Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜନୈତିକ କାରଣରୁ ପୁରସ୍କାର ଫେରସ୍ତକୁ ରୋକିବା ପାଇଁ ସଂସଦୀୟ କମିଟିର ପରାମର୍ଶ
ବିଶେଷ ଖବର

ରାଜନୈତିକ କାରଣରୁ ପୁରସ୍କାର ଫେରସ୍ତକୁ ରୋକିବା ପାଇଁ ସଂସଦୀୟ କମିଟିର ପରାମର୍ଶ

July 25, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରାଜନୈତିକ କାରଣରୁ ପୁରସ୍କାର ଫେରସ୍ତକୁ ରୋକିବା ପାଇଁ ସଂସଦୀୟ କମିଟିର ପରାମର୍ଶ

ନୂଆଦିଲ୍ଲୀ: ବିଗତ ବର୍ଷମାନଙ୍କରେ ୩୯ ଜଣ ଲେଖକ ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ଅସନ୍ତୁଷ୍ଟ ହୋଇ ସେମାନଙ୍କ ପୁରସ୍କାର ସରକାରଙ୍କୁ ଫେରାଇ ଦେଇଛନ୍ତି । ଭବିଷ୍ୟତରେ ‘ପୁରସ୍କାର ଫେରସ୍ତ’ ଲଜ୍ଜାକୁ ରୋକିବା ପାଇଁ ସଂସଦୀୟ କମିଟି ସୁପାରିସ କରିଛି ।

କୌଣସି ରାଜନୈତିକ ଘଟଣାର ପ୍ରତିବାଦ କରିବା ପାଇଁ ସରକାରଙ୍କଠାରୁ ପୁରସ୍କାର ପାଉଥିବା ବ୍ୟକ୍ତ କୌଣସି ସମୟରେ ପୁରସ୍କାର ଫେରସ୍ତ କରିବେ ନାହିଁ ବୋଲି ପୁରସ୍କାର  ନେବା ପୂର୍ବରୁ ସେମାନଙ୍କଠାରୁ ସମ୍ମତି ଆଣିବାକୁ ପ୍ରସ୍ତବରେ କୁହାଯାଇଛି। ସେହି ସମୟରେ କର୍ଣ୍ଣାଟକର ବିଶିଷ୍ଟ ଲେଖକ କଲବୁର୍ଗିଙ୍କ ହତ୍ୟାକୁ ବିରୋଧ କରି ପୁରସ୍କାର ଫେରାଇବାର କାରଣ ବୋଲି ଲେଖକମାନେ ସାହିତ୍ୟ ଏକାଡେମୀକୁ ଜଣାଇଥିଲେ।

ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟି ସୋମବାର ସଂସଦର ଉଭୟ ଗୃହରେ ଏକ ରିପୋର୍ଟ ଉପସ୍ଥାପନ କରି କହିଛି ଯେ ପୁରସ୍କାର ଫେରସ୍ତ ସହିତ ଜଡ଼ିତ ଏଭଳି ଅନୁପଯୁକ୍ତ ଘଟଣା ଅନ୍ୟ ପୁରସ୍କାର ବିଜେତାଙ୍କ ସଫଳତାକୁ କ୍ଷୁର୍ଣ୍ଣ କରିବା ସହ ପୁରସ୍କାରର ସାମଗ୍ରିକ ପ୍ରତିଷ୍ଠାକୁ ମଧ୍ୟ ପ୍ରଭାବିତ କରିଥାଏ ।

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ରାଜନୈତିକ ପ୍ରସଙ୍ଗଗୁଡ଼ିକ ସାଂସ୍କୃତିକ କ୍ଷେତ୍ର ଏବଂ ସମ୍ପୃକ୍ତ ଏକାଡେମୀର ସ୍ୱୟଂଶାସିତ କାର୍ଯ୍ୟକଳାପ ପରିସର ବାହାରେ ରହିଛି । ତେଣୁ ଏଥିରେ ପରାମର୍ଶ ଦିଆଯାଇଛି ଯେ ଯେତେବେଳେ ବି ପୁରସ୍କାର ଦିଆଯିବ, ସେତେବେଳେ ଗ୍ରହଣକାରୀଙ୍କ ସମ୍ମତି ନିଆଯିବା ଦରକାର, ଯାହାଫଳରେ ସେ ରାଜନୈତିକ କାରଣରୁ ଏହାକୁ ଫେରସ୍ତ କରିବେ ନାହିଁ । କାରଣ ଏହା ଦେଶ ପାଇଁ ଲଜ୍ଜାଜନକ ।

