Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୨୦୨୪ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ହେବେ ରାହୁଲ ଗାନ୍ଧୀ: କଂଗ୍ରେସ ନେତା ରସିଦ ଅଲଭି
ବିଶେଷ ଖବର

୨୦୨୪ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ହେବେ ରାହୁଲ ଗାନ୍ଧୀ: କଂଗ୍ରେସ ନେତା ରସିଦ ଅଲଭି

August 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ -୨୦୨୪ ପାଇଁ ଏକ ବର୍ଷରୁ କମ୍ ସମୟ ବାକି ଅଛି। ଏଭଳି ପରିସ୍ଥିତିରେ ସମସ୍ତ ମୁଖ୍ୟ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ବିଜେପିକୁ ଚ୍ୟାଲେଞ୍ଜ କରିବା ଉଦ୍ଦେଶ୍ୟରେ ୨୬ ଟି ବିରୋଧୀ ଦଳ ‘ଇଣ୍ଡିଆ’ ନାମକ ଏକ ମହାମେଣ୍ଟ ଗଠନ କରିଛନ୍ତି। ଏପର୍ଯ୍ୟନ୍ତ ଏହି ଗ୍ରାଣ୍ଡ ଆଲାଇନ୍ସର ନେତାଙ୍କ ନାମ ଘୋଷଣା କରାଯାଇ ନାହିଁ। ତେବେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ଅନେକ କଂଗ୍ରେସ ନେତା କହିଛନ୍ତି।

ଛତିଶଗଡ ସିଏମ ଭୁପେଶ ବଘେଲ ଏବଂ ରାଜସ୍ଥାନ ସିଏମ ଅଶୋକ ଗେହଲୋଟଙ୍କ ସ୍ୱରରେ ସ୍ଵର ମିଳାଇ ବର୍ତ୍ତମାନ କଂଗ୍ରେସ ନେତା ରସିଦ ଅଲଭି ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ବିଷୟରେ ମଧ୍ୟ କହିଛନ୍ତି। ସେ ଆଜି କହିଛନ୍ତି ଯେ, ୨୦୨୪ ପରେ ଆମେ ଆଶା କରୁଛୁ ଯେ, କଂଗ୍ରେସ ଦଳ ଏକକ ବୃହତ୍ତମ ଦଳ ଭାବରେ ଉଭା ହେବ ଏବଂ ରାହୁଲ ପ୍ରଧାନମନ୍ତ୍ରୀ ହେବେ।

ଅଶୋକ ଗେହଲୋଟ୍ କ’ଣ କହିଥିଲେ?:

ଏହାପୂର୍ବରୁ ଶନିବାର ଦିନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହିଥିଲେ ଯେ, ରାହୁଲ ଗାନ୍ଧୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଅଟନ୍ତି। ଅଶୋକ ଗେହଲୋଟ୍ ଇଣ୍ଡିଆ ଟୁଡେକୁ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ସମସ୍ତ ଇଣ୍ଡିଆ ଆଲାଇନ୍ସର ଅଂଶୀଦାରମାନେ ଏକ ବୈଠକ କରିବେ ଏବଂ ଏହା ଉପରେ ନିଷ୍ପତ୍ତି ନେବେ।

ଏଥି ସହ ଛତିଶଗଡ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପେଶ ବଘେଲ ଶୁକ୍ରବାର ଦିନ କହିଛନ୍ତି ଯେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦର ଚେହରା ହୁଅନ୍ତୁ। ସେ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ, କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ତାଙ୍କର ଭାରତ ଯୋଡ ଯାତ୍ରା ପରେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତାକୁ ନେଇ ବିଜେପି ଭୟଭୀତ ଅଛି।

ଭୁପେଶ ବଘେଲ କହିଛନ୍ତି ଯେ, ଏହି କାରଣରୁ ସେ ତାଙ୍କୁ ଲୋକସଭାରୁ ଅଯୋଗ୍ୟ ଘୋଷଣା କରିଥିଲେ ଏବଂ ତାଙ୍କ ସରକାରୀ ବାସଭବନ ମଧ୍ୟ ନେଇଥିଲେ। ସେ କହିଥିଲେ ଯେ, କଂଗ୍ରେସ ନେତା ଭାବରେ ମୁଁ ଅନୁଭବ କରୁଛି ଯେ, ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଉଚିତ୍। ଏକଛତ୍ରବାଦୀ ଲୋକଙ୍କୁ କ୍ଷମତାରୁ ହଟାଇବା ହେଉଛି ଇଣ୍ଡିଆର ଉଦ୍ଦେଶ୍ୟ। ପ୍ରକାଶ ଯେ ଚଳିତ ମାସ ଶେଷ ସୁଦ୍ଧା ମୁମ୍ବାଇରେ ବିରୋଧୀ ଦଳ ଭାରତର ବୈଠକ ଅନୁଷ୍ଠିତ ହେବ।

ଅଶୋକ ଗେହଲୋଟ କଂଗ୍ରେସ ନେତା ଭୁପେଶ ବଘେଲ ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନ ୨୦୨୪
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

୮ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

April 22, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବନାନ ସଂଶୋଧନ : ମତାମତ ମାଗିଲେ ସରକାର

April 22, 2026

ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର

April 22, 2026

ଇଥାନଲ୍ ଉପରେ ନିୟମ ପରିବର୍ତ୍ତନ କଲେ ସରକାର, ମହଙ୍ଗା ବିମାନ ଯାତ୍ରା ହେବ ଶସ୍ତା !

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.