Categories
ଆଜିର ଖବର ରାଜ୍ୟ ଖବର

ରଣପୁରରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ: ଅର୍ଜୁନ ରାଉତଙ୍କୁ ସହିଦ ଘୋଷଣା ଦାବି

ରଣପୁର: ଆଜି ୫ ଟି ଅଧକ୍ଷ ଭିକେ ପାଣ୍ଡିଆନ ରଣପୁର ଆସି ସରକାରଙ୍କର ବିଭିନ୍ନ ଲୋକାଭିମୁଖ୍ୟ ଯୋଜନା ସର୍ମ୍ପକରେ ଉଦବୋଧନ ଦେଇଛନ୍ତି। ଆଜି ମଧ୍ୟହ୍ନରେ ବାଣପୁରରେ ଏକ ସାଧାରଣ ସଭାରେ ଉଦବୋଧନ ଦେବାପରେ ଏକ ହେଲିକ୍ଟରରେ ରଣପୁର ଆସି ପହଚିଂଥିଲେ। ପରେ ସେ ଜେଲ ପଡିଆଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ।

ଗତ ଜୁଲାଇ ୨୦ ରେ ସେ ରଣପୁର ଆସିଥିଲେ। ସେତେବଳେ ୩୫୦ ଟି ଅଭିଯୋଗ ସେ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ୩୦୦ ଟି ଫାଇସଲା ହୋଇଯାଇଛି ବୋଲି ସେ ମତ ଦେଇଥିଲେ। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୨୭ କୋଟି ୫୦ଲକ୍ଷ ଅନୁଦାନ କେବଳ ରଣପୁର ପାଇଁ ଯୋଗେଇ ଦେଇଥିବା କହିଛନ୍ତି। ସେହିପରି ରଣପୁର ମନ୍ଦିରର ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ଯୋଗାଇଛନ୍ତି ବୋଲି ସେ କହିଥିଲେ।

ରଣପୁର ଜଗନ୍ନାଥ ମନ୍ଦିର ପାଇଁ ୪କୋଟି ୬୦ ଲକ୍ଷ, ତଳ ଓ ଉପରମଣିନାଗ ପାଇଁ ୫ କୋଟି, ଶରଣକୂଳ ଲଡୁବାବା ମନ୍ଦିରର ପାଇଁ ୫ କୋଟି ,ରଣପୁର କଲେଜ ଓ ସୁନାଖଳା କଲେଜ ପାଇଁ କୋଟି ଟଙ୍କା ଲେକ୍ଷାଏଁ ଅନୁଦାନ ଯୋଗାଇ ଦେଇଛନ୍ତି। ଜୁଲାଇ ମାସ ରୁ ଆଜି ମଧ୍ୟରେ ରଣପୁର ନିର୍ବାଚନ ମଣ୍ଡଳିରେ ୮୦ କୋଟି ଟଙ୍କା ଦିଆଯାଇଛି ବୋଲି ସେ ମତ ଦେଇଥିଲେ ।ସେ ଆଜି ମଧ୍ୟ ଲୋକ ମାନଙ୍କ ଠାରୁ ମନ୍ଦିର ,ମସଜିଦ ଓ କମ୍ୟୁନିଟି ସେଟଂର ପାଇଁ ଅଭିଯୋଗ ଗ୍ରହଣ କରିଥିଲେ। ଯେଉଁ ି ସବୁ ଅଭିଯୋଗ ଆସୁଛି ତାହା ୧୦ ଦିନ ଭିତରେ ପୁରଣ କରାଯିବ ବୋଲି ସେ ମତ ଦେଇଥିଲେ।

ବିଜୁ ସ୍ୱାସ୍ଥ୍ୟା କଲ୍ୟାଣ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷପ ବୋଲି ସେ ମତ ଦେଇଥିଲେ।ଏହି ଯୋଜନାରେ ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା, ପୁରୁଷ ମାନଙ୍କ ପାଇଁ ୫ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମାରେ ଯୋଗାଇ ଦେଇଛନ୍ତି। କେହି ଲୋକ ଅସୁସ୍ଥ ହୋଇ ପଡିଲେ ବଡ ବଡ ମେଡିକାଲରେ ଚିକିତ୍ସା ହୋଇ ପାରିବେ। ଲୋକମାନେ ଧନି ଲୋକ ଭଳିଆ ବଡବଡ ମେଡିକାଲରେ ଯାଇ ଚିକିତ୍ସା ହୋଇ ପାରିବେ। ଅର୍ଥ ପାଇଁ କାହାର ଜୀବନ ଜୀବନ ନାହିଁ।

ପ୍ରତ୍ୟେକ ଗରିବର ଜୀବନ ଆମ ପାଇଁ ମୂଲ୍ୟ ବାନ। ଯେଉଁ ମାନେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇ ପାରିନାହାନ୍ତି ସେମାନେ ନବୀନ କାର୍ଡ ଯୋଗେଇ ଦିଆଯିବ ବୋଲି ସେ ମତ ଦେଇଥିଲେ। ଜାନୁଆରୀ ୬ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଲୋକମାନେ ଆବେଦନ କରିପାରିବେ। ପ୍ରତରକ ପଚଂୟତରେ ଲକ୍ଷ୍ମୀ ବସ ଯୋଜନାରେ ବସ ଚାଲିବ ଏଥିରେ ମହିଳା ଓ ଛାତ୍ରଛାତ୍ରୀ ୫ ଟଙ୍କାରେ ଜାତାୟତ କରିପାରିବେ। ଏହି ବସ ପଚାଂୟତ ରୁ ବ୍ଲକ ପର୍ଯ୍ୟନ୍ତ ଯିବ। ପ୍ରତି ପଚାଂୟତ ରେ ବ୍ୟାଙ୍କ ମଧ୍ୟ ଖୋଲାଯାଉଛି। ଆଗାମି ଦିନରେ ବାର୍ଦ୍ଧକ୍ଷ ,ଭିନ୍ନକ୍ଷମ ଓ କଳାକାରା ଭତା ବଢିବ ବୋଲି ସେ ମତ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲପାଳ ରବିନ୍ଦ୍ର କୁମାର ସାହୁ, ବିଜେଡି ସଂଗଠନିକ ସଂପାଦକ ବବିଦାସ,ନୟାଗଡ ବିଧାୟକ ଅରୁଣ ସାହୁ,ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୧୦ ହଜାର ଉର୍ଦ୍ଦ ପୁରୁଷ ଓ ମହିଳା ଯୋଗ ଦେଇଥିଲେ।

ଅର୍ଜୁନ ରାଉତଙ୍କୁ ସହିଦ ଘୋଷଣା ଦାବି କଲା ରଣପୁର ପ୍ରେସ କ୍ଲବ

ଆଜି ୫ ଟି ଅଧକ୍ଷ ରଣପୁର ଗ୍ରସ୍ତ ବେଳେ ରଣପୁର ପ୍ରେସ କ୍ଲବ ତରଫରୁ ୨ ଟି ଦାବି ପତ୍ର ଦିଆଯାଇଛି। ଦେଶ ସ୍ୱାଧିନତାରେ ରଣପୁର ର ଅବଦାନ ଅତୁଳନିଅ। ବେଜେଲଗ୍ରେଟ ଗୁଳିରେ ଅର୍ଜୁନ ରାଉତ ସହିଦ ହୋଇଥିଲେ। ପରେ ଉତେକ୍ତ ଲୋକ ବାଡେଇ ମାରିଦେଇଥିଲେ ପରେ ଏହି ଘଟଣାରେ ରଘୁଦିବାକର ଙ୍କୁ ଫାଇସି ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଅର୍ଜୁନ ରାତଉ କୁ ସହିଦ ଘୋଷଣା କରାଯାଇନଥିବାରୁ ପ୍ରେସକ୍ଲବ ସହିଦ ଦାବି କରିଛି। ସେହିପରି ରଣପୁର ଖିଲାମୁଣ୍ଡା ଏକ ଐାତିହାସି ପୀଠ ହୋଇଥିବା ବେଳେ ସରକାରଙ୍କର ଏଥିପ୍ରତି ଦୃଷ୍ଟି ପଡିନାହିଁ। ସେହିପରି ଅସୁରକୁମାରୀ ପୀଠ ରେ ପ୍ରତିଦିନ ଭିଡ ଜମୁଥିବା ବେଳେ ଏହି ପୀଠର ଏହି ପୀଟର ଉନ୍ନତି କରଣ ପାଇଁ ଓ ରଣପୁର କୁ ଏକ ସର୍ବଡିଭିଜନ କରେିବା ପାଇଁ ଦାବି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୋର ୫ଟାରେ ଶୀତ କାକରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ତଦାରଖ କଲେ ପାଣ୍ଡିଆନ

ଭୁବନେଶ୍ବର: ଆଜି ସକାଳେ ୫ଟି (ଟ୍ରାନ୍ସଫର୍ମେସନାଲ୍ ଇନିସିଏଟିଭ୍) ଏବଂ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଦାରଖ କରିଥିଲେ। ସେ ଭୋର  ୫.୦୦ ରୁ ୭ ଟା ମଧ୍ୟରେ ଏହି ପ୍ରକଳ୍ପର ତଦାରଖ କରିଥିଲେ।

ଶ୍ରୀ ପାଣ୍ଡିଆନ ତୀର୍ଥଯାତ୍ରୀଙ୍କ ଦର୍ଶନ କରିବା ପାଇଁ ଥିବା ବାରିକେଡ ତଥା କ୍ୟୁ ମ୍ୟାନେଜମେଣ୍ଟ ପାଇଁ ସୁବିଧା ଦେଖିଥିଲେ। ଏଥିସହିତ ଲ୍ୟାଣ୍ଡସ୍କେପ୍ କାର୍ଯ୍ୟ, ମଠ ପୁନରୁଦ୍ଧାର, କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ, ଦୁଇ ଚକିଆ ପାର୍କିଂ ଅଞ୍ଚଳରେ ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିଥିଲେ।

ଶ୍ରୀ ପାଣ୍ଡିଆନ୍ ଶ୍ରୀ ଦାଣ୍ଡ, ଶ୍ରୀ ଜଗନ୍ନାଥ ବଲ୍ଲଭ ବିହାର ଏବଂ ଶ୍ରୀ ସେତୁ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଉପରେ ଯାଞ୍ଚ କରିଥିଲେ। ପାର୍କିଂ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦେଇ ଅଗ୍ରଗତି ସମ୍ପର୍କରେ ଶ୍ରୀ ପାଣ୍ଡିଆନ୍ ଜିଲ୍ଲାପାଳ ତଥା ଏସପି ପୁରୀ, ଏମଡି ଓବିସିସିଙ୍କ ସହିତ ଆଲୋଚନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ, ବଢିଲା ଚର୍ଚ୍ଚା

ଭୁବନେଶ୍ବର: ଆଜି ଚିଲିକାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ରଘୁନାଥ ସାହୁ 5ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକୁ ନେଇ ବର୍ତ୍ତମାନ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି। କାରଣ ଚିଲିକାରେ କିଏ ବିଜେଡି ଟିକେଟ ପାଇବ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଏହିପରି ସ୍ଥିତିରେ ରଘୁନାଥଙ୍କ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରିବା ନେଇ ସାଧାରଣରେ ଆଲୋଚନା ଚାଲିଛି।

ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବର୍ତ୍ତମାନ ସୁଦ୍ଧା ବିଜେଡି ଦଳକୁ ଫେରାଇ ନେଇ ନାହିଁ। ଅନ୍ୟପକ୍ଷରେ ପ୍ରଶାନ୍ତ ବିଜେପିରେ ଯୋଗ ଦେବେ ବୋଲି ବିଜେଡି ତରଫରୁ କୁହାଯାଉଛି। ଫଳରେ ସେ ପୁଣି ଆଉ ବିଜେଡିକୁ ଫେରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏପରି କ୍ଷେତ୍ରରେ ଚିଲିକାରୁ ରଘୁନାଥ ନା ପ୍ରଶାନ୍ତ କାହାକୁ ବିଜେଡି ଟିକେଟ ମିଳିବ ତାହା ସ୍ପଷ୍ଟ ହୋଇପାରି ନାହିଁ। ତେବେ ରଘୁନାଥଙ୍କ ପାଣ୍ଡିଆନଙ୍କ ସହ ସାକ୍ଷାତ କରିବା ନେଇ ତାଙ୍କୁ ଟିକେଟ ମିଳିବା ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି।

Categories
ବିଶେଷ ଖବର

ସୁନ୍ଦରଗଡରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୩୮୬.୨୫ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି। ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୮୬.୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏହି ପ୍ରକଳ୍ପ ଦୁଇଟି ହେଉଛି – ଇବ୍‌ ନଦୀରେ ଭଷ୍ମା ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଓ ସପେଇ ନଦୀରେ ଫୁଲବାରୀ ନଦୀଗର୍ଭ ଜଳାଶୟ ପ୍ରକଳ୍ପ। ଭଷ୍ମା ପ୍ରକଳ୍ପ ପାଇଁ  ମୁଖ୍ୟମନ୍ତ୍ରୀ ୨୬୨.୫୦ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଫୁଲବାରୀ ପ୍ରକଳ୍ପ ପାଇଁ ୧୨୩.୭୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।

ଏହାଦ୍ବାରା ପାଞ୍ଚଟି ବ୍ଲକ୍‌ର ଲୋକ ଉପକୃତ ହେବେ। ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ  ବିଶେଷ ସହାୟକ ହେବ। ଭଷ୍ମା ପ୍ରକଳ୍ପ ଦ୍ବାରା ଟାଙ୍ଗରାପଲି, ସୁନ୍ଦରଗଡ ଓ ଝାରସୁଗୁଡା ବ୍ଲକ୍‌ରେ ଜନସାଧାରଣ ଉପକୃତ ହେବା ବେଳେ, ଫୁଲବାରୀ ପ୍ରକଳ୍ପ ଦ୍ବାରା ବଡଗାଁ ଓ ବାମରା ବ୍ଲକ୍‌ର ଜନସାଧାରଣ ଉପକାର ପାଇବେ।

Categories
ବିଶେଷ ଖବର

ବିଜେଡିରେ ଭିକେ ପାଣ୍ଡିଆନଙ୍କ ଗୁରୁତ୍ୱ ବଢ଼ିବା ପରେ ବିଦ୍ରୋହ ଭରସାରେ ବିଜେପି!

