Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ତିନି ରାଜ୍ୟର ବଜେଟଠାରୁ ୪୦୦୧ ବିଧାୟକଙ୍କ ପାଖରେ ରହିଛି ଅଧିକ ସମ୍ପତ୍ତି
ବିଶେଷ ଖବର

ତିନି ରାଜ୍ୟର ବଜେଟଠାରୁ ୪୦୦୧ ବିଧାୟକଙ୍କ ପାଖରେ ରହିଛି ଅଧିକ ସମ୍ପତ୍ତି

August 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୂଆପଡ଼ା ଉପନିର୍ବାଚନ
ନୂଆପଡା ଉପ ନିର୍ବାଚନ ଫଳାଫଳ: ସରିଲା ୧୫ ରାଉଣ୍ଡ ଗଣତି, ଜାଣନ୍ତୁ ବିଜେପି-ବିଜେଡ଼ି-କଂଗ୍ରେସର ସ୍ଥିତି

ଭୁବନେଶ୍ୱର: ନାଗାଲାଣ୍ଡ, ସିକ୍କିମ୍‍ ଓ ମିଜୋରାମ ରାଜ୍ୟର ବଜେଟଠାରୁ ଦେଶର ୪୦୦୧ଜଣ ବିଧାୟକଙ୍କ ପାଖରେ ଅଧିକ ସମ୍ପତ୍ତି ରହିଛି। ଏକଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଓ ନ୍ୟାସନାଲ ଇଲେକ୍ସନ ଓ୍ୱାଚ (ଏନଇଡବ୍ଲ୍ୟୁ) ପ୍ରକାଶ କରାଯାଇଛି। ଏହି ୩ଟି ରାଜ୍ୟର ବାର୍ଷିକ ବଜେଟ ୪୯୧୦୩ କୋଟି। ଦେଶର ମୋଟ ୪୦୩୩ ଜଣ ବିଧାୟକଙ୍କ ମଧ୍ୟରୁ ୪୦୦୧ଜଣ ବିଧାୟକଙ୍କ ପାଖରେ ଏହି ୩ଟି ରାଜ୍ୟର ବଜେଟଠାରୁ ବହୁ ଅଧିକ ସମ୍ପତ୍ତି ରହିଛି। ଏହି ୪୦୦୧ ବିଧାୟକଙ୍କ ମୋଟ ସମ୍ପତ୍ତି ୫୪୫୪୫କୋଟି ବୋଲି ଜଣାପଡ଼ିଛି। ଏହି ରିପୋର୍ଟ ଅନୁସାରେ ପ୍ରତ୍ୟେକ ବିଧାୟକଙ୍କ ପାଖରେ ହାରାହାରି ୧୩.୬୩ କୋଟି ଟଙ୍କା ରହିଛି।

ଓ୍ୱାଇଏସଆର କଂଗ୍ରେସ ପାର୍ଟି ବିଧାୟକଙ୍କ ପାଖରେ ସର୍ବାଧିକ ସମ୍ପତ୍ତି

ଏହି ଆକଳନ ଅନୁସାରେ ବିଜେପି ବିଧାୟକଙ୍କ ପାଖରେ ହାରାହାରି ୧୧.୯୭ କୋଟି ଟଙ୍କା ସମ୍ପତ୍ତି ରହିଛି। ସେହିପରି କଂଗ୍ରେସ ବିଧାୟକଙ୍କ ପାଖରେ ହାରାହାରି ୨୧.୯୭ କୋଟି ଟଙ୍କା ସମ୍ପତ୍ତି ରହିଛି। ତୃଣମୂଳ କଂଗ୍ରେସର ୨୨୭ଜଣ ବିଧାୟକଙ୍କ ପାଖରେ ହାରାହାରି ୩.୫୧ କଁଟି ଟଙ୍କାର ସମ୍ପତ୍ତି ରହିଛି। ଆମ୍‍ ଆଦମୀ ପାର୍ଟିର ବିଧାୟକମାନେ ସମ୍ପତ୍ତି ମାମଲରେ ପଛରେ ନାହାନ୍ତି। ଆପ୍‍ର ୧୬୧ ବିଧାୟକଙ୍କ ପାଖରେ ହାରାହାରି ୧୦.୨୦କୋଟିର ସମ୍ପତ୍ତି ରହିଛି। ଓ୍ୱାଇଏସଆର କଂଗ୍ରେସ ପାର୍ଟିର ୧୪୬ ବିଧାୟକଙ୍କ ପାଖରେ ହାରାହାରି ୨୩.୧୪ କୋଟିର ସମ୍ପତ୍ତି ରହିଛି।

