Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତର ପ୍ରଥମ ସୌର ମିଶନ ଏହା ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ: ଡକ୍ଟର ଜିତେନ୍ଦ୍ର ସିଂହ
ବିଶେଷ ଖବର

ଭାରତର ପ୍ରଥମ ସୌର ମିଶନ ଏହା ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ: ଡକ୍ଟର ଜିତେନ୍ଦ୍ର ସିଂହ

September 2, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (ପିଏସ୍ଏଲ୍ଭି- ଏକ୍ସଏଲ୍) ଆଜି ଶ୍ରୀହରିକୋଟା ରେଞ୍ଜରୁ ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ୍ – ୧କୁ ଉତକ୍ଷେପଣ କରିଛି । ଏହାକୁ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି । ପିଏସଏଲଭି – ସି୫୭ ଆଦିତ୍ୟ ଏଲ- ୧କୁ ଦିନ ପ୍ରାୟ ୧ଟା ପାଖାପାଖି ଲଂଚ କରିବା ପରେ ମିଶନ କଣ୍ଟ୍ରୋଲ ରୁମରେ ଇସ୍ରୋ ବୈଜ୍ଞାନିକ ଓ ଇଞ୍ଜିନିୟର ମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସମଗ୍ର ବିଶ୍ୱ ଏହାକୁ ନିଶ୍ୱାସପ୍ରଶ୍ୱାସକୁ ରୋକି ଦେଖୁଥିବା ବେଳେ ଏହା ପ୍ରକୃତରେ ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ।

ଭାରତୀୟ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ଦିନରାତି ପରିଶ୍ରମ କରି ଆସୁଛନ୍ତି । କିନ୍ତୁ ଏବେ ପ୍ରମାଣ ଦେବାର ମୁହୂର୍ତ୍ତ ଆସିଛି, ଦେଶ ପାଇଁ ପ୍ରତିଶ୍ରୁତି ଫେରାଇ ଦେବାର ମୁହୂର୍ତ୍ତ ଆସିଛି,’ ବୋଲି କହିଛନ୍ତି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) , ଏମ୍ଓଏସ୍ ପିଏମଓ, କାର୍ମିକ, ଜନ ଅଭିଯୋଗ, ପେନସନ, ମହାକାଶ ଏବଂ ଆଣବିକ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ।

ଭାରତର ମହାକାଶ କ୍ଷେତ୍ର ପାଇଁ ନୂଆ ଦିଗ ଉନ୍ମୁକ୍ତ କରି ଆକାଶ ଆଉ ସୀମାବଦ୍ଧ ନୁହେଁ ବୋଲି କହି ଏହା ସମ୍ଭବ କରିଥିବାରୁ ଡକ୍ଟର ଜିତେନ୍ଦ୍ର ସିଂହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ନକ୍ଷତ୍ର ମାନଙ୍କ ନିକଟରେ ପହଞ୍ଚିବା ଏବଂ ବ୍ରହ୍ମାଣ୍ଡର ଅନେକ ରହସ୍ୟକୁ ଆବିଷ୍କାର କରିବା ପାଇଁ ଆମକୁ ଆତ୍ମବିଶ୍ୱାସ ପ୍ରଦାନ କରି ଥିବାରୁ, ସାହସ ଏବଂ ଦୃଢ଼ ବିଶ୍ୱାସ ଦେଇ ଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ । ଆମର ମହାକାଶ ଜଗତର ବିପୁଳ ସମ୍ଭାବନାକୁ ଉନ୍ମୋଚନ କରିବା ପାଇଁ ପ୍ରେରଣା ଯୋଗାଇଥିବାରୁ ମଧ୍ୟ ଧନ୍ୟବାଦ ବୋଲି ସେ କହିଛନ୍ତି ।

ଚନ୍ଦ୍ରଯାନ – ୩ର ଅଭିଯାନର ସଫଳ ଅବତରଣ ପରେ ଆଦିତ୍ୟ ଏଲ୍ – ୧ର ସଫଳ ଉତକ୍ଷେପଣ ଆମ ବିଶ୍ୱ ସଂସ୍କୃତିରେ ଆମେ ଯେଉଁ ‘ସମଗ୍ର ବିଜ୍ଞାନ ଓ ସମଗ୍ର ରାଷ୍ଟ୍ର’ ଆଭିମୁଖ୍ୟ ଅବଲମ୍ବନ କରିବାକୁ ଚାହୁଁଛୁ ତାହାର ପ୍ରମାଣ ବୋଲି ଡ. ଜିତେନ୍ଦ୍ର ସିଂହ ଉଲ୍ଲେଖ କରିଛନ୍ତି ।

