସହଯୋଗ ଯୋଗାଇ ଦିଆଯାଇଥିଲା।

ଜୁନ ୫ ତାରିଖରେ ଆୟୋଜିତ ଏହି ସମ୍ମିଳନୀରେ ବିଶେଷଜ୍ଞ, ନୀତି ନିର୍ମାତା, ଶିଳ୍ପ ନେତୃବର୍ଗ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ଉଚ୍ଚ ଉତ୍ପାଦକତା ଲକ୍ଷ୍ୟ ହାସଲ ନିମନ୍ତେ ବିଚାରବିମର୍ଶ କରିବା ସହିତ ରଣନୀତି ଅନ୍ୱେଷଣ କରିବା ଉପରେ ଜୋର ଦେଇଥିଲେ।

ଏହି ସମ୍ମିଳନୀରେ ଏକାଧିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପାନେଲ ଆଲୋଚନା, ବିଶିଷ୍ଟ ଅଧିକାରୀମାନଙ୍କ ଦ୍ୱାରା ଦୀକ୍ଷାନ୍ତ ଭାଷଣ ଆଦି ସାମିଲ ରହିଥିଲା। ତିନୋଟି ପ୍ରମୁଖ ବିଷୟରେ ଉପରେ ସମ୍ମିଳନୀରେ ବିଚାରବିମର୍ଶ କରାଯାଇଥିଲା।

ପ୍ରଥମ ଅଧିବେଶନରେ ‘‘ଅମୃତ କାଳ ଏବଂ ୨୦୪୭ ରେ ଏନପିସି’’ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା। ୨୦୪୭ ସୁଦ୍ଧା ସମାବେଶୀ ଏବଂ ନବସୃଜନ ଆଧାରିତ ଉତ୍ପାଦକତା ବିକାଶ, ଏନପିସିର ଭୂମିକା ଉପରେ ନୂଆଦିଲ୍ଲୀସ୍ଥିତ ଜାତୀୟ ଉତ୍ପାଦକତା ପରିଷଦର ଇନ୍ଧନ, ପରିବେଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ବିଭାଗ ନିର୍ଦ୍ଦେଶକ ଓ ବିଭାଗ ମୁଖ୍ୟ କେଡି ଭରଦ୍ୱାଜ ବକ୍ତବ୍ୟ ରଖିଥିଲେ। ଏହି ଅଧିବେଶନରେ ‘‘ନବମନ୍ତ୍ର’’ ପାଞ୍ଚଟି ବିଷୟଗତ କ୍ଷେତ୍ର ଏବଂ ଚାରିଟି ଭୌଗଳିକ ଲକ୍ଷ୍ୟ ଆଧାରିତ କ୍ଷେତ୍ରକୁ ସାମିଲ କରାଯାଇ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ୯ ଟି ବହୁମୁଖୀ ଦୃଷ୍ଟିକୋଣ ଉପରେ ବିସ୍ତୃତ ଭାବେ ବିଚାରବିମର୍ଶ କରାଯାଇଥିଲା। ଯୁବ ଓ ଉତ୍ପାଦକତା, ମହିଳା ଓ ଉତ୍ପାଦକତା, ନବସୃଜନ, କୃଷି ଓ ସମବାୟ ଏବଂ ଉଦ୍ୟୋଗ ଭାଗିଦାରୀ କ୍ଷେତ୍ରକୁ ଏଥିରେ ସାମିଲ କରାଯାଇଥିଲା।

ଦ୍ୱିତୀୟ ଅଧିବେଶନରେ ‘‘ଦୀର୍ଘସ୍ଥାୟୀ ଖଣି ଖନନ ପଦ୍ଧତି’’ ଉପରେ ଆଲୋଚନା କରାଯାଇଥିଲା ଏବଂ ଏଥିରେ ନକାରାତ୍ମକ ପରିବେଶ ଓ ସାମାଜିକ ପ୍ରଭାବକୁ ହ୍ରାସ କରି ଖଣିଜ ଓ ପ୍ରାକୃତିକ ସମ୍ପଦର ଉତ୍ତୋଳନ ଲାଗି ଦୀର୍ଘସ୍ଥାୟୀ ଖଣି ଖନନ ପଦ୍ଧତିକୁ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅଧିବେଶନରେ ଓଡ଼ିଶା ଖଣି ନିଗମର ଅତିରିକ୍ତ ମହାପ୍ରବନ୍ଧକ (ଏସଡିପିଏଫ) କେ. ସି ଷଡ଼ଙ୍ଗୀ ଏବଂ ଉପଦେଷ୍ଟା (ଏସଡିଏଫ) ଏ. ବି ପାଣିଗ୍ରାହୀ ବକ୍ତବ୍ୟ ରଖିଥିଲେ ।

