Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜାତୀୟ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ବିଶେଷ ଖବର

ଜାତୀୟ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 13, 2023No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୧୩-୦୬-୨୦୨୩) ଜାତୀୟ ରୋଜଗାର ମେଳାକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବା ସହ ପ୍ରାୟ ୭୦,୦୦୦ ନିଯୁକ୍ତିପତ୍ର ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନର ନବନିଯୁକ୍ତଙ୍କୁ ବାଣ୍ଟିଛନ୍ତି। ଦେଶବ୍ୟାପୀ ବଛାଯାଇଥିବା ନବନିଯୁକ୍ତମାନେ ସରକାରଙ୍କ ବିଭିନ୍ନ ବିଭାଗ ଯଥା- ଆର୍ଥିକ ସେବା ବିଭାଗ, ଡାକ ବିଭାଗ, ବିଦ୍ୟାଳୟ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରାଜସ୍ୱ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆଣବିକ ଶକ୍ତି ବିଭାଗ, ରେଳ ମନ୍ତ୍ରଣାଳୟ, ହିସାବ ଓ ଲେଖା ବିଭାଗ  ଏବଂ ସୌରାଷ୍ଟ୍ର ମନ୍ତ୍ରଣାଳୟ ଇତ୍ୟାଦିରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ କାଳରେ ଦେଶବ୍ୟାପୀ ୪୩ ଟି ସ୍ଥାନକୁ ସଂଯୋଗ କରାଯାଇଥିଲା।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାତୀୟ ରୋଜଗାର ମେଳା ବର୍ତ୍ତମାନ ସରକାରଙ୍କ ପରିଚୟ ପାଲଟିଛି। ଆଜି ହିଁ ୭୦,୦୦୦ ବ୍ୟକ୍ତିଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ନିୟମିତ ଭାବରେ ଏହି ପ୍ରକାର ରୋଜଗାର ମେଳା ବିଜେପି ଓ ଏନଡିଏ ଶାସିତ ରାଜ୍ୟମାନେ ଆୟୋଜନ କରୁଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ସ୍ୱାଧୀନତାର ଅମୃତ କାଳ ଏବେ ଏବେ ଆରମ୍ଭ ହୋଇଥିବା ବେଳେ, ସରକାରୀ ଚାକିରିରେ ଯୋଗ ଦେଉଥିବା ବ୍ୟକ୍ତିମାନଙ୍କ ନିମନ୍ତେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ସେମାନେ ଆଗାମୀ ୨୫ ବର୍ଷ ପାଇଁ ଦେଶର ବିକାଶ ଦିଗରେ ଅବଦାନ ଦେବାକୁ ସୁଯୋଗ ପାଇବେ ବୋଲି ଶ୍ରୀ ମୋଦୀ କହିଥିଲେ। “ବର୍ତ୍ତମାନ ସହ ଆପଣମାନେ ଦେଶର ଭବିଷ୍ୟତ ନିମନ୍ତେ ସମସ୍ତ ଅବଦାନ ଦେବେ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅବସରରେ ଶ୍ରୀ ମୋଦୀ ନବନିଯୁକ୍ତ ଓ ସେମାନଙ୍କ ପରିବାରବର୍ଗଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଅର୍ଥନୀତିରେ ଆସୁଥିବା ନିଯୁକ୍ତି ଓ କର୍ମନିଯୁକ୍ତି ସୁଯୋଗ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ। ଏଥିରେ ସେ ମୁଦ୍ରା ଯୋଜନା, ଷ୍ଟାର୍ଟଅପ ଇଣ୍ଡିଆ, ଷ୍ଟାଣ୍ଡଅପ ଇଣ୍ଡିଆ ଇତ୍ୟାଦିର ଅବତାରଣା କରିଥିଲେ। ଏହି ଯୁବାଗୋଷ୍ଠୀ ବର୍ତ୍ତମାନ ହେଉଛନ୍ତି ନିଯୁକ୍ତି ସୃଷ୍ଟିକାରୀ। ଯୁବାଗୋଷ୍ଠୀଙ୍କୁ ସରକାରୀ ଚାକିରି ପ୍ରଦାନ କରିବା ଅଭିଯାନ ବର୍ତ୍ତମାନ ଅଭୂତପୂର୍ବ ଏସଏସସି ୟୁପିଏସସି ଏବଂ ଆରଆରବି ଇତ୍ୟାଦି ସଂସ୍ଥାମାନେ ନୂତନ ପଦ୍ଧତି ଯୋଗୁ ଅଧିକ ନିଯୁକ୍ତି ପ୍ରଦାନ କରୁଛନ୍ତି। ଏହି ସଂସ୍ଥାଗୁଡ଼ିକ ନିଯୁକ୍ତି ପ୍ରକ୍ରିୟା ସରଳ, ସ୍ୱଚ୍ଛ ଓ ସହଜ କରୁଛନ୍ତି। ସେମାନେ ନିଯୁକ୍ତି ଚକ୍ରକୁ ଦେଢ଼ବର୍ଷରୁ ହ୍ରାସ କରି କେଇ ମାସ ମଧ୍ୟରେ ସୀମାବଦ୍ଧ କରିପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

