Categories
ଜାତୀୟ ଖବର ବିଶେଷ ଖବର

ୟୁସିସି: ଆଇନ ପାଇଁ ନୁହେଁ, କେବଳ ଆଲୋଚନାରେ ସୀମିତ ରଖିବାକୁ ଚାହୁଁଛି ବିଜେପି

ନୂଆଦିଲ୍ଲୀ: କେନ୍ଦ୍ରର ବିଜେପି ସରକାର ସମାନ ନାଗରିକ ସଂହିତା (ୟୁସିସି) ବିଲ ସଂସଦରେ ଆଗତ କରିବା ସପକ୍ଷରେ ଥିବା ଜଣାପଡ଼ୁନାହିଁ। ଧାରା-୩୭୦ର ବିଲୋପ କରିବା, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପରେ ୟୁସିସି(ସବୁ ଧର୍ମର ଲୋକମାନଙ୍କ ପାଇଁ ସେମାନଙ୍କ ବ୍ୟକ୍ତିଗତ ମାମଲା ଯାହାକି ବିବାହ, ଛାଡ଼ପତ୍ର, ପୋଷ୍ୟ ସନ୍ତାନ ଗ୍ରହଣ କରିବା, ସମ୍ପତ୍ତିରେ ମାଲିକାନା ସତ୍ତ୍ୱ) ବିଜେପିର ପ୍ରମୁଖ ପ୍ରସଙ୍ଗଗୁଡିକ ମଧ୍ୟରେ ଅନ୍ୟତମ।

ବିଜେପି ୟୁସିସି ପ୍ରସଙ୍ଗକୁ ବଞ୍ଚାଇ ରଖିବାକୁ ଚାହେଁ

ବିଜେପି ସୂତ୍ରରୁ ମିଳିଥିବା ଖବର ଅନୁସାରେ ୟୁସିସି ପ୍ରସଙ୍ଗକୁ ରାଜନୈତିକ ଆଲୋଚନାରେ ବଞ୍ଚାଇ ରଖିବାକୁ ଚାହେଁ। ଏ ନେଇ ଭୋପାଳରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ ଆଶା କରାଯାଉଥିଲା ଯେ ୟୁସିସିକୁ ଖୁବ୍‍ ଶୀଘ୍ର ଆଇନରେ ପରିଣତ କରାଯିବ। ରାଜନୈତିକ ଦଳଗୁଡ଼ିକ ସହିତ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ କୌଣସି ଆଇନ ପ୍ରଣୟନ କରିବା ପୂର୍ବରୁ ବ୍ୟାପକ ବିଚାର ବିମର୍ଷ ଓ ଅନୁଶୀଳନ ଆବଶ୍ୟକତା ହୋଇଥାଏ। ତେଣୁ ୨୦୨୪ ନିର୍ବାଚନ ପୂର୍ବରୁ ୟୁସିସି ଲାଗୁ ହେବାର ସମ୍ଭାବନା ନାହିଁ ବୋଲି ଆଲୋଚନା ହେଉଛି।

ଏହି ପ୍ରସଙ୍ଗକୁ ବଞ୍ଚାଇ ରଖିବା ପାଇଁ କେତେକ ବିଜେପି ନେତା ୟୁସିସିର ଆବଶ୍ୟକତା ଉପରେ ବୟାନ ଦେଇଛନ୍ତି। ଗତ ଶୁକ୍ରବାର ଦିନ ଲୋକସଭାରେ ଝାଡ଼ଖଣ୍ଡର ବିଜେପି ସାଂସଦ ସୁନୀଲ କୁମାର ସିଂହ ୟୁସିସି ଲାଗୁ କରିବା ପାଇଁ ବେସରକାରୀ ବିଲ ଆଗତ କରିଛନ୍ତି। ଏହି ବିଲ ଉପରେ ଆଲୋଚନା ପାଇଁ ଲୋକସଭା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଆରଏସଏସ ଚାହୁଛି ଯେ ରାଜ୍ୟମାନେ ନିଜଶକ୍ତିରେ ୟୁସିସିସକୁ ରାଜ୍ୟସ୍ତରରେ ଲାଗୁ କରିପାରିବେ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଲ ଆଗତ କରିବା ପୂର୍ବରୁ ଅପେକ୍ଷା କରିବା ଆବଶ୍ୟକ। ତେଣୁ ଏହି ଆଇନକୁ ମୋଦି ସରକାରଙ୍କ ମଗାମୀ କାର୍ଯ୍ୟକାଳରେ ଏହି ବିଲ ଆଗତ କରାଯିବ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି।