ଏହି ପରିକଳ୍ପନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଇସ୍ରୋକୁ ଶ୍ରେୟ ଦିଆଯାଉଥିବା ବେଳେ ଦେଶର ବିଜ୍ଞାନ ଅନୁଷ୍ଠାନ ଗୁଡ଼ିକ ଏହି ଦୃଷ୍ଟିକୋଣରେ ଛୋଟ ବଡ଼ ଉପାୟରେ କୌଣସି ନା କୌଣସି ରୂପରେ ଯୋଗଦାନ କରିବାକୁ ଆଗେଇ ଆସିଛନ୍ତି । ସେଗୁଡିକ ମଧ୍ୟରେ ରହିଛନ୍ତି ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଷ୍ଟ୍ରୋଫିଜିକ୍ସ, ନ୍ୟାସନାଲ ଏରୋସ୍ପେସ୍ ଲାବୋରେଟୋରି, ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ, ମୁମ୍ବାଇ, ଏନ୍ଜିଆର୍ଆଇ ନାଗପୁର, ଆଇଆଇଟି ଖଡ଼ଗପୁର, ଆଇଆଇଟି ମାଡ୍ରାସ, ଆଇଆଇଟି ଦିଲ୍ଲୀ, ଆଇଆଇଟି ମୁମ୍ବାଇ ଏବଂ ଏହି ତାଲିକା ବହୁତ ଲମ୍ବା ।

ଏହାକୁ ଏକ ସାମୁହିକ ପ୍ରୟାସ ବୋଲି ଅଭିହିତ କରି ଡ. ଜିତେନ୍ଦ୍ର ସିଂହ ଆଦିତ୍ୟ ଏଲ୍ – ୧ ଲଞ୍ଚ୍ କୁ ‘ଗଣନାର ଦିନ’ ବୋଲି କହିଛନ୍ତି ।

ଏହି ଦିନ, ୨୦୨୩ ସେପ୍େଟମ୍ବର ୨ ତାରିଖ, ଯେତେବେଳେ ଆମେ ଆମର ୧୪୦ କୋଟି ସନ୍ତାନ ମାନଙ୍କର ସାମୂହିକ ଇଚ୍ଛା ଶକ୍ତି ଏବଂ ସାମୂହିକ ପ୍ରୟାସରେ ଅମୃତକାଳ ଏବଂ ଭାରତ ମାତାର ସଙ୍କଳ୍ପର ଆଗାମୀ ୨୫ ବର୍ଷରେ ପ୍ରବେଶ କରିବା ଏବଂ ବିଶ୍ୱ ସ୍ତରରେ ଗୌରବର ସ୍ଥାନରେ ପହଞ୍ଚିବା ଏବଂ ଦଖଲ କରିବା ବୋଲି ପ୍ରତିଶ୍ରୁତି ଦେଉଛୁ ବୋଲି ସେ କହିଥିଲେ ।

ଏହା ପୂର୍ବରୁ ଇସ୍ରୋ ନିଶ୍ଚିତ କରିଥିଲା ଯେ ପିଏସଏଲଭି – ସି୫୭ ଦ୍ୱାରା ଆଦିତ୍ୟ – ଏଲ୧ର ଉତକ୍ଷେପଣ ସଫଳତାର ସହ ସମ୍ପନ୍ନ ହୋଇଛି ଏବଂ ଉପଗ୍ରହକୁ ଏହାର ନିର୍ଦ୍ଧାରିତ କକ୍ଷପଥରେ “ସଠିକ” ଭାବରେ ସ୍ଥାପନ କରାଯାଇଛି । ଏହା ସହିତ ଭାରତର ପ୍ରଥମ ସୌର ପର୍ଯ୍ୟବେକ୍ଷକ ସୂର୍ଯ୍ୟ- ପୃଥିବୀ ଏଲ ୧ ପଏଣ୍ଟ ଗନ୍ତବ୍ୟ ସ୍ଥଳକୁ ଯାତ୍ରା ଆରମ୍ଭ କରିଛି ।
ଇସ୍ରୋ କହିଛି ଯେ ଏହାର ସୋଲାର ପ୍ୟାନେଲ ମୁତୟନ ହେବା ପରେ ଆଦିତ୍ୟ – ଏଲ୧ ଶକ୍ତି ସୃଷ୍ଟି କରିବା ଆରମ୍ଭ କରିଛି ।

