କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଘୋଷଣା କଲେ ଖଡଗେ, ୩୯ ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ସୋନିଆ, ରାହୁଲ, ପ୍ରିୟଙ୍କା

Published: Aug 20, 2023, 2:57 pm IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ରବିବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଗଠନ ନେଇ ଘୋଷଣା କରିଛନ୍ତି। ୩୯ ଜଣିଆ ଏହି କମିଟିରେ ସୋନିଆ, ରାହୁଲ, ପ୍ରିୟଙ୍କା ରହିଛନ୍ତି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ମଧ୍ୟ ଏହି କମିଟିରେ ରଖାଯାଇଛି।

ଖାସ୍ କଥା ହେଉଛି ଖାର୍ଗେ ତାଙ୍କ ବିପକ୍ଷରେ ଲଢ଼ିଥିବା ଶଶି ଥରୁରଙ୍କୁ ମଧ୍ୟ ଏହି କମିଟିରେ ସ୍ଥାନ ଦେଇଛନ୍ତି। କମିଟିରେ ୩୯ ଜଣ ସଦସ୍ୟ, ୧୪ ଜଣ ସ୍ଥାୟୀ ସଦସ୍ୟ, ୧୪ ଜଣ ପ୍ରଭାରୀ ଓ ୯ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରହିଛନ୍ତି।

Related posts