Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ତ୍ରୁଟିଶୂନ୍ୟ ଭୋଟର ତାଲିକା ପାଇଁ ସର୍ବଦଳୀୟ ବୈଠକ
ବିଶେଷ ଖବର

ତ୍ରୁଟିଶୂନ୍ୟ ଭୋଟର ତାଲିକା ପାଇଁ ସର୍ବଦଳୀୟ ବୈଠକ

July 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ସାରା ରାଜ୍ୟର ୧୪୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୩୭,୬୦୬ ଗୋଟି ବୁଥ୍‌ରେ ଘରକୁ ଘର ବୁଲି ଆରମ୍ଭ ହୋଇଥିବା ସର୍ବେକ୍ଷଣରେ ବୁଥ୍‌ସ୍ତରୀୟ ଏଜେଣ୍ଟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ ଆୟୋଜିତ ହୋଇଯାଇଛି।

ରାଜନୈତିକ ଦଳମାନଙ୍କ ଦ୍ୱାରା ବୁଥ୍‌ସ୍ତରରେ ବୁଥ୍‌ସ୍ତରୀୟ ଏଜେଣ୍ଟ ନିଯୁକ୍ତି ସହ ସେମାନଙ୍କୁ ପରିଚୟ ପ୍ରଦାନ ନିମନ୍ତେ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି। ରାଜନୈତିକ ଦଳର ଜିଲ୍ଲା ସଭାପତିମାନେ ବୁଥ୍‌ସ୍ତରୀୟ ଏଜେଣ୍ଟ ନିଯୁକ୍ତି କରିବା ସହ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବେ ଏବଂ ନିଯୁକ୍ତି ପାଇଥିବା ବୁଥ୍‌ସ୍ତରୀୟ ଏଜେଣ୍ଟମାନଙ୍କର ଏକ ତାଲିକା ସଂପୃକ୍ତ ନିର୍ବାଚକ ପଂଜୀକରଣ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ। ଯେଉଁମାନଙ୍କୁ ବୁଥ୍‌ସ୍ତରୀୟ ଏଜେଣ୍ଟ ଭାବେ ନିଯୁକ୍ତ କରାଯିବ, ସେମାନେ ସଂପୃକ୍ତ ବୁଥ୍‌ ଅଞ୍ଚଳର ପଂଜୀକୃତ ଭୋଟର ହୋଇଥିବା ଦରକାର। ଜୁଲାଇ ୨୧ ତାରିଖରୁ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ହୋଇଥିବା ବୁଥ୍‌ସ୍ତରୀୟ ସର୍ବେକ୍ଷଣରେ ବୁଥ୍‌ସ୍ତରୀୟ ଅଧିକାରୀ ଓ ବୁଥ୍‌ସ୍ତରୀୟ ଏଜେଣ୍ଟମାନେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ନିର୍ଭୁଲ ତଥ୍ୟ ସଂଗ୍ରହ କରିବେ। ବୁଥ୍‌ସ୍ତରୀୟ ଅଧିକାରୀମାନେ ‘ବିଏଲ୍‌ଓ ଆପ୍‌’ ଜରିଆରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଭୋଟର ତାଲିକାରେ ନାମ ପଂଜୀକରଣ ନିମନ୍ତେ ଥିବା ୪ ଗୋଟି ଯୋଗ୍ୟତାସୂଚକ ତାରିଖ ଯଥା: ୨୦୨୩ ମସିହା ଅକେଫାବର ୧ ତାରିଖ ଏବଂ ୨୦୨୪ ମସିହା ଜାନୁଆରୀ ୧, ଅପ୍ରେଲ ୧ ଓ ଜୁଲାଇ ୧ ତାରିଖ ସୁଦ୍ଧା ଯେଉଁ ନୂତନ ଭୋଟରମାନଙ୍କ ବୟସ ୧୮ ବର୍ଷ ପୂରଣ ହେଉଥିବ, ସେମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିବେ। ଏତଦ୍‌ବ୍ୟତୀତ ବୁଥ୍‌ ଅଞ୍ଚଳରୁ ସ୍ଥାୟୀ ଭାବେ ଅନ୍ୟତ୍ର ସ୍ଥାନାନ୍ତରିତ ଏବଂ ମୃତ ଭୋଟରମାନଙ୍କର ସଂପୂର୍ଣ୍ଣ ତଥ୍ୟ ‘ବିଏଲ୍‌ଓ ଆପ୍‌’ ମାଧ୍ୟମରେ ସଂଗ୍ରହ କରି ସଂପୃକ୍ତ ଭୋଟର ତାଲିକା ପଂଜୀକରଣ ଅଧିକାରୀଙ୍କୁ ପ୍ରଦାନ କରିବେ।

