Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଜିତଙ୍କୁ ଛାଡି ଶରଦ ପାୱାରଙ୍କ ହାତ ଧରିଲେ ଏହି ଏମଏଲଏ, ୫ ଦିନରେ ପକ୍ଷ ବଦଳାଇଲେ ଏତେ ବିଧାୟକ
ବିଶେଷ ଖବର

ଅଜିତଙ୍କୁ ଛାଡି ଶରଦ ପାୱାରଙ୍କ ହାତ ଧରିଲେ ଏହି ଏମଏଲଏ, ୫ ଦିନରେ ପକ୍ଷ ବଦଳାଇଲେ ଏତେ ବିଧାୟକ

July 10, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିରେ ଚାଲିଥିବା ଅସ୍ଥିରତା ବନ୍ଦ ହେବାର ନାମ ନେଉନାହିଁ। ଅଜିତ ପାୱାର ଏବଂ ଶରଦ ପାୱାର ଦଳରେ ବିଧାୟକଙ୍କ ଆସିବା ଯିବା ଲାଗିରହିଛି। ବର୍ତ୍ତମାନ ଆଉ ଜଣେ ବିଧାୟକ ଅଜିତ ପାୱାରଙ୍କ ଦଳରୁ ସିନିୟର ପାୱାରଙ୍କ ଦଳକୁ ଫେରିଛନ୍ତି। ମରକନ୍ଦ ଯାଦବ ପାଟିଲ ହେଉଛନ୍ତି ତୃତୀୟ ବିଧାୟକ ଯିଏକି ଏକ ସପ୍ତାହ ମଧ୍ୟରେ ଅଜିତ ପାୱାରଙ୍କ ଦଳ ଛାଡିଛନ୍ତି। ତାଙ୍କ ପୂର୍ବରୁ ପୁତୁରା ଦଳ ଛାଡି ଦଦାଙ୍କ କ୍ୟାମ୍ପକୁ ରାମରାଜେ ନାୟକ-ନିମ୍ବଲକର ଏବଂ ଦୀପକ ଚହ୍ଵାନ ଫେରିଛନ୍ତି।

ମରକନ୍ଦ ଯାଦବ ପାଟିଲ ମହାରାଷ୍ଟ୍ରର ସତରା ଜିଲ୍ଲାର ୱାଇ ବିଧାନସଭା ଆସନରୁ ବିଧାୟକ ଅଟନ୍ତି। ତାଙ୍କ ପଥ ଅନୁସରଣ କରି ଶତାଧିକ ମରକନ୍ଦଙ୍କ ସମର୍ଥକ ମଧ୍ୟ ଶରଦ କ୍ୟାମ୍ପକୁ ଫେରିଛନ୍ତି। ଯାଦବଙ୍କ ପୂର୍ବରୁ ରାମରାଜେ ନାୟକ-ନିମ୍ବଲକର ଏବଂ ଦୀପକ ଚହ୍ଵାନ ଶୁକ୍ରବାର ଦିନ ଶରଦ ପାୱାର ଗୋଷ୍ଠୀକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ।

ଅନ୍ୟପକ୍ଷରେ ଶରଦ ପାୱାର ଦଳର କିରଣ ଲାମହାଟେ ଅଜିତଙ୍କ କ୍ୟାମ୍ପକୁ ଆସିଛନ୍ତି। କିରଣ ତୃତୀୟ ଥର ପାଇଁ ପ୍ରତ୍ୟାବର୍ତ୍ତନ କରି ଅଜିତଙ୍କ ଦଳରେ ଯୋଗ ଦେଇଛନ୍ତି। ପ୍ରଥମେ ପୁତୁରାଙ୍କ ଗୋଷ୍ଠୀରେ ଯୋଗ ଦେଇଥିଲେ, ଦୁଇ ଦିନ ପରେ ଦାଦାଙ୍କ ପାର୍ଶ୍ୱରେ ଯୋଗ ଦେଇଥିଲେ ଏବଂ ପରେ ପୁତୁରାଙ୍କ ନିକଟକୁ ଫେରିଆସିଲେ। ଜୁଲାଇ ୨ ତାରିଖରେ ଅଜିତଙ୍କ ଶପଥ ଗ୍ରହଣ ପରେ ଶରଦଙ୍କ ଦଳକୁ କିରଣ ଯାଇଥିଲେ। ବର୍ତ୍ତମାନ ଅଜିତଙ୍କ କ୍ୟାମ୍ପକୁ ଫେରିଛନ୍ତି। ଅଜିତଙ୍କ ଶପଥ ଗ୍ରହଣ ସମୟରେ ସେ ସେଠାରେ ଉପସ୍ଥିତ ଥିଲେ।

ଅଜିତ ପାୱାର ରାଷ୍ଟ୍ରବାଦୀ କଂଗ୍ରେସ ଶରଦ ପାୱାର
Share. Facebook Twitter LinkedIn Email WhatsApp Copy Link

Related Posts

୧୯୫୪ କୋଟି ମୂଲ୍ୟର ପ୍ରକଳ୍ପ ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

November 15, 2025

ଜନଜାତୀୟ ଗୌରବ ଦିବସ: ଭାରତର ଜନଜାତି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନ

November 15, 2025

କିଏ ସେହି ଦେବଯାନୀ ରାଣା? ଯିଏ କି ଉପନିର୍ବାଚନରେ ବିଧାୟିକା ଭାବେ ବିଜୟ ଲାଭ କରିଛନ୍ତି

November 15, 2025

ଆଠଟି ରାଜ୍ୟର ଉପନିର୍ବାଚନ ଫଳାଫଳ ପ୍ରକାଶ: ଜାଣନ୍ତୁ କେଉଁଠି କିଏ ଜିତିଲା?

November 15, 2025
Latest News

ପୁଷ୍ଟିହୀନତା ଭଳି ଗୁରୁତର ସମସ୍ୟାର ନିରାକରଣ ଲାଗି ମିଲେଟ ଶସ୍ୟକୁ ବ୍ୟାପକ ପ୍ରୋତ୍ସାହନ

November 16, 2025

ଆଇଏଫଏଫଆଇ 2025ର ବିଶ୍ୱସ୍ତରୀୟ ପ୍ରସାର ଓ ସାଂସ୍କୃତିକ ପ୍ରଭାବ ଉପରେ ଆଲୋକପାତ

November 16, 2025

ଆଜିଠାରୁ ୩୦ ପର୍ଯ୍ୟନ୍ତ ପାଳନ ହେବ ସଡ଼କ ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ

November 16, 2025

ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ

November 16, 2025

ସିଆଇଏସଏଫର ୪୭ତମ ବ୍ୟାଚର ଦୀକ୍ଷାନ୍ତ ସମାରୋହ

November 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.