ଭୁବନେଶ୍ୱର: ବିଜୁ ଜନତା ଦଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ନମ୍ବର ୨ ସ୍ଥାନ ଅଧିକାର କରିଥିବା ପୂର୍ବତନ ଆଇଏଏସ ଅଫିସର ଭିକେ ପାଣ୍ଡିଆନଙ୍କ ଯୋଗୁଁ ନିର୍ବଚନ ରାଜନୀତିରେ ସଫଳତା ପାଇବା ନେଇ ରାଜ୍ୟ ବିଜେପି ନେତାଙ୍କ ମନରେ ଛନକା ପଶିଛି। ରାଜନୀତିରେ ଆଧିପତ୍ୟ ବିସ୍ତାର କରିବା କ୍ଷେତ୍ରରେ ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ମଧ୍ୟ ବିଜେଡିର ସାମଞ୍ଜସ୍ୟ କେହି ନାହାନ୍ତି। ପ୍ରଥମେ ବିଜେଡି ସହିତ ମେଣ୍ଟ କରି ସରକାରରେ ସାମିଲ ହୋଇଥିଲା ବିଜେପି। ୨୦୦୯ ପରଠାରୁ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ଏବେ ବିଜେଡିରେ କେବେ ବିଦ୍ରୋହ ହେବ ତାକୁ ଅନାଇ ବସିଛି ବିଜେପି।

ଗତ ବିଧାନସଭା ନିର୍ବାଚନରେ ୨୩ ବର୍ଷ ଧରି କ୍ଷମତାରେ ଥିବା ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ୧୪୭ଟି ଆସନରୁ ୧୧୨ଟିରେ ବିଜୟୀ ହୋଇଥିଲା। ୨୩ ବିଧାୟକଙ୍କ ସହ ବିଜେପି ଦ୍ୱିତୀୟ ସ୍ଥାନରେ ରହି ବିରୋଧୀ ଦଳର ମାନ୍ୟ ହାସଲ କରିଥିଲା। ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନରେ ମଧ୍ୟ ଓଡ଼ିଶାର ମତଦାତାମାନେ ନରେନ୍ଦ୍ର ମୋଦିଙ୍କ ହାଓ୍ୱାରେ ପ୍ରଭାବିତ ହୋଇ ନଥିଲେ। ଫଳରେ ୨୧ଟି ଲୋକସଭା ଆସନରୁ ୧୨ଟିରେ ବିଜେଡିକୁ ମତଦାତାମାନେ ପସନ୍ଦ କରିଥିବାବେଳେ ୮ଟି ବିଜେପି ହାତକୁ ଓ ଗୋଟିଏ କଂଗ୍ରେସକୁ ଯାଇଥିଲା।

ଓଡ଼ିଶାରେ ବିଜେଡି ଓ ବିଜେପିର ନେତାମାନଙ୍କ ମଧ୍ୟରେ ରାଜନୈତିକ ପ୍ରତିସ୍ପର୍ଦ୍ଧା ବଢ଼ୁଥିଲେ ହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରର ବିଜେପି ସରକାରଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସୁନିଶ୍ଚିତ କରିଛନ୍ତି। ନିର୍ବାଚନ ସମୟରେ କିମ୍ବା ପରେ ବିଜେଡିରେ ଅନ୍ତର୍ହକଳହ ସୃଷ୍ଟି ସହିତ ବିଭାଜନ ହେଲେ ବିଜେପି ନେତାମାନେ କ୍ଷମତାକୁ ଆସିବା ପାଇଁ ବିଜେପି ନେତାମାନେ ଆଶା ରଖିଥିବା ଏବେ ଚର୍ଚ୍ଚାର କାରଣ ପାଲଟିଛି।

ନବୀନଙ୍କ ବିଶ୍ୱସ୍ତ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଦୀର୍ଘ ଦିନ ଧରି ତାଙ୍କର ବ୍ୟାକରୁମ୍ ଭୂମିକା ତୁଲାଉଥିଲେ। ଏବେ ୪୮ ବର୍ଷୀୟ ପାଣ୍ଡିଆନ ଚାକିରିରୁ ଅବସର ନେବା ପରେ ବିଜେଡିରେ ଅଧିକରୁ ଅଧିକ କ୍ଷମତା ମିଳିଛି। ବିଜେଡିର ଦାୟିତ୍ୱ ନେବା ପାଇଁ ସେ ନବୀନଙ୍କ ମନୋନୀତ ବ୍ୟକ୍ତି ବୋଲି ଏବେ ସ୍ୱର ଉଠିବାରେ ଲାଗିଛି।

କିନ୍ତୁ ନବୀନ ପଟ୍ଟନାୟକଙ୍କୁ ନେଇ ଗଠିତ ଏବଂ କୌଣସି ଦ୍ୱିତୀୟ ସ୍ତରର ନେତା ବିଜେଡିକୁ ଶୀଘ୍ର ଭାଙ୍ଗିବା ନେଇ ବିଜେପି ଯେଉଁ ଆଶା ବାନ୍ଧି ବସିଥିଲା ତାହା ଏବେ ଧୂଳିସାତ୍ ହୋଇଯାଇଛି । ତେବେ ପାଣ୍ଡିଆନଙ୍କ ଉତ୍‍ଥାନ ବିଜେଡିରେ ଏକ ସମସ୍ୟା ସୃଷ୍ଟି କରିବ ବୋଲି ଆଉ ଏକ ଗୋଷ୍ଠୀ ବିଶ୍ୱାସ କରୁଛନ୍ତି। ସୂତ୍ରରୁ ପ୍ରକାଶ ଯେ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ଉନ୍ନତିକୁ ନେଇ ଦଳର ଏକ ବଡ଼ ବର୍ଗ ଅସନ୍ତୁଷ୍ଟ ଅଛନ୍ତି। ଉଦାହରଣସ୍ୱରୂପ ଅରୁଣ ସାହୁ, ଅତନୁ ସବ୍ୟସାଚୀ, ପିକେ ବଳବନ୍ତରାୟ ଓ ସଞ୍ଜୟ ଦାସ ବର୍ମାଙ୍କ ଭଳି ଅନେକ ଯୁବ ବିଜେଡି ନେତାଙ୍କୁ ଉଦୀୟମାନ ତାରକାଭାବେ ପୂର୍ବରୁ ଚର୍ଚ୍ଚା କରାଯାଉଥିଲା। ଏବେ ସେମାନଙ୍କ ଭବିଷ୍ୟତ କ’ଣ ହେବ ତାହା ନେଇ ରାଜନୀତିକ ମହଲରେ ଆଲୋଚନା ହେଉଛି।

ତେବେ ଜଣେ ନେତାଙ୍କ କହିବା ଅନୁଯାୟୀ, ସେମାନେ ଏପର୍ଯ୍ୟନ୍ତ ନବୀନଙ୍କୁ ମାନୁଥିବା ଜଣାପଡ଼ିଛି। ଶ୍ରୀ ପଟ୍ଟନାୟକଙ୍କ ଲୋକପ୍ରିୟତାରେ କୌଣସି ହ୍ରାସ ଘଟିନଥିବାରୁ ଏହି ନେତାମାନେ ତାଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି। ଏହାବ୍ୟତୀତ ପାଣ୍ଡିଆନଙ୍କ ବିଜେଡରେ ପଅଭାବ ବଢଆିବା ସମ୍ପର୍କରେ ପ୍ରାୟ ୫ ବର୍ଷ ହେଲା ଚର୍ଚ୍ଚାରେ ରହିଛି। ଏହା ଆଶ୍ଚର୍ଯ୍ୟଜନକ କଥା ନୁହେଁ। ପାଣ୍ଡିଆନଙ୍କ ପ୍ରତି ଦଳୀୟ ନେତାମାନଙ୍କର ଭଲ ପାଇବା ନ ଥିବାବେଳେ ବିଶେଷ ଅସନ୍ତୋଷ ମଧ୍ୟ ନାହିଁ ବୋଲି ସୂତ୍ରରୁ ପ୍ରକାଶ।

ରାଜ୍ୟ ବିଜେପି ନେତାମାନେ ଏବେ ଅନୁଭବ କଲେଣି ଯେ ସେମାନେ କ୍ଷମତାକୁ ଆସିବା ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ। ଅନେକ ବିଜେପି ନେତାଙ୍କ ପାଖରେ ଏବେ ଧୈର୍ଯ୍ୟ ନାହିଁ। କିନ୍ତୁ ଅପର ପକ୍ଷରେ ନବୀନଙ୍କ ସହ ସମ୍ପର୍କ ଖରାପ କରିବାକୁ ପ୍ରସ୍ତୁତ ନ ଥିବା ଏବଂ ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ କରାଇବା ପାଇଁ ବିଜେଡିର ସହାୟତା ନେଇଥିବା କେନ୍ଦ୍ରୀୟ ବିଜେପି ନେତାମାନଙ୍କ ଯୋଗୁଁ ଏହି ଅଚଳାବସ୍ଥା ଅଧିକ ଅନୁଭୂତ ହେଉଛି।

ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି, ଓଡ଼ିଶାବାସୀ ବିଜେପିକୁ ଭୋଟ୍ ଦେବାକୁ ଚାହୁଁଛନ୍ତି, କିନ୍ତୁ ଆମ ଦଳର ନେତୃତ୍ୱ ସେହି ଭୋଟ୍‍ ପାଇବାକୁ ଆଗ୍ରହୀ ନୁହଁନ୍ତି। ବିଜେପି ମଝିରେ ଅଟକି ରହିବାର ଅର୍ଥ ଏହାର ନେତାମାନେ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିନାହାଁନ୍ତି କି ଅନ୍ୟ ଦଳର ଭଲ ଚେହେରାଙ୍କୁ ଆକର୍ଷିତ କରିପାରୁ ନାହାଁନ୍ତି। ଓଡ଼ିଶାରେ ବିଜେପି ନେତୃତ୍ୱ ବିଶ୍ୱାସଯୋଗ୍ୟ ନୁହେଁ। କୌଣସି ନେତା ବିଜେପିରେ ମିଶିଲେ ନିଜ ସ୍ଥିତି ନେଇ ନିଶ୍ଚିତ ନୁହଁନ୍ତି ବୋଲି ବିଜେଡିର ଜଣେ ପୂର୍ବତନ ସାଂସଦ କହିଛନ୍ତି।

ପାଣ୍ଡିଆନଙ୍କ ପ୍ରବେଶର ଆଉ ଏକ ଦିଗ ରହିଛି। ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ହେବ। ଏହା ପୂର୍ବରୁ ଠିକଣା ସମୟରେ ଆଇଏଏସ୍ ପଦରୁ ସ୍ୱେଚ୍ଛାକୃତ ଅବସର ନେବାକୁ କେନ୍ଦ୍ର ଅନୁମତି ଦେଇଥିବାରୁ ପାଣ୍ଡିଆନଙ୍କର ବିଜେପି କେନ୍ଦ୍ରୀୟ ନେତାଙ୍କ ସହିତ ଦୃଢ଼ ସମ୍ପର୍କ ରହିଛି ବୋଲି ଜଣେ ନେତା ଦର୍ଶାଇଛନ୍ତି।

ତେବେ ନିର୍ବାଚନ ପାଖେଇ ଆସୁଥିବାରୁ ଉଭୟ ପକ୍ଷର ନରମ ଆଭିମୁଖ୍ୟ ପରିବର୍ତ୍ତନ ହୋଇପାରେ। ଉଦାହରଣସ୍ୱରୂପ ଖୁବଶୀଘ୍ର ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିବା ଶ୍ରୀ ପଟ୍ଟନାୟକଙ୍କ ଅନ୍ୟତମ ସହଯୋଗୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବେ ବୋଲି ଆଶା କରାଯାଉଛି।

ଜାତୀୟ ରାଜନୀତିରେ ନିଜର ବାର୍ଗେନିଂ ପାୱାର ବଜାୟ ରଖିବା ପାଇଁ ବିଜେଡି ଲୋକସଭାରେ ଯଥାସମ୍ଭବ ଅଧିକ ଆସନ ଜିତିବାକୁ ଚାହୁଁଥିବାରୁ କଠୋର ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ୨୦୧୯ ଲୋକସଭା ନିର୍ବାଚନ ପରେ ବିଜେପି ୨୦୨୪ ଭଳି ପ୍ରଭାବଶାଳୀ ହେବ ନାହିଁ ବୋଲି ଆଶା କରାଯାଉଥିବାରୁ ଆଗକୁ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଆସନରେ ବିଜୟୀ ହୋଇପାରେ।

ଯଦି କେନ୍ଦ୍ର ସରକାର ସଂସଦରେ ସଂଖ୍ୟା ଖେଳରେ ଦୁର୍ବଳ, ତେବେ ଆଞ୍ଚଳିକ ଦଳ ଓ ରାଜ୍ୟ ପାଇଁ ଭଲ ଶକ୍ତି ରହିବା ସବୁବେଳେ ଭଲ। ବିଜେଡି ଏହାକୁ କାହିଁକି ବାଜି ଲଗାଇବ ବୋଲି ବିଜେଡିର ଜଣେ ନେତା ପ୍ରଶ୍ନ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ନୂଆ ଦାୟିତ୍ବ ନେବା ପରେ ପାଣ୍ଡିଆନଙ୍କୁ ସ୍ବାଗତ କଲେ ରାଜ୍ୟ ସରକାରଙ୍କ ବିଭିନ୍ନ ସଂଗଠନ

ଭୁବନେଶ୍ବର: ର।ଜ୍ୟ ସରକାରଙ୍କ ବିଭିନ୍ନ ସେବା ସଙ୍ଗଠନ ଆଜି ୫ଟି ଏବଂ ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟି ଅଭିନନ୍ଦନ ଜଣାଇଛନ୍ତି। ୫ଟି ଇନିସିଏଟିଭ୍ ଏବଂ ନବୀନ ଓଡିଶାର ଅଧ୍ୟକ୍ଷ ଭାବରେ ନୂତନ ଭୂମିକା ଗ୍ରହଣ କରିଥିବାରୁ ସେମାନେ ଖୁସି ବ୍ୟକ୍ତ କରିଛନ୍ତି।

ସେମାନେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ହ।ସଲ କରି ସେ ରାଜ୍ୟର ପରିବର୍ତ୍ତନକୁ ଆଗେଇ ନେଉଛନ୍ତି। ବର୍ତ୍ତମାନ ନୂଆ ଦାୟିତ୍ବ ପରେ ପରିବର୍ତ୍ତନ ଆହୁରି ଅଧିକ ସ୍ପଷ୍ଟ ହେବ ବୋଲି ସେମାନେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।

ସମସ୍ତ ସହଯୋଗ ପ।ଇଁ ଶ୍ରୀ ଭି.କେ ପାଣ୍ଡିଆନ୍ ଆସୋସିଏସନ୍ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାରୀ କଳ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ପ୍ରକୃତ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତିବଦ୍ଧ। ଶ୍ରୀ ପାଣ୍ଡିଆନ ଓଡିଶାର ଲୋକ କଲ୍ୟାଣ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ।

୫ଟି ଅଧ୍ୟକ୍ଷଙ୍କୁ ଭେଟିଥିବା ଆସୋସିଏସନ୍ ଗୁଡିକ ହେଉଛନ୍ତି ଓଡିଶା ସଚିବାଳୟ ସେବା ସଂଘ, ଓଡିଶ। ସଚିବାଳୟ ପିଏସ ଏବଂ ପିଏ ସେବା ସଂଘ, ଓଡିଶା ରାଜସ୍ୱ ଅମଲା ସଙ୍ଘ, ଆଉଟସୋର୍ସିଂ କର୍ମଚାରୀ ଫେଡେରେସନ୍, ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ, ଭିଏଚ୍ ଆସୋସିଏସନ୍, କେନ୍ଦୁ ପତ୍ର କର୍ମଚରୀ ମହ।ସଙ୍ଘ, ଆରବିଏସସି ଆୟୁଷ ଡାକ୍ତର ସଂଘ, ଓଡିଶା ଏଚଓଡି ମନ୍ତ୍ରୀ ସଂଘ, ସରକ।ରୀ ଉଚ୍ଚ ବିଦ୍ୟ।ଳୟ ସିବିଟି ଶିକ୍ଷକ ସଂଘ ପ୍ରମୁଖ ରହିଛନ୍ତି।

ସେହିଭଳି ସରକ।ରୀ ହ।ଇସ୍କୁଲ ଏନପିଏସ୍ ଶିକ୍ଷକ ସଂଘ, ଏସଟି ଏବଂ ଏସସି ଲେଡି ମ୍ୟାଟ୍ରନ୍ ଆସୋସିଏସନ୍, ଓଡିଶା ହେଡ୍ ସେକ୍ସନ୍ ଅଫିସର୍ସ ଆସୋସିଏସନ୍, ଫରେଷ୍ଟ ଡିଏଲ୍ଆର୍ ଆସୋସିଏସନ୍, ମଲ୍ଟି ପର୍ପୋଜ୍ ହେଲଥ୍ ୱ।ର୍କର୍ସ ଆସୋସିଏସନ୍, ଓଡିଶ। ପୋଲିସ୍ ସର୍ଭିସେସ୍ ଆସୋସିଏସନ୍, ଓଡିଶା ପୋଲିସ୍ ଆସୋସିଏସନ୍, ଓଡିଶା ପୋଲିସ୍ ହାଭିଲଦ।ର, ସିପାହୀ ଏବଂ କନଷ୍ଟେବଲ୍ ଆସୋସିଏସନ୍, ସମସ୍ତ ଓଡିଶା ଆୟୁଷ ଡ।କ୍ତର ସଂଘ ତାଙ୍କୁ ଭେଟିଥିଲେ।

Categories
ଆଞ୍ଚଳିକ

ଆସନ୍ତାକାଲି ଚିଲିକା ନିର୍ବାଚନ ମଣ୍ଡଳି ଗସ୍ତରେ 5ଟି ସଚିବ ଭିକେ ପାଣ୍ଡିଆନ, ଚାଲିଛି ଜୋରଦାର ପ୍ରସ୍ତୁତି

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳି ଗସ୍ତରେ ଆସୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ତେବେ ସମୟ ଅଭାବରୁ ପୂର୍ବ ନିର୍ଦ୍ଧାରିତ ବହୁ କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ କରାଯାଇଛି। ସେ କେବଳ ନାଚୁଣୀରେ ଏକ ଘଣ୍ଟା ପାଇଁ ଜନ ଅଭିଯୋଗ ସଭାରେ ଯୋଗ ଦେଇ ଫେରିଯିବେ।

ଏଥି ନିମନ୍ତେ ନାଚୁଣୀ ଗୋଦାବରୀଶ ହାଇସ୍କୁଲ ପଡିଆରେ ନିର୍ମାଣ ଚାଲିଛି ବିରାଟ ଅସ୍ଥାୟୀ ମଞ୍ଚ। ପାଖାପାଖି 25 ହଜାର ଜନସମାଗମ ଲକ୍ଷ୍ୟ ରଖାଯାଇ ଚାଲିଛି ଏହି ପ୍ରସ୍ତୁତି। ଜିଲ୍ଲା ପ୍ରଶାସକ ତଥା ବିଜେଡି ପ୍ରତିନିଧିମାନେ ପ୍ରସ୍ତୁତି କାର୍ଯ୍ୟରେ ଅଛନ୍ତି।

ଆଜି ଅପରାହ୍ନରେ ନାଚୁଣୀ ହାଇସ୍କୁଲ ପଡିଆରେ ପହଞ୍ଚିଛନ୍ତି ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସେ ସଭାସ୍ଥଳରେ ବିଭିନ୍ନ ପ୍ରସ୍ତୁତି ବ୍ୟବସ୍ଥା ତଦାରଖ କରିଛନ୍ତି। ଆସନ୍ତାକାଲି ଯେପରି 5T ସଚିବଙ୍କ ଗସ୍ତରେ କୌଣସି ତ୍ରୁଟି ନ ହୁଏ ସେଥି ନିମନ୍ତେ ସେ ପୋଲିସ ଓ ପ୍ରଶାସନ ସହ ଆଲୋଚନା କରିଛନ୍ତି।

Categories
ଆଞ୍ଚଳିକ

୫-ଟି ସଚିବଙ୍କୁ କାଳିମାଡ ଘଟଣା: ଯୁବ ବିଜେଡି ପକ୍ଷରୁ ନିନ୍ଦା

କୁଜଙ୍ଗ: ଆଜି ପୁରୀ ଜିଲ୍ଲା ସତ୍ୟବାଦୀ ଠାରେ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଦୁବୃତ୍ତ କାଳିମାଡ କରିବା ଘଟଣାରେ କୁଜଙ୍ଗ ବ୍ଳକ ବିଜୁ ଯୁବ ଜନତା ଦଳ ପକ୍ଷରୁ କଡା ନିନ୍ଦା କରାଯାଇଛି। ଏହି ଘଟଣାରେ କୁଜଙ୍ଗ ବ୍ଳକ ବିଜୁ ଯୁବ ଜନତା ଦଳର ସଭାପତି ଯୁବ ସମାଜସେବୀ ଅରୁପ୍ରସାଦ ମହାନ୍ତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏହି କାଳୀମାଡ ଘଟଣାକୂ ତୀବ୍ର ନିନ୍ଦା କରିଛନ୍ତି। ସେ ବିଜୁ ଜନତା ଦଳର ବିକାଶର ରଥ ତୀବ୍ର ଗତିରେ ଆଗକୁ ମାଡି ଚାଲିଛି। ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ରାଜ୍ୟର ବିଭିନ୍ନ ଅଂଚଳ ଗସ୍ତକରି ଲୋକମାନଙ୍କ ଆପତ୍ତି ଅଭିଯୋଗ ଶୁଣିବା ସହିତ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟପାଇଁ ଦାବୀପତ୍ର ଗ୍ରହଣ କରୁଛନ୍ତି। ଯାହାର ଆଧାରରେ ରାଜ୍ୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱୀତ ହୋଇପାରିଛି।

ତେବେ ଏଭଳି ବିକାଶ ମୂଳକ କାର୍ଯ୍ୟକୁ ବିରୋଧ କରିବାକୁ ଯେଉଁମାନେ ଏହି କାଳୀମାଡ ଘଟଣା କରିଛନ୍ତି ସେମାନଙ୍କୁ ଆସନ୍ତା ଦିନରେ ରାଜ୍ୟବାସୀ ଜବାବ ଦେବେ ବୋଲି ସେ ପ୍ରକାଶ କରିଛନ୍ତି।

ଅନ୍ୟ ମାନଙ୍କ ମଧ୍ୟରେ କୁଜଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷା ନୀନାରାଣୀ ସାହୁ, କୁଜଙ୍ଗ ସରପଂଚ ବନ୍ଦିତା ଦାସ, ନାରୀନେତ୍ରୀ ଅବନ୍ତୀ ମାଝୀ, ସୁନାକର ବେହେରା, ଚିରଞ୍ଜୀବ ନାୟକ, ପ୍ରଭାଷ ରଞ୍ଜନ ଦାସ, ସୁଧାଂଶୁ ବେହେରା, ଅରୁଣ ବେହେରା, ଧୃବ ଚରଣ ନାୟକ, ସରୋଜ ସେଠୀ, ମାନଭଞ୍ଜନ ମଲ୍ଲ, ନରହରୀ ତରାଇ, ଅକ୍ଷୟ କୁମାର ତରାଇ, ଛବିନ୍ଦ୍ର ବେହେରା ପ୍ରମୁଖ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତା ୨୨ ରେ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଖୋର୍ଦ୍ଧା ଜିଲ୍ଲା ଗସ୍ତ: ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

ଖୋର୍ଦ୍ଧା: ଆସନ୍ତା ୨୨ ତାରିଖରେ ୫-ଟି ସଚିବ ଭିକେ ପାଣ୍ଡିଆନ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସିବେ। ଏଥି ନିମନ୍ତେ ଚାଲିଛି ଜୋରଦାର ପ୍ରସ୍ତୁତି। ତେବେ ୨୨ ତାରିଖରେ ପାଣ୍ଡିଆନ ଖୋର୍ଦ୍ଧା, ବେଗୁନିଆ ଓ ଚିଲିକା ନିର୍ବାଚନମଣ୍ଡଳି ଗସ୍ତ କରିବେ ବୋଲି ଜଣାପଡିଛି।

ଉକ୍ତ ଦିନ ୫-ଟି ସଚିବ ପ୍ରଥମେ ବେଗୁନିଆ ନିର୍ବାଚନମଣ୍ଡଳି ଯାଇ ପୂର୍ବାହ୍ନ ୧୦.୧୫ ମିନିଟରୁ ୧୧.୧୫ ମିନିଟ ପର୍ଯ୍ୟନ୍ତ ବେଗୁନିଆ ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ଜନ ଅଭିଯୋଗ ଶୁଣାଣି ସଭାରେ ଯୋଗଦେବେ। ଏହାପରେ ଶ୍ରୀ ପାଣ୍ଡିଆନ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ପହଞ୍ଚି ପୂର୍ବାହ୍ନ ୧୧.୪୫ ମିନିଟରୁ ଅପରାହ୍ନ ୧୨.୪୫ ମିନିଟ ପର୍ଯ୍ୟନ୍ତ ଖୋର୍ଦ୍ଧା ହାବେଳୀ ପଡିଆରେ ଜନ ଅଭିଯୋଗ ଶୁଣାଣି ସଭାରେ ଯୋଗଦେବେ।

ଏହାପରେ ସେ ଅପରାହ୍ନ ୧୨.୫୫ ମିନିଟରୁ ୧.୪୫ ମିନିଟ ପର୍ଯ୍ୟନ୍ତ ଖୋର୍ଦ୍ଧା ବ୍ଲକ କାର୍ଯ୍ୟାଳୟ ପରିସରରେ ଉପସ୍ଥିତ ରହି ମିଶନ ଶକ୍ତି କାଫେ ପରିଦର୍ଶନ କରିବା ସହ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ସହ ଆଲୋଚନା କରିବା ପରେ ଅପରାହ୍ନ ଭୋଜନ କରିବେ।

ଏହାପରେ ୫-ଟି ସଚିବ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତ କରି ଅପରାହ୍ନ ୨.୩୦ମିନିଟରୁ ୩.୩୦ ମିନିଟ ପର୍ଯ୍ୟନ୍ତ ନାଚୁଣୀ ସ୍ଥିତ ଗୋଦାବରୀଶ ସରକାରୀ ହାଇସ୍କୁଲ ପଡିଆ ଠାରେ ଜନ ଅଭିଯୋଗ ଶୁଣାଣି ସଭାରେ ଯୋଗଦେବେ। ଉକ୍ତ ସଭା ପରେ ସେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପାଣ୍ଡିଆନଙ୍କ ପାଖକୁ ଧାଇଁ ଧାଇଁ ହତାସ ହେବା ପରେ ବିଳିବିଳେଇ ହେଉଛନ୍ତି ସୌମ୍ୟରଂଜନ

ଭୁବନେଶ୍ବର: ଓଡିଶା ରାଜନୀତିରେ ବିଜେଡି ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆଲେଖ୍ୟକୁ ନେଇ ଆଜି ଦିନତମାମ ଚାଲିଛି ଆଲୋଚନା। ସଂପାଦକୀୟରେ ସୌମ୍ୟରଂଜନଙ୍କର ସେହି ପୁରୁଣା ରୋଗ, ‘ବିଜେଡି ଭଲ ନାହିଁ’, ‘ପାଣ୍ଡିଆନ କାହିଁକି ଗସ୍ତ କରୁଛନ୍ତି’ ଇତ୍ୟାଦି ଲେଖିଛନ୍ତି। ସେ ପୂର୍ବରୁ ଅନେକ ଥର ଏହିପରି ନବୀନଙ୍କୁ, ବିଜେଡିକୁ କିମ୍ବା ପାଣ୍ଡିଆନଙ୍କୁ ଟାର୍ଗେଟ କରି ଲେଖିଛନ୍ତି। ତାପରେ ସେ ଚୁପ ହୋଇଯାଆନ୍ତି।