ଦଳ ଅନୁସାରେ ବିଜେପି ବିଧାୟକଙ୍କ ପାଖରେ ମୋଟ ୧୬.୨୩୪ କୋଟି ସମ୍ପତ୍ତି ଥିବାବେଳେ କଂଗ୍ରେସ ବିଧାୟକଙ୍କ ପାଖରେ ୧୫,୭୯୮ କୋଟି, ଓ୍ୱାଇଏସଆର କଂଗ୍ରେସ ପାର୍ଟିର ବିଧାୟକଙ୍କ ପାଖରେ ୩୩୭୯ କୋଟି, ଡିଏମକେ ବିଧାୟକଙ୍କ ପାଖରେ ମୋଟ ୧୬୪୨ କୋଟି ଟଙ୍କାର ସମ୍ପତ୍ତି ରହିଛି।

ବିଜେଡି ବିଧାୟକଙ୍କ ପାଖରେ ମୋଟ ୫୬୪କୋଟି ଟଙ୍କାର ସମ୍ପତ୍ତି

ଓଡ଼ିଶାର ଶାସକ ବିଜେଡିର ବିଧାୟକଙ୍କ ପାଖରେ ୫୬୪କୋଟି ୭୪ଲକ୍ଷ ୬୩ହଜାର ୭୩୧ଟଙ୍କାର ସମ୍ପତ୍ତି ଥିବା ୨୦୧୯ ନିର୍ବାଚନ ସତ୍ୟପାଠ ବିବରଣୀରୁ ଜଣାପଡ଼ିଛି। ଯାହାକି ବିଜେଡିର ୧୧୪ ଜଣ ବିଧାୟକଙ୍କ ପାଖରେ ହାରାହାରି ୪କୋଟି ୯୧ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି ।

କର୍ଣ୍ଣାଟକ ବିଧାୟକଙ୍କ ପାଖରେ ଅଧିକ ସମ୍ପତ୍ତି

ଦଳୀୟ ବିଧାୟକଙ୍କ ବ୍ୟତୀତ କର୍ଣ୍ଣାଟକ ରାଜ୍ୟର ବିଧାୟକଙ୍କ ପାଖରେ ସର୍ବାଧିକ ସମ୍ପତ୍ତି ରହିଛି। ୨୧ଟି ରାଜ୍ୟର ବିଧାୟକଙ୍କ ତୁଳନାରେ କର୍ଣ୍ଣାଟକ ରାଜ୍ୟର ବିଧାୟକଙ୍କ ସମ୍ପତ୍ତି ଅଧିକ ରହିଛି। ୨୧ଟି ରାଜ୍ୟର ବିଧାୟକଙ୍କ ମୋଟ ସମ୍ପତ୍ତି ୧୩,୯୭୬ କୋଟି ଥିବାବେଳେ କର୍ଣ୍ଣାଟକର ବିଧାୟକଙ୍କ ପାଖରେ ୧୪, ୩୫୯ କୋଟିର ସମ୍ପତ୍ତି ରହିଥିବା ଜଣାପଡ଼ିଛି।

ମହାରାଷ୍ଟ୍ରର ୨୮୮ ବିଧାୟକଙ୍କ ମଧ୍ୟରୁ ୨୮୪ ବିଧାୟକଙ୍କ ପାଖରେ ୬୬୭୯ କୋଟି ସମ୍ପତ୍ତି ଥିବାବେଳେ ଆନ୍ଦ୍ର ପ୍ରଦେଶର ୧୭୫ ବିଧାୟକଙ୍କ ମଧ୍ୟରୁ ୧୭୪ ବିଧାୟକଙ୍କ ପାଖରେ ୪୯୧୪ କୋଟି, ଉତ୍ତର ପ୍ରଦେଶର ୪୦୩ ବିଧାୟକଙ୍କର ମୋଟ ସମ୍ପତ୍ତି ୩୨୫୫ କୋଟି, ଗୁଜରାଟର ୧୮୨ ବିଧାୟକଙ୍କ ପାଖରେ ୨୯୮୭ କୋଟି. ତାମିଲନାଡ଼ୁର ୨୨୪ ବିଧାୟକଙ୍କ ପାଖରେ ୨୭୬୭ କୋଟି ଓ ମଧ୍ୟ ପ୍ରଦେଶର ୨୩୦ ବିଧାୟକଙ୍କ ପାଖରେ ୨୪୬୭ କୋଟି ଟଙ୍କାର ସମ୍ପତ୍ତି ରହିଛି। ଓଡିଶାର ୧୪୭ ବିଦାୟକଙ୍କ ମଧ୍ୟରୁ ୧୪୬ ବିଧାୟକଙ୍କ ପାଖରେ ୬୪୪ କୋଟି ଟଙ୍କାର ସମ୍ପତ୍ତି ରହିଛି।

ନାଗାଲାଣ୍ଡ ବଜେଟ ମିଜୋରାମ ସିକ୍କିମ୍
Share. Facebook Twitter LinkedIn Email WhatsApp Copy Link

Related Posts

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

Budget 2026 ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ, ଖାଇଲେ ଦହିଚିନି

February 1, 2026

ଆଜି ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ: ସେମିଫାଇନାଲ ପାଇଁ ହେବ ବଡ଼ ଲଢେଇ

February 1, 2026
Latest News

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.