Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଇଜିପ୍ଟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଇଜିପ୍ଟୀୟ କ୍ୟାବିନେଟ୍‌ର ‘‘ଭାରତ ୟୁନିଟ୍‌’’ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ବୈଠକ
ବିଶେଷ ଖବର

ଇଜିପ୍ଟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଇଜିପ୍ଟୀୟ କ୍ୟାବିନେଟ୍‌ର ‘‘ଭାରତ ୟୁନିଟ୍‌’’ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ବୈଠକ

June 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରୀ ଗସ୍ତରେ ଇଜିପ୍ଟରେ ପହଞ୍ଚିବା ପରେ ୨୪ ଜୁନ ୨୦୨୩ରେ ଇଜିପ୍ଟୀୟ କ୍ୟାବିନେଟର ‘‘ଭାରତ ୟୁନିଟ୍‌’’ ସହ ବୈଠକ କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ, ଭାରତର ସାଧାରଣତନ୍ତ୍ର ଦିବସ ୨୦୨୩ ସମାରୋହରେ ମୁଖ୍ୟ ଅତିଥି ଭାବେ ଇଜିପ୍ଟ ରାଷ୍ଟ୍ରପତି ମହାମହିମ ଅବଦେଲ ଫତେହ ଅଲ୍‌ ସିସି ଯୋଗ ଦେଇଥିଲେ। ତାଙ୍କର ଏହି ଗସ୍ତ ପରେ ଇଜିପ୍ଟ କ୍ୟାବିନେଟର ‘‘ଭାରତ ୟୁନିଟ୍‌’’ ପ୍ରତିଷ୍ଠା କରାଯାଇଥିଲା। ଇଜିପ୍ଟ ପ୍ରଧାନମନ୍ତ୍ରୀ ମହାମହିମ ମୁସ୍ତାଫା ମେଡ୍‌ବୌଲୀଙ୍କ ଅଧ୍ୟକ୍ଷତାରେ ଭାରତ ୟୁନିଟ୍‌ ଗଠନ କରାଯାଇଥିବା ବେଳେ ଏଥିରେ ବହୁସଂଖ୍ୟକ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ସଦସ୍ୟ ରହିଛନ୍ତି।

ଭାରତ ୟୁନିଟ୍‌ ଦ୍ୱାରା ସମ୍ପାଦନ କରାଯାଉଥିବା କାର୍ଯ୍ୟ ଏବଂ ପ୍ରସ୍ତାବିତ ନୂଆ ସହଯୋଗ କ୍ଷେତ୍ର ସମ୍ପର୍କରେ ପ୍ରଧାନମନ୍ତ୍ରୀ ମେଡବୌଲୀ ଏବଂ ତାଙ୍କର କ୍ୟାବିନେଟ ସହଯୋଗୀମାନେ ସୂଚନା ଦେଇଥିଲେ। ଭାରତୀୟ ପ୍ରତିପକ୍ଷଙ୍କ ଠାରୁ ମିଳୁଥିବା ସକାରାତ୍ମକ ପ୍ରତିକ୍ରିୟାକୁ ସେମାନେ ପ୍ରଶଂସା କରିଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ଭାରତ-ଇଜିପ୍ଟ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗେଇ ନେବା ପାଇଁ ଆଗ୍ରହ ପ୍ରକଟ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ‘‘ଭାରତ ୟୁନିଟ୍‌’’ ପ୍ରତିଷ୍ଠା କରାଯିବାକୁ ପ୍ରଶଂସା କରିଥିଲେ ଏବଂ ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗେଇ ନେବା ପାଇଁ ଏହି ‘ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ’କୁ ସ୍ୱାଗତ କରିଥିଲେ। ଏଥିସହିତ ବିଭିନ୍ନ ଆପୋସ ହିତ କ୍ଷେତ୍ରରେ ଇଜିପ୍ଟ ସହିତ ନିବିଡ଼ ଭାବେ କାର୍ଯ୍ୟ କରିବା ନିମନ୍ତେ ଭାରତ ପ୍ରସ୍ତୁତ ଥିବା ସେ କହିଥିଲେ।

ଏହି ବୈଠକରେ ବାଣିଜ୍ୟ ଓ ନିବେଶ, ଅକ୍ଷୟ ଶକ୍ତି, ସବୁଜ ହାଇଡ୍ରୋଜେନ, ଆଇଟି, ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ, ଔଷଧ ଓ ନାଗରିକ ସମ୍ପର୍କ ଆଦି କ୍ଷେତ୍ରରେ ଆପୋସ ସହଯୋଗକୁ ସୁଦୃଢ଼ କରିବାର ମାର୍ଗ ଉପରେ ଆଲୋଚନା କରାଯାଇଥିଲା।

ଇଜିପ୍ଟ ପ୍ରଧାନମନ୍ତ୍ରୀ ମେଡ୍‌ବୌଲୀଙ୍କ ସମେତ ସାତ ଜଣ ଇଜିପ୍ଟ କ୍ୟାବିନେଟ ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ, ସେମାନେ ହେଲେ :

ବିଦ୍ୟୁତ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଡକ୍ଟର ମହମ୍ମଦ ଶେକର ଅଲ୍‌ ମର୍କବୀ

ବୈଦେଶିକ ବ୍ୟାପାର ମନ୍ତ୍ରୀ ମିଃ ସାମେ ଶୌକ୍ରୀ

ଯୋଜନା ଓ ଆର୍ଥିକ ବିକାଶ ମନ୍ତ୍ରୀ ଡକ୍ଟର ହାଲା ଅଲ୍‌ ସୈଦ

ଅନ୍ତର୍ଜାତୀୟ ସହଯୋଗ ମନ୍ତ୍ରୀ ଡକ୍ଟର ରାନିଆ ଅଲ୍‌ ମଶତ୍‌

ଅର୍ଥ ମନ୍ତ୍ରୀ ମହମ୍ମଦ ମାୟିତ୍‌

ସଞ୍ଚାର ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ଅମ୍ର ତଲତ୍‌

ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଇଞ୍ଜିନିୟର ଅହମ୍ମଦ ସମିର।

ଇଜିପ୍ଟ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଯଦି ନୀତିଶ କୁମାର ରାଜ୍ୟସଭାକୁ ଯାଆନ୍ତି, ତେବେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ?: ନିଶାନ୍ତଙ୍କୁ…..

March 4, 2026

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର?: ବିହାରର ବିଭିନ୍ନ ରାଜନୈତିକ ଦଳରୁ ଆସିଲା ପ୍ରତିକ୍ରିୟା

March 4, 2026

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026
Latest News

ସେମିଫାଇନାଲ ଲଢେଇ ପୂର୍ବରୁ ଭାରତୀୟ ଦଳକୁ ଚେତାବନୀ ଦେଲେ ଇଂଲଣ୍ଡ ଖେଳାଳି: ଜାଣନ୍ତୁ କ’ଣ?

March 4, 2026

ଯଦି ନୀତିଶ କୁମାର ରାଜ୍ୟସଭାକୁ ଯାଆନ୍ତି, ତେବେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ?: ନିଶାନ୍ତଙ୍କୁ…..

March 4, 2026

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର?: ବିହାରର ବିଭିନ୍ନ ରାଜନୈତିକ ଦଳରୁ ଆସିଲା ପ୍ରତିକ୍ରିୟା

March 4, 2026

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.