Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ୟୁସିସି: ଆଇନ ପାଇଁ ନୁହେଁ, କେବଳ ଆଲୋଚନାରେ ସୀମିତ ରଖିବାକୁ ଚାହୁଁଛି ବିଜେପି
ବିଶେଷ ଖବର

ୟୁସିସି: ଆଇନ ପାଇଁ ନୁହେଁ, କେବଳ ଆଲୋଚନାରେ ସୀମିତ ରଖିବାକୁ ଚାହୁଁଛି ବିଜେପି

August 1, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ୟୁସିସି: ଆଇନ ପାଇଁ ନୁହେଁ, କେବଳ ଆଲୋଚନାରେ ସୀମିତ ରଖିବାକୁ ଚାହୁଁଛି ବିଜେପି

ନୂଆଦିଲ୍ଲୀ: କେନ୍ଦ୍ରର ବିଜେପି ସରକାର ସମାନ ନାଗରିକ ସଂହିତା (ୟୁସିସି) ବିଲ ସଂସଦରେ ଆଗତ କରିବା ସପକ୍ଷରେ ଥିବା ଜଣାପଡ଼ୁନାହିଁ। ଧାରା-୩୭୦ର ବିଲୋପ କରିବା, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପରେ ୟୁସିସି(ସବୁ ଧର୍ମର ଲୋକମାନଙ୍କ ପାଇଁ ସେମାନଙ୍କ ବ୍ୟକ୍ତିଗତ ମାମଲା ଯାହାକି ବିବାହ, ଛାଡ଼ପତ୍ର, ପୋଷ୍ୟ ସନ୍ତାନ ଗ୍ରହଣ କରିବା, ସମ୍ପତ୍ତିରେ ମାଲିକାନା ସତ୍ତ୍ୱ) ବିଜେପିର ପ୍ରମୁଖ ପ୍ରସଙ୍ଗଗୁଡିକ ମଧ୍ୟରେ ଅନ୍ୟତମ।

ବିଜେପି ୟୁସିସି ପ୍ରସଙ୍ଗକୁ ବଞ୍ଚାଇ ରଖିବାକୁ ଚାହେଁ

ବିଜେପି ସୂତ୍ରରୁ ମିଳିଥିବା ଖବର ଅନୁସାରେ ୟୁସିସି ପ୍ରସଙ୍ଗକୁ ରାଜନୈତିକ ଆଲୋଚନାରେ ବଞ୍ଚାଇ ରଖିବାକୁ ଚାହେଁ। ଏ ନେଇ ଭୋପାଳରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ ଆଶା କରାଯାଉଥିଲା ଯେ ୟୁସିସିକୁ ଖୁବ୍‍ ଶୀଘ୍ର ଆଇନରେ ପରିଣତ କରାଯିବ। ରାଜନୈତିକ ଦଳଗୁଡ଼ିକ ସହିତ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ କୌଣସି ଆଇନ ପ୍ରଣୟନ କରିବା ପୂର୍ବରୁ ବ୍ୟାପକ ବିଚାର ବିମର୍ଷ ଓ ଅନୁଶୀଳନ ଆବଶ୍ୟକତା ହୋଇଥାଏ। ତେଣୁ ୨୦୨୪ ନିର୍ବାଚନ ପୂର୍ବରୁ ୟୁସିସି ଲାଗୁ ହେବାର ସମ୍ଭାବନା ନାହିଁ ବୋଲି ଆଲୋଚନା ହେଉଛି।

ଏହି ପ୍ରସଙ୍ଗକୁ ବଞ୍ଚାଇ ରଖିବା ପାଇଁ କେତେକ ବିଜେପି ନେତା ୟୁସିସିର ଆବଶ୍ୟକତା ଉପରେ ବୟାନ ଦେଇଛନ୍ତି। ଗତ ଶୁକ୍ରବାର ଦିନ ଲୋକସଭାରେ ଝାଡ଼ଖଣ୍ଡର ବିଜେପି ସାଂସଦ ସୁନୀଲ କୁମାର ସିଂହ ୟୁସିସି ଲାଗୁ କରିବା ପାଇଁ ବେସରକାରୀ ବିଲ ଆଗତ କରିଛନ୍ତି। ଏହି ବିଲ ଉପରେ ଆଲୋଚନା ପାଇଁ ଲୋକସଭା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଆରଏସଏସ ଚାହୁଛି ଯେ ରାଜ୍ୟମାନେ ନିଜଶକ୍ତିରେ ୟୁସିସିସକୁ ରାଜ୍ୟସ୍ତରରେ ଲାଗୁ କରିପାରିବେ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଲ ଆଗତ କରିବା ପୂର୍ବରୁ ଅପେକ୍ଷା କରିବା ଆବଶ୍ୟକ। ତେଣୁ ଏହି ଆଇନକୁ ମୋଦି ସରକାରଙ୍କ ମଗାମୀ କାର୍ଯ୍ୟକାଳରେ ଏହି ବିଲ ଆଗତ କରାଯିବ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି।