ପୁରସ୍କାର ଚୂଡ଼ାନ୍ତ କରିବା ପୂର୍ବରୁ ପୁରସ୍କାର ପାଇଁ ଚୟନ ହୋଇଥିବା ପ୍ରାର୍ଥୀଙ୍କ ପୂର୍ବ ସହମତି ନେବାକୁ ରିପୋର୍ଟରେ ସୁପାରିସ କରାଯାଇଛି । ପ୍ୟାନେଲ କହିଛି ଯେ ପ୍ରସ୍ତାବିତ ପୁରସ୍କାର ଗ୍ରହଣକାରୀଙ୍କଠାରୁ ପ୍ରତିଶ୍ରୁତି ନେବା ପାଇଁ ଏକ ବ୍ୟବସ୍ଥା କରାଯାଇପାରେ ଏବଂ ପୁରସ୍କାର ବିଜେତାମାନେ ଭବିଷ୍ୟତରେ କୌଣସି ସମୟରେ ପୁରସ୍କାରକୁ ଅସମ୍ମାନ କରିପାରିବେ ନାହିଁ ।

ବିନା ପ୍ରତିଶ୍ରୁତିରେ ପୁରସ୍କାର ଦିଆଯାଇପାରିବ ନାହିଁ । ଯଦି ପୁରସ୍କାର ଫେରସ୍ତ ହୁଏ, ତେବେ ଭବିଷ୍ୟତରେ ପୁରସ୍କାର ବିଜେତାଙ୍କୁ ଏଭଳି ପୁରସ୍କାର ପାଇଁ ବିବେଚନା କରାଯିବ ନାହିଁ ବୋଲି କମିଟି ମତବ୍ୟକ୍ତ କରିଛି। ୱାଇଏସଆର କଂଗ୍ରେସର ଭି ବିଜୟସାଇ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ୧୦ ଜଣ ରାଜ୍ୟସଭା ସାଂସଦ ଓ ୩୧ ଜଣ ଲୋକସଭା ସାଂସଦ ରହିଛନ୍ତି।

ଏହି ରିପୋର୍ଟରେ କମିଟିର ଜଣେ ସଦସ୍ୟଙ୍କ ଅସନ୍ତୋଷକୁ ମଧ୍ୟ ରେକର୍ଡ କରାଯାଇଛି, ଯିଏ କି ଏଭଳି ପ୍ରତିଶ୍ରୁତିକୁ ବିରୋଧ କରି କହିଛନ୍ତି, ‘ଭାରତ ଏକ ଗଣତାନ୍ତ୍ରିକ ଦେଶ ଏବଂ ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ବାକ୍ ଓ ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଯେକୌଣସି ରୂପରେ ପ୍ରତିବାଦ କରିବାର ସ୍ୱାଧୀନତା ପ୍ରଦାନ କରିଛି । ପୁରସ୍କାର ଫେରାଇବା କେବଳ ପ୍ରତିବାଦର ଏକ ରୂପ।

ବାସ୍ତବରେ ଯେଉଁ ପ୍ରକୃତ ପ୍ରସଙ୍ଗକୁ ବିରୋଧ କରି ଏଭଳି ପୁରସ୍କାର ଫେରସ୍ତ କରାଯାଇଛି, ତାହା ଉପରେ ଦୃଷ୍ଟି ଦେବାର ଦାୟିତ୍ୱ ସରକାରଙ୍କ ଉପରେ ରହିଛି ବୋଲି ଉକ୍ତ ସଦସ୍ୟ କହିଛନ୍ତି। ତାଙ୍କୁ ଅନ୍ୟଜଣେ ସଦସ୍ୟ ସମର୍ଥନ କରିଥିଲେ।

ଜାତୀୟ ଏକାଡେମୀ ଓ ଅନ୍ୟାନ୍ୟ ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକାରିତା ସଂକ୍ରାନ୍ତ କମିଟିର ଶୁଣାଣି ସମୟରେ ସଂସ୍କୃତି ମନ୍ତ୍ରଣାୟ ପ୍ୟାନେଲକୁ ଜଣାଇଥିଲା ଯେ କୌଣସି ପୁରସ୍କାର ବିଜେତା ପୁରସ୍କାର ଗ୍ରହଣ କରିବା ସମୟରେ ପୁରସ୍କାର ଫେରସ୍ତ କରିନଥିଲେ କିମ୍ବା ଏହା ପାଇବା ପରେ କୌଣସି ପ୍ରତିବାଦ କରିନଥିଲେ । ୩୯ ଜଣ ଲେଖକଙ୍କ ମଧ୍ୟରୁ ଅଧିକାଂଶ ପରେ ପୁରସ୍କାର ଫେରାଇ ଦେଇଥିଲେ।

ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ସେହି ସମୟରେ ଏକାଡେମୀ ଲେଖକମାନଙ୍କୁ ସେମାନଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲା ଏବଂ ପୁରସ୍କାର ଫେରସ୍ତ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ରାଜସ୍ଥାନୀ ଲେଖକ ନନ୍ଦ ଭରଦ୍ୱାଜଙ୍କୁ ବୁଝାଇବାରେ ସକ୍ଷମ ହୋଇଥିଲା । ୨୦୧୫ ପରେ ପୁରସ୍କାର ଫେରିବାର କୌଣସି ଉଦାହରଣ ନାହିଁ ଏବଂ ପୁରସ୍କାର ଘୋଷଣା ପୂର୍ବରୁ ସଂଗଠନଗୁଡ଼ିକ ଉପଯୁକ୍ତ ସତର୍କତାମୂଳକ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।

ସେପ୍ଟେମ୍ବରରୁ ଅକ୍ଟୋବର ୨୦୧୫ ମଧ୍ୟରେ ପ୍ରାୟ ୩୯ ଜଣ ଏହି ପୁରସ୍କାର ଫେରସ୍ତ କରିଥିଲେ, ଯେଉଁଥିରେ ଏକ ରାଶି (୧୯୭୦ ଦଶକରେ ୫୦୦୦ ଟଙ୍କା) ଏବଂ ଏକ ପ୍ରଶଂସାପତ୍ର ଥିଲା । କିଛି ଲୋକ ଫଳକ ପଠାଇଥିବାବେଳେ କିଛି ଲୋକ ଏପର୍ଯ୍ୟନ୍ତ ଫଳକ ପଠାଇ ନାହାନ୍ତି । କେତେକ ଏକାଡେମୀ ଅନୁଯାୟୀ ଚେକ୍ ମଧ୍ୟ ପଠାଇଥିଲେ । ତେବେ ପୁରସ୍କାର ପ୍ରତ୍ୟାହାର ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଚେକ୍ ଜମା କରାଯାଇନାହିଁ ବୋଲି ସେମାନଙ୍କୁ ଅବଗତ କରାଯାଇଥିଲା ।

ଏମାନଙ୍କ ମଧ୍ୟରୁ ଅନେକ ଲୋକ ପୁଣି ଥରେ ଏକାଡେମୀ ସହ ଜଡ଼ିତ ଅଛନ୍ତି ଏବଂ ସେମାନେ ବେଳେବେଳେ ଜୁରୀରେ କାର୍ଯ୍ୟ କରୁଛନ୍ତି ଏବଂ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି ବୋଲି ଏକାଡେମୀ ସୂଚନା ଦେଇଛି। ଏକାଡେମୀକୁ ଅପମାନିତ କରିଥିବା ଏଭଳି ପୁରସ୍କାର ବିଜେତାଙ୍କୁ ପୁନର୍ବାର ନିଯୁକ୍ତି ଦେବା ନେଇ କମିଟି ପ୍ରଶ୍ନ ଉଠାଇଛି ।

award ପୁରସ୍କାର ପୁରସ୍କାର ଫେରସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆକୁ ଡବଲ ଝଟକା: ଅଭିଷେକ ଶର୍ମା ଅସୁସ୍ଥ ଖବର ପରେ ଇଶାନ କିଷାନ ଆହତ!

February 11, 2026

ବାୟୁ ଶକ୍ତି ଅଭ୍ୟାସ: ନିଜର କ୍ଷମତା ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା

February 11, 2026

JioAirFiber: ଫିକ୍ସଡ଼ ୱାୟାରଲେସ୍ କ୍ଷେତ୍ରରେ ହାସଲ କଲା ୭୯ ପ୍ରତିଶତ ବଜାର ଅଂଶ 

February 11, 2026

ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ….

February 11, 2026
Latest News

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026

ଟିମ୍ ଇଣ୍ଡିଆକୁ ଡବଲ ଝଟକା: ଅଭିଷେକ ଶର୍ମା ଅସୁସ୍ଥ ଖବର ପରେ ଇଶାନ କିଷାନ ଆହତ!

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.