Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜି୨୦ ବିକାଶ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
ବିଶେଷ ଖବର

ଜି୨୦ ବିକାଶ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

June 12, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଜି ଜି୨୦ ବିକାଶ ମନ୍ତ୍ରୀଙ୍କ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇଛନ୍ତି। ସେ ଏହି ବୈଠକରେ ଭିଡ଼ିଓ ବାର୍ତ୍ତା ପ୍ରଦାନ କରିଛନ୍ତି। ଆସନ୍ତୁ ପଢିବା ପ୍ରଧାନମନ୍ତ୍ରୀ ମୋଦୀ ସଂପୂର୍ଣ୍ଣ ବାର୍ତ୍ତା…

ମାନ୍ୟଗଣ୍ୟ ମହିଳା ଏବଂ ଭଦ୍ରବ୍ୟକ୍ତିମାନେ

ଗଣତନ୍ତ୍ରର ଜନନୀଙ୍କର ସର୍ବ ପୁରାତନ ସହରକୁ ମୁଁ ପ୍ରତ୍ୟେକଙ୍କୁ ସ୍ୱାଗତ କରୁଛି । ଜି୨୦ ବିକାଶ ମନ୍ତ୍ରୀମାନଙ୍କ ବୈଠକ ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ । ଶତାବ୍ଦୀ ଧରି କାଶୀ ଜ୍ଞାନ, ଆଲୋଚନା, ବିତର୍କ, ସଂସ୍କୃତି ଏବଂ ଆଧ୍ୟାତ୍ମିକତାର କେନ୍ଦ୍ର ହୋଇ ରହି ଆସିଛି । ଏଥିରେ ଭାରତର ବିବିଧ ଐତିହ୍ୟର ଆଭିମୁଖ୍ୟ ରହିଛି ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକଙ୍କ ପାଇଁ ଏକ ସମ୍ମିଶ୍ରଣ ସ୍ଥାନ ଭାବରେ କାର୍ଯ୍ୟ କରିଥାଏ । ମୁଁ ଖୁସି ଯେ ଜି -୨୦ ବିକାଶ ଏଜେଣ୍ଡା କାଶୀରେ ମଧ୍ୟ ପହଞ୍ଚିଛି ।

ମାନ୍ୟଗଣ,

ଗ୍ଲୋବାଲ୍ ସାଉଥ୍ ପାଇଁ ବିକାଶ ହେଉଛି ଏକ ମୂଳ ପ୍ରସଙ୍ଗ । ଗ୍ଲୋବାଲ୍ ସାଉଥ୍ ଦେଶଗୁଡିକ ବିଶ୍ୱର କୋଭିଡ୍ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ବ୍ୟତିକ୍ରମ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇଥିଲେ । ଭୂ-ରାଜନୈତିକ ତିକ୍ତତା କାରଣରୁ ଖାଦ୍ୟ, ଇନ୍ଧନ ଏବଂ ସାର ସଙ୍କଟ ଆଉ ଏକ ସମସ୍ୟାରେ ପକାଇଛି । ଏପରି ପରିସ୍ଥିତିରେ, ଆପଣ କରୁଥିବା ନିଷ୍ପତ୍ତି ଗୁଡ଼ିକ ସମଗ୍ର ମାନବ ଜାତି ପାଇଁ ଗୁରୁତ୍ୱ ବହନ କରେ । ମୁଁ ଦୃଢ ଭାବରେ ବିଶ୍ୱାସ କରେ ଯେ ସ୍ଥାୟୀ ବିକାଶ ଲକ୍ଷ୍ୟକୁ ପଛରେ ନ ଛାଡିବା ଆମର ସାମୂହିକ ଦାୟିତ୍ୱ ଅଟେ । ଆମକୁ ନିଶ୍ଚିତ କରିବାକୁ ହେବ ଯେ କେହି ଯେଭଳି ପଛରେ ପଡି ନଯାଆନ୍ତି । ଏହି ଗୋଷ୍ଠୀ ପାଇଁ ବିଶ୍ୱକୁ ଏକ ଶକ୍ତିଶାଳୀ ବାର୍ତ୍ତା ପଠାଇବା ଏକାନ୍ତ ଆବଶ୍ୟକ ଯେ ଏହା ହାସଲ କରିବା ପାଇଁ ଆମର ଏକ କାର୍ଯ୍ୟ ଯୋଜନା ଅଛି ।

