ଆସନ୍ତା ୨୨ ରେ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଖୋର୍ଦ୍ଧା ଜିଲ୍ଲା ଗସ୍ତ: ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

Published: Aug 19, 2023, 4:18 pm IST

ଖୋର୍ଦ୍ଧା: ଆସନ୍ତା ୨୨ ତାରିଖରେ ୫-ଟି ସଚିବ ଭିକେ ପାଣ୍ଡିଆନ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସିବେ। ଏଥି ନିମନ୍ତେ ଚାଲିଛି ଜୋରଦାର ପ୍ରସ୍ତୁତି। ତେବେ ୨୨ ତାରିଖରେ ପାଣ୍ଡିଆନ ଖୋର୍ଦ୍ଧା, ବେଗୁନିଆ ଓ ଚିଲିକା ନିର୍ବାଚନମଣ୍ଡଳି ଗସ୍ତ କରିବେ ବୋଲି ଜଣାପଡିଛି।

ଉକ୍ତ ଦିନ ୫-ଟି ସଚିବ ପ୍ରଥମେ ବେଗୁନିଆ ନିର୍ବାଚନମଣ୍ଡଳି ଯାଇ ପୂର୍ବାହ୍ନ ୧୦.୧୫ ମିନିଟରୁ ୧୧.୧୫ ମିନିଟ ପର୍ଯ୍ୟନ୍ତ ବେଗୁନିଆ ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ଜନ ଅଭିଯୋଗ ଶୁଣାଣି ସଭାରେ ଯୋଗଦେବେ। ଏହାପରେ ଶ୍ରୀ ପାଣ୍ଡିଆନ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ପହଞ୍ଚି ପୂର୍ବାହ୍ନ ୧୧.୪୫ ମିନିଟରୁ ଅପରାହ୍ନ ୧୨.୪୫ ମିନିଟ ପର୍ଯ୍ୟନ୍ତ ଖୋର୍ଦ୍ଧା ହାବେଳୀ ପଡିଆରେ ଜନ ଅଭିଯୋଗ ଶୁଣାଣି ସଭାରେ ଯୋଗଦେବେ।

ଏହାପରେ ସେ ଅପରାହ୍ନ ୧୨.୫୫ ମିନିଟରୁ ୧.୪୫ ମିନିଟ ପର୍ଯ୍ୟନ୍ତ ଖୋର୍ଦ୍ଧା ବ୍ଲକ କାର୍ଯ୍ୟାଳୟ ପରିସରରେ ଉପସ୍ଥିତ ରହି ମିଶନ ଶକ୍ତି କାଫେ ପରିଦର୍ଶନ କରିବା ସହ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ସହ ଆଲୋଚନା କରିବା ପରେ ଅପରାହ୍ନ ଭୋଜନ କରିବେ।

ଏହାପରେ ୫-ଟି ସଚିବ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତ କରି ଅପରାହ୍ନ ୨.୩୦ମିନିଟରୁ ୩.୩୦ ମିନିଟ ପର୍ଯ୍ୟନ୍ତ ନାଚୁଣୀ ସ୍ଥିତ ଗୋଦାବରୀଶ ସରକାରୀ ହାଇସ୍କୁଲ ପଡିଆ ଠାରେ ଜନ ଅଭିଯୋଗ ଶୁଣାଣି ସଭାରେ ଯୋଗଦେବେ। ଉକ୍ତ ସଭା ପରେ ସେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Related posts