“ସମଗ୍ର ବିଶ୍ୱ ଆଜି ଭାରତର ଅଭିବୃଦ୍ଧି ଯାତ୍ରାରେ ସାମିଲ ହେବା ପାଇଁ ଆଗ୍ରହୀ” କାରଣ ଭାରତ ଓ ଏହାର ଅର୍ଥନୀତି ଉପରେ ବିଶ୍ୱର ଭରସା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆର୍ଥିକ ମାନ୍ଦାବସ୍ଥା, ବୈଶ୍ୱିକ ମହାମାରୀ ଓ ଯୋଗାଣ ବ୍ୟବସ୍ଥା ସାମ୍ପ୍ରତିକ ଯୁଦ୍ଧ ଯୋଗୁ ଧ୍ୱସ୍ତବିଧ୍ୱସ୍ତ ହେବା ସତ୍ତ୍ୱେ ଭାରତ ଏସବୁ ଆହ୍ୱାନର ମୁକାବିଲା କରି ଅର୍ଥ ବ୍ୟବସ୍ଥାକୁ ଏକ ନୂତନ ଶିଖରକୁ ନେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଦେଶରେ କ୍ରମବର୍ଦ୍ଧିଷ୍ଣୁ ବୈଦେଶିକ ଗଚ୍ଛିତ ମୁଦ୍ରା ଯୋଗୁ ଅନେକ ବହୁରାଷ୍ଟ୍ରୀୟ କମ୍ପାନୀ ଭାରତରେ ନିର୍ମାଣ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଇଚ୍ଛା ପ୍ରକଟ କରୁଛନ୍ତି। ଭାରତରେ ହୋଇଥିବା ବିଦେଶୀ ପୁଞ୍ଜି ନିବେଶ ଯୋଗୁ ଉତ୍ପାଦନ ବୃଦ୍ଧି ସହିତ, ନୂତନ ଶିଳ୍ପର ସମ୍ପ୍ରସାରଣ, ରପ୍ତାନୀକୁ ପ୍ରୋତ୍ସାନ ଓ ଖୁବ୍ ଦ୍ରୁତ ଗତିରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଛି। ବର୍ତ୍ତମାନ ସରକାରଙ୍କ ନୀତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ କିପରି ବୃଦ୍ଧି ପାଇବା ସହ ଯାନବାହନ କ୍ଷେତ୍ର କିପରି ଦେଶକୁ ଜିଡିପିର ଶତକଡ଼ା ୬.୫ ଭାଗ ଦେଉଛି ତା’ର ଅବତାରଣା କରିଥିଲେ। ଦେଶରେ ଯାନବାହନ ଶିଳ୍ପର ଅଭିବୃଦ୍ଧି ଯୋଗୁ ଯାତ୍ରୀବାହୀ ଯାନ, ବାଣିଜି୍ୟକ ଯାନ, ତିନିଚକିଆ ଓ ଦୁଇଚକିଆ ଯାନର ରପ୍ତାନୀ ବାହାର ଦେଶକୁ ବୃଦ୍ଧି ପାଇଛି। ଯାନବାହନ ଶିଳ୍ପ ଦଶବର୍ଷ ପୂର୍ବରୁ ପାଞ୍ଚ ଲକ୍ଷ କୋଟି ଥିବାବେଳେ, ଆଜି ୧୨ ଲକ୍ଷ କୋଟିରୁ ଅଧିକରେ ପହଂଚିଛି। “ଭାରତରେ ଇଲେଟ୍ରିକ ମୋବିଲିଟିର ସମ୍ପ୍ରସାରଣ ହେବା ସହ ପିଏଲଆଇ ଯୋଜନା ମଧ୍ୟ ଯାନବାହନ ଶିଳ୍ପ ଅଭିବୃଦ୍ଧିରେ ସହାୟକ ହୋଇଛି” ବୋଲି କହି ଏହିସବୁ କ୍ଷେତ୍ର ଭାରତର ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କୁ ଅନେକ ପ୍ରକାର ନିଯୁକ୍ତି ସୁଯୋଗ ପ୍ରଦାନ କରିଛି ବୋଲି କହିଥିଲେ।

