Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ଭାରତର ଆହ୍ୱାନରେ ୧୮୦ ରୁ ଅଧିକ ଦେଶ ଏକାଠି ହେବା ଐତିହାସିକ ଏବଂ ଅଭୂତପୂର୍ବ’: ପ୍ରଧାନମନ୍ତ୍ରୀ
ବିଶେଷ ଖବର

‘ଭାରତର ଆହ୍ୱାନରେ ୧୮୦ ରୁ ଅଧିକ ଦେଶ ଏକାଠି ହେବା ଐତିହାସିକ ଏବଂ ଅଭୂତପୂର୍ବ’: ପ୍ରଧାନମନ୍ତ୍ରୀ

June 21, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link
ନୂଆଦିଲ୍ଲୀ: ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ଯୋଗ ଦିବସ, ୨୦୨୩ ର ଜାତୀୟ ଉତ୍ସବକୁ ସମ୍ବୋଧିତ କରିଛନ୍ତି। ନବମ ଆନ୍ତର୍ଜାତିକ ଯୋଗ ଦିବସର ଜାତୀୟ ଉତ୍ସବ ମଧ୍ୟପ୍ରଦେଶର ଜବଲପୁର ଠାରେ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ଯୋଗ ଦିବସରେ ନାଗରିକ ମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇବା ସହ ପୂର୍ବ ଥର ଗୁଡ଼ିକ ଭଳି ଯୋଗ ଦିବସରେ ଯେତେବେଳେ ସେ ଏଠାରେ ଉପସ୍ଥିତ ଥିଲେ, ସେହି ସମୟ ଭଳି ଏବେ ସେମାନଙ୍କ ସହ ଯୋଗ ଦେଇ ନ ପାରି ବିଭିନ୍ନ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ କାରଣରୁ ସେ ବର୍ତ୍ତମାନ ଆମେରିକା ଗସ୍ତ କରୁଥିବାରୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସେମାନଙ୍କ ସହ ଯୋଡ଼ି ହେଉଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

ମିଳିତ ଜାତିସଂଘ ମୁଖ୍ୟାଳୟରେ ଭାରତୀୟ ସମୟ ଅପରାହ୍ନ ପ୍ରାୟ ୫.୩୦ ରେ ସେ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ଭାରତର ଆହ୍ୱାନରେ ୧୮୦ ରୁ ଅଧିକ ଦେଶ ଏକାଠି ହେବା ଐତିହାସିକ ଏବଂ ଅଭୂତପୂର୍ବ ଅଟେ।’ ସେ ଆନ୍ତର୍ଜାତିକ ଯୋଗ ଦିବସ ମାଧ୍ୟମରେ ଯୋଗକୁ ଏକ ବିଶ୍ୱସ୍ତରୀୟ ଆନ୍ଦୋଳନ ତଥା ବିଶ୍ୱର ଆତ୍ମା ରୂପେ ପରିଣତ କରିବା ପାଇଁ ସେ ୨୦୧୪ ଜାତିସଂଘର ସାଧାରଣ ସଭାରେ ଯୋଗ ଦିବସର ପ୍ରସ୍ତାବ ଉପସ୍ଥାପିତ ହୋଇଥିବା ବେଳେ ରେକର୍ଡ ସଂଖ୍ୟକ ଦେଶଙ୍କ ସମର୍ଥନକୁ ମନେ ପକାଇଥିଲେ।

ଯୋଗ ଦିବସକୁ ଅଧିକ ସ୍ୱତନ୍ତ୍ର କରୁଥିବା ‘ଯୋଗର ମହାସାଗରୀୟ ବଳୟ’ (ଓସନ ରିଙ୍ଗ ଅଫ ଯୋଗ)ର ଧାରଣା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଯୋଗର ଧାରଣା ଏବଂ ସମୁଦ୍ରର ବିସ୍ତାର ମଧ୍ୟରେ ପାରସ୍ପରିକ ସମ୍ପର୍କ ଉପରେ ଆଧାରିତ। ଜଳ ସମ୍ବଳ ବ୍ୟବହାର କରି ସେନା କର୍ମଚାରୀଙ୍କ ଦ୍ୱାରା ପ୍ରସ୍ତୁତ ‘ଯୋଗ ଭାରତମାଳା ଏବଂ ଯୋଗ ସାଗରମାଳା’ ଉପରେ ମଧ୍ୟ ଶ୍ରୀ ମୋଦୀ ଆଲୋକପାତ କରିଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ଜାରି ରଖି କରିଥିଲେ, ଆର୍କଟିକ୍ ଠାରୁ ଆଂଟାର୍କଟିକା ପର୍ଯ୍ୟନ୍ତ ଭାରତର ଦୁଇଟି ଅନୁସନ୍ଧାନ ଆଧାର ଯଥା ପୃଥିବୀର ଦୁଇଟି ମୁଣ୍ଡ (ପୋଲ୍‌) ମଧ୍ୟ ଯୋଗ ସହିତ ଜଡ଼ିତ। ସେ କହିଛନ୍ତି ଯେ ଏହି ଅନନ୍ୟ ଉତ୍ସବରେ ଏହିପରି ସ୍ୱତଃପ୍ରବୃତ୍ତ ଭାବରେ ଦେଶ ତଥା ବିଶ୍ୱର କୋଟି କୋଟି ଲୋକଙ୍କ ଅଂଶଗ୍ରହଣ ଯୋଗର ବିସ୍ତାରତା ଏବଂ ଖ୍ୟାତିକୁ ଦର୍ଶାଉଛି।