ତେବେ ଆଶ୍ଚର୍ଯ୍ୟର କଥା ସେ କଣ ଲେଖିଲେ ତାହା ଆଲୋଚନା ନ ହୋଇ ସେ କାହିଁକି ଏପରି ଲେଖିଲେ ସେ ନେଇ ବେଶୀ ଚର୍ଚ୍ଚା ଚାଲିଛି। କାରଣ ସୌମ୍ୟବାବୁ ପାଣ୍ଡିଆନଙ୍କ ପାଖକୁ ଧାଇଁ ଧାଇଁ ହତାସ ହେବା ପରେ ସେ ଏପରି କଥା ଲେଖିଛନ୍ତି ବୋଲି ସମସ୍ତଙ୍କର ଧାରଣା। ସମସ୍ତେ ଜାଣନ୍ତି ସେ ଜଣେ ସୁବିଧାବାଦୀ ନେତା। ଯେଉଁଠି ସୁବିଧା ମିଳିବ ସେଠାରେ ସେ ନତମସ୍ତକ ହେବାରେ କିଛି ଅସୁବିଧା ନାହିଁ। ଏବେ ସେ ବିଭିନ୍ନ ସମୟରେ ବିଳିବିଳେଇ ହେବାର କାରଣ ହେଲା ତାଙ୍କୁ କାହିଁକି ମନ୍ତ୍ରୀ କରାଯାଉ ନାହିଁ।

୨୦୧୯ ସାଧାରଣ ନିର୍ବାଚନର ଠିକ୍ ବର୍ଷକ ପୂର୍ବରୁ ସୌମ୍ୟରଂଜନ ବିଜେଡିରେ ସାମିଲ ହୋଇଥିଲେ। ଏହାପରେ ସେ ରାଜ୍ୟସଭାକୁ ନିର୍ବାଚିତ ହେଲେ। ପରବର୍ତ୍ତି ସମୟରେ ସେ ବିଧାୟକ ହେବାକୁ ଇଚ୍ଛା କରିବାରୁ ତାଙ୍କୁ ଖଣ୍ଡପଡା ଟିକେଟ ଦିଆଗଲା। ସମସ୍ତେ ଜାଣନ୍ତି ଯେ ଏହି ସଫଳତା ହାସଲ କରିବା ପାଇଁ ସୌମ୍ୟବାବୁ ରାତିରେ ନବୀନ ନିବାସ ଆସି ପାଣ୍ଡିଆନଙ୍କ ସହିତ ବାରମ୍ବାର ଆଲୋଚନା କରିଛନ୍ତି। ତାଙ୍କର ଆର୍ଶିବାଦରେ ସେ ରାଜନୀତିରେ ଏକ ପରିଚୟ ପାଇଛନ୍ତି।

ହେଲେ ଯେଉଁ ପାଣ୍ଡିଆନଙ୍କ ପାଇଁ ସେ ସଫଳତା ହାସଲ କଲେ ତାଙ୍କୁ ସୌମ୍ୟବାବୁ ଟାର୍ଗେଟ କରିବା କେତେଦୂର ଯୁକ୍ତିଯୁକ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପାଣ୍ଡିଆନଙ୍କ ପାଇଁ ରାଜ୍ୟସଭା ଗଲ, ତାଙ୍କ ପାଇଁ ବିଧାୟକ ହେଲ, ହେଲେ ରାଗ ହେଲା ସେହି ପାଣ୍ଡିଆନ କଣ ପାଇଁ ତାଙ୍କୁ ମନ୍ତ୍ରୀ କଲେ ନାହିଁ। ମନ୍ତ୍ରୀ ହେବା ପାଇଁ ସୌମ୍ୟରଂଜନଙ୍କ ବହୁଦିନ ଧରି ଏକ ବଡ ଅବଶୋଷ ହୋଇ ରହିଆସିଛି। ଯାହା ତାଙ୍କୁ ମିଳିପାରୁ ନାହିଁ।

ପ୍ରକୃତ କଥା ଦେଖିବାକୁ ଗଲେ ସୌମ୍ୟରଂଜନଙ୍କ ନିଜ ଦୋଷ ପାଇଁ ସେ ଏହି ମନ୍ତ୍ରୀପଦ ହାସଲ କରିପାରୁ ନାହାଁନ୍ତି। ତାଙ୍କ ପାଖରେ ମନ୍ତ୍ରୀ ହେବାର ସମସ୍ତ ପ୍ରକାରର ଗୁଣ ରହିଛି। ହେଲେ ଖୁଣ୍ଟା ମାରିବ ଦୋଷ ପାଇଁ ସେ ମନ୍ତ୍ରୀ ହୋଇପାରୁ ନାହାଁନ୍ତି।  ସେଥିପାଇଁ ଯେତେବେଳେ ତାଙ୍କର ମନ୍ତ୍ରୀ କଥା ମନେ ପଡିଯାଉଛି ସେତେବେଳେ ସେ ତାଙ୍କ ଖବର କାଗଜରେ ବିଳିବିଳେଇ ହୋଇ ରାଗ ସୁଝାଇ ଦେଉଛନ୍ତି। କେତେବେଳେ ମନ୍ତ୍ରୀ ବଡ ନା ସଚିବ ବଡ, ପୁଣି କେତେବେଳେ ମାଟି ବଡ ନା ପାର୍ଟି ବଡ ବୋଲି ଲେଖିଦେଉଛନ୍ତି।

ତେବେ ଏହି ଚର୍ଚ୍ଚା ଭିତରେ ବିଜେଡି ନେତା ଅନୁଭବ ପଟ୍ଟନାୟକ ସୌମ୍ୟରଂଜନଙ୍କ ଗୁମର ଖୋଲି ଦେଇଛନ୍ତି। ସେ ଲେଖିଛନ୍ତି ଯେ, ସୌମ୍ୟରଂଜନ ରାଜ୍ୟସଭାରୁ ବିଧାୟକ ହେବା ପାଇଁ ନବୀନ ନିବାସରେ ବହୁତ ଗୁହାରି କରିଥିଲେ। ଏପରିକି ସେ ପ୍ରାୟ ଦଶ ଜଣଙ୍କ ସମ୍ମୁଖରେ ବିଧାୟକ ଟିକେଟ ନେବା ପାଇଁ ହାତଯୋଡି ଅନୁରୋଧ କରିଥିଲେ। ସେହି ସମୟରେ ସେ ନିଜେ ସେଠାରେ ଉପସ୍ଥିତ ଥିଲେ ବୋଲି ଅନୁଭବ ତାଙ୍କ ଟୁଇଟରରେ ଉଲ୍ଲେଖ କରିଛନ୍ତି।

ଏଥିରୁ ସ୍ପଷ୍ଟ ଯେ, ସୌମ୍ୟରଂଜନ ଯେତେବେଳେ ବିଜେଡିକୁ ଆସିଲେ ସେତେବେଳେ ସେ ପାଣ୍ଡିଆନଙ୍କ କ୍ଷମତା କଣ ଭଲ ଭାବରେ ଜାଣିଥିଲେ।କ୍ଷମତା ହାସଲ ପାଇଁ ସେ ବାରମ୍ବାର ପାଣ୍ଡିଆନଙ୍କ ଶରଣ ପଶିଲେ। ପରିଶେଷରେ ସେ ସେହି ପାଣ୍ଡିଆନଙ୍କ ପାଇଁ ରାଜନୀତିରେ ନିଜର ସ୍ଥିତିକୁ ଜାହିର କଲେ। ହେଲେ ସେତେବେଳେ ପାଣ୍ଡିଆନଙ୍କ କାମ ତାଙ୍କୁ ଭଲ ଲାଗୁଥିବା ବେଳେ ଏବେ କାହିଁ ସେ କଥା ତାଙ୍କର ହଜମ ହେଉ ନାହିଁ ବୁଝାପଡୁ ନାହିଁ।

ଯଦି ବିଜେଡି ଏବଂ ପାଣ୍ଡିଆନଙ୍କ ପ୍ରତି ସୌମ୍ୟରଂଜନଙ୍କ ଏତେ ଅସନ୍ତୋଷ ରହିଛି ଏବଂ ଦଳର ନିତି ଆଦର୍ଶ ସହିତ ଖାପ ଖୁଆଇପାରୁ ନାହାଁନ୍ତି ତେବେ ସେ ଦଳରୁ ଇସ୍ତଫା ଦେଇଦେବା ଉଚିତ। ସେ ସ୍ବାଧୀନ ଭାବେ ଓଡିଶାର କୌଣସି ନିର୍ବାଚନ ମଣ୍ଡଳୀରୁ ଏଥର ଛିଡା ହୋଇ ନିଜର ପ୍ରତିପତି ଦେଖାଇ ଦେବା ଉଚିତ। ଯଦି ସେ ସ୍ବାଧୀନ ଭାବେ ବିଜୟ ଲାଭ କରନ୍ତି ତେବେ ଲୋକେ ଜାଣିବେ ଯେ, ସୌମ୍ୟରଂଜନଙ୍କର ପତିୟାରା ରହିଛି, ଲୋକପ୍ରିୟତା ରହିଛି।

ହେଲେ ସୌମ୍ୟରଂଜନ ସେତିକି କେବେ କରିପାରିବେ ନାହିଁ। କାରଣ ସେ ଜାଣନ୍ତି ବିନା ବିଜେଡିରେ ତାଙ୍କର ନିର୍ବାଚନ ଜିତିବା କେବେ ସମ୍ଭବ ହେବ ନାହିଁ। କେବଳ ମଝିରେ ମଝିରେ ଏପରି ବାଣ ଛାଡି ରାଜନୈତିକ ପରିବେଷକୁ ହଟଚମଟ କରିବେ ସିନା ସ୍ବାଧୀନ ଭାବେ କିଛି କରିପାରିବେ ନାହିଁ। ମଝିରେ ମଝିରେ ସେ ଏପରି ଖୁଣ୍ଟା ମାରିବାରେ ଲାଗିଛନ୍ତି। ହେଲେ ଯେତେବେଳେ ରାମକୃଷ୍ଣ ପଟ୍ଟନାୟକ, ବିଜୟ ମହାପାତ୍ରଙ୍କଠାରୁ ଆରମ୍ଭ କରି ଦାମୋଦର ରାଉତ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କ କଥା ମନେ ପଡିଯାଉଛି ସେତେବେଳେ ସେ ଚୁପ ହୋଇ ପଡୁଛନ୍ତି।

Categories
ଆଞ୍ଚଳିକ

ଅଗଷ୍ଟ ୨୨ରେ ଚିଲିକା ଆସିବେ ୫-ଟି ସଚିବ ଭିକେ ପାଣ୍ଡିଆନ!: ଜିଲ୍ଲା ଅଧିକାରୀଙ୍କ ତୁହାକୁ ତୁହା ଗସ୍ତ ଜାରୀ

ସୀତାରାମ ଅଗ୍ରୱାଲ

ଚିଲିକା: ୫-ଟି ସଚିବ ଭିକେ ପାଣ୍ଡିଆନ ଅଗଷ୍ଟ ୨୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତରେ ଆସିବେ ବୋଲି ଜଣାପଡିଛି। ଉକ୍ତ ଦିନ ଚିଲିକା ନିର୍ବାଚନମଣ୍ଡଳୀର ୫-ଟି ଉପକ୍ରମରେ ଜାରି ରହିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପଗୁଡିକର ଉଦଘାଟନ କରିବା ସହ ନୂତନ ପ୍ରକଳ୍ପ ଘୋଷଣା କରିବେ ଶ୍ରୀ ପାଣ୍ଡିଆନ। ଏଥି ପାଇଁ ବାଣପୁର ଚଳଚଞ୍ଚଳ ହୋଇଉଠିଛି।

ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି। ବାଣପୁର ବ୍ଲକ ପରିସରର ସୌନ୍ଦର୍ଯ୍ୟକରଣ ପାଇଁ ପେଭର ବ୍ଲକ ପକାଯିବା ସହ ସମ୍ପୂର୍ଣ୍ଣ ବ୍ଲକକୁ ନୂତନ ରଙ୍ଗରେ ଅଚ୍ଛାଦିତ କରାଯାଉଛି।

ବ୍ଲକ ସମ୍ମୁଖରେ ପୁରୁଣା ମିଶନ ଶକ୍ତି କାଫେ ର ନବୀକରଣ କାର୍ଯ୍ୟ ଜାରି ରହିଛି। ଅନୁରୂପ ଭାବେ ଏନଏସି ଆହାର କେନ୍ଦ୍ରକୁ ମଧ୍ୟ ନବୀକରଣ କରାଯାଉଛି। ଉକ୍ତ କେନ୍ଦ୍ର ପରିସରରେ ନୂତନ ମିଶନ ଶକ୍ତି ଗୃହ, ଯାତ୍ରୀ ଆଶ୍ରୟସ୍ଥଳୀ ଆଦି ନିର୍ମାଣ କାର୍ଯ୍ୟ ଜାରି ରହିଛି।

ପୂର୍ତ୍ତ ବିଭାଗ ଦ୍ୱାରା ବାଣପୁର ବାଲୁଗାଁ ମୁଖ୍ୟ ରାସ୍ତା ସମେତ ଅନ୍ୟାନ୍ୟ ରାସ୍ତା ଗୁଡିକରେ ଥିବା ଖାଲଖମାକୁ ଯୁଦ୍ଧକାଳୀନ ଭିତ୍ତିରେ ମୋରାମତି ପକାଯାଉଛି। ୫-ଟି ସଚିବଙ୍କ ହେଲିପ୍ୟାଡ଼ ପାଇଁ ବିଭିନ୍ନ ସ୍ଥାନ ନିରୀକ୍ଷଣ ଜାରିରହିଛି।

