Categories
ଆଜିର ଖବର ଜାତୀୟ ଖବର

ଆସନ୍ତା ୨୨ ରେ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଖୋର୍ଦ୍ଧା ଜିଲ୍ଲା ଗସ୍ତ: ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

ଖୋର୍ଦ୍ଧା: ଆସନ୍ତା ୨୨ ତାରିଖରେ ୫-ଟି ସଚିବ ଭିକେ ପାଣ୍ଡିଆନ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସିବେ। ଏଥି ନିମନ୍ତେ ଚାଲିଛି ଜୋରଦାର ପ୍ରସ୍ତୁତି। ତେବେ ୨୨ ତାରିଖରେ ପାଣ୍ଡିଆନ ଖୋର୍ଦ୍ଧା, ବେଗୁନିଆ ଓ ଚିଲିକା ନିର୍ବାଚନମଣ୍ଡଳି ଗସ୍ତ କରିବେ ବୋଲି ଜଣାପଡିଛି।

ଉକ୍ତ ଦିନ ୫-ଟି ସଚିବ ପ୍ରଥମେ ବେଗୁନିଆ ନିର୍ବାଚନମଣ୍ଡଳି ଯାଇ ପୂର୍ବାହ୍ନ ୧୦.୧୫ ମିନିଟରୁ ୧୧.୧୫ ମିନିଟ ପର୍ଯ୍ୟନ୍ତ ବେଗୁନିଆ ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ଜନ ଅଭିଯୋଗ ଶୁଣାଣି ସଭାରେ ଯୋଗଦେବେ। ଏହାପରେ ଶ୍ରୀ ପାଣ୍ଡିଆନ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ପହଞ୍ଚି ପୂର୍ବାହ୍ନ ୧୧.୪୫ ମିନିଟରୁ ଅପରାହ୍ନ ୧୨.୪୫ ମିନିଟ ପର୍ଯ୍ୟନ୍ତ ଖୋର୍ଦ୍ଧା ହାବେଳୀ ପଡିଆରେ ଜନ ଅଭିଯୋଗ ଶୁଣାଣି ସଭାରେ ଯୋଗଦେବେ।

ଏହାପରେ ସେ ଅପରାହ୍ନ ୧୨.୫୫ ମିନିଟରୁ ୧.୪୫ ମିନିଟ ପର୍ଯ୍ୟନ୍ତ ଖୋର୍ଦ୍ଧା ବ୍ଲକ କାର୍ଯ୍ୟାଳୟ ପରିସରରେ ଉପସ୍ଥିତ ରହି ମିଶନ ଶକ୍ତି କାଫେ ପରିଦର୍ଶନ କରିବା ସହ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ସହ ଆଲୋଚନା କରିବା ପରେ ଅପରାହ୍ନ ଭୋଜନ କରିବେ।

ଏହାପରେ ୫-ଟି ସଚିବ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତ କରି ଅପରାହ୍ନ ୨.୩୦ମିନିଟରୁ ୩.୩୦ ମିନିଟ ପର୍ଯ୍ୟନ୍ତ ନାଚୁଣୀ ସ୍ଥିତ ଗୋଦାବରୀଶ ସରକାରୀ ହାଇସ୍କୁଲ ପଡିଆ ଠାରେ ଜନ ଅଭିଯୋଗ ଶୁଣାଣି ସଭାରେ ଯୋଗଦେବେ। ଉକ୍ତ ସଭା ପରେ ସେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ଖାଦ୍ୟ କମିଶନରଙ୍କ ଖୋର୍ଦ୍ଧା ଗସ୍ତ: ବିଭିନ୍ନ ଯୋଜନାର ସମୀକ୍ଷା ଏବଂ କ୍ଷେତ୍ରୀୟ ପରିଦର୍ଶନ

ଖୋର୍ଦ୍ଧା: ରାଜ୍ୟ ଖାଦ୍ୟ କମିଶନର ପ୍ରମୋଦ କୁମାର ମେର୍କପ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ବିଭିନ୍ନ ସରକାରୀ ସାମାଜିକ ଯୋଜନାର ସମୀକ୍ଷା କରିଛନ୍ତି। ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଖାଦ୍ୟ କମିଶନ ସଦସ୍ୟ ସଚିବ ଶିବାନୀ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଆର୍ତ୍ତବନ୍ଧୁ ନାୟକ, ଖୋର୍ଦ୍ଧା ବିଡିଓ କ୍ଷୀରାବ୍ଧି ତନୟା ସାହୁ, ଜିଲ୍ଲା ଯୋଗାଣ ଅଧିକାରୀ ସୁଗଡା ମୁର୍ମୁ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଦୃଢକରିବା, ପେନସନ ଯୋଜନାରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ସାମିଲ କରିବା ଉପରେ ଗୁରୁତ୍ବ ଦେବାକୁ କମିଶନର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ସେହିଭଳି ଜିଲ୍ଲାରେ ଗର୍ଭବତୀ ଓ ପ୍ରସୂତି ମା ମାନଙ୍କ ତଥ୍ୟ ରଖି ସେମାନଙ୍କ ସ୍ବାସ୍ଥ୍ୟ ସଂପର୍କରେ ଖବର ନେବାକୁ ଆଶା ଓ ଅଙ୍ଗନୱାଡି କର୍ମୀ ମାନଙ୍କୁ ଦାୟିତ୍ବ ଦେବାକୁ ଅଧିକାରୀ ମାନଙ୍କୁ କୁହାଯାଇଛି। ଆନ୍ୟ ପକ୍ଷରେ ବିଭିନ୍ନ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ମାନ ଉପରେ ନଜର ରଖିବାକୁ ସେ ପରାମର୍ଶ ଦେଇଛନ୍ତି।
ଏହାପରେ ବିଜେବି ହାଇସ୍କୁଲର ପୂର୍ବତନ ଛାତ୍ର ମାନଙ୍କ ସହ ବୈଠକ କରି ମୋ ସ୍କୁଲ ଅଭିଯାନ ସଂପର୍କରେ ସେ ଆଲୋଚନା କରିଛନ୍ତି।

ପରେ ଶ୍ରୀ ମେର୍କପ ଖୋର୍ଦ୍ଧା ପୌରପାଳିକାର ବିଭିନ୍ନ ସାଧାରଣ ବଣ୍ଟନ ଖୁଚୁରା କେନ୍ଦ୍ରକୁ ଅଚାନକ ଗସ୍ତ କରିବା ସହ ପଲ୍ଲା-୨ ଅଙ୍ଗନୱାଡି କେନ୍ଦ୍ର, ମଳିପଡା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଦ୍ୟ ମାନ ଯାଞ୍ଚ, ଗୋଡିପଡା ଗ୍ରାମ ପଞ୍ଚାୟତ ସ୍ତରୀୟ ସ୍ବୟଂ ସହାୟକ ଗୋଷ୍ଠୀ ସଂଘର ସାମଗ୍ରୀ ଉତ୍ପାଦ କେନ୍ଦ୍ର ଆଦି ବୁଲି ଦେଖି ଖୁସି ବ୍ୟକ୍ତ ଦେଖିଛନ୍ତି।