Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଇଏଏସ୍ ଅଧିକାରୀଙ୍କ କେନ୍ଦ୍ରୀୟ ଡେପୁଟେସନକୁ ସହଜ କରିବା ଲାଗି ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ
ବିଶେଷ ଖବର

ଆଇଏଏସ୍ ଅଧିକାରୀଙ୍କ କେନ୍ଦ୍ରୀୟ ଡେପୁଟେସନକୁ ସହଜ କରିବା ଲାଗି ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

July 4, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା; ଏମ୍ଓଏସ୍ ପିଏମଓ, କାର୍ମିକ, ଜନ ଅଭିଯୋଗ ଏବଂ ପେନ୍ସନ, ପରମାଣୁ ଶକ୍ତି ଏବଂ ମହାକାଶ ରାଷ୍ଟ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ରାଜ୍ୟ ସରକାର ମାନଙ୍କୁ ଆଇଏଏସ୍ ଏବଂ ଅନ୍ୟାନ୍ୟ ସର୍ବ – ଭାରତୀୟ ସେବା ଅଧିକାରୀ ମାନଙ୍କ କେନ୍ଦ୍ରୀୟ ଡେପୁଟେସନ୍କୁ ସହଜ କରିବାକୁ ଅନୁରୋଧ କରିଛନ୍ତି। କାୟମନୋବାକ୍ୟରେ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଅନୁସରଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

କାର୍ମିକ, ସାଧାରଣ ପ୍ରଶାସନ ଏବଂ ପ୍ରଶାସନିକ ସଂସ୍କାରର ତଦାରଖ କରୁଥିବା ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳ ଗୁଡିକର ପ୍ରମୁଖ ସଚିବମାନଙ୍କ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରି ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଏହି ସେବାର ସର୍ବଭାରତୀୟ ଚରିତ୍ର ବଜାୟ ରଖିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କର ଦାୟିତ୍ୱ ଅଟେ ଏବଂ କେନ୍ଦ୍ରୀୟ ସ୍ତରରେ ବିଭିନ୍ନ ପ୍ରକାରର ଅଭିଜ୍ଞତାର ଉନ୍ମୁଖତା ପାଇବା ମଧ୍ୟ ଅଧିକାରୀଙ୍କ ସ୍ୱାର୍ଥ ସହିତ ଜଡିତ, ଯାହା ପରବର୍ତ୍ତୀ ସମୟରେ ସେମାନଙ୍କ ଭବିଷ୍ୟତର ଉନ୍ନତି କିମ୍ବା ବୃତ୍ତିରେ ପଦୋନ୍ନତି ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ।

ମନ୍ତ୍ରୀ ଏଲ୍ବିଏସ୍ଏନ୍ଏଏ, ମସୁରୀର ନିର୍ଦ୍ଦେଶକଙ୍କୁ ଆଇଏଏସ୍ ଅଧିକାରୀମାନେ ଉଭୟ ରାଜ୍ୟ ତଥା କେନ୍ଦ୍ରୀୟ ସ୍ତରରେ ସେବା କରିବାକୁ ଯୁବ ଅଧିକାରୀ ମାନଙ୍କୁ ସମ୍ବେଦନଶୀଳ, ଉତ୍ସାହିତ ଏବଂ ମାର୍ଗଦର୍ଶନ କରାଇବାକୁ ମଧ୍ୟ କହିଛନ୍ତି କାରଣ କେନ୍ଦ୍ର ଏବଂ ରାଜ୍ୟ ଗୁଡିକ ମଧ୍ୟରେ ବିଭାଜିତ ସମ୍ବଳ। ଡଃ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧୀନରେ ଅଧିକାରୀମାନେ ନୀତି ପ୍ରଣୟନ ପାଇଁ ନୂତନ ଚିନ୍ତାଧାରା ସହ ପରୀକ୍ଷାନିରୀକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ସମର୍ଥନ ପାଉଛନ୍ତି ଏବଂ ସ୍ୱଚ୍ଛ ଭାରତ, ଜେଏଏମ୍ ଟ୍ରିନିଟି, ଜଳ ଜୀବନ, ପିଏମ୍ କିଷାନ୍ ଭଳି ବ୍ୟାପକ ସାମାଜିକ – ଅର୍ଥନୈତିକ ପ୍ରଭାବ ପକାଇଥିବା କେତେକ ସର୍ବୋତ୍କୃଷ୍ଟ ଅଭିନବ ଜନାଭିମୁଖୀ ଏବଂ ଗରିବ – ଅଭିମୁଖୀ ଯୋଜନା ୨୦୧୪ ଠାରୁ ପ୍ରଣୟନ କରାଯାଇ ଆସିଛି। ସେ କହିଛନ୍ତି, ବୈଷୟିକ ଜ୍ଞାନକୌଶଳର କ୍ରମବର୍ଦ୍ଧିଷ୍ଣୁ ବ୍ୟବହାର ସହିତ ପ୍ରଶାସନରେ ସ୍ୱଚ୍ଛତା ସ୍ଥାପିତ ହୋଇଛି ଏବଂ ଏହା ପ୍ରିୟା ପ୍ରୀତି ତୋଷଣ ଓ ନ୍ୟସ୍ତ ସ୍ୱାର୍ଥର ଉଚ୍ଛେଦ କରିବା ଦିଗରେ ସହାୟକ ହୋଇଛି।