ତେବେ ଚିଲିକା ନିର୍ବାଚନମଣ୍ଡଳୀର ଜନସଭା ବାଣପୁର ପଲଟନ ପଡିଆରେ ଆୟୋଜିତ ହେବ ବୋଲି ଜଣାପଡିଛି। ଉକ୍ତ ସଭାରେ ୫-ଟି ସଚିବ ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ଅଭିଯୋଗ ପତ୍ର ଗ୍ରହଣ କରିବେ।

ତେବେ ୫-ଟି ସଚିବଙ୍କ ଗସ୍ତ କିପରି ସଫଳ ହେବ ତାହାକୁ ତଦାରଖ କରିବା ପାଇଁ ଜିଲ୍ଲା ଅଧିକାରୀମାନଙ୍କ ତୁହାକୁ ତୁହା ବାଣପୁର ଓ ଚିଲିକା ଗସ୍ତ ଜାରି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଆସିବେ ୫-ଟି ସଚିବ ପାଣ୍ଡିଆନ!, ଚଳଚଞ୍ଚଳ ଜିଲ୍ଲା ପ୍ରଶାସନ

ସୀତାରାମ ଅଗ୍ରୱାଲ

ବାଣପୁର: ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ୫-ଟି ସଚିବ ଭିକେ ପାଣ୍ଡିଆନ ଆସିବେ ବୋଲି ଅସମର୍ଥ ସୂତ୍ରରୁ ସୂଚନା ମିଳିଛି। ଏଥି ନିମନ୍ତେ ଚଳଚଞ୍ଚଳ ହୋଇଉଠିଛି ଜିଲ୍ଲା ପ୍ରଶାସନ।

ଗତକାଲି ଅପରାହ୍ନରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ସିଦ୍ଧାର୍ଥ କଟାରିଆ, ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି ବାଣପୁର ଠାରେ ପହଞ୍ଚି ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ।  ଜିଲ୍ଲାପାଳ ବାଣପୁର ବ୍ଲକ ସମ୍ମୁଖରେ ଥିବା ମିଶନ ଶକ୍ତି କାଫେ ଏବଂ ଏନଏସି ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ। ଉଭୟ କେନ୍ଦ୍ରକୁ ନବୀକରଣ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ତତସହିତ ବ୍ଲକ କାର୍ଯ୍ୟାଳୟକୁ ମଧ୍ୟ ନବୀକରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ମିଶନ ଶକ୍ତି କାଫେ ଓ ଆହାର କେନ୍ଦ୍ର ମୁଖ୍ୟତଃ ୫-ଟି ସଚିବଙ୍କ ଫୋକସରେ ଥିବା ବେଳେ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ନବୀକରଣ କରାଯିବ। ସେହିପରି ଭାବେ ବାଣପୁର କଲେଜ ପରିସରରେ ୫-ଟି ଉପକ୍ରମରେ ନିର୍ମିତ ହୋଇଥିବା ବହୁମୁଖୀ ହଲ ଏବଂ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପ ଉକ୍ତ ଦିନ ଉଦଘାଟିତ ହେବ ବୋଲି ଜଣାପଡିଛି।

ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଏବଂ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ଗତ ବର୍ଷ ନଭେମ୍ବରରେ ୫-ଟି ସଚିବ ବାଣପୁର ମା’ ଭଗବତୀ ମନ୍ଦିର ଗସ୍ତକୁ ଆସିଥିବା ବେଳେ ଅଦ୍ୟାବଧି ସେଠାରେ କୌଣସି ଉନ୍ନୟନ କାର୍ଯ୍ୟ ଆରମ୍ଭ ହୋଇନାହିଁ।  ଫଳରେ ସେବାୟତମାନେ ପୁଣି ଥରେ ପାଣ୍ଡିଆନଙ୍କୁ ଭେଟିବେ ବୋଲି ଯୋଜନା କରୁଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଗୁପ୍ତେଶ୍ବର ପୀଠର ରୂପାନ୍ତର ପାଇଁ ୨୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିରେ ପୀଠର ସର୍ବାଙ୍ଗୀନ ଉନ୍ନତି କରାଯାଇ ଏହାକୁ ଓଡିଶାର ଅନ୍ୟତମ ପ୍ରମୁଖ ଧାର୍ମିକ ତଥା ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରାଯିବ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତ ଫ୍ରେବୃୟାରୀ ୩ ତାରିଖ ଦିନ କୋରାପୁଟ ଗସ୍ତ କରି ଗୁପ୍ତେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିରର ସେବାୟତ, କମିଟିର ସଦସ୍ୟଗଣ, ଜନପ୍ରତିନିଧୀ ଓ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରି ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

ଏହି ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। 5T ଉପକ୍ରମରେ ଏହି ବିକାଶ କାମ ହାତକୁ ନିଆଯିବ।

ଏହି ପ୍ରକଳ୍ପରେ ମନ୍ଦିରର ମୁଖ୍ୟରାସ୍ତାର ଉନ୍ନତିକରଣ ଓ ଆଲୋକୀକରଣ, ପାଦଚଲା ରାସ୍ତାରେ ଖଣ୍ଡାଲାଇଟ୍‌ସ ପଥର ବିଛାଇବା, ମନ୍ଦିର ପ୍ରବେଶ ଦ୍ୱାରର ସୌନ୍ଦର୍ଯ୍ୟକରଣ, ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ଯଥା ପାନୀୟ ଜଳ ଓ ଶୌଚାଳୟ, ଗୁମ୍ଫାର ଆଲୋକୀକରଣ କରାଯିବ।

ସେହିପରି ସାବରୀ ନଦୀ କୂଳର ସୌନ୍ଦର୍ଯ୍ୟକରଣ, ଉଠା ଦୋକନୀମାନଙ୍କ ଥଇଥାନ, ସେମାନଙ୍କ ପାଇଁ ନୂତନ ଦୋକାନ ଘର ନିର୍ମାଣ, ଭୂସ୍ଖଳନ ନିରୋଧ ଓ ପାହାଡ ସୁରକ୍ଷା ପାଇଁ ବ୍ୟବସ୍ଥା ସହିତ ବୃକ୍ଷରୋପଣ ମଧ୍ୟ କରାଯିବ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ କୌଣସି ଆଞ୍ଚ ନ ଆଣି 5T ଉପକ୍ରମରେ ପୀଠର ଉନ୍ନତି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ମଞ୍ଚ ଉପରୁ ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ କଲ କରି ସମସ୍ୟାର ସମାଧାନ କଲେ ପାଣ୍ଡିଆନ

ଭୁବନେଶ୍ବର: ଆଜି 5ଟି ସଚିବ ଅନୁଗୁଳ ଜିଲ୍ଲା ଗସ୍ତ କରି ସେଠାକାର ଲୋକଙ୍କ ସମସ୍ୟାକୁ ସମାଧାନ କରିବାରେ ଲାଗିଛନ୍ତି। ଏହି ଭିତରେ ଆସିଛି ଏକ ଭିନ୍ନ ଖବର। ତାହା ହେଲା ପାଣ୍ଡିଆନ ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ କଲ କରି ସିଧା ଲୋକଙ୍କ ସମସ୍ୟା ଦୂର କରିଛନ୍ତି। ତାହା ମାତ୍ର ଦୁଇ ମିନିଟ ଭିତରେ ସମସ୍ୟାର ସମାଧାନ ହୋଇପାରିଛି।

ପାଣ୍ଡିଆନ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ମଞ୍ଚ ଉପରେ ଲୋକେ ତାଙ୍କୁ ଏହି ସ୍ବାସ୍ଥ୍ୟକୁ ଆମ ହସପିଟାଲ ଯୋଜନାରେ ସାମିଲ କରିବା ପାଇଁ ଦାବୀ କରିଥିଲେ। ପାଣ୍ଡିଆନ ନିଜ ମୋବାଇଲରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଭିଡିଓ କଲ କରି ଲୋକଙ୍କ ଦାବୀକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରିଥିଲେ।

ମୁଖ୍ୟମନ୍ତ୍ରୀ ଏହି ଦାବୀ ଶୁଣିବା ପରେ ସେଠାରେ ସେ ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ ହସପିଟାଲରେ ସାମିଲ ହେଲା ବୋଲି ଘୋଷଣା କରିଥିଲେ। ଏହାପରେ ମଞ୍ଚ ନିକଟରେ ଥିବା ଜନସମାଗମ ତାଳିମାରି ଏହି ଘୋଷଣାକୁ ସ୍ବାଗତ କରିଥିଲେ। ଏଥିସହିତ ଭି କେ ପାଣ୍ଡିଆନଙ୍କୁ ମଧ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ।

ବିଭିନ୍ନ ସମୟରେ ବିରୋଧୀ ଯେପରି ପାଣ୍ଡିଆନ ଜିଲ୍ଲା ଗସ୍ତକୁ ନେଇ ବିରୋଧ କରିବାରେ ଲାଗଛନ୍ତି ଏହି ଲାଇଭ ଭିଡିଓ ସେମାନଙ୍କ ପାଇଁ ଏକ ବଡ ଧକ୍କା ହୋଇଛି। କାରଣ  ପ୍ରକୃତରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ପଠାଇଛନ୍ତି କି ନାହିଁ ତାହା ବିରୋଧୀଙ୍କ ସନ୍ଦେହ ଥିଲା। ବର୍ତ୍ତମାନ ଏହି ଭିଡିଓ ତାହାର ପ୍ରକୃଷ୍ଠ ପ୍ରମାଣ ଭାବେ ସେମାନଙ୍କୁ ମିଳିଯାଇଛି।

ପୂର୍ବରୁ ପାଣ୍ଡିଆନ ବରଗଡ ଗସ୍ତ ବେଳେ ସେ ମୁଖ୍ୟମନ୍ତ୍ରୀଙ୍କ ଏକ ଅଡିଓ ମଧ୍ୟ ଶୁଣାଇଥିଲେ। ତାହା ଥିଲା ଯେ, ଖୋଦ ମୁଖ୍ୟମନ୍ତ୍ରୀ ଅଡିଓ ମାଧ୍ୟମରେ କହିଥିଲେ ଯେ, ସେ ତାଙ୍କ ସଚିବ ପାଣ୍ଡିଆନ ବାବୁଙ୍କୁ ଆପଣଙ୍କ ଦୁଃଖ ବୁଝିବା ପାଇଁ ପଠାଇଛି। ସେ ଆପଣଙ୍କର ସମସ୍ୟା ସମାଧାନ କରିବା ପାଇଁ କହିଛି। ଏହି ଅଡିଓ ପରେ ବିରୋଧୀଙ୍କ ମୁହଁ ମଳିନ ପଡିଯାଇଥିଲା।

ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ବିରୋଧୀ ଯେତେ ପ୍ରକାରର ଚାପ ପ୍ରୟୋଗ କରି ରୋକିବା ପାଇଁ ଚେଷ୍ଠା କରୁଥିଲେ ମଧ୍ୟ ତାହା ହୋଇପାରୁ ନାହିଁ। ବରଂ ବିରୋଧୀଙ୍କ ବିରୋଧ ପରେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ତୀବ୍ର ହେବାରେ ଲାଗିଛି। ଲାଗୁଛି ସତେ ଯେପରି ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ କୌଣସି ଶକ୍ତି ରୋକି ପାରିବ ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ଆଗରୁ ଯାଉଥିଲେ, ଏବେ ଦୌଡିଲେ ଭି କେ ପାଣ୍ଡିଆନ, ବିରୋଧୀଙ୍କ ମୁଣ୍ଡ ଖରାପ, ଦିଶୁନି ବୁଦ୍ଧି

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ କଂଗ୍ରେସ ପ୍ରଚାର କମିଟର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ 5ଟି ସଚିବଙ୍କୁ ଟାର୍ଗେଟ କଲେ। ଏହାପରଠାରୁ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ବଢିବାରେ ଲାଗିଛି। କହିବାକୁ ଗଲେ ସେ ଆଗରୁ ଯାଉଥିଲେ ଏବେ ପୁରା ଦୌଡୁଛନ୍ତି। ତାଙ୍କର ଗସ୍ତରେ କୌଣସି ବିରାମ କେହି ଲଗାଇପାରୁ ନାହିଁ। ଲାଗୁଛି  କୌଣସି ତାକତ୍ ତାଙ୍କ ଗସ୍ତକୁ ରୋକିପାରିବ ନାହିଁ।

ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀର କିଛିଦିନ ପରେ ପାଣ୍ଡିଆନ ଗଲେ ବରଗଡ। ସେହି ଜିଲ୍ଲାର ସେ ଲଗାତର ତିନିଦିନ ଧରି ଗସ୍ତ କରିଥିଲେ। କରାଯାଇଥିଲା ବିପୁଳ ସ୍ବାଗତ। ସେହିପରି ଏବେ ସେ ଅନୁଗୁଳ ଜିଲ୍ଲା ଗସ୍ତରେ ବାହାରିଛନ୍ତି। ସେଠାରେ ମଧ୍ୟ ତାଙ୍କୁ ସ୍ବାଗତ କରାଯିବ। ଫୁଲ ଫିଙ୍ଗାଯିବ। ସେଠାରେ ମଧ୍ୟ ସେ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା କରିବେ, ଘୋଷଣା କରିବେ। ଲୋକଙ୍କୁ ସମ୍ବୋଧନ ମଧ୍ୟ କରିବେ।

କେବଳ ଏହି ଦୁଇ ଦିନ ନୁହେଁ, ଆଗାମୀ ଦିନରେ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମ ପୁରା ପ୍ରସ୍ତୁତ ହୋଇ ରହିଛି। ସେ ଆହୁରି କେତେକ ଜିଲ୍ଲା ଗସ୍ତ କରିବେ। ଯାହା ଯାଇ ଥାଆନ୍ତେ କି ନାହିଁ, ଅପରାଜିତା ଏବଂ ବିଜୟଙ୍କ ଟାର୍ଗେଟ ପରେ ଏହି ଗସ୍ତ କାର୍ଯ୍ୟକ୍ରମକୁ ଆହୁରି ବୃଦ୍ଧି କରାଯାଇଛି। କାର୍ଯ୍ୟକ୍ରମ ନ ଥିଲେ ମଧ୍ୟ ସେମାନଙ୍କୁ ପାନେ ଦେବା ପାଇଁ ପାଣ୍ଡିଆନଙ୍କ ଗସ୍ତକୁ ଜାଣିଶୁଣି ତୀବ୍ର କରାଯାଇଛି।

