Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏକକ ନାଗରିକ ସଂହିତାର କାର୍ଯ୍ୟକାରିତାରେ ବିଳମ୍ବ ହେଲେ ଆମ ମୂଲ୍ୟବୋଧ କ୍ଷତିଗ୍ରସ୍ତ ହେବ: ଉପରାଷ୍ଟ୍ରପତି
ବିଶେଷ ଖବର

ଏକକ ନାଗରିକ ସଂହିତାର କାର୍ଯ୍ୟକାରିତାରେ ବିଳମ୍ବ ହେଲେ ଆମ ମୂଲ୍ୟବୋଧ କ୍ଷତିଗ୍ରସ୍ତ ହେବ: ଉପରାଷ୍ଟ୍ରପତି

July 5, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ଏକକ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍‌ (ୟୁସିସି) ଭାରତ ଓ ତାହାର ଜାତୀୟତାବାଦକୁ ଅଧିକ ସୁଦୃଢ କରି ଏକତା ସୂତ୍ରରେ ବାନ୍ଧିବ। ୟୁସିସି ଲାଗୁ କରିବାରେ ଅଧିକ ବିଳମ୍ବ ହେଲେ ଏହା ଆମ ମୂଲ୍ୟବୋଧକୁ କ୍ଷତିଗ୍ରସ୍ତ କରିବ। ଆଜି ଆସାମର ଗୁଆହାଟୀ ଆଇଆଇଟିର ୨୫ତମ ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେଇ ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ କହିଛନ୍ତି ଯେ ଦେଶ ଶାସନରେ ରାଷ୍ଟ୍ରଶାସନ ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ( ଡିପିଏସ୍‌ପି)ର ମୌଳିକ ଭୂମିକା ରହିଛି। ତଦନୁସାରେ ଆଇନ/ନିୟମ ପ୍ରଣୟନ କରିବା ରାଷ୍ଟ୍ରର କର୍ତ୍ତବ୍ୟ। ଏହି ଡିପିଏସ୍‌ପି ଅଧୀନରେ ପଞ୍ଚାୟତ, ସମବାୟ, ଶିକ୍ଷାଧିକାର ଭଳି କେତେକ ନୀତି  ଆଇନର ରୂପ ନେଇଛି। ତେଣୁ ଏବେ ସମ୍ବିଧାନର ଧାରା-୪୪ର କାର୍ଯ୍ୟକାରିତା ପାଇଁ ବର୍ତ୍ତମାନ  ସମୟ ଆସିଯାଇଛି।

ଭାରତର ଭାବମୂର୍ତ୍ତିକୁ କ୍ଷୂଣ୍ଣ କରିବା ଭଳି ଅପଚେଷ୍ଟା ଓ ବାରମ୍ବାର ଦେଶ ବିରୋଧୀ କାହାଣୀର ଅବତାରଣାକୁ ସେ ନିନ୍ଦା କରିବା ସହ ଏଭଳି କାର୍ଯ୍ୟରେ ଲିପ୍ତ ତତଙ୍କୁ ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି ଯେ ଏବେ ଭାରତ  ବିରୋଧୀ କାହାଣୀ କହୁଥିବା ତତ୍ୱମାନଙ୍କୁ ଠିକଣା ଜବାବ ଦେବାର ସମୟ ଆସିଛି।

ଉପରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ,’ ଆମ ଦେଶର ସାର୍ବଭୌମତ୍ୱ ଓ ପ୍ରତିଷ୍ଠାକୁ ଦୁର୍ବଳ କରିବା ପାଇଁ କୌଣସି ବିଦେଶୀ ଶକ୍ତିକୁ ସୁଯୋଗ ଦିଆଯିବ ନାହିଁ। ସେ ଭାରତର ଗଣତନ୍ତ୍ରକୁ ପ୍ରାଚୀନତମ, ବୃହତ୍ତମ, ସବୁଠୁ ସଫଳ ଓ ଜୀବନ୍ତ ଗଣତନ୍ତ୍ର ଭାବେ ବର୍ଣ୍ଣନା କରି ଏହା ବୈଶ୍ୱିକ ଶାନ୍ତି ଓ ସଦ୍‌ଭାବନାକୁ ସୁଦୃଢ କରୁଛି ବୋଲି କହିଛନ୍ତି। ଆମର ସାମ୍ବିଧାନିକ ପ୍ରତିଷ୍ଠାନ ସମୂହ ଉତ୍କୃଷ୍ଟ ତଥା ତଥା ପ୍ରସ୍ଫୁଟିତ ଗଣତନ୍ତ୍ରକୁ ଆଘାତ କରିବା ଭଳି କୌଣସି କାମକୁ ଆମେ ବରଦାସ୍ତ କରିିବୁ ନାହିଁ।”