ବିଜେପି ରାଜ୍ୟ ସରକାରଙ୍କ ପଦକ୍ଷେପ

ୟୁସିସି ଲାଗୁ କରିବା ପାଇଁ ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଓ ଗୁଜରାଟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। କିନ୍ତୁ ଉତ୍ତରପ୍ରଦେଶ ଓ ଆସାମ ସରକାର ଏହାକୁ ଲାଗୁ କରିବା ଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି। ଉତ୍ତରାଖଣ୍ଡ ସରକାରଙ୍କଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟି ରିପୋର୍ଟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ତେଣୁ ଉତ୍ତରାଖଣ୍ଡ ସରକାର ଯେ କୌଣସି ମୂହୁର୍ତ୍ତରେ ୟୁସିସି ବିଲ ଆଗତ କରିପାରନ୍ତି। ଏହାକୁ ଲାଗୁ କରାଗଲେ କ’ଣ ପ୍ରତିକ୍ରିୟା ହେବ ତାହା ଦେଖିବାକୁ ବିଜେପି ନେତାମାନେ ଅପେକ୍ଷା କରିଛନ୍ତି। ଉତ୍ତରାଖଣ୍ଡ ସରକାର ୟୁସିସି ଲାଗୁ କଲେ ଅନ୍ୟ ବିଜେପି ଶାସିତ ରାଜ୍ୟମାନେ ଏହା ଲାଗୁ କରିବେ।

ବିଜେପି ନେତାଙ୍କ କହିବା ଅନୁସାରେ ୟୁସିସିରେ କେତେଗୁଡ଼ିଏ ପ୍ରସଙ୍ଗ ରହିଛି ସେଗୁଡ଼ିକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଯାହାକି ସମଗ୍ର ଦେଶରେ ଆଦିବାସୀ ସମୁଦାୟ ମଧ୍ୟରେ ବିବିଧ ବିବାହ ପ୍ରଥା, ବିଭିନ୍ନ ସମୁଦାୟ ମଧ୍ୟରେ ଉତ୍ତରାଧିକାରୀ ଆଇନ ଓ କେତେ ସ୍ଥାନୀୟ ପ୍ରଥା ରହିଛି।

ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଧାରା-୩୭୦ ଓ ତିନି ତଲାକ ଭଳି ୟୁସିସି ବିଲ ନୁହେଁ। ତେଣୁ ଏହି ବିଲକୁ ତରବରିଆଭାବେ ଆଗତ କରାଯାଇପାରିବ ନାହିଁ। ୟୁସିସି ପାଇଁ ବିଭିନ୍ନ ଜାତି ଓ ସମୁଦାୟରେ ଥିବା ବିଭିନ୍ନ ବର୍ଗ ସହିତ ସମ୍ପର୍କିତ ଏକ ଜଟିଳ ପ୍ରସଙ୍ଗ। ଏହା ପାଇଁ ବ୍ୟାପକ ପରାମର୍ଶ ଓ ଅଧିକ ଗଭୀର ଅନୁଶୀଳନର ଆବଶ୍ୟକତା ରହିଛି। ଦେଶର ଆକାର ଓ ଏହାର ବିବିଧତାକୁ ଦୃଷ୍ଟିରେ ରଖି ୟୁସିସି ପ୍ରକ୍ରିୟାକୁ ଏତେଶୀଘ୍ର ଶେଷ କରିବା ସହଜ ନୁହେଁ।

ବିଜେପିର ଜଣେ ପଦାଧିକାରୀଙ୍କ କହିବା ଅନୁସାରେ ଭାରତୀୟ ଦଣ୍ଡବିଧି ଆଇନ ସ୍ଥାନରେ ୟୁସିସିକୁ ଆଇନରେ ପରିଣତ କରିବା ସହଜ ନହେଁ। କାରଣ ଆଦିବାସୀମାନଙ୍କ ମଧ୍ୟରେ ଥିବା ସାଂସ୍କୃତିକ ପ୍ରଥା ଭିନ୍ନ ଭିନ୍ନ ଅଞ୍ଚଳ/ ରାଜ୍ୟରେ ଅଲଗା ହୋଇଥାଏ। ଉତ୍ତର ପୂର୍ବାଞ୍ଚଳରେ ଏହା ସମ୍ପୂର୍ଣ୍ଣ ଅଲଗା।