ବିଜେପି ରାଜ୍ୟ ସରକାରଙ୍କ ପଦକ୍ଷେପ

ୟୁସିସି ଲାଗୁ କରିବା ପାଇଁ ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଓ ଗୁଜରାଟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। କିନ୍ତୁ ଉତ୍ତରପ୍ରଦେଶ ଓ ଆସାମ ସରକାର ଏହାକୁ ଲାଗୁ କରିବା ଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି। ଉତ୍ତରାଖଣ୍ଡ ସରକାରଙ୍କଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟି ରିପୋର୍ଟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ତେଣୁ ଉତ୍ତରାଖଣ୍ଡ ସରକାର ଯେ କୌଣସି ମୂହୁର୍ତ୍ତରେ ୟୁସିସି ବିଲ ଆଗତ କରିପାରନ୍ତି। ଏହାକୁ ଲାଗୁ କରାଗଲେ କ’ଣ ପ୍ରତିକ୍ରିୟା ହେବ ତାହା ଦେଖିବାକୁ ବିଜେପି ନେତାମାନେ ଅପେକ୍ଷା କରିଛନ୍ତି। ଉତ୍ତରାଖଣ୍ଡ ସରକାର ୟୁସିସି ଲାଗୁ କଲେ ଅନ୍ୟ ବିଜେପି ଶାସିତ ରାଜ୍ୟମାନେ ଏହା ଲାଗୁ କରିବେ।

ବିଜେପି ନେତାଙ୍କ କହିବା ଅନୁସାରେ ୟୁସିସିରେ କେତେଗୁଡ଼ିଏ ପ୍ରସଙ୍ଗ ରହିଛି ସେଗୁଡ଼ିକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଯାହାକି ସମଗ୍ର ଦେଶରେ ଆଦିବାସୀ ସମୁଦାୟ ମଧ୍ୟରେ ବିବିଧ ବିବାହ ପ୍ରଥା, ବିଭିନ୍ନ ସମୁଦାୟ ମଧ୍ୟରେ ଉତ୍ତରାଧିକାରୀ ଆଇନ ଓ କେତେ ସ୍ଥାନୀୟ ପ୍ରଥା ରହିଛି।

ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଧାରା-୩୭୦ ଓ ତିନି ତଲାକ ଭଳି ୟୁସିସି ବିଲ ନୁହେଁ। ତେଣୁ ଏହି ବିଲକୁ ତରବରିଆଭାବେ ଆଗତ କରାଯାଇପାରିବ ନାହିଁ। ୟୁସିସି ପାଇଁ ବିଭିନ୍ନ ଜାତି ଓ ସମୁଦାୟରେ ଥିବା ବିଭିନ୍ନ ବର୍ଗ ସହିତ ସମ୍ପର୍କିତ ଏକ ଜଟିଳ ପ୍ରସଙ୍ଗ। ଏହା ପାଇଁ ବ୍ୟାପକ ପରାମର୍ଶ ଓ ଅଧିକ ଗଭୀର ଅନୁଶୀଳନର ଆବଶ୍ୟକତା ରହିଛି। ଦେଶର ଆକାର ଓ ଏହାର ବିବିଧତାକୁ ଦୃଷ୍ଟିରେ ରଖି ୟୁସିସି ପ୍ରକ୍ରିୟାକୁ ଏତେଶୀଘ୍ର ଶେଷ କରିବା ସହଜ ନୁହେଁ।

ବିଜେପିର ଜଣେ ପଦାଧିକାରୀଙ୍କ କହିବା ଅନୁସାରେ ଭାରତୀୟ ଦଣ୍ଡବିଧି ଆଇନ ସ୍ଥାନରେ ୟୁସିସିକୁ ଆଇନରେ ପରିଣତ କରିବା ସହଜ ନହେଁ। କାରଣ ଆଦିବାସୀମାନଙ୍କ ମଧ୍ୟରେ ଥିବା ସାଂସ୍କୃତିକ ପ୍ରଥା ଭିନ୍ନ ଭିନ୍ନ ଅଞ୍ଚଳ/ ରାଜ୍ୟରେ ଅଲଗା ହୋଇଥାଏ। ଉତ୍ତର ପୂର୍ବାଞ୍ଚଳରେ ଏହା ସମ୍ପୂର୍ଣ୍ଣ ଅଲଗା।