ଏତଦ୍‌ବ୍ୟତୀତ ଭୋଟର ତାଲିକାରେ ନାମ ନଥିବା ଯୋଗ୍ୟ ଭୋଟରମାନଙ୍କର ନାମ ତାଲିକାଭୁକ୍ତ କରିବା ନିମନ୍ତେ ମଧ୍ୟ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯିବା ପରେ ଏକ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି କରାଯାଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ପ୍ରକାଶ କରିଛନ୍ତି। ଆଗାମୀ ସାଧାରଣ ନିର୍ବାଚନରେ ବିଶେଷ କରି ଭୋଟରମାନଙ୍କ ମତଦାନ ନିମନ୍ତେ ସମସ୍ତ ପ୍ରକାରର ସୁବିଧାସୁଯୋଗ, ନିର୍ବାଚନ ପରିଚାଳନା ନିମନ୍ତେ ନିୟୋଜିତ କର୍ମଚାରୀଙ୍କୁ ସଂପୂର୍ଣ୍ଣ ତାଲିମ ପ୍ରଦାନ ଏବଂ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବିଶେଷ ଧ୍ୟାନ ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଏହି ସର୍ବଦଳୀୟ ବୈଠକରେ ଭାରତୀୟ ଜନତା ପାର୍ଟିର ସରୋଜ କୁମାର କର ଓ ଅଶୋକ କୁମାର ମିଶ୍ର, ବହୁଜନ ସମାଜବାଦୀ ପାର୍ଟିର ରାଜ୍ୟ ମହାସଚିବ ମଧୁସୂଦନ ଯାଦବ, ଭାରତୀୟ କମୁ୍ୟନିଷ୍ଟ ପାର୍ଟି (ମାର୍କସିଷ୍ଟ) ସଦସ୍ୟ ସଂପାଦକ ଦୁଷ୍ମନ୍ତ କୁମାର ଦାସ, ଭାରତୀୟ ଜାତୀୟ କଂଗ୍ରେସର ରାଜ୍ୟ ଉପସଭାପତି ଶିବାନନ୍ଦ ରାୟ ଓ ଆମ୍‌ ଆଦ୍‌ମୀ ପାର୍ଟିର ସୌମ୍ୟ ରଞ୍ଜନ ସ୍ୱାଇଁ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ବିଧାନସଭା ନିର୍ବାଚନ ମଣ୍ଡଳୀ ସର୍ବଦଳୀୟ ବୈଠକ ସାଧାରଣ ନିର୍ବାଚନ-୨୦୨୪
Share. Facebook Twitter LinkedIn Email WhatsApp Copy Link

Related Posts

ଗୋନାସିକା କେନ୍ଦୁଝର ମହୋତ୍ସବ ୨୦୨୫ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

December 26, 2025

କେନ୍ଦୁଝରରେ ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

December 26, 2025

ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ପଟ୍ଟନାୟକ ଦେଲେ ବଡ ବାର୍ତ୍ତା, କହୁ କହୁ କହିଲେ…..

December 26, 2025

ଜେନ୍ ଜେଡ୍ ଏବଂ ଜେନ୍ ଆଲଫା ଭାରତକୁ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡ଼କୁ ନେଇଯିବେ: ପ୍ରଧାନମନ୍ତ୍ରୀ

December 26, 2025
Latest News

ରଣପୁରରେ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ

December 26, 2025

ଗୋନାସିକା କେନ୍ଦୁଝର ମହୋତ୍ସବ ୨୦୨୫ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

December 26, 2025

କେନ୍ଦୁଝରରେ ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

December 26, 2025

ଫରେଷ୍ଟରଙ୍କ ଘରୁ ମିଳିଲା ୧ କେଜି ସୁନା, ରହିଛି ୭ଟି ପ୍ଲଟ, ଭିଜିଲାନ୍ସର ବଡ ଚଢାଉ

December 26, 2025

ସମ୍ବଲପୁରରେ ପିଏମ ଆବାସ ଯୋଜନା କାର୍ଯ୍ୟାଦେଶ ବିତରଣ କଲେ ଧର୍ମେନ୍ଦ୍ର ପ୍ରଧାନ

December 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.