Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ଆସିବେ ୫-ଟି ସଚିବ ପାଣ୍ଡିଆନ!, ଚଳଚଞ୍ଚଳ ଜିଲ୍ଲା ପ୍ରଶାସନ
ଆଜିର ଖବର

ବାଣପୁର ଆସିବେ ୫-ଟି ସଚିବ ପାଣ୍ଡିଆନ!, ଚଳଚଞ୍ଚଳ ଜିଲ୍ଲା ପ୍ରଶାସନ

August 1, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ୫-ଟି ସଚିବ ଭିକେ ପାଣ୍ଡିଆନ ଆସିବେ ବୋଲି ଅସମର୍ଥ ସୂତ୍ରରୁ ସୂଚନା ମିଳିଛି। ଏଥି ନିମନ୍ତେ ଚଳଚଞ୍ଚଳ ହୋଇଉଠିଛି ଜିଲ୍ଲା ପ୍ରଶାସନ।

ଗତକାଲି ଅପରାହ୍ନରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ସିଦ୍ଧାର୍ଥ କଟାରିଆ, ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି ବାଣପୁର ଠାରେ ପହଞ୍ଚି ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ।  ଜିଲ୍ଲାପାଳ ବାଣପୁର ବ୍ଲକ ସମ୍ମୁଖରେ ଥିବା ମିଶନ ଶକ୍ତି କାଫେ ଏବଂ ଏନଏସି ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ। ଉଭୟ କେନ୍ଦ୍ରକୁ ନବୀକରଣ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ତତସହିତ ବ୍ଲକ କାର୍ଯ୍ୟାଳୟକୁ ମଧ୍ୟ ନବୀକରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ମିଶନ ଶକ୍ତି କାଫେ ଓ ଆହାର କେନ୍ଦ୍ର ମୁଖ୍ୟତଃ ୫-ଟି ସଚିବଙ୍କ ଫୋକସରେ ଥିବା ବେଳେ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ନବୀକରଣ କରାଯିବ। ସେହିପରି ଭାବେ ବାଣପୁର କଲେଜ ପରିସରରେ ୫-ଟି ଉପକ୍ରମରେ ନିର୍ମିତ ହୋଇଥିବା ବହୁମୁଖୀ ହଲ ଏବଂ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପ ଉକ୍ତ ଦିନ ଉଦଘାଟିତ ହେବ ବୋଲି ଜଣାପଡିଛି।

ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଏବଂ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ଗତ ବର୍ଷ ନଭେମ୍ବରରେ ୫-ଟି ସଚିବ ବାଣପୁର ମା’ ଭଗବତୀ ମନ୍ଦିର ଗସ୍ତକୁ ଆସିଥିବା ବେଳେ ଅଦ୍ୟାବଧି ସେଠାରେ କୌଣସି ଉନ୍ନୟନ କାର୍ଯ୍ୟ ଆରମ୍ଭ ହୋଇନାହିଁ।  ଫଳରେ ସେବାୟତମାନେ ପୁଣି ଥରେ ପାଣ୍ଡିଆନଙ୍କୁ ଭେଟିବେ ବୋଲି ଯୋଜନା କରୁଛନ୍ତି।

ବାଣପୁର ଭିକେ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

‘ବିଜେପି ପ୍ରାର୍ଥୀଙ୍କ ପାଇଁ ପୋଷ୍ଟର ବାଣ୍ଟୁଛନ୍ତି ସିଆରପିଏଫ’: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 18, 2026

ମହିଳା ସଂରକ୍ଷଣ ବିଲ୍ ଉପରେ ଅପର୍ଣ୍ଣା ଯାଦବଙ୍କ ଆକ୍ରୋଶ: ଜାଲିଲେ ଏସପି ଏବଂ କଂଗ୍ରେସର ପତାକା

April 18, 2026

ପାଖେଇଲା ଅକ୍ଷୟ ତୃତୀୟା ଜାଣନ୍ତୁ ଏହି ଦିନ କିପରି ଓ କେମିତି କରାଯାଏ ପୂଜା

April 18, 2026

ବାର ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

April 18, 2026
Latest News

‘ବିଜେପି ପ୍ରାର୍ଥୀଙ୍କ ପାଇଁ ପୋଷ୍ଟର ବାଣ୍ଟୁଛନ୍ତି ସିଆରପିଏଫ’: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 18, 2026

ମହିଳା ସଂରକ୍ଷଣ ବିଲ୍ ଉପରେ ଅପର୍ଣ୍ଣା ଯାଦବଙ୍କ ଆକ୍ରୋଶ: ଜାଲିଲେ ଏସପି ଏବଂ କଂଗ୍ରେସର ପତାକା

April 18, 2026

ହରମୁଜ୍ ସଙ୍କଟ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ୍ ଙ୍କ ବଡ଼ ନିଷ୍ପତ୍ତି: ରୁଷରୁ ତେଲ କିଣିବା ଜାରି ରଖିବ ଭାରତ

April 18, 2026

ପାଖେଇଲା ଅକ୍ଷୟ ତୃତୀୟା ଜାଣନ୍ତୁ ଏହି ଦିନ କିପରି ଓ କେମିତି କରାଯାଏ ପୂଜା

April 18, 2026

ବାର ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.