ଗୋଟିଏ ଦଶନ୍ଧି ପୂର୍ବ ସହ ତୁଳନା କଲେ ଭାରତ ଅଧିକ ସ୍ଥିର, ନିରାପତ୍ତା ଓ ମଜଭୁତ ଦେଶ ବୋଲି ଶ୍ରୀ ମୋଦୀ ଜୋର ଦେଇ କହିଥିଲେ। ପୂର୍ବରୁ କିପରି ହେରାଫେରି ଓ ଜନସାଧାରଣ ଅର୍ଥର ଅପବ୍ୟବହାର ପ୍ରଶାସନର ପ୍ରତୀକ ଥିଲା ଶ୍ରୀ ମୋଦୀ ତାହାର ସ୍ମରଣ କରାଇ ଦେଇଥିଲେ। “ଆଜି ଭାରତ ଏହାର ରାଜନୀତିକ ସ୍ଥିରତା ପାଇଁ ପ୍ରସିଦ୍ଧ, ଯାହାକି ବିଶ୍ୱ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଆଜି ଭାରତ ଏକ ନିଷ୍ପତ୍ତିମୂଳକ ସରକାର ପାଇଁ ସ୍ୱୀକୃତି ଲାଭ କରିଛି। ଆଜିର ସରକାର ପ୍ରଗତିଶୀଳ ସାମାଜିକ ଓ ଆର୍ଥିକ ନିଷ୍ପତ୍ତି ପାଇଁ ପ୍ରସିଦ୍ଧ ହୋଇଛି। ବୈଶ୍ୱିକ ସଂସ୍ଥାମାନେ ଜୀବନଧାରଣ ଓ ବ୍ୟାବସାୟିକ ସୁଗମତା ଓ ଭିତ୍ତିଭୂମି ନିର୍ମାଣ ପାଇଁ ଭାରତକୁ ସ୍ୱୀକୃତି ଦେଇଛନ୍ତି” ବୋଲି ସେ କହିଥିଲେ।

