Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମଞ୍ଚ ଉପରୁ ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ କଲ କରି ସମସ୍ୟାର ସମାଧାନ କଲେ ପାଣ୍ଡିଆନ
ବିଶେଷ ଖବର

ମଞ୍ଚ ଉପରୁ ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ କଲ କରି ସମସ୍ୟାର ସମାଧାନ କଲେ ପାଣ୍ଡିଆନ

July 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Pandian
ମଞ୍ଚ ଉପରୁ ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ କଲ କରି ସମସ୍ୟା ସମାଧାନ କଲେ ପାଣ୍ଡିଆନ

ଭୁବନେଶ୍ବର: ଆଜି 5ଟି ସଚିବ ଅନୁଗୁଳ ଜିଲ୍ଲା ଗସ୍ତ କରି ସେଠାକାର ଲୋକଙ୍କ ସମସ୍ୟାକୁ ସମାଧାନ କରିବାରେ ଲାଗିଛନ୍ତି। ଏହି ଭିତରେ ଆସିଛି ଏକ ଭିନ୍ନ ଖବର। ତାହା ହେଲା ପାଣ୍ଡିଆନ ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ କଲ କରି ସିଧା ଲୋକଙ୍କ ସମସ୍ୟା ଦୂର କରିଛନ୍ତି। ତାହା ମାତ୍ର ଦୁଇ ମିନିଟ ଭିତରେ ସମସ୍ୟାର ସମାଧାନ ହୋଇପାରିଛି।

ପାଣ୍ଡିଆନ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ମଞ୍ଚ ଉପରେ ଲୋକେ ତାଙ୍କୁ ଏହି ସ୍ବାସ୍ଥ୍ୟକୁ ଆମ ହସପିଟାଲ ଯୋଜନାରେ ସାମିଲ କରିବା ପାଇଁ ଦାବୀ କରିଥିଲେ। ପାଣ୍ଡିଆନ ନିଜ ମୋବାଇଲରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଭିଡିଓ କଲ କରି ଲୋକଙ୍କ ଦାବୀକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରିଥିଲେ।

ମୁଖ୍ୟମନ୍ତ୍ରୀ ଏହି ଦାବୀ ଶୁଣିବା ପରେ ସେଠାରେ ସେ ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ ହସପିଟାଲରେ ସାମିଲ ହେଲା ବୋଲି ଘୋଷଣା କରିଥିଲେ। ଏହାପରେ ମଞ୍ଚ ନିକଟରେ ଥିବା ଜନସମାଗମ ତାଳିମାରି ଏହି ଘୋଷଣାକୁ ସ୍ବାଗତ କରିଥିଲେ। ଏଥିସହିତ ଭି କେ ପାଣ୍ଡିଆନଙ୍କୁ ମଧ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ।

ବିଭିନ୍ନ ସମୟରେ ବିରୋଧୀ ଯେପରି ପାଣ୍ଡିଆନ ଜିଲ୍ଲା ଗସ୍ତକୁ ନେଇ ବିରୋଧ କରିବାରେ ଲାଗଛନ୍ତି ଏହି ଲାଇଭ ଭିଡିଓ ସେମାନଙ୍କ ପାଇଁ ଏକ ବଡ ଧକ୍କା ହୋଇଛି। କାରଣ  ପ୍ରକୃତରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ପଠାଇଛନ୍ତି କି ନାହିଁ ତାହା ବିରୋଧୀଙ୍କ ସନ୍ଦେହ ଥିଲା। ବର୍ତ୍ତମାନ ଏହି ଭିଡିଓ ତାହାର ପ୍ରକୃଷ୍ଠ ପ୍ରମାଣ ଭାବେ ସେମାନଙ୍କୁ ମିଳିଯାଇଛି।

ପୂର୍ବରୁ ପାଣ୍ଡିଆନ ବରଗଡ ଗସ୍ତ ବେଳେ ସେ ମୁଖ୍ୟମନ୍ତ୍ରୀଙ୍କ ଏକ ଅଡିଓ ମଧ୍ୟ ଶୁଣାଇଥିଲେ। ତାହା ଥିଲା ଯେ, ଖୋଦ ମୁଖ୍ୟମନ୍ତ୍ରୀ ଅଡିଓ ମାଧ୍ୟମରେ କହିଥିଲେ ଯେ, ସେ ତାଙ୍କ ସଚିବ ପାଣ୍ଡିଆନ ବାବୁଙ୍କୁ ଆପଣଙ୍କ ଦୁଃଖ ବୁଝିବା ପାଇଁ ପଠାଇଛି। ସେ ଆପଣଙ୍କର ସମସ୍ୟା ସମାଧାନ କରିବା ପାଇଁ କହିଛି। ଏହି ଅଡିଓ ପରେ ବିରୋଧୀଙ୍କ ମୁହଁ ମଳିନ ପଡିଯାଇଥିଲା।

ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ବିରୋଧୀ ଯେତେ ପ୍ରକାରର ଚାପ ପ୍ରୟୋଗ କରି ରୋକିବା ପାଇଁ ଚେଷ୍ଠା କରୁଥିଲେ ମଧ୍ୟ ତାହା ହୋଇପାରୁ ନାହିଁ। ବରଂ ବିରୋଧୀଙ୍କ ବିରୋଧ ପରେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ତୀବ୍ର ହେବାରେ ଲାଗିଛି। ଲାଗୁଛି ସତେ ଯେପରି ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ କୌଣସି ଶକ୍ତି ରୋକି ପାରିବ ନାହିଁ।

ପାଣ୍ଡିଆନ ଭିକେ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026

ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ

April 29, 2026

ସେବାୟତ ବିବାଦ : ମହାପ୍ରଭୁ ଖେଳି ପାରିଲେନି ଚାପ

April 29, 2026
Latest News

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026

ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.