ଏହାପରେ ଏବେ କଣ କରିବେ ଅପରାଜିତା ଷଡଙ୍ଗୀ ଏବଂ ବିଜୟ ପଟ୍ଟନାୟକ। କାରଣ ସେମାନେ ଯାହା କରିବାର କଥା ତାହା କରିସାରିଛନ୍ତି। କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ କରିବା କଥା, ତାହା କରିସାରିଛନ୍ତି। କେନ୍ଦ୍ର ସରକାର ମଧ୍ୟ ଏମାନଙ୍କ ଅଭିଯୋଗକୁ ଗ୍ରହଣ କରି ଚିଠି ମଧ୍ୟ କରିସାରିଛନ୍ତି। ହେଲେ ଫଳାଫଳ ଶୂନ। ବଂର ପାଣ୍ଡିଆନଙ୍କ ଗସ୍ତ ଧୂମଧାମରେ ହେବାରେ ଲାଗିଛି।

ସେଥିପାଇଁ ବିଜେପି ନେତା ତଥା ଖୋଦ ଅପରାଜିତା ଷଡଙ୍ଗୀ ମଧ୍ୟ ଜାଣିଦେବା ଉଚିତ ଯେ, କେନ୍ଦ୍ର କୌଣସି ପ୍ରକାରରେ ନବୀନ ପଟ୍ଟନାୟକଙ୍କୁ ଅସନ୍ତୁଷ୍ଠ କରିବାକୁ ଚାହୁଁ ନାହିଁ। ତାଙ୍କର ପତିୟାରାରେ କେନ୍ଦ୍ର ହାତ ମାରିବାକୁ ଚାହୁଁ ନାହିଁ। ଯଦି କେନ୍ଦ୍ରର ଚିଠି ପାଣ୍ଡିଆନଙ୍କ ପାଇଁ ଅଡୁଆ ସୃଷ୍ଟି କରିବାର ସମ୍ଭାବନା ଥାଆନ୍ତା ତେବେ ସେ ଗସ୍ତ କାର୍ଯ୍ୟକ୍ରମ ବାତିଲ କରି ଦେଇଥାଆନ୍ତେ। ହେଲେ ସେଥିରେ ବିରାମ ଲାଗୁ ନାହିଁ।

ସେଥିପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଲେଖାଯାଇଥିବା ସେହି ଚିଠିରୁ ସ୍ପଷ୍ଟ ଯେ, ତାହା କେବଳ ଥିଲା ମନବୁଝା ନକଲ। ସାପ ମରିବ ହେଲେ ବାଡି ଭାଙ୍ଗିବ ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ଦିବ୍ୟାଙ୍ଗଙ୍କ କଥା ଶୁଣିବା ପାଇଁ ନିଜେ ଆଣ୍ଠେଇ ପଡିଲେ ପାଣ୍ଡିଆନ

ଭୁବନେଶ୍ବର: ଜଣେ ଦିବ୍ୟାଙ୍ଗ ଆସିଥିଲା ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଗୁହାରୀ କରିବାକୁ। ଦୁଇ ଗୋଡ ନ ଥିବାରୁ ଭିଡ ଭିତରେ ତାଙ୍କୁ ପାଣ୍ଡିଆନ ଦେଖିପାରିବେ କି ନାହିଁ ଥିଲା ସନ୍ଦେହ। ହେଲେ ପାଣ୍ଡିଆନ ତାଙ୍କୁ ଦେଖିଲେ ପାଖକୁ ମଧ୍ୟ ଆସି ଗୁହାରୀ ଶୁଣିଲେ। ହେଲେ ତାଙ୍କ କଥା ଛିଡା ହୋଇ ଶୁଣିବା ସମ୍ଭବ ନ ଥିବାରୁ ସେ ନିଜେ ତାଙ୍କ ପାଖରେ ଆଣ୍ଠେଇ ପଡି କଥାବାର୍ତ୍ତା ହେଲେ।

ଏହାକୁ ନେଇ ବେଶ ଚର୍ଚ୍ଚା ଚାଲିଛି। ଘଟଣାଟି ଗତକାଲି ବାଲେଶ୍ବର ନୀଳଗିରିରେ ପଞ୍ଚଲିଙ୍ଗେଶ୍ବରରେ ଘଟିଛି। ଏହି ଦିବ୍ୟାଙ୍ଗ ହେଉଛନ୍ତି ସନ୍ତରାଗଡ଼ିଆର କୁଳିଗଡ଼ି ଗାଁର ପ୍ରଶାନ୍ତ କୁମାର ରାଉତ। ସେ ଜଣେ ଜଣେ ଜାତୀୟ ସ୍ତରୀୟ ନୃତ୍ୟଶିଳ୍ପୀ। ସେ ଯିବା ଆସିବା କରିବା ପାଇଁ ଦିବ୍ୟାଙ୍ଗ ସ୍କୁଟିଟିଏ ଦେବା ପାଇଁ ଅନୁରୋଧ କରିଥିଲେ। ଯାହା ଖୁବ ଶିଘ୍ର ଯୋଗାଇ ଦିଆଯିବ ବୋଲି ପାଣ୍ଡିଆନ ପ୍ରତିଶୃତି ମଧ୍ୟ ଦେଇଥିଲେ। ପାଣ୍ଡିଆନଙ୍କ ଏପରି ପଦକ୍ଷେପକୁ ସମସ୍ତେ ପ୍ରଶଂସା ମଧ୍ୟ କରୁଛନ୍ତି।

ସେତିକି ନୁହେଁ ପାଣ୍ଡିଆନ ବାହାନଗା ଯାଇ ସ୍ଥାନୀୟ ହାଇସ୍କୁଲଠାରେ ସାଧାରଣ ଲୋକ, ଅଭିଭାବକ, ଶିକ୍ଷକ ଓ ସ୍କୁଲ କମିଟିର ସଦସ୍ୟମାନଙ୍କୁ ଭେଟିଥିଲେ। ଟ୍ରେନ ଦୁର୍ଘଟଣା ସମୟରେ, ସେଦିନର କାଳ ରାତ୍ରୀ କଥା ମନେ ପକାଇ ଶ୍ରୀ ପାଣ୍ଡିଆନ କହିଲେ ଯେ,  ସେମାନେ ଯେପରି ସ୍ୱତଃସ୍ଫୁର୍ତ୍ତ ଭାବରେ ଯେଭଳି ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଗେଇ ଆସିଥିଲେ, ଜୀବନ ବଞ୍ଚାଇବାକୁ ରକ୍ତଦାନ ପାଇଁ ଲାଇନ୍ ଲଗାଇଥିଲେ, ତା’ର ତୁଳନା ନାହିଁ।

ବାହାନଗା ପଞ୍ଚାୟତକୁ ଦେଶର ଏକ ମଡେଲ ପଞ୍ଚାୟତ ଭାବେ ବିକଶିତ କରାଯିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ୫ଟି ସ୍କୁଲ ରୂପାନ୍ତର କାର‌୍ୟ୍ୟକ୍ରମରେ  ବାହାନଗା ହାଇସ୍କୁଲର ରୂପାନ୍ତର କରାଯିବ ବୋଲି ପ୍ରକାଶ କରି ଶ୍ରୀ ପାଣ୍ଡିଆନ ଏଥିପାଇଁ ମୁଖ୍ୟମନ୍ତ୍ରୀ ୨.୪୯ କୋଟି ଟଙ୍କା ମଂଜୁର କରିଛନ୍ତି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ ପତ୍ରକୁ ସେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ସେ ଅଞ୍ଚଳର ବିଭିନ୍ନ ଧାର୍ମୀକ ଅନୁଷ୍ଠାନ ପାଇଁ ଲୋକଙ୍କ ନିବେଦନ ଉପରେ ମତ ଦେଇ ସେ କହିଥିଲେ ଯେ ଆସନ୍ତା ସପ୍ତାହ ଭିତରେ ଖୁସି ଖବର ମିଳିବ। ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ।

୫ଟି ରୂପାନ୍ତର କାର‌୍ୟ୍ୟକ୍ରମରେ ବାହାନଗାରେ ନିର୍ମାଣ ହେଉଥିବା ପ୍ରାଥମିକ ବିଦ୍ୟାଳୟର କାର‌୍ୟ୍ୟ ସମୀକ୍ଷା କରି ଏହାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ଯେ, ୫ଟି ରୂପାନ୍ତର କାର‌୍ୟ୍ୟକ୍ରମରେ ଏହା ହେଉଛି ରାଜ୍ୟର ପ୍ରଥମ ପ୍ରାଥମିକ ବିଦ୍ୟାଳୟ। ବାଲେଶ୍ବର ଜିଲ୍ଲାରେ ଥିବା ୧୨୮ ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କଲେଜର ରୂପାନ୍ତର ପାଇଁ ୫ଟି ଉପକ୍ରମରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ୧୨୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ପାଣ୍ଡିଆନଙ୍କ ରାୟଗଡା ଗସ୍ତର ଦ୍ୱିତୀୟ ଦିନ, ବିଜୁ ଏକ୍ସପ୍ରେସ୍‌ ୱେ ପାଇଁ ୧୫୦୦ କୋଟି ଖର୍ଚ୍ଚ ଅଟକଳ

ଭୁବନେଶ୍ୱର: ରାୟଗଡା ଜିଲ୍ଲା ଗସ୍ତର ଦ୍ୱୀତିୟ ଦିନରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି କାଶିପୁର, ପଦ୍ମପୁର, ବିଷମକଟକ ଓ ଗୁଣୁପୁର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିକାଶ କାମର ସମୀକ୍ଷା କରିବା ସହିତ ବିଭିନ୍ନ ଧାର୍ମିକ ପୀଠ ପରିଦର୍ଶନ କରିଥିଲେ ଏବଂ ସ୍ଥାନୀୟ ଲୋକଙ୍କ ସହିତ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

କାଶିପୁର ଠାରେ ଶ୍ରୀ ପାଣ୍ଡିଆନ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ତାକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରଶାସନକୁ ପରାମର୍ଶ ଦେଇଥିଲେ । ସେଠାରେ ଅବସ୍ଥାପିତ ଡାକ୍ତରମାନଙ୍କ ସହିତ ଆଲୋଚନା କରିବା ସହିତ ସେ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇରେ ସେମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ।

ପରେ କାଶିପୁର ବ୍ଲକର ଖୁରିଗାଁ ସ୍ଥିତ ଆଦିଶକ୍ତି ମିଶନଶକ୍ତି ମା ମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ଦ୍ୱାରା ପରିଚାଳିତ ଛତୁ ବିହନ କେନ୍ଦ୍ର ବୁଲି ଦେଖିଥିଲେ। ସେମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ପାଣ୍ଡିଆନ ମିଶନ ଶକ୍ତି ମା ମାନଙ୍କୁ ଉଚ୍ଚ ମୂଲ୍ୟର ବଡ ବଡ ଉଦ୍ୟୋଗ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଏଥିପାଇଁ ସବୁ ପ୍ରକାର ସହାୟତା ସରକାର ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ।

କାଶିପୁର ଅଞ୍ଚଳରେ ଉଚ୍ଚ ଶିକ୍ଷାର ପ୍ରସାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଶେଷ ଗୁରୁତ୍ୱ ଦେଉଛନ୍ତି ଏବଂ ସେଠାରେ ଏକ କଲେଜ ଖୋଲିବାରେ ରାଜ୍ୟ ସରକାର ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେବେ ବେଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶାକୁ ସଂଯୁକ୍ତ କରୁଥିବା ଗୁରୁତ୍ୱପୂର୍ଣ୍ଣ ବିଜୁ ଏକ୍ସପ୍ରେସ ୱେ କୁ ଆର୍ଥିକ ବିକାଶର ଏକ ମାଧ୍ୟମ ଭାବରେ ବର୍ଣ୍ଣନା କରି ଶ୍ରୀ ପାଣ୍ଡିଆନ କହିଥିଲେ ଦକ୍ଷିଣ ଓଡିଶାରେ ଏହି ଗୁରୁତ୍ୱପୂର୍ଣ୍ଣ ରାଜପଥର ୩୩୫ କିଲୋମଟିର ମଧ୍ୟରୁ ୧୨୦ କିଲୋମିଟର କେବଳ ରାୟଗଡା ଜିଲ୍ଲା ଦେଇ ଯାଉଛି । ରାୟଗଡା ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟ ଆଗେଇନେବା ପାଇଁ ୧୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଶ୍ରୀ ପାଣ୍ଡିଆନ ପ୍ରକାଶ କରିଥିଲେ।

ସେଠାରୁ ସେ ବିଷମକକଟକ ଯାଇ ମିଶନଶକ୍ତି ବ୍ଲକ ଲେବଲ୍‌ ଫେଡେରେସନ୍ ଦ୍ୱାରା ପରିଚାଳିତ ମିଶନ ଶକ୍ତି କାଫେ ବୁଲି ଦେଖିଥିଲେ ଏବଂ ମା ମାନଙ୍କ ସହିତ ଆଲୋଚନା ସମୟରେ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ। ବିଷମକଟକର ଖଜୁରି ଗାଁରେ ଥିବା ନିର୍ମାଣାଧୀନ ପରିବେଶ ପର୍ଯ୍ୟଟନ ପ୍ରକଳ୍ପ ବୁଲି ଦେଖିଥିଲେ ଓ ସେ ଅଞ୍ଚଳରେ ବିକାଶ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଓ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ।