ସେ ଦୃଢ଼ୋକ୍ତି ପ୍ରକାଶ କରି କହିଥିଲେ ଯେ ଭାରତ ଏହାର ଭୌଗଳିକ ଓ ସାମାଜିକ ଭିତ୍ତିଭୂମି ବାବଦ ପର୍ଯ୍ୟାପ୍ତ ପୁଞ୍ଜିବିନିଯୋଗ କରିଛି। ସାମାଜିକ ଭିତ୍ତିଭୂମି ଉପରେ କହି ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନ ଅଧୀନରେ ନିରାପଦ ପାନୀୟ ଜଳ ଯୋଗାଣ ଉପରେ କହିଥିଲେ । ଜଳ ଜୀବନ ମିଶନ ନିମନ୍ତେ ପ୍ରାୟ ଚାରି ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆରମ୍ଭ ବେଳେ ଗ୍ରାମାଞ୍ଚଳରେ ୧୦୦ ଘରେ ୧୫ ଜଣ ପାଇପ ଯୋଗେ ପାଣି ପାଉଥିବା ବେଳେ ବର୍ତ୍ତମାନ ଏହା ୬୨କୁ ବୃଦ୍ଧି ପାଇଛି। ଏହି କାର୍ଯ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦେଶର ୧୩୦ଟି ଜିଲ୍ଲାରେ ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଇଛି। ଏଥିଯୋଗୁ ଅନେକ ଜଳବାହିତ ରୋଗରୁ ମୁକ୍ତି ମିଳିଛି। ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ନିରାପଦ ପାନୀୟ ଜଳ ଯୋଗୁ ପ୍ରାୟ ଚାରି ଲକ୍ଷ ଝାଡ଼ା ରୋଗ ଜନିତ ମୃତୁ୍ୟ ରୋକାଯାଇଥିବା ବେଳେ ରୋଗ ବାବଦ ଖର୍ଚ୍ଚ ଓ ନିରାପଦ ଜଳ ଆହରଣ ପାଇଁ ଆଠ ଲକ୍ଷ କୋଟି ଟଙ୍କା ବଂଚାଯାଇ ପାରିଛି। ସେ ନବନିଯୁକ୍ତମାନଙ୍କୁ ସରକାରୀ ଯୋଜନାର ବହୁମୁଖୀ ପ୍ରକ୍ରିୟା ବିଷୟରେ ବୁଝିବାକୁ କହିଥିଲେ।

