Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜି-୨୦ ପରିବେଶ ଓ ଜଳବାୟୁ ମନ୍ତ୍ରୀ ସମୂହ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ବିଶେଷ ଖବର

ଜି-୨୦ ପରିବେଶ ଓ ଜଳବାୟୁ ମନ୍ତ୍ରୀ ସମୂହ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 28, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି (୨୮-୭-୨୦୨୩) ଚେନ୍ନାଇଠାରେ ଜି-୨୦ ପରିବେଶ ଓ ଜଳବାୟୁ ମନ୍ତ୍ରୀ ସମୂହ ବୈଠକକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିଛନ୍ତି।

ଗଣ୍ୟମାନ୍ୟ ଅତିଥିଙ୍କୁ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ହେଉଛି ଇତିହାସ ଓ ସଂସ୍କୃତି ଦୃଷ୍ଟିରୁ ସମୃଦ୍ଧ ନଗରୀ। ସେ ସେମାନଙ୍କୁ ୟୁନେସ୍କୋ ଦ୍ୱାରା ସ୍ୱୀକୃତ ବିଶ୍ୱ ଐତିହ୍ୟ ସ୍ଥଳୀ ମାମଲାପୁରମ ନିଶ୍ଚିତଭାବେ ଗସ୍ତ କରି ସେଠାକାର ପ୍ରେରଣାଦାୟୀ ପଥର  ଖୋଦେଇ ଓ ତାହାର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଅନୁରୋଧ କରିଥିଲେ।

ଦୁଇ ହଜାର ବର୍ଷ ତଳର ମହାନ୍ କବି ତିରୁଭାଲ୍ଲୁଭରଙ୍କ ଉକ୍ତିକୁୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସମୁଦ୍ର ମଧ୍ୟ ସଙ୍କୁଚିତ ହୋଇଯିବ ଯଦି ବାଦଲ ସବୁ ପାଣି ଶୋଷି ନିଏ , ଏହା ଆଉ ବର୍ଷା ରୂପରେ ତାକୁ ଫେରାଇ ଦିଏ ନାହିଁ।” ପ୍ରକୃତି ଓ ଏହାର ଗତି ଭାରତର ନିୟମିତ ଶିକ୍ଷାର ଉତ୍ସ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ଆଉ ଏକ ସଂସ୍କୃତ ଶ୍ଳୋକର ଅର୍ଥ ବୁଝାଇଥିଲେ । “ନଦୀ ତାହାର ଜଳ ପିଏ ନାହିଁ କି ଗଛ ତା’ର ଫଳ ଭକ୍ଷଣ କରେ ନାହିଁ । ମେଘ ମଧ୍ୟ ତାର ପାଣି ଦ୍ୱାରା ବଢିଥିବା ଶସ୍ୟ ଖାଏ ନାହିଁ  ।” ପ୍ରଧାନମନ୍ତ୍ରୀ ପ୍ରକୃତି ଯେପରି ଆମକୁ ଦେଇଛି, ଆମେ ପ୍ରତିଦାନରେ ତାକୁ ଦେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ମାଟି ମାଆର ସୁରକ୍ଷା ଓ ଯତ୍ନ ଆଜି ହେଉଛି ଆମର ମୌଳିକ ଦାୟିତ୍ୱ ଓ ଆଜି ଏହା ଜଳବାୟୁ କାର୍ଯ୍ୟାନୁଷ୍ଠାନ ରୂପ ନେଉଛି ଓ ଏହି କର୍ତ୍ତବ୍ୟ ବହୁ ଦିନ ଧରି ଅନେକ ଅବଜ୍ଞା କରି ଆସୁଥିଲେ । ଭାରତୀୟ ପାରମ୍ପରିକ ଜ୍ଞାନ ଭିତ୍ତିରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ  ଜଳବାୟୁ ଗତ କାର୍ଯ୍ୟାନୁଷ୍ଠାନ  ନିଶ୍ଚିତଭାବେ ଅନ୍ତ୍ୟୋଦୟର ଅନୁସରଣ କରିବା ଉଚିତ । ଅନ୍ତ୍ୟୋଦୟର ଅର୍ଥ ହେଲା ସମାଜର ସବୁଠାରୁ ପଛରେ ଥିବା ବ୍ୟକ୍ତି ନିକଟରେ ମଧ୍ୟ ବିକାଶ ପହଞ୍ଚିବ । ଦକ୍ଷିଣ ଗୋଲାର୍ଦ୍ଧରେ ଦେଶ ସମୂହ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅଧିକ ପ୍ରଭାବିତ ହେଉଥିବାରୁ ପ୍ରଧାନମନ୍ତ୍ରୀ ଜାତିସଂଘ ଜଳବାୟୁ ଅଧିବେଶନର  ଅଙ୍ଗୀକାରବଦ୍ଧତା ଓ ପ୍ୟାରିସ ରାଜିନାମା ଅନୁସାରେ ଦକ୍ଷିଣ  ଗୋଲାର୍ଦ୍ଧର ବିକାଶମୂଳକ ଆକାଂକ୍ଷା ଏକ ଜଳବାୟୁ ଅନୁକୂଳ ଢଙ୍ଗରେ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ଭାରତରେ ଉଚ୍ଚାଭିଳାଷୀ ଜାତୀୟ ନିର୍ଦ୍ଧାରିତ ଅବଦାନକୁ ନେଇ ଭାରତ ଯେପରି ଆଗେଇ ଚାଲିଛି ସେଥିନେଇ ପ୍ରଧାନମନ୍ତ୍ରୀ ଗର୍ବ ପ୍ରକାଶ କରିଥିଲେ । ଅଣ ଜୀବାଶ୍ମ ଇନ୍ଧନରୁ ବିଦ୍ୟୁତ ଶକ୍ତି ପାଇଁ ଆମର ଯାହା ଲକ୍ଷ୍ୟ ଥିଲା ତାହା ୯ବର୍ଷ ପୂର୍ବରୁ  ହାସଲ କରିସାରିଛୁ  ଓ ବର୍ତ୍ତମାନ ତା’ଠାରୁ ଆହୁରି ବଡ ଲକ୍ଷ୍ୟ ହାସଲ ପାଇଁ ସ୍ଥିର କରିଛୁ । ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଆଜି ଭାରତ ବିଶ୍ୱର ପାଂଚଟି ଦେଶ ମଧ୍ୟରେ ରହିଛି ଓ ଆମ ଦେଶ ୨୦୭୦ ସୁଦ୍ଧା ନେଟ ଜିରୋ ଲକ୍ଷ୍ୟ ହାସଲ କରିବ । ଭାରତ ଚୁକ୍ତି ଯଥା ଆନ୍ତର୍ଜାତିକ ସୌର ଚୁକ୍ତି, ସିଡିଆରଆଇ ଏବଂ ଶିଳ୍ପ ଅବସ୍ଥାନ୍ତର ଗ୍ରୁପ ନେତୃତ୍ୱ ଯୋଗୁଁ ଏହାର ଅଂଶୀଦାରଙ୍କ ସହ ସଂଯୋଗ ରକ୍ଷା କରୁଥିବାରୁ ଶ୍ରୀ ମୋଦି ଏଥିନେଇ ଆଶାବାଦୀ ଥିବା ପ୍ରକାଶ କରିଥିଲେ ।

