ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀଙ୍କ ଓକିଲ କପିଲ ସିବଲ ଆଜି ସାମ୍ବିଧାନିକ ଖଣ୍ଡପୀଠରେ ଏହି ଯୁକ୍ତି ଉପସ୍ଥାପନ କରିଛନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଜରିଆରେ ସିବଲ ଯୁକ୍ତି ବାଢ଼ିଥିଲେ ଯେ ଧାରା ୩୭୦ରେ ବିଭ୍ରାଟ କରାଯାଇପାରିବ ନାହିଁ। ନିର୍ବାଚିତ ରାଜ୍ୟ ସରକାରଙ୍କ ସୁପାରିସରେ ୩୭୦ ଉଚ୍ଛେଦ ହୋଇପାରିବ କି ନାହିଁ ବୋଲି ବୁଧବାର କୋର୍ଟ ପ୍ରଶ୍ନ କରିଥିଲେ। ଏପରିକି ନିର୍ବାଚିତ ରାଜ୍ୟ ସରକାରଙ୍କର ମଧ୍ୟ ଏହି ଅଧିକାର ନାହିଁ ବୋଲି ସିବଲ କହିଛନ୍ତି। ୧୯୫୭ରେ ଜମ୍ମୁ-କଶ୍ମୀର ସମ୍ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବା ପରେ ଅସ୍ଥାୟୀ ବ୍ୟବସ୍ଥା (ଧାରା ୩୭୦) କିପରି ସ୍ଥାୟୀ ହେଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ସମ୍ବିଧାନ ସଭାର କାର୍ଯ୍ୟକାଳ ୧୯୫୭ରେ ଶେଷ ହୋଇଥିଲା, ତେବେ ବର୍ତ୍ତମାନ କ’ଣ? ସିବଲ କହିଛନ୍ତି ଯେ ୧୯୫୧ରୁ ୧୯୫୭ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରର ସମ୍ବିଧାନ ସଭା ନିଷ୍ପତ୍ତି ନେଇପାରିଥାନ୍ତା। ସେହି ସମୟରେ ଧାରା ୩୭୦ ଅସ୍ଥାୟୀ ଥିଲା, କିନ୍ତୁ ୧୯୫୭ ପରେ ଧାରା-୩୭୦ ଉଚ୍ଛେଦ ହୋଇପାରିନଥିଲା।
ଧାରା ୩୭୦ର ଉଠାଯାପାରିବ ନାହିଁ: ସିବଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ମତ?
ଧାରା ୩୭୦କୁ ନେଇ ସୁପ୍ରିମକୋର୍ଟରେ ଆଜି ଶୁଣାଣି ଆରମ୍ଭ ହୋଇଛି। ସାମ୍ବିଧାନିକ ବ୍ୟବସ୍ଥାକୁ ବର୍ଣ୍ଣନା କରି ଆବେଦନକାରୀଙ୍କ ଓକିଲ କପିଲ ସିବଲ ଯୁକ୍ତି ଉପସ୍ଥାପନ କରୁଛନ୍ତି। ସିବଲ କହିଛନ୍ତି ଯେ, ସାମ୍ବିଧାନିକ ବ୍ୟବସ୍ଥା କହୁଛି ଧାରା ୩୭୦କୁ ସ୍ପର୍ଶ କରାଯାଇପାରିବ ନାହିଁ। ବାକି ସବୁ ଜିନିଷକୁ ସ୍ପର୍ଶ କରାଯାଇପାରିବ। ଏହାର ଜବାବରେ ଜଷ୍ଟିସ୍ ଖାନ୍ନା କହିଛନ୍ତି, ୩୭୦ (ସି) କହୁନାହିଁ ଯେ ୩୭୦କୁ ସ୍ପର୍ଶ କରାଯାଇପାରିବ ନାହିଁ। ବାସ୍ତବରେ ଏଥିରେ ସଂଶୋଧନ କରାଯାଇପାରିବ ବୋଲି ସ୍ପଷ୍ଟଭାବେ ଲେଖାଯାଇଛି।