କିନ୍ତୁ ଖୁସିର କଥା ଯେ ୟୁସିସି ନେଇ ବିତର୍କ ଆରମ୍ଭ ହୋଇଯାଇଛି । ଏହାକୁ ଲାଗୁ କରିବା ପାଇଁ ନୂତନ ବିଚାର ସାମ୍ନାକୁ ଆସିବ। କିନ୍ତୁ ମହିଳାମାନଙ୍କ ଅଧିକାର ଉପରେ ସହମତି ହୋଇପାରେ। ଦେଶର ଲ’ କମିଶନ ୟୁସିସି ଉପରେ ପରାମର୍ଶ ଆରମ୍ଭ କରିଦେଇଛନ୍ତି। ୟୁସିସି ଉପରେ ଜନସାଧାରଣଙ୍କ ବିଚାର ଜାଣିବା ପାଇଁ ଲୋକମାନଙ୍କଠାରୁ ମତାମତ ନେଇ ସାରିଛନ୍ତି।

ଆରଏସଏସର ଚେତାବନୀ

ୟୁସିସି ଲାଗୁ କରିବା ନେଇ ସାବଧାନ ରହିବାକୁ କେନ୍ଦ୍ର ସରକାରଙ୍କୁ ଆରଏସଏସ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଦିବାସୀମାନଙ୍କୁ ୟୁସିସିରୁ ବାହାରେ ରଖିବା ପାଇଁ ଯେଉଁ ପ୍ରସ୍ତାବ ଆସିଛି ବନବାସୀ କଲ୍ୟାଣ ଆଶ୍ରମ ଏହାକୁ ସ୍ୱାଗତ କରିଛି । ଆଦିବାସୀମାନେ ନିଜର ଅଭିଯୋଗ ଓ ପ୍ରସ୍ତାବକୁ ଲ’ କମିଶନରେ ଦେବା ସହିତ ସୋସାଳ ମିଡ଼ିମ ଚର୍ଚ୍ଚାରୁ ଦୂରେଇ ରହିବା ପାଇଁ ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ କୁହାଯାଇଛି ।

ବିଜେପି ନେତା ସୁଶୀଲ କୁମାର ମୋଦୀଙ୍କ ପ୍ରସ୍ତାବ ଅନୁସାରେ ଧାରା-୩୭୧ ଓ ଅନୁସୂିତ ଅଞ୍ଚଳକୁ ଆଖି ମଗରେ ରଖି ପୂର୍ବୋତ୍ତର ସମେତ ଆଦିବାସୀମାନଙ୍କୁ ୟୁସିସିରୁ ବାହାରେ ରଖିବା ଉଚିତ ।

Categories
ବିଶେଷ ଖବର

ଉତ୍ତରାଖଣ୍ଡର ସମାନ ନାଗରିକ ସଂହିତାରେ କଡା ନିୟମ, ଉଲ୍ଲଂଘନ କଲେ ଛଡ଼େଇ ନିଆଯିବ ଭୋଟ୍ ଭଳି ଅଧିକାର

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ ୟୁନିଫର୍ମ ସିଭିଲ୍ କୋଡ୍ (UCC) ବିଷୟରେ ଆଲୋଚନା ତୀବ୍ର ହୋଇଛି। ବିଜେପି ଶାସିତ ରାଜ୍ୟମାନଙ୍କରେ ଏ ବିଷୟରେ ଅନେକ ଆଲୋଚନା ହେଉଛି। ଏହି ସମୟରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି, ଯେଉଁଠାରେ ୟୁନିଫର୍ମ ସିଭିଲ କୋଡ ଲାଗୁ ହେବ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହା ଘୋଷଣା କରିଛନ୍ତି। ବର୍ତ୍ତମାନ ଉତ୍ତରାଖଣ୍ଡରେ କାର୍ଯ୍ୟକାରୀ ହେବାକୁ ଥିବା ୟୁନିଫର୍ମ ସିଭିଲ କୋଡ ବିଷୟରେ କିଛି ଜିନିଷ ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ ଏହି ଆଇନ ଅନୁଯାୟୀ କ’ଣ ଘଟିବ ଏବଂ ଉଲ୍ଲଂଘନ ପାଇଁ କେଉଁ ଅଧିକାର ଛଡ଼ାଯିବ।

