Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚଳିତ ସପ୍ତାହରେ ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୩ର ଶୁଭାରମ୍ଭ କରାଯିବ: କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ
ବିଶେଷ ଖବର

ଚଳିତ ସପ୍ତାହରେ ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୩ର ଶୁଭାରମ୍ଭ କରାଯିବ: କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ

July 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୩ର ଶୁଭାରମ୍ଭ କରାଯିବ। ଏହି ଅଭିଯାନର ସଫଳତା ସହିତ ଚନ୍ଦ୍ର ପୃଷ୍ଠରେ ମହାକାଶଯାନ ଅବତରଣ କରାଇବାରେ ଭାରତ ହେବ ବିଶ୍ୱର ଚତୁର୍ଥ ରାଷ୍ଟ୍ର।

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏକ ସମାଚାର ସରବରାହ ସଂସ୍ଥାକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି। ଡକ୍ଟର ସିଂ କହିଛନ୍ତି ଯେ, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଅବସରରେ ମହାକାଶ କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହୋଇଛି। ପୂର୍ବରୁ ଯେଉଁ ଦେଶରେ ଭାରତର ବହୁ ପୂର୍ବରୁ ମହାକାଶ ଅଭିଯାନ ଆରମ୍ଭ କରିଥିଲେ, ଆଜି ସେମାନେ ଭାରତକୁ ଏକ ସହଯୋଗୀ ଭାବେ ଦେଖୁଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ ମହାକାଶ କ୍ଷେତ୍ରରେ ଏତେ ବ୍ୟାପକ ପ୍ରଗତି ପରେ ଭାରତ ଚନ୍ଦ୍ରପୃଷ୍ଠ ଦିଗରେ ଅଭିଯାନ ଆରମ୍ଭ କରିବା ଲାଗି ଆଉ ଅଧିକ ଦିନ ଅପେକ୍ଷା କରିପାରିବ ନାହିଁ କିମ୍ବା ଅନ୍ୟମାନଙ୍କ ଠାରୁ ପଛରେ ରହିବ ନାହିଁ।

ଚନ୍ଦ୍ରଯାନ-୩ ହେଉଛି ଚନ୍ଦ୍ରଯାନ-୨ର ପରବର୍ତ୍ତୀ ଅଭିଯାନ ଏବଂ ଚନ୍ଦ୍ର ପୃଷ୍ଠରେ ମହାକାଶଯାନର ସଫଳ ଅବତରଣ ଏହାର ଲକ୍ଷ୍ୟ। ଚନ୍ଦ୍ରଯାନ-୩ ଅଭିଯାନ ପାଇଁ ଆବଶ୍ୟକ ପ୍ରାକ୍ ଶେଷ ହୋଇଛି। ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ସଫଳତା ପୂର୍ବକ ଅବତରଣ କରିବା ପରେ ସେଥିରୁ ୬ଟି ଚକ ଲାଗିଥିବା ରୋଭର୍‌ ବା ଚନ୍ଦ୍ର ପୃଷ୍ଠରେ ଘୂରି ବୁଲିବାକୁ ଥିବା ଯାନ ବାହାରକୁ ଆସିବ। ଏହି ରୋଭର ୧୪ ଦିନ ଧରି ଚନ୍ଦ୍ର ପୃଷ୍ଠରେ କାମ କରିବ ବୋଲି ଆଶା କରାଯାଉଛି। ରୋଭରରେ ଏକାଧିକ କ୍ୟାମେରା ଲଗାଯାଇଛି ଯାହାକି ଚନ୍ଦ୍ର ପୃଷ୍ଠର ଫଟୋ ପୃଥିବୀକୁ ପଠାଇବ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେ ମହାକାକାଶ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଅନୁକୂଳ ପରିବେଶ ଯୋଗାଇ ଦେବା ସହିତ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଇଥିଲେ। ଏହାର ଉଦାହରଣ ଦେଇ ସେ କହିଥିଲେ ଯେ ମହାକାଶ କ୍ଷେତ୍ରକୁ ସରକାରୀ ଘରୋଇ ଭାଗିଦାରୀ (ପିପିପି) ପାଇଁ ଖୋଲାଯିବା ଫଳରେ ଭାରତ ଯଥେଷ୍ଟ ଅଗ୍ରଗତି କରିଛି। ଏହି କ୍ଷେତ୍ରରେ ଭାରତର ଅର୍ଥବ୍ୟବସ୍ଥା ୧ ଟ୍ରିଲିୟନ ଡଲାରରେ ପହଞ୍ଚିଛି।

