Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟରେ ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି ପାଇଁ ରାୟପୁରରେ ଓଡ଼ିଶା ପକ୍ଷରୁ ନିବେଶକ ସମ୍ମିଳନୀ ଅନୁଷ୍ଠିତ
ବିଶେଷ ଖବର

ରାଜ୍ୟରେ ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି ପାଇଁ ରାୟପୁରରେ ଓଡ଼ିଶା ପକ୍ଷରୁ ନିବେଶକ ସମ୍ମିଳନୀ ଅନୁଷ୍ଠିତ

July 16, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ରାୟପୁର/ଭୁବନେଶ୍ୱର: ବିଭିନ୍ନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ  ଚଳିତ ଜୁଲାଇ ୧୪ ଓ ୧୫ ତାରିଖରେ ରାୟପୁରଠାରେ “ଓଡ଼ିଶା ନିବେଶକ ସମ୍ମିଳନୀ’ ସଫଳତାର ସହ  ଆୟୋଜନ କରାଯାଇଥିଲା। ବିଜୁ ଏକ୍ସପ୍ରେସ ୱେ ରେ “ବିଜୁ ଅର୍ଥନୈତିକ କରିଡର”ର ବିପୁଳ ସମ୍ଭାବନା ଏବଂ ଏହି କ୍ଷେତ୍ରରେ ଓଡ଼ିଶା ଦ୍ୱାରା ପ୍ରଦାନ କରାଯାଉଥିବା ଅନୁକୂଳ ବ୍ୟବସାୟିକ ବାତାବରଣକୁ ପ୍ରଦର୍ଶିତ କରିବା ଏବଂ ରାଜ୍ୟରେ ସୁଯୋଗ ଖୋଜିବା ପାଇଁ ନିବେଶକମାନଙ୍କୁ ଉତ୍ସାହିତ କରିବା ଏହି ରୋଡ୍ ସୋ’ର ଉଦ୍ଦେଶ୍ୟ ଥିଲା।

କାର୍ଯ୍ୟକ୍ରମରେ ରାଜ୍ୟ  ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ସରକାରଙ୍କ ଇଡକୋ ଓ ଇପିକଲର ଅଧ୍ୟକ୍ଷ ହେମନ୍ତ ଶର୍ମା ପ୍ରମୁଖ ଯୋଗଦେଇ ଥିଲେ। ଏହି ରୋଡ୍ ସୋ’ରେ ଛତିଶଗଡ଼ର ବିଭିନ୍ନ ଶିଳ୍ପକୁ ପ୍ରତିନିଧିତ୍ୱ କରୁଥିବା ୨୦୦ରୁ ଅଧିକ ପ୍ରତିନିଧି ସକ୍ରିୟ ଅଂଶଗ୍ରହଣ କରିଥିଲେ।

ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବ, ରାୟପୁର ରୋଡ୍ ସୋ’ର ଶୁଭାରମ୍ଭ କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଧାତବ ଓ ଧାତବ ଶିଳ୍ପ ସହ ଜଡିତ ବିଭିନ୍ନ ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ଥିବା ଓଡିଶାର ଔଦ୍ୟୋଗିକ ପରିଦୃଶ୍ୟ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରି ଏ ଦିଗରେ ଓଡ଼ିଶା ସରକାରଙ୍କ ରହିଥିବା ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଗତି ଓ ବିକାଶ ଉପରେ ଆଲୋକପାତ କରିବା ସହ ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ରେ ଚମତ୍କାର ଅଭିବୃଦ୍ଧି ହାର ଏବଂ ଏହାର ଦ୍ରୁତ ଶିଳ୍ପାୟନ ଉପରେ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱରେ ଓଡ଼ିଶା ଆଜି ଉତ୍ପାଦନ କ୍ଷେତ୍ରରେ ‘ଶିଳ୍ପ ବିପ୍ଳବ ପରବର୍ତ୍ତୀ’ର ଦ୍ୱାରରେ ପହଞ୍ଚିଛି ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ଦେବ ପ୍ରକାଶ କରିଥିଲେ।