ମାନ୍ୟଗଣ,

ଆମର ପ୍ରୟାସ ବ୍ୟାପକ, ଅନ୍ତର୍ଭୂକ୍ତ, ସ୍ୱଚ୍ଛ ଏବଂ ସ୍ଥାୟୀ ହେବା ଆବଶ୍ୟକ । ଏସଡିଜି ଗୁଡ଼ିକୁ ପୂରଣ କରିବାରେ ଆମେ ପୁଞ୍ଜି ବିନିଯୋଗ ବୃଦ୍ଧି କରିବା ଏବଂ ଅନେକ ଦେଶ ସମ୍ମୁଖୀନ ହେଉଥିବା ଋଣ ବିପଦର ସମାଧାନ ପାଇଁ ପନ୍ଥା ଖୋଜିବା ଉଚିତ୍‍ । ଯୋଗ୍ୟତା ମାନଦଣ୍ଡକୁ ବିସ୍ତାର କରିବା ପାଇଁ ବହୁପକ୍ଷୀୟ ଆର୍ଥିକ ସଂସ୍ଥାଗୁଡ଼ିକର ସଂସ୍କାର ଆଣିବା ଉଚିତ, ସୁନିଶ୍ଚିତ କରନ୍ତୁ ଯେ ଆବଶ୍ୟକତା ଥିବା ଲୋକଙ୍କ ପାଇଁ ହିଁ ଅର୍ଥ ଉପଲବ୍ଧ ହେବ । ଭାରତରେ, ଆମେ ଶହେରୁ ଅଧିକ ଆଙ୍କାକ୍ଷୀ ଜିଲ୍ଲାରେ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଉଦ୍ୟମ କରିଛୁ, ଯାହା ପଛୁଆ ଅଞ୍ଚଳ ଭାବେ ପରିଚିତ ଥିଲା । ଆମର ଅଭିଜ୍ଞତା ଦର୍ଶାଏ ଯେ ସେମାନେ ବର୍ତ୍ତମାନ ଦେଶରେ ଅଭିବୃଦ୍ଧିର ଅନୁକ୍ରମଣିକା ଭାବରେ ଉଭା ହୋଇଛନ୍ତି । ମୁଁ ବିକାଶର ଏହି ମଡେଲ ଅଧ୍ୟୟନ କରିବାକୁ ଜି୨୦ ବିକାଶ ମନ୍ତ୍ରୀମାନଙ୍କୁ ଅନୁରୋଧ କରୁଛି । ଆପଣ ଏଜେଣ୍ଡା ୨୦୩୦ କୁ ତ୍ୱରାନ୍ୱିତ କରିବା ଦିଗରେ କାର୍ଯ୍ୟ କରୁଥିବାରୁ ଏହା ପ୍ରାସଙ୍ଗିକ ହୋଇପାରେ ।

