Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଟିକସ ବ୍ୟବସ୍ଥାରେ ସ୍ପଷ୍ଟତା ଆଣିବା ଲାଗି 51ତମ ଜିଏସଟି ପରିଷଦ ବୈଠକରେ କରାଗଲା ଗୁରୁତ୍ୱପୂର୍ଣ୍ଣ ସୁପାରିସ
ବିଶେଷ ଖବର

ଟିକସ ବ୍ୟବସ୍ଥାରେ ସ୍ପଷ୍ଟତା ଆଣିବା ଲାଗି 51ତମ ଜିଏସଟି ପରିଷଦ ବୈଠକରେ କରାଗଲା ଗୁରୁତ୍ୱପୂର୍ଣ୍ଣ ସୁପାରିସ

August 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୁଧବାର ଭିଡିଓ କନଫରେନ୍ସିଂ ଜରିଆରେ ଜିଏସଟି ପରିଷଦର 51ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ସମେତ ରାଜ୍ୟ ଏବଂ ବିଧାନସଭା ଥିବା କେନ୍ଦ୍ର ଶାସିତ ପ୍ରଦେଶର ଅର୍ଥମନ୍ତ୍ରୀମାନେ ଯୋଗ ଦେଇଥିଲେ। ଅର୍ଥ ମନ୍ତ୍ରଣାଳୟ ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

ଏଥିପୂର୍ବରୁ ଗତ ମାସ 11 ତାରିଖରେ ଜିଏସଟି ପରିଷଦର 50ତମ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କ୍ୟାସିନୋ ବା ଜୁଆ ଖେଳ ହେଉଥିବା ସ୍ଥାନ, ରେସ୍‌ କୋର୍ସ ବା ଘୋଡ଼ା ଦୌଡ଼ ପ୍ରତିଯୋଗିତା ହେଉଥିବା ସ୍ଥାନ ଏବଂ ଅନଲାଇନ ଗେମିଂ ଉପରେ ମନ୍ତ୍ରୀ ଗୋଷ୍ଠୀର ଦ୍ୱିତୀୟ ରିପୋର୍ଟ ଉପରେ ବିଚାର ବିମର୍ଶ କରାଯାଇଥିଲା। କ୍ୟାସିନୋ, ଘୋଡ଼ା ଦୌଡ଼ ଏବଂ ଅନଲାଇନ ଗେମିଂରେ ଯୋଗାଣ ହେଉଥିବା କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ଦାବି ଉପରେ 28% ଜିଏସଟି ଲାଗୁ ନିମନ୍ତେ ପରିଷଦ ସୁପାରିସ କରିଥିଲା। ଏହି କାର୍ଯ୍ୟକଳାପ ଏକ କୌଶଳଯୁକ୍ତ କ୍ରୀଡ଼ା କିମ୍ବା ଭାଗ୍ୟ ଆଧାରିତ, ଯାହା ହୋଇଥାଉ ପଛେ ସମ୍ପୂର୍ଣ୍ଣ ନାମମାତ୍ର ମୂଲ୍ୟ ଉପରେ ଉପରୋକ୍ତ ପରିମାଣର ଟିକସ ଲାଗୁ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଏ ସଂକ୍ରାନ୍ତରେ ସ୍ପଷ୍ଟତା ଆଣିବା ଲାଗି ଆଇନରେ ସଂଶୋଧନ ପାଇଁ ପରିଷଦ ମଧ୍ୟ ସୁପାରିସ କରିଥିଲା।

ତଦନୁଯାୟୀ, ଜିଏସଟି ପରିଷଦର 51ତମ ବୈଠକରେ କ୍ୟାସିନୋ, ଘୋଡ଼ା ଦୌଡ଼ ଏବଂ ଅନଲାଇନ୍‌ ଗେମିଂରେ ଯୋଗାଣ ଉପରେ ଲାଗୁ ଟିକସ ବ୍ୟବସ୍ଥାକୁ ସ୍ପଷ୍ଟ କରିବା ଲାଗି ସିଜିଏସଟି ଆଇନ, 2017ର ଅନୁଚ୍ଛେଦ 3 ସମେତ ସିଜିଏସଟି ଆଇନ 2017 ଏବଂ ଆଇଜିଏସଟି ଆଇନ 2017ରେ ନିର୍ଦ୍ଦିଷ୍ଟ ସଂଶୋଧନ ପାଇଁ ସୁପାରିସ କରାଯାଇଛି। ଅନୁରୂପ ଭାବେ ଭାରତରେ ଥିବା ଜଣେ ବ୍ୟକ୍ତିଙ୍କୁ ଅନଲାଇନ ଗେମିଂ ଅର୍ଥ ପଠାଉଥିବା ଭାରତ ବାହାରର ଯୋଗାଣକାରୀଙ୍କ ଉପରେ ଜିଏସଟି ପଇଠ କରିବାର ଦେୟତା ଲାଗୁ କରିବା ନିମନ୍ତେ ଆଇଜିଏସଟି ଆଇନ, 2017ରେ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ସଂଯୋଗ କରିବା ନିମନ୍ତେ ମଧ୍ୟ ସୁପାରିସ କରିଛି । କଥିତ ଯୋଗାଣକାରୀଙ୍କ ପାଇଁ ଏକ ସରଳ ପଞ୍ଜୀକରଣ ଯୋଜନା ଜରିଆରେ ଭାରତରେ ଗୋଟିଏ ଥର ପଞ୍ଜୀକରଣ ନିମନ୍ତେ ଏହି ଆଇନ ଲାଗୁ ହେବ। ଆହୁରି ପଞ୍ଜୀକରଣ ଏବଂ ଟିକସ ପଇଠର ବ୍ୟବସ୍ଥାକୁ ଅନୁପାଳନ କରିବାରେ ବିଫଳ ହେବା କ୍ଷେତ୍ରରେ ଏପରି ଯୋଗାଣକାରୀଙ୍କ ଦ୍ୱାରା ଅନଲାଇନ୍‌ ଗେମିଂ ଅର୍ଥ ଯୋଗାଣ ପାଇଁ ବ୍ୟବହାର କରାଯାଉଥିବା ଯେକୌଣସି କମ୍ପ୍ୟୁଟର ସମ୍ବଳରୁ ସୃଷ୍ଟ, ସ୍ଥାନାନ୍ତରିତ, ପ୍ରାପ୍ତ ଏବଂ ପଠାଯାଇଥିବା ଯେକୌଣସି ସୂଚନାକୁ ଜନସାଧାରଣ ପ୍ରାପ୍ତ କରିବାକୁ ରୋକିବା ବା ଆକ୍ସେସ ବ୍ଲକ୍‌ କରିବା ସକାଶେ ଏହି ଆଇନ ଲାଗୁ ହେବ।

