Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜିଠୁ ଦେଶବ୍ୟାପୀ ଆରମ୍ଭ ହେବ ମେରୀ ମାଟି ମେରା ଦେଶ ଅଭିଯାନ
ବିଶେଷ ଖବର

ଆଜିଠୁ ଦେଶବ୍ୟାପୀ ଆରମ୍ଭ ହେବ ମେରୀ ମାଟି ମେରା ଦେଶ ଅଭିଯାନ

August 9, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶବ୍ୟାପୀ ମେରୀ ମାଟି ମେରା ଦେଶ ଅଭିଯାନ ଆଜିଠୁ ଆରମ୍ଭ ହେବ, ଯାହା ଦେଶ ପାଇଁ ଜୀବନ ଦେଇଥିବା “ବୀର” ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବ। ଆଜିଠାରୁ ୩୦ ଅଗଷ୍ଟ, ୨୦୨୩ ପର୍ଯ୍ୟନ୍ତ, ‘ମେରୀ ମାଟି ମେରା ଦେଶ’ ଅଭିଯାନରେ ଗ୍ରାମ ଏବଂ ବ୍ଲକ ସ୍ତରରେ ତଥା ରାଜ୍ୟ ଓ ଜାତୀୟ ସ୍ତରରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ।

ଏହି ଅଭିଯାନରେ ସାହସୀ ବୀରମାନଙ୍କୁ ମନେ ରଖିବା ପାଇଁ ସମଗ୍ର ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସେମାନଙ୍କୁ ସ୍ମରଣ କରୁଥିବା ଶିଳାଫଳକମ (ସ୍ମାରକୀ ଫଳକ) ଗ୍ରାମ ପଞ୍ଚାୟତରେ ସ୍ଥାପନ କରାଯିବ। ଏହି ଅଭିଯାନ ହେଉଛି ‘ଆଜାଦୀ କା ଅମୃତ ମହୋତ୍ସବ’ର ଉଦଯାପନୀ ସମାରୋହ, ଯାହା ୧୨ ମାର୍ଚ୍ଚ ୨୦୨୧ ରେ ଆରମ୍ଭ ହୋଇଥିଲା ଏବଂ ସାରା ଭାରତରେ ୨ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ସହିତ ଜନସାଧାରଣଙ୍କ ବ୍ୟାପକ ଅଂଶଗ୍ରହଣ (ଜନ ଭାଗିଦାରୀ) ର ସାକ୍ଷୀ ହୋଇ ରହିଛି।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ କି ବାତ ପ୍ରସାରଣ ସମୟରେ ଏହି ଅଭିଯାନ ଘୋଷଣା କରିଥିଲେ। ଏହି ଅଭିଯାନର ଲକ୍ଷ୍ୟ ହେଉଛି ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସାହସୀ ସ୍ୱାଧୀନତା ସଂଗ୍ରାମୀ ତଥା ସାହସୀ ବ୍ୟକ୍ତିଙ୍କୁ ସମ୍ମାନିତ କରିବା।

ଏହି ଅଭିଯାନରେ ସ୍ୱାଧୀନତା ସଂଗ୍ରାମୀ ତଥା ସୁରକ୍ଷା ବାହିନୀ ପାଇଁ ଉତ୍ସର୍ଗୀକୃତ ଶିଳାଫଳକମ ପ୍ରତିଷ୍ଠା ଭଳି କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ, ଏବଂ ପଞ୍ଚ ପ୍ରାଣ ପ୍ରତିଶୃତି, ବସୁଧା ବନ୍ଦନା, ବୀର କା ବନ୍ଦନା ଯାହା ଆମର ସାହସୀମାନଙ୍କ ବଳିଦାନକୁ ସମ୍ମାନ କରେ। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଥିବା ଗ୍ରାମ, ପଞ୍ଚାୟତ, ବ୍ଲକ, ସହର, ପୌରପାଳିକା ଆଦି ସ୍ଥାନରେ ସାହସୀ ବୀରମାନଙ୍କ ବଳିଦାନର ଆତ୍ମାକୁ ଶୁଭେଚ୍ଛା ଜଣାଇ ଶିଳାଫଳକମ୍ କିମ୍ବା ସ୍ମାରକୀ ଫଳକ ସ୍ଥାପନ କରାଯିବ। ସେହି ଅଞ୍ଚଳର ଯେଉଁମାନେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସେମାନଙ୍କ ନାମ ସହିତ ଏଥିରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ରହିବ।

ଦିଲ୍ଲୀରେ ଏକ ‘ଅମୃତ ବାଟିକା’ ସୃଷ୍ଟି ପାଇଁ ୭୫୦୦ କଳଶରେ ଦେଶର କୋଣ ଅନୁକୋଣରୁ ମାଟି ଆଣି ଏକ ‘ଅମୃତ କଳଶ ଯାତ୍ରା’ କରାଯିବ। ଏହି ‘ଅମୃତ ବାଟିକା’ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପ୍ରତିବଦ୍ଧତାର ପ୍ରତୀକ ହେବ।