“ଭାରତ ଏକ ବୃହତ-ବିବିଧତାର  ଦେଶ” ବୋଲି କହି ପ୍ରଧାନମନ୍ତ୍ରୀ ଜୈବ ବିବିଧତା ସଂରକ୍ଷଣ, ନିରାପତ୍ତା, ପୁନରୁଦ୍ଧାର ଓ ସମୃଦ୍ଧି ଦେଇ  ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଜଙ୍ଗଲ ନିଆ ଓ ଖଣି ଖାଦାନ ଯୋଗୁଁ ପ୍ରଭାବିତ ପ୍ରାକୃତିକ ଦୃଶ୍ୟ ରାଜିର ପୁନରୁଦ୍ଧାରକୁ ଗାନ୍ଧିନଗର ରୋଡ ମ୍ୟାପ ଓ ଫ୍ଲାଟଫର୍ମ ତ୍ୱରାନ୍ୱିତ କରିବାରେ ବୈଠକରେ ସ୍ୱୀକୃତି ଦିଆଯାଇଥିବାରୁ ସେ ଆନନ୍ଦ ପ୍ରକଟ କରିଥିଲେ । ସେ ନିକଟରେ ଆରମ୍ଭ କରାଯାଇଥିବା ଆନ୍ତର୍ଜାତିକ ରାମସାର ଚୁକ୍ତି ଯାହାକି ଧରିତ୍ରୀ ପୃଷ୍ଠରେ ସାତଟି ବିଗ କ୍ୟାଟକୁ ସୁରକ୍ଷା ଦେବା ନେଇ ଉଦ୍ଦିଷ୍ଟ ଓ ଏକ ଅଗ୍ରଣୀ ସଂରକ୍ଷଣ ପଦକ୍ଷେପ ବ୍ୟାଘ୍ର ପ୍ରକଳ୍ପ ସମ୍ପର୍କରେ ମଧ୍ୟ ଅବତାରଣା କରିଥିଲେ । ବ୍ୟାଘ୍ରପ୍ରକଳ୍ପ ଯୋଗୁଁ ଆଜି ବିଶ୍ୱର ଶତକଡା ୭୦ଭାଗ ବାଘ ଭାରତରେ ଅଛନ୍ତି ବୋଲି ଶ୍ରୀ ମୋଦି ଜଣାଇଥିଲେ । ସିଂହ ଓ ଡଲଫିନ ପ୍ରକଳ୍ପ ନେଇ କାର୍ଯ୍ୟ ଚାଲିଥିବା ସେ କହିଥିଲେ ।