ପରେ ପରେ ୫-ଟି ସଚିବ ଡଙ୍ଗରିଆ କନ୍ଧ ଭାଇଭଉଣୀମାନଙ୍କ ସହିତ ସେମାନଙ୍କ ଜୀବନଜୀବିକା ସମ୍ପର୍କରେ ଆଲୋଚନା କରିଥିଲେ। ଡଙ୍ଗରିଆ କନ୍ଧମାନଙ୍କ ଦ୍ୱାରା ପ୍ରସ୍ତୁତ କପଡାଗୁଣ୍ଡ ସାଲର ବିଶେଷ ଆଦର ରହିଥିବାରୁ ଏ ସାଲ ତିଆରିରେ ଅଧିକରୁ ଅଧିକ ଯୁବକଯୁବତୀମାନଙ୍କୁ ସାମିଲ କରିବାପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ଏହା ସହିତ ଡଙ୍ଗରିଆ କନ୍ଧମାନଙ୍କ ଦ୍ୱାରା ଉତ୍ପାଦିତ ସପୁରି, ହଳଦୀ ଓ ତେନ୍ତୁଳି ଆଦି ଉତ୍ପାଦନ ପାଇଁ ଯେପରି ରାଜ୍ୟ ତଥା ଦେଶରେ ଏକ ସୁଦୃଢ ବଜାର ବ୍ୟବସ୍ଥା ହୋଇପାରିବ ସେଦିଗରେ ପଦକ୍ଷେପ ନେବାପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଷମକଟକ ଗସ୍ତ ଅବସରରେ ସ୍ଥାନୀୟ ଲୋକ ଏବଂ ବିଭିନ୍ନ ସିଭିଲ ସୋସାଇଟି ସହିତ ସ୍ଥାନୀୟ ସମସ୍ୟା ଓ ତା’ର ସମାଧାନ ବିଷୟରେ ଆଲୋଚନା କରିଥିଲେ।

ବିଷମକଟକ ଅଞ୍ଚଳର ଚାଟିକୋଣା ଶିବ ମନ୍ଦିର ପରିଦର୍ଶନ କରି, ଶ୍ରୀ ପାଣ୍ଡିଆନ ପୂଜାର୍ଚ୍ଚନା କରିଥିଲେ ଏବଂ ମନ୍ଦିରର ବିକାଶ ସମ୍ପର୍କରେ ସେବାୟତ ଓ ଟ୍ରଷ୍ଟ ବୋର୍ଡର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ବିଷମକଟକର ଜଗନ୍ନାଥ ମନ୍ଦିର ଓ ନେଳିଆବନ୍ଧ ପରିଦର୍ଶନ କରିଥିଲେ।

ଏ ଦୁଇ ସ୍ଥାନର ବିକାଶ ପାଇଁ ଏକ ମାସ ମଧ୍ୟରେ ଡିପିଆର୍ ପ୍ରସ୍ତୁତ ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ପରେ ପରେ ଶ୍ରୀ ପାଣ୍ଡିଆନ ପଦ୍ମପୁର ବ୍ଲକକୁ ଯାଇଥିଲେ ଏବଂ ସୌରା ଜନଜାତି ର ପ୍ରସିଦ୍ଧ ମାତ୍ତରବନାମ ମନ୍ଦିର ପରିଦର୍ଶନ କରିଥିଲେ। ଏହି ମନ୍ଦିରର ବିକାଶ କାର୍ଯ୍ୟ ତଫସିଲଭୂକ୍ତ ଜାତି ଓ ଜନଜାତି ବିଭାଗ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଭାବରେ କରାଯିବ ବୋଲି ଶ୍ରୀ ପାଣ୍ଡିଆନ ଆଲୋଚନା ସମୟରେ ସୂଚନା ଦେଇଥିଲେ।

ପଦ୍ମପୁର ବ୍ଲକର ଖିଲାମୁଣ୍ଡା ଗ୍ରାମପଞ୍ଚାୟତରେ ଥିବା ଆର୍‌ଏମ୍‌ସି ୟାର୍ଡରେ ଚାଷୀମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କର ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ। ସେମାନେ ଉତ୍ପାଦନ କରୁଥିବା ବିଭିନ୍ନ ଫସଲ ଓ ଏହାର ବଜାର ବ୍ୟବସ୍ଥା ତଥା ସେ ଅଞ୍ଚଳର ଜଳସେଚନ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ପଦ୍ମପୁର ବ୍ଲକ ଅଞ୍ଚଳରେ ଜଳସେଚନ କ୍ଷମତାର ପୂର୍ଣ୍ଣ ଉପୋଯୋଗ ନିମନ୍ତେ ଜଳସେଚନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନା କରାଯିବ ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଗୁଣୁପୁର ଠାରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ସେଫାଳି ହିଲ୍‌ରେ ଥିବା ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ ଏବଂ ସେବାୟତ ଓ ମନ୍ଦିରର ଟ୍ରଷ୍ଟ ବୋର୍ଡର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ଏକ ମାସ ମଧ୍ୟରେ ମନ୍ଦିରର ବିସ୍ତୃତ ବିକାଶ ଯୋଜନା ପ୍ରସ୍ତୁତ କରି ପର୍ଯ୍ୟଟନ ବିଭାଗକୁ ପଠାଇବାପାଇଁ ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ। ଗୁଣୁପୁର ଇଣ୍ଡୋର ଷ୍ଟାଡିୟମରେ ମିଶନ ଶକ୍ତି ଓ ସ୍ଥାନୀୟ ଜନ ସାଧାରଣଙ୍କୁ ଭେଟି ଥିଲେ। ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ ଏବଂ ଏହାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

ଏହି ଗସ୍ତ ସମୟରେ କ୍ରୀଡା ସଚିବ ଶ୍ରୀ ଆର୍‌. ଭିନିଲ୍‌ କ୍ରିଷ୍ଣା, ରାୟଗଡା ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାରଶହ ଡାକ୍ତରଙ୍କୁ ନିଯୁକ୍ତି ଦେଇ ବାଲେଶ୍ବର ଟ୍ରାଜେଡି କଥା କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବାଲେଶ୍ୱରରେ ଟ୍ରେନ୍ ଦୁର୍ଘଟଣା ପରେ ନିଆଯାଇଥିବା ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶାବାସୀଙ୍କୁ ପ୍ରଶଂସା କରିବା ସହ ରାଜ୍ୟ ପ୍ରଶାସନକୁ ମଧ୍ୟ ପ୍ରଶଂସା କରିଛନ୍ତି। “ମୁଁ ମୋର ଲୋକମାନଙ୍କ ପାଇଁ ଗର୍ବିତ। ମୁଁ ଓଡିଶା ପାଇଁ ଗର୍ବିତ ବୋଲି ନବୀନ କହିଛନ୍ତି। ଆଜି କଳିଙ୍ଗ ଷ୍ଟାଡିୟମରେ ଏକ ‘ନିଯୁକ୍ତି ପ୍ରଭା’ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟରେ ୧୨୦୫ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି।

ଟ୍ରେନ୍ ଦୁର୍ଘଟଣାକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାଲେଶ୍ବର ଟ୍ରେନ୍ ଦୁର୍ଘଟଣା ବିଷୟରେ ସମସ୍ତେ ଜାଣିଛନ୍ତି ଯାହା ଦେଶ, ଏପରିକି ବିଶ୍ୱକୁ ଥରାଇ ଦେଇଛି। ଏହା ଏକ ବଡ ଦୁଃଖଦାୟକ ସମୟ ଥିଲା। କିନ୍ତୁ ଏହି ଦୁର୍ଘଟଣାକୁ ମୁକାବିଲା କରିବାରେ ଓଡିଶାର ଶକ୍ତି ଓ କ୍ଷମତା କଣ ତାହା ପ୍ରମାଣିତ କରିଛି। ଏହା ପରେ ସେ କହିଥିଲେ, ଏହା ଓଡିଶାର ଲୋକଙ୍କ ଦୟା ଏବଂ ମାନବିକତାକୁ ଦର୍ଶାଇଛି।

ଡାକ୍ତର, ଡାକ୍ତରୀ ଛାତ୍ର, ସାଧାରଣ ଜନତା ସମସ୍ତଙ୍କର ଗୋଟିଏ କଥା ଥିଲା, ଚାଲ ଜୀବନ ବଞ୍ଚାଇବା, ଯେତେ ସମ୍ଭବ ଆମେ ଜୀବନ ବଞ୍ଚାଇବା। ସେହି ସଙ୍କଳ୍ପ ନେଇ ଆମେ ଏକ ହଜାରରୁ ଅଧିକ ଜୀବନ ରକ୍ଷା କରିପାରିଛୁ। ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିବା ଲୋକମାନେ, ରକ୍ତ ଦାନ ପାଇଁ ଲମ୍ବା ଧାଡିର ଦୃଶ୍ୟ ବିରଳ ଆଉ ଅମୂଲ୍ୟ ଅଟେ। ମୁଁ ମୋର ଓଡିଶା ଲୋକମାନଙ୍କ ପାଇଁ ଗର୍ବିତ ମୁଁ ଓଡିଶା ପାଇଁ ଗର୍ବିତ।

ସେ କହିଛନ୍ତି, “ବର୍ତ୍ତମାନ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରକୁ ଆସୁଛି। ମୁଁ ନିଶ୍ଚିତ ଭାବରେ କହିବି ଯେ ଖବର ଆସିବା କ୍ଷଣି ରାଜ୍ୟ ପ୍ରଶାସନ ବେଶ ଚଳଚଞ୍ଚଳ ହୋଇଥିଲା। ମନ୍ତ୍ରୀ, ବରିଷ୍ଠ ଅଧିକାରୀ, ସହାୟକ କର୍ମଚାରୀ ସମସ୍ତେ ଦୁର୍ଘଟଣାସ୍ଥଳରେ ଏବଂ ଡାକ୍ତରଖାନାରେ ରହି ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟ ଉପରେ ନଜର ରଖିଥିଲେ।

ସ୍ୱଚ୍ଛତା, ପ୍ରଯୁକ୍ତିବିଦ୍ୟା, ଦଳଗତ କାର୍ଯ୍ୟ, ସମୟ ଏବଂ ପରିବର୍ତ୍ତନ ସବୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ଥିଲା। ଏହା ହେଉଛି ଆମର 5T ପଦକ୍ଷେପ। ଏହା ହେଉଛି ପରିବର୍ତ୍ତନ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଦୀର୍ଘକାଳୀନ ରଣନୀତି, ମଧ୍ୟମ ଅବଧି ରଣନୀତି ନେଇ ବାତ୍ୟା ପରିଚାଳନାରେ ସଫଳ ହୋଇଛୁ। ବର୍ତ୍ତମାନ ଏହି ଦୁର୍ଘଟଣା ବିପର୍ଯ୍ୟୟର ଉଦ୍ଧାର କାର୍ଯ୍ୟ ପ୍ରମାଣିତ କରିଛି ଯେ ଓଡିଶା ଏ କ୍ଷେତ୍ରରେ କେତେ ସକ୍ଷମ।

ନୂତନ ମେଡିକାଲ ଅଫିସରଙ୍କୁ ଅଭିନନ୍ଦନ ଜଣାଇ ସେ କହିଛନ୍ତି ଯେ ରାଜ୍ୟରେ ଡାକ୍ତରଙ୍କ ଶକ୍ତିରେ ଏହା ଏକ ବଡ଼ ଯୋଗଦାନ ଏବଂ ଏହା ନିଶ୍ଚିତ ଭାବରେ ସରକାରୀ ଡାକ୍ତରଖାନାଗୁଡ଼ିକରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ କରିବ। ରୋଗୀମାନଙ୍କ ସନ୍ତୁଷ୍ଟିକୁ ଆହୁରି ସୁଦୃଢ କରିବ। ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି ଯେ ନୂଆ ମେଡିକାଲ ଅଫିସରମାନେ ଆନ୍ତରିକତା ଏବଂ ସହାନୁଭୂତି ସହିତ ସେବା କରିବେ। 

ସେ ସୂଚନା ଦେଇଛନ୍ତି ଯେ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ନୀତି ଅନୁସରଣ କରି ଆମେ ଗତ ବର୍ଷେ ମଧ୍ୟରେ ଚାରୋଟି ନୂତନ ମେଡିକାଲ କଲେଜ ଏବଂ ଦୁଇଟି ନୂତନ ପୋଷ୍ଟ ଗ୍ରାଜୁଏଟ୍ ପ୍ରତିଷ୍ଠାନ ଖୋଲିଛୁ। ଏହାଦ୍ୱାରା ପ୍ରତିବର୍ଷ ୨୨୦୦ MBBS ଡାକ୍ତର ଏବଂ ୮୨୬ ବିଶେଷଜ୍ଞ ବାହାରିପାରୁଛନ୍ତି ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ନିଯୁକ୍ତି ପ୍ରକ୍ରିୟାରେ ସ୍ଥିରତା ଆଣି ଆମେ ଗତ ଚାରି ବର୍ଷ ମଧ୍ୟରେ ପ୍ରାୟ ୪୫୦୦ ମେଡିକାଲ ଅଫିସର ନିଯୁକ୍ତ କରିଛୁ। ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଏହି ପଦକ୍ଷେପର ଏକ ଅଂଶ ଭାବରେ ନିକଟରେ ଅତିରିକ୍ତ ୫୦୦୦ ପଦବୀ ସୃଷ୍ଟି କରାଯାଇଛି। ଏହି ପଦବୀରେ ନିଯୁକ୍ତି ଖୁବ୍ ଶୀଘ୍ର କରାଯିବ। ମୁଁ ପୁନର୍ବାର ଖୁସି ଯେ ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟରେ ସମସ୍ତ MBBS ପଦବୀ ପୂରଣ ହେବ।

ଆସନ୍ତା ବର୍ଷ ଠାରୁ ଓଡିଶା ଡାକ୍ତର ବଳକା ରାଜ୍ୟ ହେବ ବୋଲି ସେ କହିଛନ୍ତି। ରାଜ୍ୟର ଫ୍ଲାଗସିପ୍ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବିଷୟରେ ସେ କହିଛନ୍ତି ଯେ ଏହା ଏକ ଲୋକପ୍ରିୟ ଯୋଜନା, ଯାହା ଦେଶର ଖ୍ୟାତିସମ୍ପନ୍ନ ଘରୋଇ ଡାକ୍ତରଖାନାଗୁଡ଼ିକରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଥାଏ। ରୋଗୀ ଅସୁବିଧାର ସମ୍ମୁଖୀନ ହେଉଥିବା ଗରିବ ଲୋକଙ୍କୁ ଏହା ନିଶ୍ଚିତ ଭାବରେ ଏକ ବଡ଼ ସାହାଯ୍ୟ ଯୋଗାଉଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଚିକିତ୍ସା ଯୋଗାଇବା ପାଇଁ ଆମେ ପ୍ରତି ମାସରେ ପ୍ରାୟ ୨୨୫ କୋଟି ଟଙ୍କା ଖର୍ଚ୍ଚ କରୁଛୁ।

