Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଇଣ୍ଡିଆ ମେଣ୍ଟ ଛାଡ଼ିବାକୁ ଆପ୍‍ର ଘୋଷଣା!
ବିଶେଷ ଖବର

ଇଣ୍ଡିଆ ମେଣ୍ଟ ଛାଡ଼ିବାକୁ ଆପ୍‍ର ଘୋଷଣା!

August 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟରେ ଉଭୟ ଆପ୍ ଏବଂ କଂଗ୍ରେସ ସାମିଲ ଅଛନ୍ତି। ଏବେ ଏହି ମେଣ୍ଟର ପରବର୍ତ୍ତୀ ବୈଠକ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ମୁମ୍ବାଇରେ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ କେଜ୍ରିୱାଲଙ୍କ ଦଳ ଏମିତି କିଛି ଘୋଷଣା କରିଛି ଯାହା କଂଗ୍ରେସ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଦିଲ୍ଲୀ ଓ ପଞ୍ଜାବରେ କଂଗ୍ରେସକୁ ହରାଇଥିବା ଆମ୍ ଆଦମୀ ପାର୍ଟି (ଆପ୍) ଏବେ ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ସମସ୍ତ ଆସନରେ ଏକାକୀ ଲଢ଼ିବାକୁ ଘୋଷଣା କରିଛି। ଦଳ ମଧ୍ୟ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି। କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ଥିବା ରାଜ୍ୟରେ ତୃତୀୟ ଶକ୍ତିର ପ୍ରବେଶ ରାଜନୈତିକ ସମୀକରଣକୁ ବଦଳାଇ ଦେଇପାରେ। ଗୁଜରାଟ ନିର୍ବାଚନରେ ଏହା ଦେଖିବାକୁ ମିଳିଛି। ଆପ୍ ସମସ୍ତ ଆସନରେ ଲଢ଼ିବା କଂଗ୍ରେସ ପାଇଁ ଚିନ୍ତାର ବିଷୟ ହୋଇପାରେ କାରଣ ଦିଲ୍ଲୀ, ପଞ୍ଜାବ ଏବଂ ଗୋଆରେ ଦେଖିବାକୁ ମିଳିଛି ଯେ କେଜ୍ରିୱାଲଙ୍କ ଦଳ ଯେଉଁଠି ଯାଇଛି ସେଠାରେ କଂଗ୍ରେସକୁ କ୍ଷତି ପହଞ୍ଚାଇଛି।

ଏଠାରୁ ଆରମ୍ଭ ହୋଇଛି ବିବାଦ

କଂଗ୍ରେସ ଦିଲ୍ଲୀ ସେବା ବିଲ୍ ଉପରେ ଆପ୍‍କୁ ସମର୍ଥନ କରିଥିଲା। ସେତେବେଳେ ଲାଗୁଥିଲା ଭବିଷ୍ୟତରେ ସବୁକିଛି ଠିକ୍ ହୋଇଯିବ। କିନ୍ତୁ ନିକଟରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ଦିଲ୍ଲୀରେ ମୁହାଁମୁହିଁ ହୋଇଥିବାବେଳେ କଂଗ୍ରେସର ଶୀର୍ଷସ୍ତରୀୟ ବୈଠକ ପରେ ଦଳର ନେତ୍ରୀ ଅଲକା ଲାମ୍ବା ଏକ ବିବୃତିରେ କହିଛନ୍ତି ଯେ ଦଳ ଦିଲ୍ଲୀର ସମସ୍ତ ସାତଟି ଲୋକସଭା ଆସନ ପାଇଁ ପ୍ରସ୍ତୁତି କରିବ। ଦଳୀୟ ହାଇକମାଣ୍ଡ କର୍ମୀମାନଙ୍କୁ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୟାନକୁ ନେଇ ଆପ୍ କ୍ଷୁବ୍ଧ ହୋଇଥିଲା।

ଆପ୍‍ର ମୁଖ୍ୟ ମୁଖପାତ୍ର ସୌରଭ ଭରଦ୍ୱାଜ କଂଗ୍ରେସ ନେତ୍ରୀ ଲାମ୍ବାଙ୍କୁ ଜଣେ ଛୋଟ ନେତା ବୋଲି ବର୍ଣ୍ଣନା କରିବା ପରେ ଆପ୍ କହିଛି ଯେ ଯଦି ଏପରି ହୁଏ ତେବେ ମୁମ୍ବାଇରେ ହେବାକୁ ଥିବା ବୈଠକରେ ଯୋଗ ଦେବାର କୌଣସି ଅର୍ଥ ନାହିଁ। ପରେ ଅଳକା ଲାମ୍ବାଙ୍କ ବୟାନ ଉପରେ କଂଗ୍ରେସକୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଥିଲା। କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି, ଅଳକାଙ୍କୁ ଦିଲ୍ଲୀ ପ୍ରସଙ୍ଗରେ କହିବାର ଅଧିକାର ନାହିଁ ଏବଂ ଦିଲ୍ଲୀର ଆସନଗୁଡ଼ିକ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଏବେ ଏହି ବିବାଦର ଅନ୍ତ କେଉଁଠି ଶେଷ ହେଉଛି, କେଜ୍ରିୱାଲ ଇଣ୍ଡିଆ ମେଣ୍ଟର ଆଗାମୀ ବୈଠକକୁ ଯିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା।

ଆମ୍ ଆଦମୀ ପାର୍ଟି ଇଣ୍ଡିଆ ମେଣ୍ଟ ଦିଲ୍ଲୀ ପଞ୍ଜାବ
Share. Facebook Twitter LinkedIn Email WhatsApp Copy Link

Related Posts

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026

ସ୍କୁଲ ବହିରେ ତ୍ରୁଟି: ନିଲମ୍ବିତ ହେଲେ ପୂର୍ବତନ ନିର୍ଦ୍ଦେଶକଙ୍କ ସହ ତିନି ଅଫିସର, ୬ ଜଣଙ୍କ ବିରୋଧରେ..

June 26, 2026

ଭାରତରେ କେତେ ଲୋକ ଟ୍ରମ୍ପଙ୍କୁ ପସନ୍ଦ କରନ୍ତି?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଜନମତ

June 26, 2026

ରାମ ମନ୍ଦିର ଦାନ ଚୋରି ମାମଲା: ୬ ରୁ ଅଧିକ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ

June 25, 2026
Latest News

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026

ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଜନ ବିଶ୍ୱାସ’ ସଂସ୍କାରର ଶୁଭାରମ୍ଭ: ଜନସ୍ୱାସ୍ଥ୍ୟ ଓ ଉପଭୋକ୍ତା ସୁରକ୍ଷା ଉପରେ ଗୁରୁତ୍ୱ

June 26, 2026

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.