Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗ୍ୟାସ ସିଲିଣ୍ଡର ପରେ ଏବେ କମିବ ପେଟ୍ରୋଲ ଓ ଡିଜେଲ ଦର, ବଡ ପ୍ରସ୍ତୁତି କଲେ ସରକାର
ବିଶେଷ ଖବର

ଗ୍ୟାସ ସିଲିଣ୍ଡର ପରେ ଏବେ କମିବ ପେଟ୍ରୋଲ ଓ ଡିଜେଲ ଦର, ବଡ ପ୍ରସ୍ତୁତି କଲେ ସରକାର

August 31, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବୈଧ ପ୍ରଦୂଷଣ ପ୍ରମାଣପତ୍ର ନାହିଁ ତ ତେଲ ନାହିଁ: ତୈଳ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ନୂଆଦିଲ୍ଲୀ: ଦେଶରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ନିକଟ ଅତୀତରେ ଏଲପିଜି ଦର ହ୍ରାସ କରାଯାଇଛି। ଭାରତ ସରକାରଙ୍କ ଏହି ପଦକ୍ଷେପ ମୁଦ୍ରାସ୍ଫୀତିକୁ ହ୍ରାସ କରିପାରିବ। କିଛି ପ୍ରମୁଖ ପର୍ବପର୍ବାଣୀ ଏବଂ ଲୋକସଭା ନିର୍ବାଚନ ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇପାରେ। ଏବେ ମୁଦ୍ରାସ୍ଫୀତି ଆହୁରି କମାଇବା ସହ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବାର ସମ୍ଭାବନା ରହିଛି। ଦୁଇଟି ସ୍ଥାନରୁ ଏହାର ସଙ୍କେତ ମିଳୁଛି। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଏକ ସାକ୍ଷାତ୍‍କାରରୁ ଏହାର ପ୍ରଥମ ସଙ୍କେତ ମିଳିଛି। ଏଥିସହିତ ବ୍ଲୁମବର୍ଗର ରିପୋର୍ଟରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ନେଇ ସଙ୍କେତ ଦିଆଯାଇଛି। ସୂଚନାଯୋଗ୍ୟ, ଅଶୋଧିତ ତୈଳ ଦର ହ୍ରାସ ପାଇବା ପରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ଆଶ୍ୱସ୍ତି ମିଳିନାହିଁ। ୨୦୨୨ ମେ’ ପରଠାରୁ ଦେଶରେ ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ।

ସଙ୍କେତ ଦେଲେ ହରଦୀପ ସିଂ ପୁରୀ

ନିକଟରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏକ ସାକ୍ଷାତ୍‍କାରରେ ସଙ୍କେତ ଦେଇଛନ୍ତି ଯେ ମୁଦ୍ରାସ୍ଫୀତି ସହ ସଂଘର୍ଷ କରୁଥିବା ଲୋକଙ୍କୁ ଆଗାମୀ ଦିନରେ ବଡ଼ ଆଶ୍ୱସ୍ତି ମିଳିବ। ହରଦୀପ ସିଂହ ପୁରୀ କହିଛନ୍ତି ଯେ କେନ୍ଦ୍ର ସରକାର ତୈଳ ଦର ହ୍ରାସ ପ୍ରୟାସରେ ସାମିଲ ହେବାକୁ ରାଜ୍ୟ ସରକାରଙ୍କୁ ଉତ୍ସାହିତ କରୁଛନ୍ତି। ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ୨୦୨୧ ନଭେମ୍ବର ୪ରେ ଟିକସ ହ୍ରାସ କରି ପେଟ୍ରୋଲ ଦର ୫ ଟଙ୍କା ଏବଂ ଡିଜେଲ ଦର ହ୍ରାସ କରିଥିଲେ। ଏହାପରେ ୨୦୨୨ ମେ ୨୨ତାରିଖରେ ସରକାର ପୁଣି ଥରେ ଟିକସ ହ୍ରାସ କରି ପେଟ୍ରୋଲ ଉପରେ ୮ ଟଙ୍କା ଓ ଡିଜେଲ ଉପରେ ଲିଟର ପିଛା ୬ ଟଙ୍କା ରିହାତି ଦେଇଥିଲେ।

ଏଲପିଜି ପରେ ପେଟ୍ରୋଲ ଓ ଡିଜେଲ ପାଳି

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସମେତ ୫ଟି ରାଜ୍ୟରେ ଚଳିତ ବର୍ଷର ଶେଷ ତିନି ମାସରେ ମତଦାନ ହେବ। ଏହାପରେ ୨୦୨୪ ପ୍ରାରମ୍ଭରେ ସାଧାରଣ ନିର୍ବାଚନ ହେବ। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ପାଳି ପାଇଁ ଯଥାସମ୍ଭବ ପ୍ରୟାସ ଜାରି ରଖିଛନ୍ତି। ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଏବଂ ଗ୍ରାମୀଣ ଆୟକୁ ସମର୍ଥନ କରିବା ପାଇଁ ଅଧିକ ବିତ୍ତୀୟ ପଦକ୍ଷେପ ଉପରେ ଆଲୋଚନା ହୋଇପାରେ। ନିର୍ବାଚନ ପାଖେଇ ଆସୁଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦର କମିବ ବୋଲି ଅନୁମାନ କରାଯାଉଛି।

କେନ୍ଦ୍ର ସରକାର ଗ୍ୟାସ ସିଲିଣ୍ଡର ନରେନ୍ଦ୍ର ମୋଦି ମୁଦ୍ରାସ୍ଫୀତି
Share. Facebook Twitter LinkedIn Email WhatsApp Copy Link

Related Posts

ବଜେଟ୍ ପୂର୍ବରୁ ବଡ଼ ଝଟକା: ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ

February 1, 2026

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026
Latest News

ଆଜି ଖୋଲିବ କି ସେୟାର ବଜାର?: ବଜେଟ୍ ଉପସ୍ଥାପନ ପୂର୍ବରୁ ଅଖିଳେଶ ଯାଦବଙ୍କ ତାଚ୍ଛଲ୍ୟ

February 1, 2026

ବଜେଟ୍ ପୂର୍ବରୁ ବଡ଼ ଝଟକା: ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ

February 1, 2026

ନୂଆ ସମବାୟ ନୀତି-2026 କୁ କ୍ୟାବିନେଟ୍ ଅନୁମୋଦନ

February 1, 2026

ଢେଙ୍କାନାଳରେ ପ୍ରତିରକ୍ଷା ଉପକରଣ ଉତ୍ପାଦନ କଂପ୍ଲେକ୍ସ ପ୍ରତିଷ୍ଠା ପାଇଁ କ୍ୟାବିନେଟ୍ ଅନୁମୋଦନ

February 1, 2026

ଓଏଚପିସି ଏବଂ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.