ମାନ୍ୟଗଣ,

ଆପଣଙ୍କ ପୂର୍ବରୁ ବଢୁଥିବା ଡାଟା ବିଭାଜନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଅର୍ଥପୂର୍ଣ୍ଣ ନୀତି ପ୍ରସ୍ତୁତ, ଦକ୍ଷ ଅର୍ଥ ଆବଣ୍ଟନ ଏବଂ ପ୍ରଭାବଶାଳୀ ଜନସେବା ବିତରଣ ପାଇଁ ଉଚ୍ଚ-ଗୁଣାତ୍ମକ ତଥ୍ୟ ଗୁରୁତ୍ୱପୂର୍ଣ୍ଣ । ଡାଟା ବିଭାଜନକୁ ଦୂର କରିବାରେ ସହାୟତା ପାଇଁ ଜ୍ଞାନକୌଶଳର ଗଣତାନ୍ତ୍ରିକରଣ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ । ଭାରତରେ ଡିଜିଟାଇଜେସନ୍ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଲୋକଙ୍କୁ ସଶକ୍ତ କରିବା, ତଥ୍ୟକୁ ଉପଲବ୍ଧ କରାଇବା ଏବଂ ଅନ୍ତର୍ଭୂକ୍ତିକୁ ସୁନିଶ୍ଚିତ କରିବା ପାଇଁ ଜ୍ଞାନକୌଶଳ ଏକ ଉପକରଣ ଭାବରେ ବ୍ୟବହୃତ ହେଉଛି । ସହଯୋଗୀ ଦେଶମାନଙ୍କ ସହ ଭାରତ ନିଜର ଅଭିଜ୍ଞତା ସେୟାର କରିବାକୁ ଇଚ୍ଛୁକ । ମୁଁ ଆଶା କରୁଛି ଯେ ଆପଣଙ୍କର ଆଲୋଚନାଗୁଡିକ ବିକାଶ ପାଇଁ ତଥ୍ୟ ଏବଂ ବିକାଶଶୀଳ ଦେଶମାନଙ୍କରେ ବିତରଣ ପାଇଁ ତଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟରେ ପରିଣତ ହେବ ।

ମାନ୍ୟଗଣ,

ଭାରତରେ, ନଦୀ, ଗଛ, ପର୍ବତ ଏବଂ ପ୍ରକୃତିର ସମସ୍ତ ଉପାଦାନ ଗୁଡିକୁ ଆମେ ଅତ୍ୟଧିକ ସମ୍ମାନ କରିଥାଉ । ପାରମ୍ପାରିକ ଭାରତୀୟ ଚିନ୍ତାଧାରା ଏକ ପୃଥିବୀ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରେ । ଗତ ବର୍ଷ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲଙ୍କ ସହ ମୁଁ ମିଶନ୍ ଲାଇପ୍‍ – ଜୀବନଶୈଳୀ ଆରମ୍ଭ କରିଥିଲି । ମୁଁ ଖୁସି ଯେ ଏହି ଗୋଷ୍ଠି ଲାଇଫ୍‍ ଉପରେ ଉଚ୍ଚ ସ୍ତରୀୟ ନୀତିର ଏକ ସେଟ୍ ବିକାଶ କରିବା ପାଇଁ କାର୍ଯ୍ୟ କରୁଛି । ଜଳବାୟୁ କାର୍ଯ୍ୟଯୋଜନାରେ ଏହା ଏକ ମହତ୍ୱପୂର୍ଣ୍ଣ ଅବଦାନ ହେବ ।

ମାନ୍ୟଗଣ,

ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତିକରଣ ଏସଡିଜି ହାସଲ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତରେ, ଆମେ ମହିଳା ସଶକ୍ତିକରଣରେ ସୀମିତ ନୁହେଁ । ଆମର ବିକାଶ ହେଉଛି ମହିଳା ନେତୃତ୍ୱାଧିନ । ମହିଳାମାନେ ବିକାଶ ପାଇଁ ଏଜେଣ୍ଡା ସ୍ଥିର କରୁଛନ୍ତି ଏବଂ ଅଭିବୃଦ୍ଧି ଏବଂ ପରିବର୍ତ୍ତନର ବାର୍ତ୍ତାବହ ମଧ୍ୟ ଅଟନ୍ତି । ମୁଁ ଆପଣଙ୍କୁ ଅନୁରୋଧ କରୁଛି ମହିଳା ନେତୃତ୍ୱାଧୀନ ବିକାଶ ପାଇଁ ଏକ ଗେମ ଚେଞ୍ଜିଂ କାର୍ଯ୍ୟ ଯୋଜନା ଗ୍ରହଣ କରନ୍ତୁ ।