ମନ୍ତ୍ରୀ କହିଛନ୍ତି, କେନ୍ଦ୍ରୀୟ ଡେପୁଟେସନ୍ ଆମ ଦେଶରେ ସଂଘୀୟ ସଂରଚନାର ଏକ ଅଂଶ ଏବଂ ସେ ଏହି ପ୍ରସଙ୍ଗରେ ଥିବା ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କୁ ସହଯୋଗ କରିବାକୁ ରାଜ୍ୟ ସରକାର ମାନଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଜଣେ ସର୍ବଭାରତୀୟ ସେବା ଅଧିକାରୀ ଉଭୟ ରାଜ୍ୟ ତଥା କେନ୍ଦ୍ର ମଧ୍ୟରେ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାବହ।

ଡଃ ଜିତେନ୍ଦ୍ର ସିଂହ କହିଛନ୍ତି, ସର୍ବ ଭାରତୀୟ ସେବାର କ୍ୟାଡର ପରିଚାଳନା ନିମନ୍ତେ ପୂର୍ବରୁ ଏକ ପ୍ରତିଷ୍ଠିତ ସଂରଚନା ରହିଛି ଏବଂ ଏହାକୁ କାୟମନୋବାକ୍ୟରେ ଅନୁସରଣ କରାଯିବା ଆବଶ୍ୟକ। ମନ୍ତ୍ରୀ ଏଥି ସହିତ ଯୋଗ କରିଥିଲେ ଯେ ଏ ବାବଦରେ ଏକ ନିର୍ଦ୍ଦିଷ୍ଟ ଦିଗ ହେଉଛି କେନ୍ଦ୍ରରେ ସର୍ବ – ଭାରତୀୟ ସେବା ଅଧିକାରୀଙ୍କ ନିୟୋଜନ।

ଡକ୍ଟର ଜିତେନ୍ଦ୍ର ସିଂହ ଗୁରୁତ୍ୱାରୋପ କରିଛନ୍ତି ଯେ ରାଜ୍ୟ/କେନ୍ଦ୍ରରେ ଉଚ୍ଚମାନର ଦକ୍ଷତା ଏବଂ ପଦକ୍ଷେପ ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ଅପାରଗ ଅଧିକାରୀ ମାନଙ୍କ ମୂଳୋତ୍ପାଟନ କରିବାର ଏକମାତ୍ର ଉଦ୍ଦେଶ୍ୟ ସହିତ ସେବା ସଦସ୍ୟଙ୍କ ସେବା ରେକର୍ଡ ଗୁଡିକର ସଘନ ସମୀକ୍ଷା କରୁଛନ୍ତି ଯାହା ଏଆଇଏସ୍ (ଡିସିଆର୍ବି) ନିୟମ, ୧୯୫୮ ର ଧାରା ୧୬ (୩) ଅନୁଯାୟୀ ପ୍ରଦାନ କରାଯାଇଛି। ଡିଓପିଆଣ୍ଡଟିର ସୂଚନା ଅନୁଯାୟୀ ସେମାନଙ୍କ ସମ୍ପର୍କିତ ବିଚାରାଧୀନ ଥିବା ସମସ୍ତ ସମୀକ୍ଷା ଖୁବ୍ ସମାପ୍ତ କରିବାରେ ମନ୍ତ୍ରୀ ରାଜ୍ୟ ସରକାର ମାନଙ୍କ ସହଯୋଗ ପାଇଁ ଅନୁରୋଧ କରିଥିଲେ।