ଏହି ସମ୍ମିଳନୀରେ ସାମାଜିକ, ଆର୍ଥିକ ଓ ଶିଳ୍ପ ବିକାଶ ସହିତ ସବୁଜ ଉତ୍ପାଦକତାର ବାହକ ଓ ବାଧକଗୁଡ଼ିକ ଉପରେ ପାନେଲ ଆଲୋଚନା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ସେମାନଙ୍କର ଅଭିଜ୍ଞତା ଓ ବିଶେଷଜ୍ଞତା ବାଣ୍ଟିବା ସହିତ ଅଭିବୃଦ୍ଧି, ଦୀର୍ଘସ୍ଥାୟୀତ୍ୱ ଓ ସାମାଜିକ ସମାବେଶୀତା ପାଇଁ ରଣନୀତି ଉପରେ ଆଲୋଚନା କରିଥିଲେ। ଏଥିରେ ଆଇପିଏଲ୍‌ ସେଣ୍ଟର ଫର୍‌ ରୁରାଲ ଆଉଟରିଚ୍‌ର ନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ଆଇଏଏସ ଡକ୍ଟର ରାଜୀବ ରଞ୍ଜନ, ପଶ୍ଚିମବଙ୍ଗ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଆଇଏଏସ ଡକ୍ଟର ଏମ.ଭି ରାଓ, ଭୁବନେଶ୍ୱରସ୍ଥିତ ଏସଏନଏମ ଗ୍ରୁପର ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଦିଲ୍ଲୀ ଉତ୍ପାଦକତା ପରିଷଦର ସଚିବ ଅରୁଣ ସରୀନ୍‌, ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ କୁମାର ଚଢ଼ା, ବାଙ୍ଗାଲୋର ସ୍ଥିତ କେନ୍ଦ୍ରୀୟ ବିଦ୍ୟୁତ ଗବେଷଣା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଏ.କେ. ତ୍ରିପାଠୀ, କୋଏମ୍ବାଟୁର ଉତ୍ପାଦକତା ପରିଷଦର ଅଧ୍ୟକ୍ଷ ଇଞ୍ଜିନିୟର କେ. ଅରୁଲ ପ୍ରମୁଖ ପାନେଲ ଆଲୋଚକ ଭାବେ ଅଂଶଗ୍ରହଣ କରିଥିଲେ।

ବରିଷ୍ଠ ଚାର୍ଟାଡ୍‌ ଏକାଉଣ୍ଟାଣ୍ଟ ଶ୍ରୀ ରାଜୀବ ଶେଖର ସାହୁ ଓଡ଼ିଶା ପରିଦୃଶ୍ୟରେ ୫ଟି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଏବଂ ଓଡ଼ିଶାରେ ଏହି ସମ୍ମିଳନୀର ଆୟୋଜନ ଉପରେ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ଡକ୍ଟର ରାଜୀବ ରଞ୍ଜନ ଦୀକ୍ଷାନ୍ତ ଅଭିଭାଷଣ ରଖି ଗ୍ରାମୀଣ କ୍ଷେତ୍ରରେ ନବସୃଜନ ଏବଂ ଉତ୍ପାଦକତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଜାତୀୟ ଉତ୍ପାଦକତା ପରିଷଦର ମହାନିର୍ଦ୍ଦେଶକ ସୁନ୍ଦୀପ କୁମାର ନାୟକ ତାଙ୍କର ଅଭିଭାଷଣରେ ଆର୍ଥିକ ବିକାଶକୁ ଆଗେଇ ନେବାର ଉଚ୍ଚ ଉତ୍ପାଦକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ନେସନାଲ ସେଣ୍ଟର୍ ଫର୍‌ ଗୁଡ୍‌ ଗଭର୍ଣ୍ଣାନ୍ସର ମହାନିର୍ଦ୍ଦେଶକ ଭରତ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ଦୀକ୍ଷାନ୍ତ ଭାଷଣରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ଉତ୍ପାଦକତା ଓ ଉତ୍ତମ ପ୍ରଶାସନର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।

ଉଦଘାଟନୀ ଅଧିବେଶନରେ ଭୁବନେଶ୍ୱର ଏନପିସିର ଆଞ୍ଚଳିକ ନିର୍ଦ୍ଦେଶକ ଅଭିଜିତ୍‌ ନାୟକ ସମ୍ମିଳନୀରେ ଯୋଗ ଦେଇଥିବା ବକ୍ତା, ଅତିଥି, ପ୍ରତିନିଧି ଓ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ଉଦଯାପନୀ ଅଧିବେଶନରେ ଜାତୀୟ ଉତ୍ପାଦକତା ପରିଷଦର ଉପମହାନିର୍ଦ୍ଦେଶକ ଶିରିଶ ପାଲିୱାଲ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିବା ବେଳେ ମୁଖ୍ୟ ଅତିଥି ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। ଏନପିସି ଉପନିର୍ଦ୍ଦେଶକ ଶ୍ୟାମା ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ।

ନବମନ୍ତ୍ର ପୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026
Latest News

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନୋବେଲ ପୁରସ୍କାର ବିଜେତା

February 25, 2026

ଷଷ୍ଠ ଥର ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.