Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସର୍ବପ୍ରଥମ ଜାତୀୟ ପ୍ରଶିକ୍ଷଣ ସମ୍ମିଳନୀକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ବିଶେଷ ଖବର

ସର୍ବପ୍ରଥମ ଜାତୀୟ ପ୍ରଶିକ୍ଷଣ ସମ୍ମିଳନୀକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

June 12, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମୈଦାନ ସ୍ଥିତ ଅନ୍ତର୍ଜାତୀୟ ପ୍ରଦର୍ଶନୀ ଓ ସମ୍ମିଳନୀ କେନ୍ଦ୍ର ଠାରେ ସର୍ବପ୍ରଥମ ଜାତୀୟ ପ୍ରଶିକ୍ଷଣ ସମ୍ମିଳନୀକୁ ଉଦଘାଟନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନିଜର ଦୀର୍ଘ ତଥା ସମୃଦ୍ଧ ରାଜନୈତିକ ଓ ପ୍ରଶାସନିକ ଅନୁଭୂତିରୁ ପ୍ରାପ୍ତ ଅନେକ ଉପାଖ୍ୟାନ ଓ କାହାଣୀ ବିଷୟରେ ନିଜର ଅଭିଭାଷଣରେ ଉଲ୍ଲେଖ କରିଥିଲେ। ନିଜର ସମ୍ବୋଧନରେ ଭିନ୍ନ ଭିନ୍ନ ଉଦାହରଣ ଦେଇ ସେ ସରକାରୀ କାର୍ଯ୍ୟରେ ସେବା ଉନ୍ମୁଖତା, ସାଧାରଣ ଲୋକଙ୍କ ଆକାଂକ୍ଷାକୁ ସାକାର କରିବାର ଦାୟିତ୍ୱ, ଉଚ୍ଚନୀଚ ପଦବୀର ଭେଦଭାବକୁ ଦୂର କରିବା ଓ ସଂସ୍ଥାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଅଭିଜ୍ଞତାକୁ ଉପଯୋଗ କରିବା, ଜନଭାଗିଦାରୀର ମହତ୍ୱ, ବ୍ୟବସ୍ଥାରେ ସୁଧାର ଆଣିବା ଓ ଅଭିନବ ପଦକ୍ଷେପ ଗ୍ରହଣ କରିବା ଆଦି ବିଷୟ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି କହିଥିଲେ ଯେ, ପ୍ରଶିକ୍ଷଣ ମଡ୍ୟୁଲକୁ ଏପରି ଭାବେ ପ୍ରସ୍ତୁତ ଓ ବିକଶିତ କରାଯିବା ଉଚିତ୍‌ ଯାହାଫଳରେ ସରକାରୀ ଅଧିକାରୀମାନେ ସେମାନଙ୍କ ମନରେ ଏସବୁ ବିଷୟକୁ ସାମିଲ କରିପାରିବେ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଏବଂ ଏବେ ପ୍ରଧାନମନ୍ତ୍ରୀ ଭାବେ ନିଜର ଅଭିଜ୍ଞତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାରଙ୍କ ପାଖରେ କେବେ ବି ପ୍ରତିଭାବାନ, ସମର୍ପିତ ଏବଂ ସଂକଳ୍ପବଦ୍ଧ ଅଧିକାରୀଙ୍କ ଅଭାବ ନଥିଲା। ସେ କହିଥିଲେ ଯେ ଭାରତୀୟ ସେନା ଭଳି ଅନୁଷ୍ଠାନ ଯେପରି ସାଧାରଣ ଲୋକଙ୍କ ମନରେ ନିଷ୍କଳଙ୍କ ବିଶ୍ୱସନୀୟତା ସୃଷ୍ଟି କରିପାରିଛି, ସରକାରୀ ବ୍ୟବସ୍ଥା ପ୍ରତି ଲୋକମାନଙ୍କ ମଧ୍ୟରେ ସେପରି ବିଶ୍ୱାସ ଜନ୍ମାଇବା ସବୁ ସରକାରୀ କର୍ମଚାରୀମାନଙ୍କର ଉତ୍ତରଦାୟିତ୍ୱ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରଶିକ୍ଷଣ ଅଧିକାରୀମାନଙ୍କ ମଧ୍ୟରେ ଥିବା ସମ୍ଭାବନାକୁ ପ୍ରୋତ୍ସାହିତ କରିବା ସହିତ ସେମାନଙ୍କ ମଧ୍ୟରେ ସାମଗ୍ରିକ ସରକାର ଆଭିମୁଖ୍ୟ ଓ ଜନଭାଗିଦାରୀ ଭାବନା ସୃଷ୍ଟି କରିବା ଉଚିତ୍। ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନିଯୁକ୍ତି ମିଳିବାକୁ ଦଣ୍ଡାତ୍ମକ ବଦଳି ବୋଲି ପୂର୍ବରୁ ଯେଉଁ ଧାରଣା ରହିଥିଲା ତାହା ଧୀରେ ଧୀରେ ବଦଳୁଛି ବୋଲି ସେ କହିଥିଲେ। ସେ ଆହୁରି କହିଥିଲେ ଯେ, ପ୍ରଶିକ୍ଷଣ ପ୍ରତିଷ୍ଠାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମଧ୍ୟରୁ ଗୋଟିଏ, କାରଣ ଅନେକ ଦଶନ୍ଧି ଧରି ସରକାରୀ ବିଭାଗରେ କାମ କରୁଥିବା କର୍ମଚାରୀମାନେ ଏଠାରୁ ପ୍ରଶିକ୍ଷଣ ଲାଭ କରିଥାନ୍ତି।