ଲୋକଙ୍କ ବ୍ୟାପକ ଅଂଶଗ୍ରହଣ (ଜନ-ଭାଗିଦାରୀ)କୁ ଉତ୍ସାହିତ କରିବାପାଇଁ ଏକ ୱେବସାଇଟ୍‌,  https://merimaatimeradesh.gov.in, ମଧ୍ୟ ଉନ୍ମୋଚିତ ହୋଇଛି। ଯେଉଁଠାରେ ଲୋକମାନେ ମାଟି କିମ୍ବା ମାଟି ଦୀପ ଧରି ସେଲଫି ଅପଲୋଡ୍ କରିପାରିବେ। ଏହା କରିବା ଦ୍ୱାରା ସେମାନେ ଭାରତକୁ ଏକ ବିକଶିତ ଦେଶ କରିବା, ଦାସତ୍ୱର ମାନସିକତାକୁ ଦୂର କରିବା, ଆମର ସମୃଦ୍ଧ ଏତିହ୍ୟ ପାଇଁ ଗର୍ବ କରିବା, ଏକତା ଏବଂ ନିବିଡତା ରକ୍ଷା କରିବା, ନାଗରିକ ଭାବରେ କର୍ତ୍ତବ୍ୟ ପାଳନ କରିବା ଏବଂ ସୁରକ୍ଷା ଯୋଗାଉଥିବା ଲୋକଙ୍କୁ ସମ୍ମାନ ଦେବା ସହିତ ପଞ୍ଚ ପ୍ରାଣର ପ୍ରତିଜ୍ଞା ନେବେ। ଜାତି ଥରେ ପ୍ରତଜ୍ଞା ନିଆଯିବା ପରେ ୱେବସାଇଟରୁ ଅଂଶଗ୍ରହଣର ଏକ ଡିଜିଟାଲ୍ ସାର୍ଟିଫିକେଟ୍ ଡାଉନଲୋଡ୍ ହୋଇପାରିବ।

ଦେଶବ୍ୟାପୀ ଅଭିଯାନ ୯ ଅଗଷ୍ଟରୁ ଆରମ୍ଭ ହେବ, ୧୫ ଅଗଷ୍ଟ ୨୦୨୩ ରେ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଧାର୍ଯ୍ୟ କାର୍ଯ୍ୟକ୍ରମ ସହିତ ପରବର୍ତ୍ତୀ କାର୍ଯ୍ୟକ୍ରମ ୧୬ ଅଗଷ୍ଟ, ୨୦୨୩ ଠାରୁ ବ୍ଲକ, ପୌରପାଳିକା / ନିଗମ ଏବଂ ରାଜ୍ୟ ସ୍ତରରେ ଅନୁଷ୍ଠିତ ହେବ। ଏହି ସମ୍ମାନ ସମାରୋହ ୩୦ ଅଗଷ୍ଟ, ୨୦୨୩ ରେ, ଦିଲ୍ଲୀର କର୍ତ୍ତବ୍ୟ ପଥରେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଧାର୍ଯ୍ୟ କରାଯାଇଛି। ମେରୀ ମାଟି ମେରା ଦେଶ ଅଭିଯାନ ଅଧୀନରେ ବିଭିନ୍ନ କାର୍ଯ୍ୟକଳାପ ବିଷୟରେ ସୂଚନା  https:// yuva.gov.in  ପୋର୍ଟାଲ୍‌ରୁ ମିଳି ପାରିବ।

ଗତ ବର୍ଷ, ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ସମସ୍ତଙ୍କ ଅଂଶଗ୍ରହଣ ହେତୁ ଏକ ବଡ଼ ସଫଳତା ଲାଭ କଲା। ଏହି ବର୍ଷ ମଧ୍ୟ ହର୍ ଘର ତ୍ରିରଙ୍ଗା ୧୩ ରୁ ୧୫ ଅଗଷ୍ଟ, ୨୦୨୩ ମଧ୍ୟରେ ପାଳନ କରାଯିବ। ଭାରତୀୟମାନେ ସବୁଠାରେ ଜାତୀୟ ପତାକା ଉତ୍ତୋଳନ କରିପାରିବେ, ତ୍ରିରଙ୍ଗା ସହିତ ସେଲଫି କ୍ଲିକ୍ କରିପାରିବେ ଏବଂ ହର ଘର ତ୍ରିରଙ୍ଗା ୱେବସାଇଟରେ ଅପଲୋଡ୍ କରିପାରିବେ।

ଅମୃତ ବାଟିକା ଦେଶବ୍ୟାପୀ ମେରୀ ମାଟି ମେରା ଦେଶ
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.