ଶ୍ରୀ ମୋଦୀ ନିଯୁକ୍ତି ପ୍ରକ୍ରିୟାରେ ବଂଶଗତ ରାଜନୀତି ଓ ପ୍ରିୟାପ୍ରୀତି ତୋଷଣ ବିଷୟରେ ଆଲୋକପାତ କରି ଚାକିରିରେ ଲାଞ୍ଚ ଉପରେ କହିଥିଲେ। ଏହା କିପରି ଗୋଟିଏ ରାଜ୍ୟରେ ଧରାପଡ଼ିଛି ଓ ସେ ବିଷୟରେ ଯୁବପିଢ଼ିକୁ ସତର୍କ କରାଇ ଦେଇଥିଲେ। ଯେପରି ଭୋଜନାଳୟରେ ଖାଦ୍ୟ ତାଲିକା ଥାଏ ସେହିପରି ବିଭିନ୍ନ ଚାକିରି ପାଇଁ ଲାଞ୍ଚ ଅର୍ଥ ତାଲିକା ତିଆରି ହୋଇଥିଲା। ସେ ମଧ୍ୟ ଚାକିରି ନିମନ୍ତେ ଜମି ଦୁର୍ନୀତି ଉପରେ ଆଲୋକପାତ କରି କିପରି ଜଣେ ତକ୍ରାଳୀନ ରେଳ ମନ୍ତ୍ରୀ ଚାକିରି ପାଇଁ ଜମି ଉକ୍ରୋଚ ଦାବି କରିଥିଲେ ଓ ସେ ମାମଲା ଏବେ ସିବିଆଇ ଦ୍ୱାରା ଅନୁସନ୍ଧାନ କରାଯାଇ ମାମଲା ଅଦାଲତରେ ରହିଛି ବୋଲି କହିଥିଲେ। ବଂଶଗତ ରାଜନୀତିରେ ଲିପ୍ତ ରହି ଦେଶର ଯୁବପିଢ଼ିଙ୍କ ଠାରୁ ଚାକିରି ନାଁରେ ଲୁଟ କରିଥିବା ରାଜନେତାଙ୍କ ସମ୍ପର୍କରେ ସତର୍କ ରହିବାକୁ ଶ୍ରୀ ମୋଦୀ ଯୁବପିଢ଼ିଙ୍କୁ ସତର୍କ କରାଇ ଦେଇଥିଲେ। ଗୋଟେ ପଟେ ରାଜନୀତିକ ଦଳ ନିଯୁକ୍ତି ପାଇଁ ରେଟକାର୍ଡ ଦେଇଥିବା ବେଳେ ଅନ୍ୟପକ୍ଷେ ବର୍ତ୍ତମାନର ସରକାର ଯୁବପିଢ଼ିର ଭବିଷ୍ୟତ ସୁରକ୍ଷିତ ରଖୁଛନ୍ତି। ଦେଶ ବର୍ତ୍ତମାନ ବିଚାର କରିବ ଯେ ଯୁବପିଢ଼ିର ଭବିଷ୍ୟତ ରେଟକାର୍ଡ ଦ୍ୱାରା ପରିଚାଳିତ ହେବ ନା ସୁରକ୍ଷିତ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ କେତେକ ରାଜନୀତିକ ଦଳ ଭାଷା ନାଁରେ ଜନସାଧାରଣଙ୍କୁ ଭାଗ ଭାଗ କରୁଥିବା ବେଳେ, ସରକାର ଭାଷାକୁ ନିଯୁକ୍ତିର ଏକ ଶକ୍ତ ମାଧ୍ୟମ କରିଛନ୍ତି। ନିଯୁକ୍ତି ପରୀକ୍ଷା ମାତୃଭାଷାରେ କରାଯିବା ଦ୍ୱାରା ଏହା ଯୁବପିଢ଼ିକୁ ସୁହାଉଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରୀ ପ୍ରକ୍ରିୟା ଓ ସରକାରୀ କର୍ମଚାରୀଙ୍କ କାର୍ଯ୍ୟଶୈଳୀରେ ଦ୍ରୁତଗାମୀ ଭାରତରେ ଦ୍ରୁତ ପରିବର୍ତ୍ତନ ଆସିଛି। ଆଗରୁ ଜନସାଧାରଣ ସରକାରୀ କାର୍ଯ୍ୟାଳୟରେ କାମ ପାଇଁ ପହଂଚୁଥିବା ବେଳେ ବର୍ତ୍ତମାନ ସରକାର ଏବେ ସେମାନଙ୍କ ଘର ଦୁଆର ମୁହଁରେ ସେବା ପ୍ରଦାନ ପାଇଁ ପହଂଚୁଛନ୍ତି। ସରକାରୀ କାର୍ଯ୍ୟାଳୟ ଓ ବିଭାଗ ସମ୍ବେଦନଶୀଳ ହୋଇ ଜନସାଧାରଣଙ୍କ ଆବଶ୍ୟକତା ପୂରଣ ପାଇଁ କାର୍ଯ୍ୟ କରୁଛନ୍ତି। ଶ୍ରୀ ମୋଦୀ ଡିଜିଟାଲ ସେବାର ଉଦାହରଣ ଦେଇ ମୋବାଇଲ ଆପ୍ ଜରିଆରେ କିପରି ସରକାରୀ ସୁବିଧା ପାଇବା ସହଜ ହୋଇଛି ଓ ଆପତ୍ତି ଅଭିଯୋଗ ପଦ୍ଧତି ନିରବଚ୍ଛିନ୍ନ ଭାବେ ମଜଭୁତ କରାଯାଇଛି କହିଥିଲେ।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତଗଣ ସମ୍ବେଦନଶୀଳ ହୋଇ ନାଗରିକଙ୍କ ସୁବିଧା ପାଇଁ ନିଶ୍ଚିତ କାମ କରିବାକୁ କହିଥିଲେ। “ଆପଣମାନଙ୍କୁ ସଂସ୍କାରକୁ ଆଗେଇ ନେବାକୁ ପଡ଼ିବ। ଏଥିସହ ଆପଣ ନିଜର ଶିଖିବା ଇଚ୍ଛାକୁ ସଦା ଜାଗ୍ରତ ରଖିବେ” ବୋଲି ଶ୍ରୀ ମୋଦୀ କହିଥିଲେ। ନିକଟରେ ଏକ ନିୟୁତ ସଂକ୍ୟା ଅତିକ୍ରମ କରିଥିବା ସରକାରୀ ଅନଲାଇନ ପୋର୍ଟାଲ ଆଇଗଟର ସଦୁପଯୋଗ କରିବାକୁ କହିଥିଲେ। ଅମୃତ କାଳର ଆଗାମୀ ୨୫ ବର୍ଷ ଯାତ୍ରାରେ ଆମେ ଆସନ୍ତୁ ଆଗେଇ କରି ବିକଶିତ ଭାରତର ସଂକଳ୍ପକୁ ପୂରଣ କରିବା” କହି ସେ ତାଙ୍କର ବକ୍ତବ୍ୟ ସମାପନ କରିଥିଲେ।