ଆୟୋଜିତ  ସମାବେଶକୁ ସମ୍ବୋଧିତ କରି  ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓଡିଶାକୁ ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଏହାର ମାନ୍ୟତା ସଂପର୍କରେ ଗୁରୁତ୍ୱାରୋପ କରିଥିଲେ। ବିପୁଳ ପ୍ରାକୃତିକ ସମ୍ପଦ ଏବଂ ଦକ୍ଷିଣ-ପୂର୍ବ ଏସିଆ ଦେଶଗୁଡିକ ପାଇଁ  ପ୍ରମୁଖ ସ୍ଥାନରେ ଅବସ୍ଥିତି ଯୋଗୁ ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ହାରାହାରି ଠାରୁ  କ୍ରମାଗତ ଅଭିବୃଦ୍ଧି ଘଟୁଥିବା ଉପରେ ସେ ଆଲୋକପାତ କରିଥିଲେ। ଶ୍ରୀ ଜେନା ରାଜ୍ୟର ଦକ୍ଷ ଓ ଉତ୍ପାଦନଶୀଳ ମାନବ ସମ୍ବଳ, ପ୍ରଗତିଶୀଳ ନୀତି ଏବଂ ଫଳାଫଳଭିତ୍ତିକ ଶାସନ ଉପରେ ଗୁରୁତ୍ୱାରୋପ କରି ନିବେଶକମାନଙ୍କ ପାଇଁ ଓଡ଼ିଶାରେ ଶିଳ୍ପ ୟୁନିଟ୍ ପ୍ରତିଷ୍ଠା ପାଇଁ ଏକ ଅନନ୍ୟ ପରିବେଶ ସୃଷ୍ଟି କରାଯାଉଥିବା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶାକୁ ନିଜର ପରବର୍ତ୍ତୀ ପୁଞ୍ଜିନିବେଶ ଗନ୍ତବ୍ୟସ୍ଥଳ ଭାବେ ଆବିଷ୍କାର କରିବା ପାଇଁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଶିଳ୍ପପତି, ବିଭିନ୍ନ ସଂଘ ଓ ସେମାନଙ୍କ ସଦସ୍ୟମାନଙ୍କୁ ସେ ସ୍ୱାଗତ କରିଥିଲେ।

ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ସରକାରଙ୍କ ଇଡକୋ ଓ ଇପିକଲର ଅଧ୍ୟକ୍ଷ ହେମନ୍ତ ଶର୍ମା ଓଡ଼ିଶାର ସୁଦୃଢ଼ ଶିଳ୍ପ ଇକୋସିଷ୍ଟମ ଉପରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ। ଦୁଇ ଦଶନ୍ଧିର ସ୍ଥିର ଶାସନ, ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ ସୂଚକାଙ୍କରେ ଉଚ୍ଚ ମାନ୍ୟତା, ପ୍ରତିଯୋଗିତାମୂଳକ ପରିଚାଳନା ଖର୍ଚ୍ଚ, ପ୍ରଭାବଶାଳୀ ନିବେଶ ସୁବିଧା, ଆକର୍ଷଣୀୟ ପ୍ରୋତ୍ସାହନ ଏବଂ କୁଶଳୀ କର୍ମଚାରୀଙ୍କ ଉପରେ ଆଧାରିତ ରାଜ୍ୟର ଅନୁକୂଳ ବ୍ୟବସାୟିକ ବାତାବରଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ଶର୍ମା ଓଡ଼ିଶା ସରକାରଙ୍କ ଦ୍ୱାରା ବିକଶିତ ଶିଳ୍ପ ପାର୍କ ଏବଂ ବିଭିନ୍ନ କ୍ଷେତ୍ରରେ ନିବେଶକଙ୍କୁ ଅସାଧାରଣ ସୁବିଧା ପ୍ରଦାନ କରିବା ଉପରେ ଆଲୋକପାତ କରିଥିଲେ। ସେ ଭାରତର ପୂର୍ବ ଓ ଉତ୍ତର-ପୂର୍ବାଞ୍ଚଳରେ ବଢୁଥିବା ବଜାର ଉପରେ ଆଲୋକପାତ କରିଥିଲେ, ଯାହା ଓଡ଼ିଶାରେ ନିଜର ଉପସ୍ଥିତି ଆବଶ୍ୟକ କରୁଥିବା ବ୍ୟବସାୟୀମାନଙ୍କ ପାଇଁ ଲାଭଦାୟକ ସୁଯୋଗ ପ୍ରଦାନ କରୁଛି। ଓଡ଼ିଶାର ଶିଳ୍ପ ପ୍ରସ୍ତୁତି ସମ୍ପର୍କରେ ଶ୍ରୀ ଶର୍ମା କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶା ପୂର୍ବ ଭାରତର ଶିଳ୍ପ କେନ୍ଦ୍ର ଏବଂ ପୂର୍ବ ଓ ଦକ୍ଷିଣ-ପୂର୍ବ ଏସୀୟ ବଜାରର ପ୍ରବେଶ ଦ୍ୱାର ଭାବରେ ଉଭା ହେଉଛି।

