Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉଦୟନିଧିଙ୍କ ସନାତନ ଧର୍ମ ମନ୍ତବ୍ୟ ଉପରେ ମମତା ବାନାର୍ଜୀଙ୍କ ବଡ ବୟାନ: ଜାଣନ୍ତୁ କ’ଣ କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ଉଦୟନିଧିଙ୍କ ସନାତନ ଧର୍ମ ମନ୍ତବ୍ୟ ଉପରେ ମମତା ବାନାର୍ଜୀଙ୍କ ବଡ ବୟାନ: ଜାଣନ୍ତୁ କ’ଣ କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

September 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ତାମିଲନାଡୁ ସରକାରର ମନ୍ତ୍ରୀ ଉଦୟନିଧିଙ୍କ ସନାତନ ଧର୍ମ ସମ୍ପର୍କରେ ମନ୍ତବ୍ୟ ପରେ ବିବାଦ ଉପୁଜିଛି। ଏହି ପ୍ରସଙ୍ଗ ଉଠାଇ ବିଜେପି ବିରୋଧୀ ମେଣ୍ଟ ଇଣ୍ଡିଆକୁ ମଧ୍ୟ ଟାର୍ଗେଟ କରିଛି। ବର୍ତ୍ତମାନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି।

ଆଜି ମମତା ବାନାର୍ଜୀ କହିଛନ୍ତି ଯେ, “ମୁଁ ତାମିଲନାଡୁର ଲୋକ, ସିଏମ ଏମ.କେ ଷ୍ଟାଲିନଙ୍କୁ ସମ୍ମାନ କରେ। ପ୍ରତ୍ୟେକ ଧର୍ମର ଭିନ୍ନ ଭାବନା ରହିଛି। ଭାରତ ‘ବିବିଧତା ମଧ୍ୟରେ ଏକତା’ ବିଷୟରେ, ଯାହା ଆମର ମୂଳ ଅଟେ। ନ୍ୟୁଜ୍ ଏଜେନ୍ସି ପିଟିଆଇ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ, ଆମେ କୌଣସି ପ୍ରସଙ୍ଗରେ ଜଡିତ ହେବା ଉଚିତ ନୁହେଁ ଯାହାକି ଲୋକଙ୍କ ଏକ ବର୍ଗକୁ ଆଘାତ ଦିଏ।

ଆମେ ପ୍ରତ୍ୟେକ ଧର୍ମକୁ ସମ୍ମାନ ଦେବା ଉଚିତ୍:

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ ସନାତନ ଧର୍ମକୁ ସମ୍ମାନ କରେ। ପୂଜାପାଠ କରୁଥିବା ପୁରୋହିତମାନଙ୍କୁ ଆମେ ପେନ୍ସନ୍ ପ୍ରଦାନ କରୁଛୁ। ବଙ୍ଗଳାରେ ଦୁର୍ଗା ପୂଜା ପାଳନ କରାଯାଏ। ଆମେ ମନ୍ଦିର, ମସଜିଦ, ଗୁରୁଦ୍ୱାର, ଚର୍ଚ୍ଚକୁ ଯାଇଥାଉ। ମୁଁ ଭାବୁଛି ଯେ, ପ୍ରତ୍ୟେକ ଧର୍ମକୁ ସମ୍ମାନ ଦେବା ଉଚିତ୍। ”

ଉଦୟାନିଧି ଷ୍ଟାଲିନ କ’ଣ କହିଥିଲେ?:

ଉଲ୍ଲେଖ ଯୋଗ୍ୟ ଯେ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ସନାତନ ଧର୍ମକୁ କରୋନା ଜୀବାଣୁ, ମ୍ୟାଲେରିଆ ଏବଂ ଡେଙ୍ଗୁ ଜ୍ୱର ସହିତ ତୁଳନା କରିଥିଲେ ଏବଂ ଏପରି ଘଟଣାକୁ ବିରୋଧ କରାଯିବା ଉଚିତ ନୁହେଁ, କିନ୍ତୁ ଏହାକୁ ଦୂର କରାଯିବା ଉଚିତ ବୋଲି କହିଥିଲେ।

ତାଙ୍କ ବିବୃତ୍ତିକୁ ବିରୋଧ କରି କଂଗ୍ରେସ ତଥା ବିରୋଧୀ ମେଣ୍ଟ ଇଣ୍ଡିଆର ଅନ୍ୟ ଦଳ ଉପରେ ମଧ୍ୟ ବିଜେପି ଆକ୍ରମଣ କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଆରମ୍ଭ କରି ବିଜେପି ସଭାପତି ଜେପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଡା ମନ୍ତବ୍ୟ ଦେଇଛନ୍ତି। ଅନ୍ୟପକ୍ଷରେ, ସିଏମ ଏମ.କେ ଷ୍ଟାଲିନ ଏହି ବିବୃତ୍ତି ଉଲ୍ଲେଖ ନକରି ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଇଣ୍ଡିଆ ଉଦୟନିଧି ଷ୍ଟାଲିନ ତାମିଲନାଡ଼ୁ ସରକାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବିଜେପି ବିରୋଧୀ ମେଣ୍ଟ ମମତା ବାନାର୍ଜୀ ସନାତନ ଧର୍ମ
Share. Facebook Twitter LinkedIn Email WhatsApp Copy Link

Related Posts

ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବୀ କରି ଗର୍ଜ୍ଜନ କଲେ କଂଗ୍ରେସ ନେତା କହ୍ନେୟା କୁମାର, କହିଲେ…

June 11, 2026

କ୍ଷମତା ଗଲେ ଦଳ କାହିଁକି ଭାଙ୍ଗେ? ଭାରତୀୟ ରାଜନୀତିର ଏକ ପୁରୁଣା ପ୍ରଶ୍ନ

June 11, 2026

ଲୋକସେବା ଭବନରୁ ତଦନ୍ତ ରିପୋର୍ଟ ଚୋରୀ ଘଟଣା, କ୍ୟାପିଟଲ ଥାନାରେ ମାମଲା ରୁଜୁ

June 11, 2026

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ: ଜାଣନ୍ତୁ ସରକାରର ଐତିହାସିକ ନିଷ୍ପତ୍ତି

June 11, 2026
Latest News

ଓମାନରେ ଜାହାଜ ଉପରେ ଆକ୍ରମଣ ପରେ ଭାରତର କଡ଼ା ପ୍ରତିକ୍ରିୟା, ଆମେରିକୀୟ କୂଟନୀତିଜ୍ଞ ସମନ

June 11, 2026

ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ଉଚ୍ଛେଦ !

June 11, 2026

ଭଦ୍ରକରେ ପୋଲିସର ଏନକାଉଣ୍ଟର

June 11, 2026

ଯୁବକଙ୍କୁ ଛୁରୀ ଭୁଷି ହତ୍ୟା

June 11, 2026

ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବୀ କରି ଗର୍ଜ୍ଜନ କଲେ କଂଗ୍ରେସ ନେତା କହ୍ନେୟା କୁମାର, କହିଲେ…

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.