ଚନ୍ଦ୍ରଯାନ -୩ ଅଭିଯାନ ସମ୍ପର୍କରେ ଅଧିକ ସୂଚନା ଦେଇ ଡକ୍ଟର ଜିତେନ୍ଦ୍ର ସିଂ କହିଥିଲେ, ଏହି ମିଶନର ତିନୋଟି ଉଦ୍ଦେଶ୍ୟ ରହିଛି – ୧) ଚନ୍ଦ୍ର ପୃଷ୍ଠରେ ମହାକାଶଯାନର ସୁରକ୍ଷିତ ଓ ମୃଦୁ ଅବତରଣ, ୨) ଚନ୍ଦ୍ର ପୃଷ୍ଠରେ ରୋଭର ବୁଲିବାକୁ ପ୍ରଦର୍ଶିତ କରିବା ଏବଂ ୩)ବୈଜ୍ଞାନିକ ଅନ୍ୱେଷଣ କରିବା।

କେନ୍ଦ୍ର ମନ୍ତ୍ରୀ ଏହି ଅବସରରେ ସ୍ମରଣ କରାଇ ଦେଇ କହିଥିଲେ ଯେ, ଚନ୍ଦ୍ରଯାନ ୧ ଅଭିଯାନ ଚନ୍ଦ୍ରପୃଷ୍ଠରେ ଜଳର ଉପସ୍ଥିତିକୁ ଆବିଷ୍କାର କରିଥିଲା ଏବଂ ଦୁନିଆ ପାଇଁ ଏହା ଏକ ନୂଆ ତଥ୍ୟ ଥିଲା। ଆମେରିକୀୟ ମହାକାଶ ସଂସ୍ଥା ନାସା ମଧ୍ୟ ଭାରତୀୟ ମହାକାଶ ସଂସ୍ଥା ଇସ୍ରୋର ଏହି ସଫଳତାକୁ ପ୍ରଶଂସା କରିଥିଲା। ଚନ୍ଦ୍ରଯାନ-୩ରେ ଇସ୍ରୋ ଦ୍ୱାରା ବିକଶିତ ଉତକ୍ଷେପଣ ଯାନକୁ ବ୍ୟବହାର କରାଯିବ।

ସେ ଆହୁରି କହିଛନ୍ତି, ଚନ୍ଦ୍ରଯାନ-୩ର ଉଦକ୍ଷେପଣକୁ ନେଇ ଦେଶରେ ବ୍ୟାପକ ଉତ୍ସାହ ଦେଖିବାକୁ ମିଳିଛି। ଅବତରଣ ଯାନର ଦୃଢ଼ତା ବଢ଼ାଇବା ଲାଗି ଚନ୍ଦ୍ରଯାନ-୨ର ପରବର୍ତ୍ତୀ ପିଢ଼ି ଚନ୍ଦ୍ରଯାନ-୩ରେ କେତେକ ପରିବର୍ତ୍ତନ କରାଯାଇଛି। ବିଭିନ୍ନ ସ୍ତରର ପରୀକ୍ଷା ପରେ ଏସବୁ ପରିବର୍ତ୍ତନକୁ ଗ୍ରହଣ କରାଯାଇଛି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବା ଅବତରଣ ଯାନ ଏବଂ ରୋଭର ବା ପୃଷ୍ଠରେ ଭ୍ରମଣ କରିବାକୁ ଥିବା ଯାନକୁ ଏପରି ପେଲୋଡ୍‌ ସହିତ ପ୍ରସ୍ତୁତ କରାଯାଇଛି ଯାହାକି ଚନ୍ଦ୍ରପୃଷ୍ଠର ମୃତ୍ତିକା ଏବଂ ମାଟିର ବିଭିନ୍ନ ଉପାଦାନ ଉପରେ ବୈଜ୍ଞାନିକ ସମୁଦାୟକୁ ସୂଚନା ଦେବା ସହିତ ଏହାର ରାସାୟନିକ ଏବଂ ଉପାଦାନ ମିଶ୍ରଣ ସମ୍ପର୍କରେ ତଥ୍ୟ ପ୍ରଦାନ କରିବ।

ଚନ୍ଦ୍ରଯାନ-୩ ଡକ୍ଟର ଜିତେନ୍ଦ୍ର ସିଂ ଶ୍ରୀହରିକୋଟା
Share. Facebook Twitter LinkedIn Email WhatsApp Copy Link

Related Posts

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026
Latest News

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.