ସେ ଏହା କହିଛନ୍ତି ଯେ ଏବେ ଦେଶରେ ଦୁର୍ନୀତିକୁ ପ୍ରଶୟ ଦିଆଯାଉନାହିଁ। ଦୁର୍ନୀତିଗସ୍ତଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ସରକାର ଅବଲମ୍ବନ କରୁଛନ୍ତି। ଏବେ ଦୁର୍ନୀତିମୁକ୍ତ ଭାରତ ଗଠନ ପାଇଁ ସମସ୍ତେ ଆଗେଇ ଆସିବା ସହିତ ଦୁର୍ନୀତିମୁକ୍ତ ସମାଜଗଠନ ପାଇଁ କାମ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି। ସେ କହିଛନ୍ତି ଯେ “ଦୁର୍ନୀତି ଗଣତନ୍ତ୍ର ବିରୋଧୀ। ଏହା କୁଶାସନ ଏବଂ ଆମ ଅଭିବୃଦ୍ଧିର ପରିପନ୍ଥୀ। ଏକ ଦୁର୍ନୀତି ମୁକ୍ତ ସମାଜ ଅଭିବୃଦ୍ଧିର ନିରାପଦ ପଥ।” କିଛି ଲୋକ ଦୁର୍ନୀତି ଅଭିଯୋଗରେ ଧରାପଡିବା ପରେ ଆଇନଗତ ପ୍ରତିକାର ନ କରି ରାସ୍ତାକୁ ଓହ୍ଳାଇ ଯେଉଁ ବିକ୍ଷୋଭ ଓ ପ୍ରତିବାଦ କରୁଛନ୍ତି ଉପରାଷ୍ଟ୍ରପତି ତାହାକୁ ନାପସନ୍ଦ କରିଛନ୍ତି।

ଭାରତୀୟ ହେବାର ଗୌରବ ଅନୁଭବ କରିବା ସହିତ ଛାତ୍ରଛାତ୍ରୀମାନେ ଏହାର ଐତିହାସିକ ଉପଲବ୍ଧିକୁ ନେଇ ଗର୍ବ କରିବାକୁ ଉପରାଷ୍ଟ୍ରପତି କହିଛନ୍ତି। ଛାତ୍ର ସମାଜ ମାନେ ଅର୍ଥନୀତିକୁ ଜାତୀୟତାବାଦ ଓ ଦେଶ ପ୍ରତି ଅଙ୍ଗୀକୃତ ହେବା ସହିତ ରାଷ୍ଟ୍ର ଓ ଜାତୀୟତାକୁ ନ୍ୟୁନ କରି ବ୍ୟକ୍ତିଗତ ଆର୍ଥିକ ଲାଭରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ବାବା ସାହେବ ଆମ୍ବେଦକରଙ୍କ ବାଣୀ ଉଦ୍ଧାର କରି ସେ ବିଦ୍ୟାର୍ଥୀମାନଙ୍କୁ କହିଛନ୍ତି ଯେ “ତୁମେମାନେ ପ୍ରଥମେ ଓ ଶେଷରେ ମଧ୍ୟ ଭାରତୀୟ ହିଁ ହେବା ଉଚିତ। ଭାରତୀୟ ହେବା ଛଡା ଅନ୍ୟ ଗତି ନାହିଁ।”

ସମାବର୍ତ୍ତନ ଭାଷଣରେ ଉପରାଷ୍ଟ୍ରପତି ଶ୍ରୀ ଧନକର ଆହୁରି କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ସହନଶୀଳ ହେବା ଆବଶ୍ୟକ। ସେମାନେ ଅନ୍ୟମାନଙ୍କର ଦୃଷ୍ଟିକୋଣକୁ ଅଧିକ ବିଚାର କରି ଦେଖିବା ଉଚିିତ। ଅନେକ ସମୟରେ ଅନ୍ୟମାନଙ୍କ ଦୃଷ୍ଟିକୋଣ ହିଁ ନିର୍ଭୁଲ ହୋଇଥାଏ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ଉପରାଷ୍ଟ୍ରପତି ଶ୍ରୀ ଧନକର ଡକ୍ଟର ସୁଦେଶ ଧନକରଙ୍କୁ ସହିତ ଗୁଆହାଟୀର ପ୍ରଖ୍ୟାତ କାମାଖ୍ୟା ମନ୍ଦିରକୁ ଯାଇ ମା’ କାମାଖ୍ୟା ଦେବୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ପରେ ସେ ଆଇଆଇଟି ଗୁଆହାଟିର ଛାତ୍ରଛାତ୍ରୀମାନଙ୍କ ସହ କଥାବାର୍ତ୍ତା କରିଥିଲେ।

ଆସାମର ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆ, ଆସାମର ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱଶର୍ମା, ଗୁଆହାଟି ଆଇଆଇଟିର ପରିଚାଳନା ମଣ୍ଡଳର ସଦସ୍ୟଗଣ, ଏହି ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଟର ରାଜୀବ ମୋଦୀ, ବରିଷ୍ଠ ପ୍ରଫେସର ପରମେଶ୍ୱର ଆୟାର ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଉପରାଷ୍ଟ୍ରପତି ଜଗଦୀପ ଧନଖଡ ୟୁନିଫର୍ମ ସିଭିଲ କୋଡ୍‌ ୟୁସିସି
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026

କେନ୍ଦ୍ର ବଜେଟ 2026-27: ପୂର୍ବ ବର୍ଷ ତୁଳନାରେ ଓଡ଼ିଶା ପାଇଁ ଅନୁଦାନ ବଢିଛି ନା କମିଛି?, ଜାଣନ୍ତୁ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.