ତିନିଜଣ ନୂତନ ମେଡିକାଲ୍ ଅଧିକାରୀ ସ୍ନିଗ୍ଧାମୟ ପଣ୍ଡା, ମୁଖୀରଂଜନ ମଲ୍ଲିକ ଏବଂ ଶର୍ମିଲା ସାହୁ ନିଯୁକ୍ତି ପ୍ରକ୍ରିୟାରେ ସେମାନଙ୍କ ଅଭିଜ୍ଞତା ସଂପର୍କରେ କହିଥିଲେ। ଏହି ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ସବୁକିଛି ଠିକ୍ ସମୟରେ କରାଯାଇଥିଲା ବୋଲି ସେମାନେ କହିଛନ୍ତି। 5-ଟି ପଦକ୍ଷେପକୁ ପ୍ରଶଂସା କରି ସେମାନେ ସମସ୍ତେ ଆନ୍ତରିକତାର ସହିତ ସେବା କରିବାକୁ ପ୍ରତିଜ୍ଞା କରିଥିଲେ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଂଜନ ପୂଜାରୀ ତାଙ୍କ ସମ୍ବୋଧନରେ ସ୍ୱାସ୍ଥ୍ୟ ବିଭାଗ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ବିଷୟରେ କହିଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ଉଦ୍ୟମକୁ ବର୍ଣ୍ଣନା କରିଥିଲେ।  ସେ କହିଛନ୍ତି ଯେ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୋଣ ରାଜ୍ୟର ସ୍ୱାସ୍ଥ୍ୟ ଦୃଷ୍ଟିକୋଣକୁ ବଦଳାଇ ଦେଇଛି। ସେ ସୁସ୍ଥ ଓଡିଶା ସୁଖୀ ଓଡିଶା ସଫଳତା ପାଇଁ କାର୍ଯ୍ୟ କରିବାକୁ ନୂତନ ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ପି କେ ଜେନା ମଧ୍ୟ ଯୋଗଦେଇ ନୂଆ ମେଡିକାଲ ଅଧିକାରୀଙ୍କୁ ଉପଦେଶ ଦେଇଥିଲେ। ସେହିପରି 5ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ କହିଛନ୍ତି ଯେ ‘ନିଯୁକ୍ତି ପ୍ରଭା’ କାର୍ଯ୍ୟକ୍ରମ ସେମାନଙ୍କର ସଫଳତାର ଉତ୍ସବ ଏବଂ ଜୀବନର ଏହି ଅବସ୍ଥାରେ ପହଞ୍ଚିବା ପାଇଁ ସେମାନେ ଦେଇଥିବା ବଳିଦାନର ସମୟ।

୨୦୦୦ ମସିହାରୁ ରାଜ୍ୟ ଯେଉଁ ପରିବର୍ତ୍ତନ ଆଣିଛି ଏବଂ ସମ୍ମୁଖୀନ ହୋଇଥିବା ପ୍ରତ୍ୟେକ ଚ୍ୟାଲେଞ୍ଜରେ ଓଡିଶା କିପରି ସଫଳତାର ସହ ବାହାରକୁ ଆସୁଛି ସେ ବିଷୟରେ ସେ ସେମାନଙ୍କୁ କହିଥିଲେ।  ମୁଖ୍ୟମନ୍ତ୍ରୀ ସର୍ବଦା ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଡାକ୍ତରମାନେ ଏହାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କଲେ ଏହାର ଉଦ୍ଦେଶ୍ୟ ସଫଳ ହୋଇପାରିବ। ସେମାନେ ନିଜ ବୃତ୍ତିରେ ପ୍ରତ୍ୟେକ ଜୀବନ ବଞ୍ଚାଇବା ପାଇଁ ସମସ୍ତ ଉତ୍ସର୍ଗୀକୃତ କାର୍ଯ୍ୟ କରିବେ ବୋଲି ସେ ପରାମର୍ଶ ଦେଇଥିଲେ 

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଭି କେ ପାଣ୍ଡିଆନ

ଭୁବନେଶ୍ୱର: ଶୁକ୍ରବାରଠୁ ଦୁଇଦିନିଆ କଳାହାଣ୍ଡି ଗସ୍ତରେ ଯିବେ ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ। ସେଠାରେ ସେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବେ। ତାଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରିଛି। ସେହିପରି ନେତା ଓ କର୍ମୀମାନେ ଏ ନେଇ ପ୍ରସ୍ତୁତ ରହିଛନ୍ତି।

ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କର୍ଲାମୁଣ୍ଡା ଓ ମ.ରାମପୁର ବ୍ଲକ୍‌ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବେଲଖଣ୍ଡିରେ ପ୍ରଥମ କାର୍ଯ୍ୟକ୍ରମ ରହିଛି । ସେଠାରେ କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକର ବିଭିନ୍ନ ସମସ୍ୟା ଉପରେ ସେ ଜନସାଧାରଣଙ୍କ ସହ ଆଲୋଚନା କରିବେ ।

ଏହାପରେ କୋକସରା ଆମପାଣି ବୁଢ଼ାରାଜା ମନ୍ଦିର ସହ ଗୁଡ଼ହାଣ୍ଡି ଡୋକରିଚଞ୍ଚରାକୁ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଆସିବେ ୫ଟି ସଚିବ ଭିକେ ପାଣ୍ଡିଆନ!: ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି

ସୀତାରାମ ଅଗ୍ରୱାଲ

ବାଣପୁର: ୫ଟି ସଚିବ ଭିକେ ପାଣ୍ଡିଆନ କୁଆଡେ ବାଣପୁର ଗସ୍ତରେ ଆସୁଛନ୍ତି ବୋଲି ଚିଲିକା ନିର୍ବାଚନ ମଣ୍ଡଳୀରେ ଚାଲିଛି ଚର୍ଚ୍ଚା। ସେଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ପ୍ରଶାସନ ଏପରି ପ୍ରସ୍ତୁତି ଦେଖି ସମସ୍ତେ ଅନୁମାନ କରିଛନ୍ତି ଯେ ୫ଟି ସଚିବ ବାଣପୁର ଆସୁଥିବାରୁ ଯୁଦ୍ଧ କାଳୀନ ଭିତ୍ତିରେ ଏପରି କାମ ହେଉଛି।

ସୂଚନା ଥାଉକି ୫ଟି ସଚିବ ଭିକେ ପାଣ୍ଡିଆନ ରାଜ୍ୟର ପ୍ରମୁଖ ମନ୍ଦିର ଗୁଡ଼ିକ ପରିଦର୍ଶନ କରି ତାକୁ ନୂତନ ରୂପରେଖ ଦେଉଥିବା ବେଳେ ଆଜି ପର୍ଯ୍ୟନ୍ତ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଭଗବତୀ ପିଠ ଏଥିରୁ ବଞ୍ଚିତ ହୋଇଛି। ଏଯାବତ ୫ଟି ସଚିବଙ୍କ ଶୁଭ ଦୃଷ୍ଟି ଉକ୍ତ ମନ୍ଦିର ଉପରେ ପଡ଼ିନଥିବା ବେଳେ ଭକ୍ତ, ବୁଦ୍ଧିଜୀବୀ ଓ ସେବାୟତଙ୍କ ମନରେ ଏ ନେଇ କ୍ଷୋଭ ପ୍ରକାଶ ପାଇଛି। ବିଭିନ୍ନ ଗଣମାଧ୍ୟମ ମଧ୍ୟ ଏ ନେଇ ଏକାଧିକ ଖବର ପରିବେଷଣ କରିଛନ୍ତି।

ଚର୍ଚ୍ଚା ଅନୁଯାୟୀ ଖୁବ ଶୀଘ୍ର ୫ଟି ସଚିବ ଭିକେ ପାଣ୍ଡିଆନ ବାଣପୁର ମା’ ଭଗବତୀ ମନ୍ଦିର ପରିଦର୍ଶନକୁ ଆସି ଏହାର ଉନ୍ନତି ପାଇଁ ମେଗା ଯୋଜନା ଘୋଷଣା କରିବେ। ପ୍ରଶାସନର ତତ୍ପରତାରୁ ଏହାର ପୂର୍ବାଭାସ ମିଳିଛି। ବିଗତ ଦୁଇ ଦିନ ହେବ ସ୍ଥାନୀୟ ପ୍ରଶାସନର ନିଦ ହଜିଯାଇଛି। କୋଉଠି ରାତାରାତି ରୋଡ ମରାମତି କରାଯାଉଛି ତ ଆଉ କୋଉଠି ଅଚଳ ଷ୍ଟ୍ରିଟ ଲାଇଟକୁ ସଙ୍ଗେସଙ୍ଗେ ବଦଳାଯାଉଛି। ଏପରିକି ଭଗବତୀ ମନ୍ଦିର ପରିସର ଏବଂ ଏହାର ଚତୁଃପାର୍ଶ୍ୱ ବର୍ତ୍ତମାନ ଚକାଚକ ଦିଶୁଛି।

୫ଟି ସଚିବଙ୍କ ଗସ୍ତ ପୁର୍ବରୁ ଭଗବତୀ ମନ୍ଦିରକୁ ସାଜସଜ କରିବା ପାଇଁ ତହସିଲ, ଏନଏସି ଏବଂ ପୂର୍ତ୍ତବିଭାଗ ଲାଗିପଡିଛନ୍ତି। ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା ନନ୍ଦପୁର ଛକରୁ ବିଷରପାଟଣା ଛକ ପର୍ଯ୍ୟନ୍ତ ଥିବା ଖାଲଖମା ପିଚୁ ରୋଡ଼କୁ ପୂର୍ତ୍ତବିଭାଗ ଦୁଇ ରାତି ହେଲା ଯୁଦ୍ଧକାଳିନ ଭିତ୍ତିରେ ମରାମତି କରି ଚକାଚକ କରିଛି। ଏପରିକି ଉକ୍ତ ରୋଡରେ ପୁର୍ବରୁ ଥିବା ସମସ୍ତ ସ୍ପିଡ଼ ବ୍ରେକର (ହମ୍ପସ) କୁ ରାତାରାତି ଉଡାଇଦିଆଯାଇଛି।

ସେହିପରି ମା’ ଭଗବତୀ ମନ୍ଦିର ପରିସରରେ ଥିବା ଜନସୁବିଧା କେନ୍ଦ୍ରଟି ବଣବୁଦା ହୋଇ ପଡ଼ିଥିବା ବେଳେ ବର୍ତ୍ତମାନ ତାହା ବଗିଚା ରୁପ ନେଇଛି। ମନ୍ଦିର ପଛ ପାର୍ଶ୍ଵରେ ଥିବା ଶୌଚାଳୟକୁ ଏନଏସି ପକ୍ଷରୁ ଚିତ୍ର କରାଯାଇ ନୂଆ ରୂପ ଦିଆଯାଇଛି।

ତହସିଲଦାର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ଭଗବତୀ ମନ୍ଦିରରେ ଡେରା ପକାଇଥିବା ବେଳେ ଘନଘନ ତଦାରଖ ଜାରି ରହିଛି।  ଅପରପକ୍ଷେ ଏନଏସି ଅଧ୍ୟକ୍ଷ ମଧ୍ୟ ଶ୍ରୀ ପାଣ୍ଡିଆନଙ୍କ ଗସ୍ତ ପୁର୍ବରୁ ନିଜ ଟିମ ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତଦାରଖ କରୁଛନ୍ତି।

ତେବେ ଯାହା ହେଉ ଉକ୍ତ ଗସ୍ତକୁ ନେଇ ଖୁସି ଅଛନ୍ତି ବାଣପୁରବାସୀ। ମା’ ଙ୍କ ମନ୍ଦିର ମେଗା ଯୋଜନାରେ ସାମିଲ ହେବା ପରେ ବାଣପୁର ମା’ ଭଗବତୀ ମନ୍ଦିରର ଖ୍ୟାତି ଆହୁରି ବଢିବା ସହ ଅଞ୍ଚଳର ବିକାଶ ହେବ ବୋଲି ଆଶା କରାଯାଉଛି।

ତେବେ ପାଣ୍ଡିଆନଙ୍କ ଗସ୍ତ ପୁର୍ବରୁ ବହୁ ପ୍ରତିକ୍ଷିତ ଦାବି ଯଥା ବାଣପୁରକୁ ସବ ଡିଭିଜନ ମାନ୍ୟତା, ଏନଏସିରେ ଡ୍ରେନେଜ ସମସ୍ୟା, ଗୋଦାବରୀଶ ମହାବିଦ୍ୟାଳୟକୁ ସରକାରୀ ଓ ଅଟୋନମସ୍ ମାନ୍ୟତା ଆଦି ମୁଣ୍ଡ ଟେକୁଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ

ଭୁବନେଶ୍ୱର: ଭୁବନେଶ୍ୱରର ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଗାଡ଼ି ମୋଟର ସଂଖ୍ୟାରେ ମଧ୍ୟ୍ୟ ବୃଦ୍ଧି ଘଟୁଛି। ଏହା ଦ୍ୱାରା ଟ୍ରାଫିକ ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ହୋଇଛି।
ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭିକେ ପାଣ୍ଡିଆନ ଆଜି ବଡି ଭୋରରୁ ଶିଶୁ ଭବନ ଛକ, ରବି ଟକିଜ ଛକ, କଳ୍ପନା ଛକ, ବେହେରା ସାହି ଛକ, ରସୁଲଗଡ ଛକ ଓ଼ ଆଇଗିଣିଆ ଛକ ଆଦି ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରଶାସନ ଏବଂ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ପରିଦର୍ଶନ ସମୟରେ ପୋଲିସ କମିଶନର ଏସ ପ୍ରିୟଦର୍ଶୀ, ପୂର୍ତ୍ତ ସଚିବ ଭି ଭି ଯାଦବ, BMC କମିଶନର ଶ୍ରୀ କୁଳାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।