Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗ୍ରାମ୍ୟ ଉନ୍ନୟନ ବିଭାଗରେ ୬ ଆଇଏଏସ୍‌ ଙ୍କୁ ପ୍ରଶିକ୍ଷଣ ଦେଲେ ପ୍ରମୁଖ ଶାସନ ସଚିବ ସଂଜୟ ସିଂହ
ବିଶେଷ ଖବର

ଗ୍ରାମ୍ୟ ଉନ୍ନୟନ ବିଭାଗରେ ୬ ଆଇଏଏସ୍‌ ଙ୍କୁ ପ୍ରଶିକ୍ଷଣ ଦେଲେ ପ୍ରମୁଖ ଶାସନ ସଚିବ ସଂଜୟ ସିଂହ

July 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
RDDept
ଗ୍ରାମ୍ୟ ଉନ୍ନୟନ ବିଭାଗରେ ୬ ଆଇଏଏସ୍‌ ଙ୍କୁ ପ୍ରଶିକ୍ଷଣ ଦେଲେ ପ୍ରମୁଖ ଶାସନ ସଚିବ ସଂଜୟ ସିଂ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓଡ଼ିଶା କ୍ୟାଡର ୨୦୨୧ ବ୍ୟାଚ୍‌ର ୬ ଜଣ ଆଇଏଏସ୍‌ ଅଧିକାରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ପରିଦର୍ଶନରେ ଆସି ବିଭାଗ ସମ୍ବନ୍ଧୀୟ କାର୍ଯ୍ୟଶୈଳୀ ଉପରେ ବିସ୍ତୃତ ତାଲିମ ନେଇଛନ୍ତି।

ଏହି ଉପଲକ୍ଷେ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ସମସ୍ତ ଆଇଏଏସ୍‌ ପ୍ରଶିକ୍ଷାର୍ଥିଙ୍କୁ ସ୍ୱାଗତ କରିବା ସହ କହିଲେ ଯେ ଗ୍ରାମ୍ୟ ଉନ୍ନୟନ ବିଭାଗ ହେଉଛି ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ।

ବିଭାଗର କାର୍ଯ୍ୟଧାରା ଜାଣିବା ଦ୍ୱାରା ସେମାନେ ରାଜ୍ୟ ପ୍ରଶାସନକୁ ବିସ୍ତୃତ ଭାବେ ବୁଝିବାରେ ସହାୟକ ହେବା ସହ ପ୍ରଶାସନକୁ ଲୋକାଭିମୁଖୀ କରିବାରେ ତତ୍ପର ହେବେ। ନିଜ ନିଜ କ୍ୟାଡର ଏବଂ ସେବାରେ ଯୋଗଦେବା ପୂର୍ବରୁ କଠିନ ପରିସ୍ଥିତିରେ ଫଳପ୍ରଦ ଭାବେ କାର୍ଯ୍ୟ କରିବା ଏବଂ ସେଥି ପାଇଁ ପ୍ରସ୍ତୁତ ରହିବା ହିଁ ଏହି କାର୍ଯ୍ୟକ୍ରମର ଅଂଶବିଶେଷ ବୋଲି ଶ୍ରୀ ସିଂହ ମତବ୍ୟକ୍ତ କରିଥିଲେ।

ଗ୍ରାମ୍ୟ ଉନ୍ନୟନ ବିଭାଗ ସଂପର୍କରେ ବିସ୍ତୃତ ସୂଚନା ଦେବାକୁ ଯାଇ ଶ୍ରୀ ସିଂହ କହିଲେ ଯେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ବିଭାଗ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପାଦନ କରିଥାଏ। ସେଥି ମଧ୍ୟରୁ ରାସ୍ତା, ଗୃହ ନିର୍ମାଣ ଓ ସେତୁ ନିର୍ମାଣ ଆଦି ବିଭାଗର ପ୍ରମୁଖ କାର୍ଯ୍ୟ ଥିବାବେଳେ ଅନ୍ୟ ବିଭାଗ ଓ ସଂସ୍ଥା ସହାୟତାରେ ଅନେକ କାର୍ଯ୍ୟ ହାତକୁ ନେଇଥାଏ।

ବିଭାଗ ଅଧିନରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଓ ବିଜୁ ସେତୁ ଯୋଜନାର ରୂପରେଖ ଓ କାର୍ଯ୍ୟକାରିତା ଉପରେ ପିପିଟି ମାଧ୍ୟମରେ ପ୍ରଶିକ୍ଷାର୍ଥିଙ୍କ ସୂଚନା ଦିଆଯାଇଥିଲା। ନିର୍ମାଣ କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ବ୍ୟବହାର, ଗୁଣବତ୍ତା ଓ ରକ୍ଷଣାବେକ୍ଷଣ ଉପରେ ମଧ୍ୟ ପର୍ଯ୍ୟାପ୍ତ ସୂଚନା ପ୍ରଦାନ କରାଯାଇଥିଲା।