ଆଦିତ୍ୟ ଏଲ୍ ୧ ହେଉଛି ପ୍ରଥମ ମହାକାଶ ଭିତ୍ତିକ ଭାରତୀୟ ଅଭିଯାନ ଯିଏ ସୂର୍ଯ୍ୟ ଉପରେ ଅଧ୍ୟୟନ କରିବ । ଆଗାମୀ ୪ ମାସ ମଧ୍ୟରେ ବିଭିନ୍ନ କକ୍ଷପଥ ଉତ୍ତୋଳନ କୌଶଳ ଏବଂ କ୍ରୁଜ୍ ପର୍ଯ୍ୟାୟ ମାଧ୍ୟମରେ ଏହି ମହାକାଶଯାନକୁ ପୃଥିବୀ ଠାରୁ ପ୍ରାୟ ୧.୫ ନିୟୁତ କିଲୋମିଟର ଦୂର ସୂର୍ଯ୍ୟ – ପୃଥିବୀ ପ୍ରଣାଳୀର ଲାଗରେଂଜ ବିନ୍ଦୁ ୧ (ଏଲ୍ ୧) ଚାରିପାଖରେ ଏକ ହାଲୋ କକ୍ଷପଥରେ ସ୍ଥାପନ କରାଯିବ ।

ଏଲ୍- ୧ ବିନ୍ଦୁ ଚାରିପଟେ ହାଲୋ (ପ୍ରଭାମଣ୍ଡଳ) କକ୍ଷପଥରେ ରଖାଯାଇଥିବା ଉପଗ୍ରହର କୌଣସି ଗୁପ୍ତ/ଗ୍ରହଣ ବିନା କ୍ରମାଗତ ଭାବେ ସୂର୍ଯ୍ୟଙ୍କୁ ଦେଖିବାର ମୁଖ୍ୟ ଫାଇଦା ରହିଛି । ଏହା ସୌର କାର୍ଯ୍ୟକଳାପ ଏବଂ ମହାକାଶ ପାଣିପାଗ ଉପରେ ଏହାର ପ୍ରଭାବକୁ ବାସ୍ତବ ସମୟରେ ଅନୁଧ୍ୟାନ କରିବାର ଅଧିକ ଲାଭ ପ୍ରଦାନ କରିବ ।

ଏହି ମହାକାଶଯାନରେ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଓ କଣିକା ଓ ଚୁମ୍ବକୀୟ କ୍ଷେତ୍ର ଡିଟେକ୍ଟର ବ୍ୟବହାର କରି ସୂର୍ଯ୍ୟର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଏବଂ ସୂର୍ଯ୍ୟ (କରୋନା)ର ବାହ୍ୟତମ ସ୍ତରକୁ ନିରୀକ୍ଷଣ କରିବା ପାଇଁ ସାତଟି ପେଲୋଡ୍ ବହନ କରାଯାଇଛି ।

ସ୍ୱତନ୍ତ୍ର ସୁବିଧା ବିନ୍ଦୁ ଏଲ୍୧ ବ୍ୟବହାର କରି, ଚାରିଟି ପେଲୋଡ୍ ସିଧାସଳଖ ସୂର୍ଯ୍ୟକୁ ଦେଖନ୍ତି ଏବଂ ଅବଶିଷ୍ଟ ତିନୋଟି ପେଲୋଡ୍ ଲାଗରେଂଜ ବିନ୍ଦୁ ଏଲ୍୧ ରେ କଣିକା ଏବଂ କ୍ଷେତ୍ରଗୁଡ଼ିକର ଇନ୍- ସିଟୁ ଅଧ୍ୟୟନ କରନ୍ତି, ଯାହା ଦ୍ୱାରା ଆନ୍ତଃଗ୍ରହୀୟ ମାଧ୍ୟମରେ ସୌର ଗତିଶୀଳତାର ପ୍ରସାରକାରୀ ପ୍ରଭାବର ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ଅଧ୍ୟୟନ ପ୍ରଦାନ କରାଯାଏ ।

ଆଦିତ୍ୟ ଏଲ୍ ୧ ମିଶନ କୋରୋନାଲ ହିଟିଂ, କୋରୋନାଲ ମାସ୍ ଇଜେକ୍ସନ, ପ୍ରି- ଫ୍ଲେୟାର ଏବଂ ଫ୍ଲେୟାର କାର୍ଯ୍ୟକଳାପ ଏବଂ ସେମାନଙ୍କର ବୈଶିଷ୍ଟ୍ୟ, ମହାକାଶ ପାଣିପାଗର ଗତିଶୀଳତା, କଣିକା ଏବଂ କ୍ଷେତ୍ରର ପ୍ରସାର ଇତ୍ୟାଦି ସମସ୍ୟାକୁ ବୁଝିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଐତିହାସିକ ମୁହୂର୍ତ୍ତ ଚନ୍ଦ୍ରଯାନ-୩ ଡକ୍ଟର ଜିତେନ୍ଦ୍ର ସିଂହ ପ୍ରଧାନମନ୍ତ୍ରୀ ମୋଦୀ ଭାରତ ସୌର ମିଶନ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.