ମିଶନ୍ କର୍ମଯୋଗୀ ଉପରେ ଗୁରୁତ୍ୱ ଦେଇ ଡଃ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଜଣେ ସରକାରୀ ଅଧିକାରୀଙ୍କ ଠାରୁ ସର୍ବୋତ୍ତମ ସେବା ପାଇବାକୁ ହେଲେ ତାଙ୍କୁ ପର୍ଯ୍ୟାପ୍ତ ତାଲିମ ଦିଆଯିବା ଉଚିତ ଏବଂ କେନ୍ଦ୍ର ସରକାର ତାଙ୍କ ଅଧିକାରୀ ମାନଙ୍କୁ ତାଲିମ ଦେବା ପାଇଁ ପ୍ରଭାବଶାଳୀ ତାଲିମ ପାଠ୍ୟକ୍ରମ (ମୋଡ୍ୟୁଲ) ପ୍ରସ୍ତୁତ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ରାଜ୍ୟ ସରକାରୀ କର୍ମଚାରୀ ମାନଙ୍କ ପାଇଁ ମଧ୍ୟ ଏକ ମୋଡ୍ୟୁଲ୍ ପ୍ରସ୍ତୁତ କରିଛନ୍ତି, ବିଶେଷ କରି ଯେଉଁମାନେ ଅତ୍ୟାଧୁନିକ ସ୍ତରରେ କାର୍ଯ୍ୟ କରୁଛନ୍ତି ଏବଂ ଏଥିରୁ ସମ୍ପୂର୍ଣ୍ଣ ଫାଇଦା ନେବାକୁ ସେ ରାଜ୍ୟ ସରକାର ମାନଙ୍କୁ ଅନୁରୋଧ କରିଛନ୍ତି।

ମନ୍ତ୍ରୀ କହିଛନ୍ତି, ସର୍ବ ଭାରତୀୟ ସେବାର ଅଧିକାରୀମାନେ ଭାରତୀୟ ପ୍ରଶାସନର ମେରୁଦଣ୍ଡ ଗଠନ କରିଥାନ୍ତି ଏବଂ ଏହା ଗୁରୁତ୍ୱପୂର୍ଣ୍ଣ ଯେ ସରକାରୀ ନୀତି ଏବଂ କାର୍ଯ୍ୟକ୍ରମ ଗୁଡିକର ପ୍ରଭାବଶାଳୀ କାର୍ଯ୍ୟକାରିତା ଦ୍ୱାରା ଉତ୍ତମ ଶାସନର ଲକ୍ଷ୍ୟ ହାସଲ କରିବା ପାଇଁ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ମିଳିତ ପ୍ରୟାସ କରାଯାଇଥାଏ। ସେ କହିଛନ୍ତି, ଏପରି ଏକ ମଂଚ ରହିବାର ଆବଶ୍ୟକତା ରହିଛି ଯେଉଁଠି ଏହି ବିଭାଗ ଏବଂ ଅନ୍ୟାନ୍ୟ ହିତାଧିକାରୀ ମାନଙ୍କ ମଧ୍ୟରେ ନିୟମିତ ବ୍ୟବଧାନରେ ପାରସ୍ପରିକ ଭାବ ବିନିମୟ ଚାଲୁ ରହିବା ଆବଶ୍ୟକ।

ଭାରତ ସରକାର ଏବଂ ରାଜ୍ୟ ସରକାର ଦେଶର ସବୁଠାରୁ ବଡ ନିଯୁକ୍ତିଦାତା ଅଟନ୍ତି। ଏକ ସରକାରୀ ଚାକିରି ସମାଜର ସମସ୍ତ ସ୍ତରର ପ୍ରତ୍ୟେକ ନାଗରିକଙ୍କ ପାଇଁ ସ୍ୱପ୍ନ ହୋଇଥାଏ। ଲୋକମାନେ ସରକାରୀ ଚାକିରି ପ୍ରତି ଅଧିକ ଆଗ୍ରହୀ ହେବାର କାରଣ କେବଳ ଏହାର ସର୍ବୋତ୍ତମ ସୁବିଧା, ବେତନ ପ୍ୟାକେଜ୍ ଏବଂ ଚାକିରି ସୁରକ୍ଷା ନୁହେଁ ବରଂ ଏଥିରେ ଚୟନ ପ୍ରକ୍ରିୟା ସମସ୍ତଙ୍କ ପାଇଁ ଉନ୍ମୁକ୍ତ ଏବଂ ଯୋଗ୍ୟତା ଭିତ୍ତିକ ଅଟେ।