ବିଭିନ୍ନ ପ୍ରକାରର ବାଧା ସମ୍ପର୍କରେ ଆଲୋକପାତ କରି, ଅଭିଜ୍ଞ କର୍ମଚାରୀଙ୍କ ଠାରୁ ପରାମର୍ଶ ଲୋଡ଼ିବା କ୍ଷେତ୍ରରେ ଉଚ୍ଚନୀଚ ପଦବୀର ଭେଦଭାବକୁ ଏଡ଼ାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ସରକାରୀ ଅଧିକାରୀମାନଙ୍କୁ ଆହ୍ୱାନ କରିଥିଲେ।

ପ୍ରଶିକ୍ଷଣ ପ୍ରତ୍ୟେକ ସରକାରୀ ସେବା କର୍ମଚାରୀଙ୍କ ମଧ୍ୟରେ ଜନଭାଗିଦାରୀ ଭଳି ଗୁରୁତ୍ୱପୂର୍ଣ୍ଣ ଭାବନା ଜାଗ୍ରତ କରିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। ଶ୍ରୋତାମାନଙ୍କୁ ଏହାର ଉଦାହରଣ ଦେଇ ସେ କହିଥିଲେ ଯେ, ସ୍ୱଚ୍ଛ ଭାରତ ମିଶନ, ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ, ଅମୃତ ସରୋବର ଏବଂ ଭାରତରେ ବିଶ୍ୱର ସର୍ବାଧିକ ଡିଜିଟାଲ କାରବାର ହେବାର ଶ୍ରେୟ ଜନଭାଗିଦାରୀକୁ ଯାଉଛି।

ପ୍ରତ୍ୟେକ ସ୍ତର ଓ ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, ଆଇଜିଓଟି କର୍ମଯୋଗୀ ପ୍ଲାଟଫର୍ମ ପ୍ରଶିକ୍ଷଣ ପାଇଁ ସମସ୍ତଙ୍କ ଲାଗି ଏକ ସମାନ ସ୍ତରର ସୁଯୋଗ ଯୋଗାଇ ଦେଉଛି। ଶ୍ରୀ ମୋଦୀ କହିଥିଲେ, ଆଇଜିଓଟି କର୍ମଯୋଗୀ ପଞ୍ଜୀକରଣ 10 ଲକ୍ଷ ବ୍ୟବହାରକାରୀ ଆଧାର ଅତିକ୍ରମ କରିବା ଦର୍ଶାଉଛି ଯେ ସରକାରୀ ବ୍ୟବସ୍ଥାରେ ଥିବା ଲୋକମାନେ ଶିଖିବା ପାଇଁ ଆଗ୍ରହୀ ଅଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, ସରକାରୀ କର୍ମଚାରୀଙ୍କୁ ନୂଆ ପରିସ୍ଥିତି ସହ ଖାପଖୁଆଇବା ସହିତ ସେମାନଙ୍କର ମାନସିକତା ଓ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା କର୍ମଯୋଗୀ ମିଶନର ଉଦ୍ଦେଶ୍ୟ, ଯାହାଫଳରେ ସେମାନେ ବିଷୟକୁ ସହଜରେ ଓ ଖୁସିରେ ବୁଝିପାରିବେ ଏବଂ ଏହି ସଂସ୍କାରର ପରିଣାମ ସ୍ୱରୂପ, ପ୍ରଶାସନିକ ବ୍ୟବସ୍ଥାରେ ମୌଳିକ ସୁଧାର ଆସିବ ।

ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ବିଭିନ୍ନ ବିଷୟ ଉପରେ ବିଚାରବିମର୍ଶ କରିବା ନିମନ୍ତେ ସେ ଶୁଭକାମନା ଜଣାଇଥିଲେ। ଦେଶରେ ପ୍ରଶିକ୍ଷଣ ଭିତ୍ତିଭୂମିରେ ସୁଧାର ଆଣିବା ଲାଗି କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ପରାମର୍ଶ ଦେବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ନିୟମିତ ବ୍ୟବଧାନରେ ସମ୍ମିଳନୀ ଆୟୋଜନ ନିମନ୍ତେ ଏକ ସଂସ୍ଥାଗତ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଗତି ମୈଦାନ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026

କେନ୍ଦ୍ର ବଜେଟ 2026-27: ପୂର୍ବ ବର୍ଷ ତୁଳନାରେ ଓଡ଼ିଶା ପାଇଁ ଅନୁଦାନ ବଢିଛି ନା କମିଛି?, ଜାଣନ୍ତୁ

February 2, 2026
Latest News

ଆଜି ଫେବୃୟାରୀ ୩ ତାରିଖ ମଙ୍ଗଳବାରରେ ଆପଣଙ୍କ ଭାଗ୍ୟରେ କଣ ଅଛି ଜାଣିବା ପାଇଁ ପଢନ୍ତୁ

February 3, 2026

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.