Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଜିତଙ୍କୁ ଛାଡି ଶରଦ ପାୱାରଙ୍କ ହାତ ଧରିଲେ ଏହି ଏମଏଲଏ, ୫ ଦିନରେ ପକ୍ଷ ବଦଳାଇଲେ ଏତେ ବିଧାୟକ
ବିଶେଷ ଖବର

ଅଜିତଙ୍କୁ ଛାଡି ଶରଦ ପାୱାରଙ୍କ ହାତ ଧରିଲେ ଏହି ଏମଏଲଏ, ୫ ଦିନରେ ପକ୍ଷ ବଦଳାଇଲେ ଏତେ ବିଧାୟକ

July 10, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିରେ ଚାଲିଥିବା ଅସ୍ଥିରତା ବନ୍ଦ ହେବାର ନାମ ନେଉନାହିଁ। ଅଜିତ ପାୱାର ଏବଂ ଶରଦ ପାୱାର ଦଳରେ ବିଧାୟକଙ୍କ ଆସିବା ଯିବା ଲାଗିରହିଛି। ବର୍ତ୍ତମାନ ଆଉ ଜଣେ ବିଧାୟକ ଅଜିତ ପାୱାରଙ୍କ ଦଳରୁ ସିନିୟର ପାୱାରଙ୍କ ଦଳକୁ ଫେରିଛନ୍ତି। ମରକନ୍ଦ ଯାଦବ ପାଟିଲ ହେଉଛନ୍ତି ତୃତୀୟ ବିଧାୟକ ଯିଏକି ଏକ ସପ୍ତାହ ମଧ୍ୟରେ ଅଜିତ ପାୱାରଙ୍କ ଦଳ ଛାଡିଛନ୍ତି। ତାଙ୍କ ପୂର୍ବରୁ ପୁତୁରା ଦଳ ଛାଡି ଦଦାଙ୍କ କ୍ୟାମ୍ପକୁ ରାମରାଜେ ନାୟକ-ନିମ୍ବଲକର ଏବଂ ଦୀପକ ଚହ୍ଵାନ ଫେରିଛନ୍ତି।

ମରକନ୍ଦ ଯାଦବ ପାଟିଲ ମହାରାଷ୍ଟ୍ରର ସତରା ଜିଲ୍ଲାର ୱାଇ ବିଧାନସଭା ଆସନରୁ ବିଧାୟକ ଅଟନ୍ତି। ତାଙ୍କ ପଥ ଅନୁସରଣ କରି ଶତାଧିକ ମରକନ୍ଦଙ୍କ ସମର୍ଥକ ମଧ୍ୟ ଶରଦ କ୍ୟାମ୍ପକୁ ଫେରିଛନ୍ତି। ଯାଦବଙ୍କ ପୂର୍ବରୁ ରାମରାଜେ ନାୟକ-ନିମ୍ବଲକର ଏବଂ ଦୀପକ ଚହ୍ଵାନ ଶୁକ୍ରବାର ଦିନ ଶରଦ ପାୱାର ଗୋଷ୍ଠୀକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ।

ଅନ୍ୟପକ୍ଷରେ ଶରଦ ପାୱାର ଦଳର କିରଣ ଲାମହାଟେ ଅଜିତଙ୍କ କ୍ୟାମ୍ପକୁ ଆସିଛନ୍ତି। କିରଣ ତୃତୀୟ ଥର ପାଇଁ ପ୍ରତ୍ୟାବର୍ତ୍ତନ କରି ଅଜିତଙ୍କ ଦଳରେ ଯୋଗ ଦେଇଛନ୍ତି। ପ୍ରଥମେ ପୁତୁରାଙ୍କ ଗୋଷ୍ଠୀରେ ଯୋଗ ଦେଇଥିଲେ, ଦୁଇ ଦିନ ପରେ ଦାଦାଙ୍କ ପାର୍ଶ୍ୱରେ ଯୋଗ ଦେଇଥିଲେ ଏବଂ ପରେ ପୁତୁରାଙ୍କ ନିକଟକୁ ଫେରିଆସିଲେ। ଜୁଲାଇ ୨ ତାରିଖରେ ଅଜିତଙ୍କ ଶପଥ ଗ୍ରହଣ ପରେ ଶରଦଙ୍କ ଦଳକୁ କିରଣ ଯାଇଥିଲେ। ବର୍ତ୍ତମାନ ଅଜିତଙ୍କ କ୍ୟାମ୍ପକୁ ଫେରିଛନ୍ତି। ଅଜିତଙ୍କ ଶପଥ ଗ୍ରହଣ ସମୟରେ ସେ ସେଠାରେ ଉପସ୍ଥିତ ଥିଲେ।

ଅଜିତ ପାୱାର ରାଷ୍ଟ୍ରବାଦୀ କଂଗ୍ରେସ ଶରଦ ପାୱାର
Share. Facebook Twitter LinkedIn Email WhatsApp Copy Link

Related Posts

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ମହାପ୍ରଭୁଙ୍କ ଦର୍ଶନ କରିବେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତ

February 13, 2026

ଟି-୨୦ ବିଶ୍ଵକପର ବଡ ବିପର୍ଯ୍ୟୟ: ଜିମ୍ବାୱେ ଠାରୁ ଅଷ୍ଟ୍ରେଲିଆ ପରାସ୍ତ

February 13, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

February 13, 2026
Latest News

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026

ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.