ରାସ୍ତା ଓ ସେତୁ ନିର୍ମାଣ ସମୟରେ ଆସୁଥିବା ବିଭିନ୍ନ ପ୍ରତିବନ୍ଧକ ଯଥା: ଭୂମି ଅଧିଗ୍ରହଣ, ଜବରଦଖଲ, ଜଙ୍ଗଲ ଜମି ହସ୍ତାନ୍ତରଣ ଆଦି ସମସ୍ୟାଗୁଡ଼ିକୁ କିଭଳି ସୁଚିନ୍ତିତ ଓ ତ୍ୱରାନ୍ୱିତ ପ୍ରକି୍ରୟାରେ ସମାଧାନ କରାଯାଇପାରିବ ସେ ବିଷୟରେ ଶ୍ରୀ ସିଂହ ପ୍ରଶିକ୍ଷାର୍ଥୀମାନଙ୍କୁ ଅବଗତ କରାଇଥିଲେ।

ପରେ ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀ ସିଂହ ଅଧିକାରୀମାନଙ୍କ ବିଭାଗ ସଂପର୍କୀୟ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ନୂଆ ନୂଆ ଜ୍ଞାନକୌଶଳରେ ନିର୍ମିତ ରାସ୍ତା ଓ ସେତୁ ନିର୍ମାଣର ଭିଡ଼ିଓ ଚିତ୍ର ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଦର୍ଶନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ସର୍ବୋଚ୍ଚ ଯନ୍ତ୍ରୀ ଇଂ ଅକ୍ଷୟ କୁମାର ପ୍ରଧାନ ଓ ଇଂ ପ୍ରଦୀପ କୁମାର ସାମଲ, ମୁଖ୍ୟଯନ୍ତ୍ରୀ ଇଂ ପ୍ରସନ୍ନ କୁମାର ସାହୁ, ଇଂ ରମେଶ ଚନ୍ଦ୍ର ବେହେରା, ଇଂ ସଂଜୀବ କୁମାର ମହାନ୍ତି, ବିତ୍ତ ଅଧିକାରୀ ଶ୍ରୀମତୀ ସ୍ମିତା ପାଣି ଏବଂ ସ୍ୱତନ୍ତ୍ର ସଚିବ ଶ୍ରୀ ସୁଦର୍ଶନ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ତାଲିମ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଗ୍ରାମ୍ୟ ଉନ୍ନୟନ ନୂଆ ଆଇଏଏସ ସଂଜୟ ସିଂ ସଂଜୟ ସିଂହ
Share. Facebook Twitter LinkedIn Email WhatsApp Copy Link

Related Posts

ଅଜଣା ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର: ପୋଲିସ ର ତଦନ୍ତ ଜାରି

July 22, 2025

ଏପଟେ ନୂତନ ସଭାପତି ଆବଶ୍ୟକ, ସେପଟେ ଇସ୍ତଫା ଦେଲେ ଉପରାଷ୍ଟ୍ରପତି: ଏବେ କ’ଣ କରିବ ବିଜେପି?

July 22, 2025

ଆସିଲା କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟାର ୟୁଜିସି ତଦନ୍ତ ରିପୋର୍ଟ, ମିଳିଲା ସାଂଘାତିକ ତଥ୍ୟ

July 22, 2025

ରାଜ୍ୟରେ ଖରିଫ ଫସଲ ପାଇଁ ସାର ଯୋଗାଣ ସ୍ଥିତିର ସମୀକ୍ଷା କଲେ ସମ୍ପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ

July 22, 2025
Latest News

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଲଢେଇ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ଫାଇନାଲ ମ୍ୟାଚ୍?

July 22, 2025

ସୁନା ଶସ୍ତା ହେଲା ନା ମହଙ୍ଗା?, ଜାଣନ୍ତୁ ଆଜିର ମୂଲ୍ୟ

July 22, 2025

‘ଏହା କୌଣସି ସାଧାରଣ ଘଟଣା ନୁହେଁ, ବହୁତ କିଛି ହେବାକୁ ଯାଉଛି…’: ଧନଖରଙ୍କ ଇସ୍ତଫା ଉପରେ ସଂଜୟ ରାଉତ ଆଶଙ୍କା

July 22, 2025

ଅଜଣା ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର: ପୋଲିସ ର ତଦନ୍ତ ଜାରି

July 22, 2025

ଚେସ୍ ମହିଳା ବିଶ୍ୱକପ୍‌ର ସେମିଫାଇନାଲ୍‌ରେ ପହଞ୍ଚିଲେ ଦିବ୍ୟା ଦେଶମୁଖ, ଜିତିବା ପରେ ହେଲେ ଭାବପ୍ରବଣ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.