ଭାରତର ପଦକ୍ଷେପ ଗୁଡିକ ଜନସାଧାରଣଙ୍କ ଯୋଗଦାନ ଯୋଗୁଁ ହେଉଥିବାରୁାପ୍ରଧାନମନ୍ତ୍ରୀ ମିଶନ ଅମ୍ରିତ ସରୋବର ବିଷୟ କହିଥିଲେ । ଏହି ଅନନ୍ୟ ଜଳ ସଂରକ୍ଷଣ ଅଭିଯାନ ଦ୍ୱାରା ମାତ୍ର ବର୍ଷକ ମଧ୍ୟରେ  ଦେଶରେ ୬୩,୦୦୦ ଜଳାଶୟ ସୃଷ୍ଟି କରାଯାଇପାରିଛି । ଏହି ଅଭିଯାନ କେବଳ ପ୍ରଯୁକ୍ତି ଗତ  ସହାୟତା ଓ ଗୋଷ୍ଠୀଗତ ଯୋଗଦାନ ଯୋଗୁଁ ହୋଇପାରିଛି । ‘କ୍ୟାଚ ଦି ରେନ’ ଅଭିଯାନ ଦ୍ୱାରା ୨୮ହଜାରରୁ ଅଧିକ ଜଳ ଅମଳ ପ୍ରକଳ୍ପ ସୃଷ୍ଟି କରାଯାଇ ଜଳ ସଂରକ୍ଷଣ ହେଉଛି । ଏହା ବ୍ୟତୀତ ୨୫୦, ୦୦୦ ପୁନଃ ବ୍ୟବହାର ଓ  ରିଚାର୍ଜ ପ୍ରକଳ୍ପ ମଧ୍ୟ କରାଯାଇଛି ।

ଏ ସମସ୍ତ ସଫଳତା  ଜନ ସହଭାଗିତା ଯୋଗୁଁ ସମ୍ଭବ ହୋଇଛି ଓ ଶ୍ରୀ ମୋଦୀ ଏ ପ୍ରସଙ୍ଗ ନେଇ ନମାମି ଗଙ୍ଗେର ଉଦାହରଣ ଦେଇଥିଲେ । ନମାମି ଗଙ୍ଗେ ଅଭିଯାନ ଯୋଗୁଁ ଗଙ୍ଗା ନଦୀ ଜଳ ସ୍ୱଚ୍ଛ ହେବା ଫଳରେ ନଦୀରେ ଅନେକ ସ୍ଥାନରେ ଗାଙ୍ଗେୟ ଡଲଫିନ ଦୃଷ୍ଟି ଗୋଚର ହୋଇଛନ୍ତି । ରାମସାର ସାଇଟ୍‌ଭାବେ ପରିଚିତ ୭୫ଟି ଆଦ୍ରଭୂମି  ସଂରକ୍ଷଣ ପ୍ରକଳ୍ପ ଯୋଗୁ ଏସିଆରେ ସର୍ବବୃହତ ରାମସାର ସାଇଟ୍ ସୃଷ୍ଟି କରାଯାଇପାରିଛି ବୋଲି ସେ କହିଥିଲେ ।

