Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜ୍ଞାନ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକର ଏକ ଉଚ୍ଚସ୍ତରୀୟ ମିଳିତ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ରମନ୍ତ୍ରୀ
ବିଶେଷ ଖବର

ବିଜ୍ଞାନ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକର ଏକ ଉଚ୍ଚସ୍ତରୀୟ ମିଳିତ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ରମନ୍ତ୍ରୀ

June 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ରାଜ୍ୟ ମନ୍ତ୍ରୀ (ସ୍ୱତନ୍ତ୍ର ପ୍ରଭାର) ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା; ପିଏମଓ, କାର୍ମିକ, ଜନ ଅଭିଯୋଗ, ପେନସନ, ପରମାଣୁ ଶକ୍ତି ଏବଂ ମହାକାଶ ରାଜ୍ୟ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଜି କହିଛନ୍ତି ଯେ ଷ୍ଟାର୍ଟଅପ୍ସର ଅଗ୍ରଗତି ଉପରେ ଦୃଷ୍ଟି ରଖିବା ପାଇଁ ଯନ୍ତ୍ର ସ୍ଥାପନା କରାଯିବାର ଆବଶ୍ୟକତା ରହିଛି, କାରଣ ସେମାନଙ୍କ ସଂଖ୍ୟା ଏକ ଲକ୍ଷରୁ ଅଧିକ ହୋଇଯାଇଛି।

“ଏମିତି ଏକ ଯନ୍ତ୍ର ବିକଶିତ କରାଯିବାକୁ ଆବଶ୍ୟକତା ରହିଛି, ଯାହା ଏହି ଷ୍ଟାର୍ଟଅପ୍ସର ବିକାଶ ଉପରେ ନିଖୁଣ ଭାବରେ ଦୃଷ୍ଟି ରଖିବ। ଦେଖିବ ଯେ ତାକୁ କିପରି ତିଆରି କରାଯିବ ଯାହାକି ଏହା ସୁନିଶ୍ଚିତ ହେବ ଯେପରି ତାହା ହଜି ନ ଯିବ, ବିଶେଷ କରି ଷ୍ଟାର୍ଟଅପ ଯାହାକୁ ସରକାରଙ୍କ ପକ୍ଷରୁ ବୈଷୟିକ ଏବଂ ଆର୍ଥିକ ସହାୟତା ପାଇଛନ୍ତି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ବାୟୋ ଟେକ୍ନୋଲୋଜି, ସିଆଇଏସଆର, ପୃଥିବୀ ବିଜ୍ଞାନ ଏବଂ ପରମାଣୁ ଶକ୍ତି ସହିତ ବିଭିନ୍ନ ବିଜ୍ଞାନ ମନ୍ତ୍ରଣାଳୟ ଏବଂ ବିଭାଗର ଏକ ଉଚ୍ଚସ୍ତରୀୟ ମିଳିତ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ କହିଛନ୍ତି।

ଡକ୍ଟର ଜିତେନ୍ଦ୍ର ସିଂହ କିଛି ସମୟ ପୂର୍ବରୁ ଇଚ୍ଛା ପ୍ରକାଶ କରିଥିଲେ ଯେ ନିତି ଆୟୋଗଙ୍କ ସହଯୋଗରେ ଏକ ଉପସ୍ଥାପନା ପ୍ରସ୍ତୁତ କରାଯାଉ, ଯେଉଁଥିରେ ସେହି କାରଣଗୁଡ଼ିକୁ ଚିହ୍ନଟ କରାଯାଉ ଯାହା ସମ୍ଭବତଃ କିଛି ଷ୍ଟାର୍ଟଅପ ପାଇଁ ପ୍ରତିବନ୍ଧକ ହୋଇପାରେ। ସେହି ଅନୁଯାୟୀ, ଆଜିର ବେହଠକରେ ନିତି ଆୟୋଗର ଡକ୍ଟର ଚିନ୍ତନ ବୈଷ୍ଣବଙ୍କ ଦ୍ୱାରା ଏକ ଉପସ୍ଥାପନା କରାଯାଇଥିଲା।