“ଯାହା ଆମକୁ ଏକତ୍ରିତ କରିଥାଏ, ତାହା ହେଉଛି ଯୋଗ’ ବୋଲି ପ୍ରଧାନମନ୍ତ୍ରୀ ମୁନି ଋଷିମାନଙ୍କ କଥାକୁ ଉଲ୍ଲେଖ କରି ଏହାର ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୋଗର ପ୍ରଚାର ହେଉଛି ଏହି ଧାରାର ଏକ ବିସ୍ତାର ଯାହା ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବରେ ଅନ୍ତର୍ଭୁକ୍ତ କରାଯାଇ ପାରିଛି। ଚଳିତ ବର୍ଷ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପାଇଁ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ବିଷୟବସ୍ତୁ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୋଗର ପ୍ରସାର ହେଉଛି ‘ବସୁଧୈବ କୁଟୁମ୍ବକମ୍‌’ର ଭାବନା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ବିଶ୍ୱର କୋଟି କୋଟି ଲୋକ ‘ବସୁଧୈବ କୁଟୁମ୍ବକମ୍ ପାଇଁ ଯୋଗ’ ବିଷୟବସ୍ତୁକୁ ନେଇ ଏକାଠି ଯୋଗ ସମ୍ପାଦନ କରୁଛନ୍ତି।

ଯୋଗ ଶାସ୍ତ୍ର ଗୁଡିକୁ ବ୍ୟାଖ୍ୟା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୋଗ ମାଧ୍ୟମରେ ଜଣେ ବ୍ୟକ୍ତି ଉତ୍ତମ ସ୍ୱାସ୍ଥ୍ୟ, ବଳ ଏବଂ ଶକ୍ତି ହାସଲ କରନ୍ତି ଏବଂ ଯେଉଁମାନେ ଏହି ଅଭ୍ୟାସରେ ନିୟମିତ ଭାବରେ ଜଡିତ ରହି ଆସିଛନ୍ତି, ସେମାନେ ଏହାର ଶକ୍ତିକୁ ଅନୁଭବ କରିଛନ୍ତି। ବ୍ୟକ୍ତିଗତ ତଥା ପରିବାର ସ୍ତରରେ ଉତ୍ତମ ସ୍ୱାସ୍ଥ୍ୟର ଗୁରୁତ୍ୱକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଯୋଗ ଏକ ସୁସ୍ଥ ଏବଂ ଶକ୍ତିଶାଳୀ ସମାଜ ସୃଷ୍ଟି କରେ ଯେଉଁଠାରେ ସାମୂହିକ ଶକ୍ତି ଅଧିକ ଥାଏ। ସ୍ୱଚ୍ଛ ଭାରତ ଏବଂ ଷ୍ଟାର୍ଟଅପ୍ ଇଣ୍ଡିଆ ଭଳି ଅଭିଯାନ ଉପରେ ସେ ଆଲୋକପାତ କରିଛନ୍ତି ଯାହା ଏକ ଆତ୍ମନିର୍ଭରଶୀଳ ରାଷ୍ଟ୍ର ଗଠନ ତଥା ଦେଶର ସାଂସ୍କୃତିକ ପରିଚୟକୁ ପୁନଃ ସ୍ଥାପିତ କରିବାରେ ସହାୟକ ହୋଇଛି ଏବଂ ଏହି ଶକ୍ତିରେ ଦେଶ ତଥା ଏହାର ଯୁବକମାନେ ବହୁ ଅବଦାନ ଦେଇଛନ୍ତି ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଦେଶର ମାନସିକତା ବଦଳିଛି ଯାହା ଫଳରେ ଲୋକମାନଙ୍କ ଠାରେ ଏବଂ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆସିଛି।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଭାରତର ସଂସ୍କୃତି ଏବଂ ସାମାଜିକ ଗଠନ, ଏହାର ଆଧ୍ୟାତ୍ମିକତା ଏବଂ ଆଦର୍ଶ, ଏବଂ ଏହାର ଦାର୍ଶନିକତା ଏବଂ ଦୃଷ୍ଟିକୋଣ ସର୍ବଦା ପରମ୍ପରାକୁ ପୋଷଣ କରେ, ଯାହା ଏକତା, ଗ୍ରହଣ ଏବଂ ଆଦର କରିଥାଏ। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ନୂତନ ଧାରଣା ଗୁଡ଼ିକରେ ସମୃଦ୍ଧ ବିବିଧତାକୁ ଆଲୋକିତ କରିଥିବାରୁ ଭାରତୀୟମାନେ ନୂତନ ଚିନ୍ତାଧାରାକୁ ସ୍ୱାଗତ କରିଛନ୍ତି ଏବଂ ସେଗୁଡିକର ସଂରକ୍ଷଣ କରିଛନ୍ତି। ସେ କହିଛନ୍ତି ଯେ ଯୋଗ ଏପରି ଭାବନାକୁ ମଜଭୁତ କରେ, ଆଭ୍ୟନ୍ତରୀଣ ଦୃଷ୍ଟିକୋଣକୁ ବିସ୍ତାର କରିଥାଏ ଏବଂ ଆମକୁ ସେହି ଚେତନା ସହିତ ଯୋଡିଥାଏ ଯାହା ଆମକୁ ଜୀବନ୍ତ ପ୍ରାଣୀଙ୍କ ଏକତାକୁ ଅନୁଭବ କରାଏ ଯାହା ଜୀବନ୍ତ ସତ୍ତାଙ୍କ ପ୍ରତି ପ୍ରେମର ଆଧାର ଦେଇଥାଏ। ତେଣୁ ଯୋଗ ମାଧ୍ୟମରେ ଆମର ବିରୋଧ ଭାବ, ଅବରୋଧ ଏବଂ ପ୍ରତିରୋଧକୁ ଦୂର କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମକୁ ‘ଏକ ଭାରତ, ଶ୍ରେଷ୍ଠ ଭାରତ\’ର ଭାବନାକୁ ବିଶ୍ୱ ପାଇଁ ଏକ ଉଦାହରଣ ଭାବରେ ଉପସ୍ଥାପନ କରିବାକୁ ପଡ଼ିବ।