ସମ୍ମିଳନୀରେ ବେଦାନ୍ତ, ଜେଏସପିଏଲ ଭଳି ଅଗ୍ରଣୀ କମ୍ପାନୀର ପ୍ରତିନିଧିମାନେ ଓଡ଼ିଶାରେ ପୁଞ୍ଜିନିବେଶ ଓ କାର୍ଯ୍ୟ କରିବାର ସକାରାତ୍ମକ ଅନୁଭୂତି ବାଣ୍ଟିଥିଲେ। ସେମାନେ ରାଜ୍ୟର ଶିଳ୍ପ ଭିତ୍ତିଭୂମି, ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏବଂ ଓଡ଼ିଶା ସରକାରଙ୍କ ଠାରୁ ମିଳିଥିବା ଅତୁଟ ସହଯୋଗକୁ ପ୍ରଶଂସା କରିଥିଲେ। ସେମାନେ ନିଜର ଉତ୍ସାହ ପ୍ରକାଶ କରି ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଯୋଗଦାନ ଏବଂ ସ୍ଥାନୀୟ ଜନ ସମୁଦାୟମାନଙ୍କ ସହିତ ସ୍ଥାୟୀ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଅଧିବେଶନ ଶେଷରେ ଇଡକୋ ଏବଂ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ରାୟପୁର ରୋଡ୍ ସୋ’ରେ ଅଂଶଗ୍ରହଣ କରିଥିବାରୁ ସମସ୍ତ ନିବେଶକଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ। ଓଡ଼ିଶାକୁ ନିଜର ପସନ୍ଦର ନିବେଶ ସ୍ଥଳ ଭାବେ ବିଚାର କରିବାକୁ ସେ ନିବେଶକମାନଙ୍କୁ ଅନୁରୋଧ କରିଛନ୍ତି। ରୋଡ୍ ସୋ’ ବ୍ୟତୀତ ଓଡ଼ିଶା ସରକାରଙ୍କ ପ୍ରତିନିଧି ଦଳ ବିଭିନ୍ନ କ୍ଷେତ୍ରର ୫୦ରୁ ଅଧିକ ଶିଳ୍ପପତିଙ୍କ ସହ ଫଳପ୍ରଦ ଆଲୋଚନା କରି ସେମାନଙ୍କ ନିବେଶ ଯୋଜନା ସଂପର୍କରେ ବୁଝିଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଓଡିଶା ସରକାରଙ୍କ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟ ଅନୁକୂଳ ସଂସ୍କାର ଉପରେ ଆଲୋଚନା କରିବା ସହ ଶିଳ୍ପପତିମାନଙ୍କୁ ସେମାନଙ୍କ ବ୍ୟବସାୟ ପାଇଁ ଓଡ଼ିଶାରେ ସମ୍ଭାବ୍ୟ ସୁଯୋଗ ଖୋଜିବାକୁ ଉତ୍ସାହିତ କରିଥିଲେ।

ନିବେଶକ ସମ୍ମିଳନୀ ରାୟପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.