ପ୍ରବେଶ ସ୍ତରରେ କ୍ୟାସିନୋରେ ଅନଲାଇନ ଗେମିଂ ଏବଂ କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ଦାବିର ଯୋଗାଣ ମୂଲ୍ୟାୟନ ଉପରେ ଜିଏସଟି ଲାଗୁ ପାଇଁ ମଧ୍ୟ ପରିଷଦ ସୁପାରିସ କରିଛି। ଏହି ମୂଲ୍ୟାୟନ ପ୍ରତ୍ୟେକ ବେଟ୍‌ ବା ବାଜିର ମୋଟ୍‌ ମୂଲ୍ୟ ଉପରେ ଲାଗୁ ନହୋଇ ଖେଳାଳୀଙ୍କ ଦ୍ୱାରା କିମ୍ବା ପକ୍ଷରୁ ଯୋଗାଣକାରୀଙ୍କ ନିକଟରେ ଦାଖଲ କରାଯାଉଥିବା ଅଥବା ପଇଠ କରାଯାଉଥିବା (ଖେଳ/ବାଜିରେ ବିନିଯୋଗ ହୋଇଥିବା ପୂର୍ବ ଖେଳ/ବାଜିରେ ଜିତିବାରୁ ପ୍ରାପ୍ତ ଅର୍ଥରାଶିକୁ ବାଦ୍‌ ଦେଇ) ଅର୍ଥରାଶିକୁ ଆଧାର କରି ଲାଗୁ ହେବ।

ଅନଲାଇନ ଗେମିଂର ଯୋଗାଣ ଏବଂ କ୍ୟାସିନୋରେ କାର୍ଯ୍ୟାନୁଷ୍ଠାନଯୋଗ୍ୟ ଦାବି ଯୋଗାଣର ମୂଲ୍ୟାୟନ ନିମନ୍ତେ ସିଜିଏସଟି ନିୟମବାଳୀ, 2017ରେ ସଂଶୋଧନ କରି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ସାମିଲ କରିବା ନିମନ୍ତେ ପରିଷଦ ସୁପାରିସ କରିଛି । ଏହି ପ୍ରସଙ୍ଗ ସହ ଜଡ଼ିତ ବିଜ୍ଞପ୍ତିରେ କେତେକ ବିଜ୍ଞପ୍ତି/ସଂଶୋଧନ ଜାରି କରିବା ନିମନ୍ତେ ମଧ୍ୟ ପରିଷଦ ସୁପାରିସ କରିଛି।

ଯଥାଶୀଘ୍ର ସମ୍ଭବ ସଂଶୋଧନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ଲାଗି ପ୍ରୟାସ କରାଯିବା ଏବଂ ସଂଶୋଧନ ଗୁଡ଼ିକୁ ଆସନ୍ତା ଅକ୍ଟୋବର ପହିଲା ସୁଦ୍ଧା ଲାଗୁ କରିବା ନେଇ ପରିଷଦ ନିଷ୍ପତ୍ତି ନେଇଛି।

କେନ୍ଦ୍ର ଅର୍ଥ ମନ୍ତ୍ରୀ ଜିଏସଟି ପରିଷଦ ନିର୍ମଳା ସୀତାରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026

ସେହି ପାଞ୍ଚ “ବନ୍ଧୁ” ଦେଶ କିଏ?: ଯାହାଙ୍କ ପାଇଁ ଖୋଲାଅଛି ହରମୁଜ୍

March 26, 2026

ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ରୂକୁଣା ରଥଯାତ୍ରା: ଜାଣନ୍ତୁ ଏହାର ପ୍ରଥା ଓ ପରମ୍ପରା

March 26, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026
Latest News

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.