ଡଃ ଜିତେନ୍ଦ୍ର ସିଂହ କହିଛନ୍ତି, “ମୁଁ ଆପଣ ମାନଙ୍କୁ ଏହା ଜଣାଇ ବହୁତ ଖୁସି ଯେ କେନ୍ଦ୍ର ସରକାର ଏହା ଅଧୀନରେ ଥିବା ସମସ୍ତ ଖାଲି ପଦବୀକୁ ମିଶନ ମୋଡରେ ପୂରଣ କରିବା ପାଇଁ ପଦକ୍ଷେପ ନେଇଛନ୍ତି ଏବଂ ଆଶା କରୁଛନ୍ତି ଯେ ରାଜ୍ୟ ସରକାର ମଧ୍ୟ ସମାନ ଢଙ୍ଗରେ କାର୍ଯ୍ୟ କରିବେ। ସରକାରୀ ଚାକିରି ପାଇବା ପ୍ରତ୍ୟେକ ଆଶାୟୀଙ୍କ ପାଇଁ ଏକ ସ୍ୱପ୍ନ ହୋଇ ରହିଥିବାବେଳେ, ସଚ୍ଚୋଟତା ଏବଂ ସମର୍ପଣ ଭାବନା ସହିତ କାର୍ଯ୍ୟ କରିବା ଏବଂ ଜନସାଧାରଣଙ୍କ ଆଶା ପୂରଣ କରିବା ଦିଗଟି ବିଶେଷ ମହତ୍ତ୍ୱ ହାସଲ କରେ, ବିଶେଷ କରି ଆଜିର ପରିସ୍ଥିତିରେ ଏହା ସମାନ ଗୁରୁତ୍ୱ ରଖେ।

ଏହି ଆଲୋଚନାଭିତ୍ତିକ ବୈଠକକୁ ନିୟମିତ କାର୍ଯ୍ୟକ୍ରମ କରିବା ପାଇଁ ଉଦ୍ୟମ ନିମନ୍ତେ ଡକ୍ଟର ଜିତେନ୍ଦ୍ର ସିଂହ ଡିଓପିଟିର ସଚିବ ଏବଂ ତାଙ୍କ ଦଳକୁ ଅଭିନନ୍ଦନ ଜଣାଇବା ସହ ଡିଓପିଟି ଦ୍ୱାରା ରାଜ୍ୟ ସରକାରଙ୍କ ପ୍ରତିନିଧି ମାନଙ୍କ ସହ ସେ ଜାରି ରହିଥିବା ଯୋଗାଯୋଗକୁ ସମର୍ଥନ କରିବେ ବୋଲି କହିଛନ୍ତି।

ଆଇଏଏସ୍ ଅଧିକାରୀ କେନ୍ଦ୍ରୀୟ ଡେପୁଟେସନ ଡଃ ଜିତେନ୍ଦ୍ର ସିଂହ
Share. Facebook Twitter LinkedIn Email WhatsApp Copy Link

Related Posts

ବର୍ଷା ସାଜିବ ଖଳନାୟକ!: ଭାରତର WTC ଫାଇନାଲ୍ ପାଇଁ ଏହା କେତେ ଗୁରୁତ୍ୱପୂର୍ଣ୍ଣ?

August 27, 2026

ନୂତନ ଏଲପିଜି ସଂଯୋଗ ଉପରେ ଆଉ କେତେ ଦିନ ପ୍ରତିବନ୍ଧକ?: ଜାଣନ୍ତୁ

August 27, 2026

ପର୍ଯ୍ୟାପ୍ତ ପିଆଜ ଉପଲବ୍ଧତା ଏବଂ ଋତୁକାଳୀନ ଦରବୃଦ୍ଧି ନିୟନ୍ତ୍ରଣ ଲାଗି ସରକାରଙ୍କ ସକ୍ରିୟ ପଦକ୍ଷେପ

August 27, 2026

ନେପାଳରେ ଆକସ୍ମିକ ବନ୍ୟା ପରିସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 27, 2026
Latest News

ରାଖୀ ବାନ୍ଧିବାକୁ ଅପେକ୍ଷା କରିଥିଲା ଭଉଣୀ, ବାଟରେ ଭାଇଙ୍କୁ ଚଢ଼ିଗଲା ଟ୍ରାକ୍ଟର

August 27, 2026

ବର୍ଷା ସାଜିବ ଖଳନାୟକ!: ଭାରତର WTC ଫାଇନାଲ୍ ପାଇଁ ଏହା କେତେ ଗୁରୁତ୍ୱପୂର୍ଣ୍ଣ?

August 27, 2026

ନୂତନ ଏଲପିଜି ସଂଯୋଗ ଉପରେ ଆଉ କେତେ ଦିନ ପ୍ରତିବନ୍ଧକ?: ଜାଣନ୍ତୁ

August 27, 2026

ବରଫ ତଳେ ବିପଦର ବିସ୍ଫୋରଣ: GLOF ନେଇ ବଢୁଛି ଚିନ୍ତା

August 27, 2026

ଆଜି ‘ଖେଲୋ ଇଣ୍ଡିଆ ଡାଏଲଗ୍’ରେ ଯୁବବର୍ଗଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.