ନିଜର ବକ୍ତବ୍ୟ ସମାପ୍ତ କରି ପ୍ରଧାନମନ୍ତ୍ରୀ ଯୋଗ ବିଷୟରେ ଏକ ଶ୍ଲୋକର ଉଦ୍ଧାର କରି କହିଥିଲେ ଯେ କାର୍ଯ୍ୟରେ ଦକ୍ଷତା ହେଉଛି ଯୋଗ। ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଆଜାଦୀ କା ଅମୃତ କାଳରେ ସମସ୍ତଙ୍କ ପାଇଁ ଏହି ମନ୍ତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଯୋଗର ସିଦ୍ଧତା ସେତିକି ବେଳେ ହାସଲ ହୁଏ ଯେତେବେଳେ ଜଣେ ନିଜ କର୍ତ୍ତବ୍ୟରେ ଉତ୍ସର୍ଗୀକୃତ ହୁଏ। ‘ଯୋଗ ମାଧ୍ୟମରେ ଆମେ ନିଃସ୍ୱାର୍ଥପର କାର୍ଯ୍ୟ କ’ଣ ତାହା ଜାଣିଥାଉ, କର୍ମଠାରୁ କର୍ମଯୋଗୀ ହେବା ପର୍ଯ୍ୟନ୍ତ ଯାତ୍ରା ସ୍ଥିର କରିଥାଉ’ ବୋଲି ଶ୍ରୀ ମୋଦୀ ଏହା ଉପରେ ଦୃଢ଼ ଆସ୍ଥା ପ୍ରକଟ କରି କହିଛନ୍ତି ଯେ ଯୋଗ ଦ୍ୱାରା ଆମେ ଆମର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବୁ ଏବଂ ଏହି ସଂକଳ୍ପ ଗୁଡିକୁ ମଧ୍ୟ ଗ୍ରହଣ କରିବୁ। ପ୍ରଧାନମନ୍ତ୍ରୀ ନିଜର ବକ୍ତବ୍ୟର ଶେଷରେ କହିଛନ୍ତି ଯେ ‘ଆମର ଶାରୀରିକ ଶକ୍ତି, ଆମର ମାନସିକ ବିସ୍ତାର ଏକ ବିକଶିତ ଭାରତର ଆଧାର ହେବ।’

ଆନ୍ତର୍ଜାତିକ ଯୋଗ ଦିବସ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026
Latest News

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.