ଉପସ୍ଥାପନାରେ ଏହା ଆକଳନ କରାଯାଇଥିଲା ଯେ ନବସୃଜନର ଅଭାବ, କୁଶଳୀ ଶ୍ରମିକର ଅଭାବ କିମ୍ବା ଅର୍ଥର ଅଭାବ କେତେକ ଷ୍ଟାଟଅପ୍ସର ସ୍ଥାୟୀତ୍ୱ ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ପ୍ରମୁଖ କାରଣ ହୋଇପାରେ। ସମସ୍ତ କ୍ଷେତ୍ରଗୁଡ଼ିକର ପ୍ରଭାବଶାଳୀ ମନିଟରିଂ ପାଇଁ ଷ୍ଟାର୍ଟଅପ୍ସଗୁଡ଼ିକୁ “ୟୁନିକ ଆଇଡି” ଦ୍ୱାରା ଚିହ୍ନଟ କରାଯାଇ ପାରିବ କି ନାହିଁ ତାହାର ମୂଲ୍ୟାଙ୍କନ ପାଇଁ ଏକ ଅଭ୍ୟାସ କରାଯାଇ ପାରିବ ବୋଲି ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।

ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ଏହା ହେଉଛି ନବସୃଜନ ଏବଂ ଚିନ୍ତାଧାରାର ଯୁଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧୀନରେ, ସରକାର ଚିନ୍ତାଧାରା ଏବଂ ନବାଚାରକୁ ବମାଇବା ତଥା ବଞ୍ଚାଇବା ପାଇଁ ସମସ୍ତ ପ୍ରକାରର ବୈଷୟିକ ତଥା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଫଳସ୍ୱରୂପ ଏକ ଲକ୍ଷରୁ ଅଧିକ ଷ୍ଟାର୍ଟଅପ ଏବଂ ୧୦୦ରୁ ଅଧିକ ୟୁନିକର୍ଣ୍ଣ ସହିତ ଭାରତ ଅଗ୍ରଣୀ ଷ୍ଟାର୍ଟଅପ ଇକୋସିଷ୍ଟମ ଭାବରେ ଉଭା ହୋଇଛି। ଏବଂ ସ୍ଥିରତାର ରଣନୀତି କରିବାର ସମୟ ଆସିଛି ବୋଲି ସେ କହିଛନ୍ତି।

ଏହି ବୈଠକ ବିଜ୍ଞାନ ସଚିବମାନଙ୍କର ମାସିକ ସମୀକ୍ଷା ବୈଠକର ଏକ ଅଂଶ ଭାବରେ ଆୟୋଜିତ ହୋଇଥିଲା, ଯାହା ଡ. ଜିତେନ୍ଦ୍ର ସିଂହଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ଯାହାକି ବିଭିନ୍ନ ବୈଜ୍ଞାନିକ ଧାରଣାଗୁଡ଼ିକ ମଧ୍ୟରେ ସିଲୋସକୁ ଭାଙ୍ଗିବା ଏବଂ ଏକ ସକାରାତ୍ମକ ଏକୀକୃତ ଦୃଷ୍ଟିକୋଣକୁ ବିକଶିତ କରାଯାଇ ପାରିବ।

ବୈଠକରେ ଭାରତ ସରକାରଙ୍କ ପ୍ରଧାନ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁବ୍ ଏବଂ ଅଟଳ ଇନୋଭେସନ ମିଶନର ସିଇଓ ଡକ୍ଟର ଚିନ୍ତନ ବୈଷ୍ଣବ ସମ୍ବୋଧିତ କରିଛନ୍ତି।

ସଚିବ, ଡିଏସଆଇଆର ଏବଂ ମହାନିର୍ଦେଶକ, ସିଆଇଏସଆର, ଡକ୍ଟର ଏନ. କଲାଇସେଲଭି; ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ସଚିବ ଡକ୍ଟର ଶୀଭାରୀ ଚନ୍ଦ୍ରଶେଖର; ସଚିବ, ଡିବିଟି, ଡ. ରାଜେଶ ଗୋଖଲେ; ସଚିବ (ପୃଥିବୀ ବିଜ୍ଞାନ), ଡକ୍ଟର ଏମ. ରବିଚନ୍ଦ୍ରନ; ଏବଂ ଅଧ୍ୟକ୍ଷ, ଏଇସି ଏବଂ ସଚିବ, ଡିଏଏଫ, ଡ. ଏ. କେ. ମୋହିନୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଜୈବ ପ୍ରଯୁକ୍ତି ବିଦ୍ୟା, ସିଆଇଏସଆର, ପୃଥିବୀ ବିଜ୍ଞାନ ଏବଂ ପରମାଣୁ ଶକ୍ତି ସହିତ ବିଜ୍ଞାନ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଡକ୍ଟର ଜିତେନ୍ଦ୍ର ସିଂହ
Share. Facebook Twitter LinkedIn Email WhatsApp Copy Link

Related Posts

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026

‘ଇଥାନଲ ଯୋଗୁଁ ମହଙ୍ଗା ହେଲା ଚିନି’: ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

August 21, 2026
Latest News

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.