Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ
ବିଶେଷ ଖବର

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

August 3, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସଚିବମାନେ ଯୋଗ ଦେଇଥିଲେ। ଖାରବେଳ ଭବନ ସମ୍ମିଳନୀ କକ୍ଷରେ  ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଥମେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗ ଯୋଗଦେଇ ଗତ ଜୁଲାଇ ମାସ ଶେଷ ସୁଦ୍ଧା ବିଭିନ୍ନ ବିଭାଗର ସଚିବମାନେ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଥିବା ବିଭାଗର ପ୍ରମୁଖ କାର‌୍ୟ୍ୟ ସଫଳତା ସଂପର୍କରେ ଉପସ୍ଥାପନ କରିଥିଲେ।

ଏହି ପରିପ୍ରେକ୍ଷୀରେ ସୂଚନା ଦେଇ ଉନ୍ନୟନ କମିଶନର କହିଥିଲେ ଯେ, ଜୁଲାଇ ମାସ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପାଇଁ ବହୁ ସଫଳତା ଆଣି ଦେଇଛି। ଚଳିତ ମାସରେ ‘ଜାତୀୟ ବହୁମୁଖୀ ଦାରିଦ୍ର‌୍ୟ ସୂଚକାଙ୍କ’ ସମୀକ୍ଷା ଅନୁସାରେ ଓଡିଶାରେ ଦାରିଦ୍ର‌୍ୟ ଦୂରୀକରଣ ହାର ଦେଶର ଅନ୍ୟ ପ୍ରମୁଖ ରାଜ୍ୟ ଭଳି ଦୃତତମ ରହିଥିବା ରିପୋର୍ଟ ପ୍ରକାଶ ପାଇଛି। ଗ୍ରାମୀଣ ବିକାଶ ଲକ୍ଷ୍ୟରେ ପୂର୍ବରୁ ଥିବା ‘ଆମ ଗାଁ  ଆମ ବିକାଶ’ ନିର୍ଦ୍ଦେଶମାନାରେ ସଂଶୋଧନ କରାଯାଇ ‘ଆମ ଓଡିଶା ନବୀନ ଓଡିଶା’ କାର‌୍ୟ୍ୟକ୍ରମରେ ପରିବର୍ତ୍ତିତ ହୋଇ ତଦନୁସାରେ ଗ୍ରାମୀଣ ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ରାଜ୍ୟର  ବିକାଶ ଓ ଶିଳ୍ପାୟନ  ପାଇଁ ଆବଶ୍ୟକ ଥିବା  ଓଡିଶା ସେମିକଣ୍ଡକ୍ଟର ମାନ୍ୟୁଫ୍ୟାକ୍ଚରିଂ ଏବଂ ଫାବଲେସ୍ ପଲିସି ଅନୁମୋଦନ କରାଯାଇଛି।  ଡିଜିଟାଲ୍ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର‌୍ୟ୍ୟକ୍ରମର ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ  ‘ଭୂମି ସମ୍ମାନ’ ପୁରସ୍କାର , ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ ପୁରସ୍କାର-୨୦୨୩ ପ୍ରାପ୍ତ ହେବା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାର କୃଷକମାନଙ୍କ ପ୍ରିମିୟମ ଅଂଶ ପ୍ରଦାନ ପାଇଁ ନିଷ୍ପତ୍ତି, ଜଳ ସଂପଦ ବିଭାଗ ପକ୍ଷରୁ ନୂତନ ଭାବେ ଲୋୟର ସୁକତେଲ ପ୍ରକଳ୍ପରେ ଜଳ ସଂରକ୍ଷଣ କରାଯିବା ସହିତ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ଜୁଲାଇ ମାସରେ ରାଜ୍ୟର ଉଲ୍ଲେଖନୀୟ ସଫଳତା ସଂପର୍କରେ ସେ  ଆଲୋକପାତ କରିଥିଲେ।

ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷରେ ଜୁଲାଇ ମାସ ଶେଷ ସୁଦ୍ଧା ଖର୍ଚ୍ଚ ଓ ରାଜସ୍ୱ ଆୟ ସଂପର୍କରେ ସମୀକ୍ଷା କରାଯାଇଥିଲା। ବୈଠକରୁ ଜଣାଯାଇଛି ଯେ, ଗତବର୍ଷ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ବଜେଟ୍ ଅନୁମୋଦନ ହିସାବରେ ଜୁଲାଇ ମାସ ଶେଷ ସୁଦ୍ଧା ଖର୍ଚ୍ଚ ୧୬.୪୩ ପ୍ରତିଶତ ଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ମାସ ଶେଷ ସୁଦ୍ଧା ଏହା ୨୦.୯୭  ପ୍ରତିଶତ ରହିଛି। ସେହିପରି ରାଜସ୍ୱ ଆଦାୟ ଗତବର୍ଷ ଜୁଲାଇ ମାସ ସୁଦ୍ଧା ୧୨ .୨୮  ଥିବା  ବେଳେ ଚଳିତ ବର୍ଷ ଏହା ୨୦ .୬୮  ରହିଛି, ଯାହାକି ତୁଳନାତ୍ମକ ଭାବେ ବୃଦ୍ଧି ପାଇଛି। ଭିତ୍ତିଭୂମି କ୍ଷେତ୍ର, ଶକ୍ତି ଓ ମିଶନ ଶକ୍ତି କ୍ଷେତ୍ରରେ ଖର୍ଚ୍ଚରେ ଉନ୍ନତି ପ୍ରଦର୍ଶନ ହୋଇଛି। ଅନ୍ୟ ବିଭାଗମାନେ ମଧ୍ୟ କାର‌୍ୟ୍ୟରେ ଉନ୍ନତି କରିଛନ୍ତି। ଧାର‌୍ୟ୍ୟ ଲକ୍ଷ୍ୟ ଅନୁସାରେ କାର‌୍ୟ୍ୟକରି  ଓ ଖର୍ଚ୍ଚ ବିନିଯୋଗ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ପୁଞ୍ଜି ସହାୟତା ପାଇଁ ରାଜ୍ୟକୁ ମିଳୁଥିବା ସ୍ୱତନ୍ତ୍ର ସହାୟତା ଅର୍ଥ ଖର୍ଚ୍ଚ କରାଯିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ଅବସରଗ୍ରହଣ କରୁଥିବା କର୍ମଚାରୀମାନଙ୍କର ଫାଇନାଲ ପେନସନ ଶୀଘ୍ର ମଂଜୁର ପାଇଁ ଡିଡିଓ ମାନେ ଗୁରୁତ୍ୱ ଦେବା ସହ  ବିଭାଗଓ୍ୱାରୀ ଜନ ଅଭିଯୋଗ ଶୁଣାଣିର ସ୍ଥିତି ସମୀକ୍ଷା କରାଯାଇଥିଲା।

ବୈଠକରେ କର୍ମଚାରୀମାନଙ୍କ ଅପେକ୍ଷା ସାଧାରଣ ଲୋକଙ୍କର ଅଭିଯୋଗଗୁଡିକୁ ଗୁଗୁତ୍ୱ ଦିଆଯାଇ ତ୍ୱରିତ ଫଇସଲା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଅକ୍ଟୋବର ମାସରେ ହେବାକୁ ଥିବା ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନେଇ ଜାତୀୟସ୍ତରୀୟ ସମ୍ମିଳନୀ ଆୟୋଜନ  ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଆଲୋଚନାରେ ସଂପୃକ୍ତ  ବିଭାଗର ଅତିରିକ୍ତ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବମାନେ ଅଂଶଗ୍ରହଣ କରିଥିଲେ।

ବୈଠକରେ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ, ଲଣ୍ଡନ ତରଫରୁ ଓଡିଶାରେ ଅର୍ଥନୈତିକ ବିକାଶ ପାଇଁ ଯେଉଁସବୁ କାର‌୍ୟ୍ୟକ୍ରମ ରହିଛି, ସେସବୁର ସଫଳ ରୂପାୟନରେ ବୈଷୟିକ  ଓ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ କରିବା ସଂପର୍କରେ ବିଶଦ୍ ଉପସ୍ଥାପନ କରାଯାଇଥିଲା। ଶେଷରେ ଅବସରପ୍ରାପ୍ତ ଆଇଏଏସ୍ ପ୍ରବୀଣ ଦେଶାଇ ଶିମିଳିପାଳ, ଭିତରକନିକା, ସତକୋଶିଆ ପରି ଓଡ଼ିଶାର ବନ୍ୟପ୍ରାଣୀ ଅଭୟାରଣ୍ୟକୁ କିପରି ବିଶ୍ୱସ୍ତରୀୟ କରାଯାଇପାରିବ ସେ ସଂପର୍କରେ  ବିସ୍ତୃତ ଉପସ୍ଥାପନା କରିଥିଲେ।

ପ୍ରଦୀପ କୁମାର ଜେନା ମୁଖ୍ୟ ଶାସନ ସଚିବ ସଚିବସ୍ତରୀୟ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026
Latest News

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.