ମାନ୍ୟଗଣ,

ଭାରତର ଅପରିବର୍ତ୍ତନୀୟ ପରମ୍ପରା ଦ୍ୱାରା କାଶୀର ଆବେଗ ଶକ୍ତି ପ୍ରାପ୍ତ । ମୁଁ ଆଶା କରୁଛି ଆପଣ ସମସ୍ତ ସମୟ ବୈଠକ ଗୃହରେ ବିତାଇବେ ନାହିଁ । ମୁଁ ଆପଣଙ୍କୁ କାଶୀର ଆବେଗକୁ ଅନୁସନ୍ଧାନ କରିବାକୁ ଏବଂ ଅନୁଭବ କରିବାକୁ ବାହାରକୁ ଯିବାକୁ ଉତ୍ସାହିତ କରୁଛି । ଏବଂ, ମୁଁ ଏହା କେବଳ କହୁ ନାହିଁ କାରଣ କାଶୀ ମୋର ର୍ନିବାଚନମଣ୍ଡଳୀ! ମୁଁ ନିଶ୍ଚିତ ଯେ ଗଙ୍ଗା ଆରତୀକୁ ଅନୁଭବ କରିବା ଏବଂ ସାରନାଥ ପରିଦର୍ଶନ କରିବା ଆପଣମାନଙ୍କର ଇଚ୍ଛାକୃତ ଫଳାଫଳ ହାସଲ କରିବାକୁ ପ୍ରେରଣା ଯୋଗାଇବ । ଏଜେଣ୍ଡା ୨୦୩୦ କୁ ପ୍ରୋତ୍ସାହିତ କରିବା ଏବଂ ଗ୍ଲୋବାଲ୍ ସାଉଥ୍ ର ଆକାଂକ୍ଷା ପୂରଣ କରିବା ପାଇଁ ମୁଁ ଆପଣ ସମସ୍ତଙ୍କ ବିଚାରରେ ସଫଳତା କାମନା କରୁଛି । ଧନ୍ୟବାଦ ।

ନରେନ୍ଦ୍ର ମୋଦୀ ଭିଡିଓ ବାର୍ତ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ବିଜେପି ସାଂସଦମାନେ ଦିଲ୍ଲୀରେ କଲେ ବୈଠକ, ରାଜ୍ୟ ସଂଗଠନ ଅବଗତ ଅଛି କି ?

December 14, 2025

ବିଧାୟକଙ୍କ ଦରମା ବୃଦ୍ଧି ନେଇ ଚେଙ୍ଗି ଦେଲେ ନବୀନ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି, କହିଲେ…

December 14, 2025

‘ଲାଲ ସଲାମ’ ନୁହେଁ, ବସ୍ତର ଏବେ ‘ଭାରତ ମାତା କି ଜୟ’ ସ୍ଲୋଗାନରେ ପ୍ରକମ୍ପିତ ହେଉଛି: ଅମିତ ଶାହ

December 14, 2025

‘ବିକଶିତ ଭାରତ’ ପାଇଁ ‘ପୂର୍ବୋଦୟ’ ହେଉଛି ଅଭିବୃଦ୍ଧିର ଇଞ୍ଜିନ: ଧର୍ମେନ୍ଦ୍ର ପ୍ରଧାନ

December 13, 2025
Latest News

ପଙ୍କଜ ଚୌଧୁରୀ ହେଲେ ନୂତନ ୟୁପି ବିଜେପି ସଭାପତି, କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କଲେ ଘୋଷଣା

December 14, 2025

ମେସି ଇଭେଣ୍ଟ ବିବାଦ: ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ ବୋଷ

December 14, 2025

ରାଷ୍ଟ୍ରୀୟ ଲୋକ ଅଦାଲତ ମାଧ୍ୟମରେ ବୈବାହିକ ବିବାଦ ସମାଧାନ: ପୁଣି ଏକାଠି ହେଲେ ୪୦ ଦମ୍ପତି

December 14, 2025

ଅଭିନେତା ଅକ୍ଷୟ କୁମାର କଲ୍ୟାଣ ଜୁଏଲରସ ଭୁବନେଶ୍ବରରେ ନୂଆ ସୋ ରୁମ କଲେ ଉଦଘାଟନ

December 14, 2025

SAIL Sales Growth: ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଗତମାସ ବିକ୍ରିରେ ୨୭ ପ୍ରତିଶତ ଅଭିବୃଦ୍ଧି

December 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.