କ୍ଷୁଦ୍ର ଦ୍ୱିପାଞ୍ଚଳ ରାଜ୍ୟକୁ ବୃହତ ମହାସାଗରୀୟ ଦେଶ ଭାବେ ଅବିହିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମୁଦ୍ର ହେଉଛି ସେମାନଙ୍କ ପାଇଁ  ଆର୍ଥିକ ସମ୍ବଳ ଉତ୍ସ । ସେଥି ପାଇଁ ତିନି ଶହ କୋଟି ଲୋକଙ୍କ ଜୀବନ ଜୀବିକା ପୃଥିବୀରେ ଚଳିଥାଏ । ଏହା ବ୍ୟାପକ ଜୈବ ବିବିଧତାର ଘର ଓ ସେଥିରେ ମହାସାଗରୀୟ ସମ୍ବଳର ପରିଚାଳନା ଦାୟିତ୍ୱପୂର୍ଣ୍ଣ ଢଙ୍ଗରେ ହେବା ଦରକାର । ପ୍ରଧାନମନ୍ତ୍ରୀ ଜି-୨୦ରେ ନିରନ୍ତର ଓ ନମନୀୟ ମତ୍ସ୍ୟ ଓ ସାଗର ଭିତିକ ଅର୍ଥନୀତି ପ୍ରତି ସମ୍ବେଦନଶୀଳତା ଯୋଗୁଁ ଜି-୨୦ ପ୍ଲାଷ୍ଟିକ ପ୍ରଦୂଷଣର ଅନ୍ତ ଘଟାଇବା ନେଇ ଏକ ଆଇନ ସମ୍ମତ ମଞ୍ଚ ଭାବେ କାର୍ଯ୍ୟ କରିବ ବୋଲି ଆଶା କରିଥିଲେ ।

ପ୍ରଧାନମନ୍ତ୍ରୀ ମିଶନ ଲାଇଫ ପରିବେଶ ସହ ଜୀବନ ଶୈଳୀ ଆରମ୍ଭ ଜାତିସଂଘ ମହାସଚିବଙ୍କ ସହ ଗତବର୍ଷ କରିଥିବା ସ୍ମୃତିଚାରଣ କରିଥିଲେ । ସେ କହିଥିଲେ ଯେ ମିଶନ ଲାଇଫ ଏକ ବୈଶ୍ୱିକ ଗଣଅଭିଯାନ ଭାବେ ବ୍ୟକ୍ତିଙ୍କୁ ସମ୍ବଳିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପରିବେଶର ସୁରକ୍ଷା ଓ  ସଂରକ୍ଷଣ ନିମନ୍ତେ ଇଙ୍ଗିତ ଦେବ । ଭାରତରେ ପରିବେଶ ବନ୍ଧୁତ୍ୱ ପୂର୍ଣ୍ଣ କାର୍ଯ୍ୟ ଯେକୌଣସି ବ୍ୟକ୍ତି , କମ୍ପାନୀ ଓ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଦ୍ୱାରା କରାଯାଉଥିଲେ  ତାହାକୁ କେବେ ବି ଅଣଦେଖା କରାଯାଏ ନାହିଁ ।

ଗ୍ରୀନ କ୍ରେଡିଟ୍ ବର୍ତ୍ତମାନ ଘୋଷିତ ଗ୍ର୍ରୀନ କ୍ରେଡିଟ୍ କାର୍ଯ୍ୟକ୍ରମ ଅଧୀନରେ ଯିବ । ବୃକ୍ଷରୋପଣ, ଜଳ ସଂରକ୍ଷଣ ଓ ନିରନ୍ତର କୃଷି ଭଳି କାର୍ଯ୍ୟକଳାପ ବର୍ତ୍ତମାନ ବ୍ୟକ୍ତି, ସ୍ଥାନୀୟ ସଂସ୍ଥା ଓ ଅନ୍ୟମାନଙ୍କ  ନିମନ୍ତେ ରାଜସ୍ୱ ସୃଷ୍ଟି କରିପାରିବ ବୋଲି ସେ କହିଥିଲେ ।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଆମେ ଆମର ପ୍ରକୃତି ମାତା ପ୍ରତି କର୍ତ୍ତବ୍ୟକୁ ଭୁଲିବା ଅନୁଚିତ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଜି-୨୦ ପରିବେଶ ଓ ଜଳବାୟୁ ମନ୍ତ୍ରୀ ସମୂହ ବୈଠକ ଉପଯୋଗୀ ଓ ସଫଳ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । “ପ୍ରକୃତି ମାତା  କେବେ ବି ଖଣ୍ଡବିଖଣ୍ଡିତ କାର୍ଯ୍ୟ ଚାହେଁ ନାହିଁ, ସେ ଭଲପାଏ ‘ବସୁଧୈବ କୁଟୁମ୍ବ କମ୍‌”  । ଏକ ପୃଥିବୀ ,ଏକ ପରିବାର, ଗୋଟିଏ ଭବିଷ୍ୟତ” ବୋଲି କହି ଶ୍ରୀ ମୋଦୀ ତାଙ୍କ ଅଭିଭାଷଣର ପରିସମାପ୍ତି ଘଟାଇଥିଲେ ।

ଜି-୨୦ ପରିବେଶ ଓ ଜଳବାୟୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ମନ୍ତ୍ରୀ ସମୂହ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026
Latest News

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.