Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଦିବ୍ୟାଙ୍ଗଙ୍କ କଥା ଶୁଣିବା ପାଇଁ ନିଜେ ଆଣ୍ଠେଇ ପଡିଲେ ପାଣ୍ଡିଆନ
ରାଜ୍ୟ ଖବର

ଦିବ୍ୟାଙ୍ଗଙ୍କ କଥା ଶୁଣିବା ପାଇଁ ନିଜେ ଆଣ୍ଠେଇ ପଡିଲେ ପାଣ୍ଡିଆନ

June 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Pandian
ଦିବ୍ୟାଙ୍ଗଙ୍କ କଥା ଶୁଣିବା ପାଇଁ ନିଜେ ଆଣ୍ଠେଇ ପଡିଲେ ପାଣ୍ଡିଆନ

ଭୁବନେଶ୍ବର: ଜଣେ ଦିବ୍ୟାଙ୍ଗ ଆସିଥିଲା ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଗୁହାରୀ କରିବାକୁ। ଦୁଇ ଗୋଡ ନ ଥିବାରୁ ଭିଡ ଭିତରେ ତାଙ୍କୁ ପାଣ୍ଡିଆନ ଦେଖିପାରିବେ କି ନାହିଁ ଥିଲା ସନ୍ଦେହ। ହେଲେ ପାଣ୍ଡିଆନ ତାଙ୍କୁ ଦେଖିଲେ ପାଖକୁ ମଧ୍ୟ ଆସି ଗୁହାରୀ ଶୁଣିଲେ। ହେଲେ ତାଙ୍କ କଥା ଛିଡା ହୋଇ ଶୁଣିବା ସମ୍ଭବ ନ ଥିବାରୁ ସେ ନିଜେ ତାଙ୍କ ପାଖରେ ଆଣ୍ଠେଇ ପଡି କଥାବାର୍ତ୍ତା ହେଲେ।

ଏହାକୁ ନେଇ ବେଶ ଚର୍ଚ୍ଚା ଚାଲିଛି। ଘଟଣାଟି ଗତକାଲି ବାଲେଶ୍ବର ନୀଳଗିରିରେ ପଞ୍ଚଲିଙ୍ଗେଶ୍ବରରେ ଘଟିଛି। ଏହି ଦିବ୍ୟାଙ୍ଗ ହେଉଛନ୍ତି ସନ୍ତରାଗଡ଼ିଆର କୁଳିଗଡ଼ି ଗାଁର ପ୍ରଶାନ୍ତ କୁମାର ରାଉତ। ସେ ଜଣେ ଜଣେ ଜାତୀୟ ସ୍ତରୀୟ ନୃତ୍ୟଶିଳ୍ପୀ। ସେ ଯିବା ଆସିବା କରିବା ପାଇଁ ଦିବ୍ୟାଙ୍ଗ ସ୍କୁଟିଟିଏ ଦେବା ପାଇଁ ଅନୁରୋଧ କରିଥିଲେ। ଯାହା ଖୁବ ଶିଘ୍ର ଯୋଗାଇ ଦିଆଯିବ ବୋଲି ପାଣ୍ଡିଆନ ପ୍ରତିଶୃତି ମଧ୍ୟ ଦେଇଥିଲେ। ପାଣ୍ଡିଆନଙ୍କ ଏପରି ପଦକ୍ଷେପକୁ ସମସ୍ତେ ପ୍ରଶଂସା ମଧ୍ୟ କରୁଛନ୍ତି।

ସେତିକି ନୁହେଁ ପାଣ୍ଡିଆନ ବାହାନଗା ଯାଇ ସ୍ଥାନୀୟ ହାଇସ୍କୁଲଠାରେ ସାଧାରଣ ଲୋକ, ଅଭିଭାବକ, ଶିକ୍ଷକ ଓ ସ୍କୁଲ କମିଟିର ସଦସ୍ୟମାନଙ୍କୁ ଭେଟିଥିଲେ। ଟ୍ରେନ ଦୁର୍ଘଟଣା ସମୟରେ, ସେଦିନର କାଳ ରାତ୍ରୀ କଥା ମନେ ପକାଇ ଶ୍ରୀ ପାଣ୍ଡିଆନ କହିଲେ ଯେ,  ସେମାନେ ଯେପରି ସ୍ୱତଃସ୍ଫୁର୍ତ୍ତ ଭାବରେ ଯେଭଳି ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଗେଇ ଆସିଥିଲେ, ଜୀବନ ବଞ୍ଚାଇବାକୁ ରକ୍ତଦାନ ପାଇଁ ଲାଇନ୍ ଲଗାଇଥିଲେ, ତା’ର ତୁଳନା ନାହିଁ।

ବାହାନଗା ପଞ୍ଚାୟତକୁ ଦେଶର ଏକ ମଡେଲ ପଞ୍ଚାୟତ ଭାବେ ବିକଶିତ କରାଯିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ୫ଟି ସ୍କୁଲ ରୂପାନ୍ତର କାର‌୍ୟ୍ୟକ୍ରମରେ  ବାହାନଗା ହାଇସ୍କୁଲର ରୂପାନ୍ତର କରାଯିବ ବୋଲି ପ୍ରକାଶ କରି ଶ୍ରୀ ପାଣ୍ଡିଆନ ଏଥିପାଇଁ ମୁଖ୍ୟମନ୍ତ୍ରୀ ୨.୪୯ କୋଟି ଟଙ୍କା ମଂଜୁର କରିଛନ୍ତି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ ପତ୍ରକୁ ସେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ସେ ଅଞ୍ଚଳର ବିଭିନ୍ନ ଧାର୍ମୀକ ଅନୁଷ୍ଠାନ ପାଇଁ ଲୋକଙ୍କ ନିବେଦନ ଉପରେ ମତ ଦେଇ ସେ କହିଥିଲେ ଯେ ଆସନ୍ତା ସପ୍ତାହ ଭିତରେ ଖୁସି ଖବର ମିଳିବ। ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ।

୫ଟି ରୂପାନ୍ତର କାର‌୍ୟ୍ୟକ୍ରମରେ ବାହାନଗାରେ ନିର୍ମାଣ ହେଉଥିବା ପ୍ରାଥମିକ ବିଦ୍ୟାଳୟର କାର‌୍ୟ୍ୟ ସମୀକ୍ଷା କରି ଏହାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ଯେ, ୫ଟି ରୂପାନ୍ତର କାର‌୍ୟ୍ୟକ୍ରମରେ ଏହା ହେଉଛି ରାଜ୍ୟର ପ୍ରଥମ ପ୍ରାଥମିକ ବିଦ୍ୟାଳୟ। ବାଲେଶ୍ବର ଜିଲ୍ଲାରେ ଥିବା ୧୨୮ ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କଲେଜର ରୂପାନ୍ତର ପାଇଁ ୫ଟି ଉପକ୍ରମରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ୧୨୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

vkpandian ପାଣ୍ଡିଆନ ଭିକେ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026

ବିପଦରେ ଦେଶର ପରମାଣୁ ସୁରକ୍ଷା!: ଲିକ୍ ହେଲା ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ରରୁ ତଥ୍ୟ

July 15, 2026

ଜିଓହୋମ୍ ଟିଭି ପ୍ୟାକ୍ ଶୁଭାରମ୍ଭ; ମାସିକ ମାତ୍ର ୪୦୦ ଟଙ୍କାରେ ୧,୦୦୦+ ଲାଇଭ୍ ଟିଭି ଚ୍ୟାନେଲ୍

July 15, 2026
Latest News

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026

ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି  ୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

July 15, 2026

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.