ଆଜିଠାରୁ ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଭି କେ ପାଣ୍ଡିଆନ

Published: May 19, 2023, 11:41 am IST

ଭୁବନେଶ୍ୱର: ଶୁକ୍ରବାରଠୁ ଦୁଇଦିନିଆ କଳାହାଣ୍ଡି ଗସ୍ତରେ ଯିବେ ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ। ସେଠାରେ ସେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବେ। ତାଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରିଛି। ସେହିପରି ନେତା ଓ କର୍ମୀମାନେ ଏ ନେଇ ପ୍ରସ୍ତୁତ ରହିଛନ୍ତି।

ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କର୍ଲାମୁଣ୍ଡା ଓ ମ.ରାମପୁର ବ୍ଲକ୍‌ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବେଲଖଣ୍ଡିରେ ପ୍ରଥମ କାର୍ଯ୍ୟକ୍ରମ ରହିଛି । ସେଠାରେ କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକର ବିଭିନ୍ନ ସମସ୍ୟା ଉପରେ ସେ ଜନସାଧାରଣଙ୍କ ସହ ଆଲୋଚନା କରିବେ ।

ଏହାପରେ କୋକସରା ଆମପାଣି ବୁଢ଼ାରାଜା ମନ୍ଦିର ସହ ଗୁଡ଼ହାଣ୍ଡି ଡୋକରିଚଞ୍ଚରାକୁ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

Related posts