ଜନସଂଖ୍ୟା ନିୟନ୍ତ୍ରଣ:

ପ୍ରକାଶିତ ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡରେ କାର୍ଯ୍ୟକାରୀ ହେବାକୁ ଥିବା ୟୁନିଫର୍ମ ସିଭିଲ କୋଡରେ ଜନସଂଖ୍ୟା ନିୟନ୍ତ୍ରଣକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ସମବର୍ତ୍ତୀ ତାଲିକାର ଏଣ୍ଟ୍ରି ୨୦ଏ ଆଧାରରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି। ଜନସଂଖ୍ୟା ନିୟନ୍ତ୍ରଣ ବ୍ୟତୀତ ପରିବାର ଯୋଜନା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ସଂସଦରେ ଉପସ୍ଥାପିତ ରେସ୍ପୋଂସବିଲ ପ୍ୟାରେଣ୍ଟହୁଡ୍ ବିଲ୍ ୨୦୧୮ ରେ ଏହା ୟୁନିଫର୍ମ ସିଭିଲ୍ କୋଡ୍ ରେ ଅନ୍ତର୍ଭୁକ୍ତ ହେବ।

ଏହି ଅଧିକାରଗୁଡିକ ଛଡ଼ାଯିବ:

ଏହି ନିୟମ ଅନୁଯାୟୀ ସାମ୍ନାକୁ ଆସିଥିବା ବ୍ୟବସ୍ଥା ବହୁତ କଠୋର ଅଟେ। ଏହି ବିଲ୍ ଅନୁଯାୟୀ, ଯେଉଁମାନେ ଦୁଇ ପିଲାଙ୍କ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ ଭୋଟ୍ ଦେବାର ଅଧିକାର ଦିଆଯିବ ନାହିଁ। ଏହା ବ୍ୟତୀତ ସରକାରୀ ସୁବିଧା ଅଧିକାର ମଧ୍ୟ ଛଡ଼ାଇ ନିଆଯାଇପାରେ। ଉତ୍ତରାଖଣ୍ଡର ଦ୍ରୁତ ପରିବର୍ତ୍ତନଶୀଳ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟମନ୍ତ୍ରୀ ଧାମିଙ୍କ ଘୋଷଣା:

ଉତ୍ତରାଖଣ୍ଡରେ ବିଜେପି ୟୁନିଫର୍ମ ସିଭିଲ କୋଡକୁ ଏହାର ନିର୍ବାଚନୀ ଇସ୍ତାହାରରେ ଅନ୍ତର୍ଭୁକ୍ତ କରିଥିଲା। ସରକାର ଗଠନ ପରେ ଏହି କାମ ଆରମ୍ଭ ହୋଇଛି। ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜଧାନୀ ଦେହରାଡୁନରେ ଆୟୋଜିତ “ପ୍ରବୁଦ୍ଧଜନ ସମ୍ମିଳନୀ” ରେ ପହଞ୍ଚିଥିଲେ, ଯେଉଁଠାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ଘୋଷଣା କରିଥିଲେ। ଏହି ସମୟରେ ରାଜନାଥ ସିଂ ଏକ ଉନ୍ନତ ସମାଜ ଏବଂ ରାଷ୍ଟ୍ର ପାଇଁ ୟୁସିସି ଆବଶ୍ୟକ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଧାମି ଦାବି କରିଛନ୍ତି ଯେ, ୟୁସିସି ରାଜ୍ୟବାସୀଙ୍କ ସମ୍ପୂର୍ଣ୍ଣ ସମର୍ଥନ ହାସଲ କରୁଛି। ସେ କହିଛନ୍ତି ଯେ, ୟୁସିସି କୌଣସି ନିର୍ଦ୍ଦିଷ୍ଟ ବର୍ଗ ପାଇଁ ନୁହେଁ ବରଂ ସାଧାରଣ ଜନତାଙ୍କ ପାଇଁ। ଆମେ ସମସ୍ତଙ୍କ ଉନ୍ନତି ପାଇଁ ଏହାକୁ ଆଣିଛୁ।