କିନ୍ତୁ ଖୁସିର କଥା ଯେ ୟୁସିସି ନେଇ ବିତର୍କ ଆରମ୍ଭ ହୋଇଯାଇଛି । ଏହାକୁ ଲାଗୁ କରିବା ପାଇଁ ନୂତନ ବିଚାର ସାମ୍ନାକୁ ଆସିବ। କିନ୍ତୁ ମହିଳାମାନଙ୍କ ଅଧିକାର ଉପରେ ସହମତି ହୋଇପାରେ। ଦେଶର ଲ’ କମିଶନ ୟୁସିସି ଉପରେ ପରାମର୍ଶ ଆରମ୍ଭ କରିଦେଇଛନ୍ତି। ୟୁସିସି ଉପରେ ଜନସାଧାରଣଙ୍କ ବିଚାର ଜାଣିବା ପାଇଁ ଲୋକମାନଙ୍କଠାରୁ ମତାମତ ନେଇ ସାରିଛନ୍ତି।

ଆରଏସଏସର ଚେତାବନୀ

ୟୁସିସି ଲାଗୁ କରିବା ନେଇ ସାବଧାନ ରହିବାକୁ କେନ୍ଦ୍ର ସରକାରଙ୍କୁ ଆରଏସଏସ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଦିବାସୀମାନଙ୍କୁ ୟୁସିସିରୁ ବାହାରେ ରଖିବା ପାଇଁ ଯେଉଁ ପ୍ରସ୍ତାବ ଆସିଛି ବନବାସୀ କଲ୍ୟାଣ ଆଶ୍ରମ ଏହାକୁ ସ୍ୱାଗତ କରିଛି । ଆଦିବାସୀମାନେ ନିଜର ଅଭିଯୋଗ ଓ ପ୍ରସ୍ତାବକୁ ଲ’ କମିଶନରେ ଦେବା ସହିତ ସୋସାଳ ମିଡ଼ିମ ଚର୍ଚ୍ଚାରୁ ଦୂରେଇ ରହିବା ପାଇଁ ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ କୁହାଯାଇଛି ।

ବିଜେପି ନେତା ସୁଶୀଲ କୁମାର ମୋଦୀଙ୍କ ପ୍ରସ୍ତାବ ଅନୁସାରେ ଧାରା-୩୭୧ ଓ ଅନୁସୂିତ ଅଞ୍ଚଳକୁ ଆଖି ମଗରେ ରଖି ପୂର୍ବୋତ୍ତର ସମେତ ଆଦିବାସୀମାନଙ୍କୁ ୟୁସିସିରୁ ବାହାରେ ରଖିବା ଉଚିତ ।

ୟୁସିସି ସମାନ ନାଗରିକ ସଂହିତା ସଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

“ମହିଳା ସଶକ୍ତିକରଣର ସ୍ୱପ୍ନ ଚୁରମାର ହୋଇଯାଇଛି:” ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ

April 18, 2026

‘ମହିଳାମାନଙ୍କୁ ମାସିକ ୨୫୦୦ ସହାୟତା…’: ଟିଭିକେ ମୁଖ୍ୟ ବିଜୟଙ୍କ ବଡ଼ ପ୍ରତିଶ୍ରୁତି

April 18, 2026

“ମୁଁ ସମ୍ପର୍କରେ ଥିବା ତିକ୍ତତାକୁ ଶେଷ କରିବାକୁ ଚେଷ୍ଟା କରିବି:” କାହାକୁ ଏଭଳି କହିଲେ ରାଘବ ଚଢା?

April 18, 2026

ସାମୁଦ୍ରିକ ବୀମା ସୁରକ୍ଷା ଯୋଗାଇ ଦେବା ଲାଗି ସାର୍ବଭୌମ ଗ୍ୟାରେଣ୍ଟି ସହ ଗଠନ ହେବ ବିଏମଆଇ ପୁଲ୍

April 18, 2026
Latest News

୧୯ରୁ ୨୪ ପ୍ରବଳ ଗ୍ରୀଷ୍ମଲହରୀ: ସ୍କୁଲ ଛୁଟି ଘୋଷଣା

April 19, 2026

ନିର୍ମାଣ ହେବ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ

April 18, 2026

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026

Weight Loss Tips: ଚା’ ଓ କଫି ପିଅନ୍ତୁ, ଓଜନ ହ୍ରାସ କରନ୍ତୁ

April 18, 2026

ପୂର୍ବତଟ ରେଳପଥ ଦ୍ୱାରା ପୂର୍ବଘାଟ ପର୍ବତମାଳାରେ ରେକର୍ଡ ସଂଖ୍ୟକ ଟନେଲ୍ ନିର୍ମାଣ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.