ପୃଷ୍ଠଭୂମି:

ପ୍ରଧାନମନ୍ତ୍ରୀଙ୍କ ସର୍ବୋଚ୍ଚ ପ୍ରାଥମିକତା ନିଯୁକ୍ତି ସୃଷ୍ଟିର ଅଙ୍ଗୀକାରବଦ୍ଧତା ପରିପ୍ରେକ୍ଷୀରେ ରୋଜଗାର ମେଳା ଏକ ପ୍ରମୁଖ ପଦକ୍ଷେପ। ରୋଜଗାର ମେଳା ନିଯୁକ୍ତି ସୁଯୋଗ ସୃଷ୍ଟିରେ ଏକ ଉତପ୍ରେରକ ଭାବେ କାର୍ଯ୍ୟ କରିବା ସହ ଯୁବପିଢ଼ିକୁ ସଶକ୍ତ କରିବା ଓ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ପ୍ରେରଣା ଦେବ।

ନବନିଯୁକ୍ତଗଣ ଆଇଗଟ୍ କର୍ମଯୋଗୀ ପୋର୍ଟାଲରେ କର୍ମଯୋଗୀ ପ୍ରାରମ୍ଭ ଜରିଆରେ ନିଜକୁ ତାଲିମପ୍ରାପ୍ତ କରିପାରିବେ। ଏଥିରେ ୪୦୦ରୁ ଅଧିକ ଇ-ଲର୍ଣ୍ଣିଂ ପାଠ୍ୟକ୍ରମ ରହିଛି।

ଜାତୀୟ ରୋଜଗାର ମେଳା ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Share. Facebook Twitter LinkedIn Email WhatsApp Copy Link

Related Posts

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025

ଭାରତ ଓ ଇସ୍ରାଏଲ ସରକାରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା ସ୍ବାକ୍ଷରିତ

September 9, 2025

ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ତୁରନ୍ତ କରିବା ପାଇଁ ଦାବୀ କଲା ପ୍ରଦେଶ କଂଗ୍ରେସ, ହେଲେ କାହିଁକି ?

September 8, 2025

ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେଡି କଲା ବଡ ଘୋଷଣା, ନିଆଗଲା ଏହି ନିଷ୍ପତି

September 8, 2025
Latest News

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025

ଅଭ୍ୟାସ ସମୟରେ ମୁହାଁମୁହିଁ ହେଲେ ଭାରତ-ପାକିସ୍ତାନ ଖେଳାଳି: ଜାଣନ୍ତୁ କ’ଣ ହେଲା?

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.