Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିପର୍ଯ୍ୟୟରୁ ସୁରକ୍ଷା ଦେଉଥିବା ବିଶ୍ବବ୍ୟାଙ୍କ ସହାୟତା ପ୍ରକଳ୍ପ ଉପରେ ହେଲା ବୈଠକ
ବିଶେଷ ଖବର

ବିପର୍ଯ୍ୟୟରୁ ସୁରକ୍ଷା ଦେଉଥିବା ବିଶ୍ବବ୍ୟାଙ୍କ ସହାୟତା ପ୍ରକଳ୍ପ ଉପରେ ହେଲା ବୈଠକ

September 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିପର୍ଯ୍ୟୟରୁ ସୁରକ୍ଷା
ବିପର୍ଯ୍ୟୟରୁ ସୁରକ୍ଷା ଦେଉଥିବା ବିଶ୍ବବ୍ୟାଙ୍କ ସହାୟତା ପ୍ରକଳ୍ପ ଉପରେ ହେଲା ବୈଠକ

ଭୁବନେଶ୍ଵର: ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ସଂପର୍କିତ ଓଡିଶାର ସାମର୍ଥ ଓ ସହାୟକ ବୃଦ୍ଧି ସମ୍ପର୍କରେ ବିଶ୍ୱବ୍ୟାଙ୍କ ସହାୟତା ପ୍ରକଳ୍ପ କାର୍ଯ୍ୟକାରିତା ନେଇ ବିଶ୍ୱବ୍ୟାଙ୍କ ମିଶନ ଟିମ୍ ସହ ଏକ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ, ଅର୍ଥ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ବିଶ୍ୱବ୍ୟାଙ୍କ ମିଶନ ଟିମ୍ ର ଅଧିକାରୀମାନେ ଉପସ୍ଥିତ ଥିଲେ।

ଉନ୍ନୟନ କମିଶନର ବିଶ୍ୱବ୍ୟାଙ୍କ ସହାୟତାରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗରିବ ଏବଂ ଦୁର୍ବଳ ପରିବାରମାନଙ୍କୁ ଜଳବାୟୁର ଆକସ୍ମିକ ପ୍ରଭାବରୁ ଅର୍ଥନୈତିକ ସୁରକ୍ଷା ଦେବା ପାଇଁ ଏହି ପ୍ରକଳ୍ପ ଉଦ୍ଦିଷ୍ଟ। ବିପର୍ଯ୍ୟୟ ଜନିତ ବିପଦକୁ ପରିଚାଳନା କରିବା, ସେବା ଯୋଗାଣ ଏବଂ ଯୋଜନା ପାଇଁ ଡିଜିଟାଲ ତଥ୍ୟର ଉନ୍ନତ ବ୍ୟବହାରକୁ ସୁଗମ କରିବା ଦ୍ୱାରା ଏହା ସମ୍ଭବ ହେବ।

ଭାରତ ସରକାର ୧୪.୦୭.୨୦୨୩ ରେ ବିଶ୍ୱ ବ୍ୟାଙ୍କ ସହିତ ଏହି ପ୍ରକଳ୍ପ କାର‌୍ୟ୍ୟକାରିତା ନେଇ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏହି ପ୍ରକଳ୍ପର ମୂଲ୍ୟ ପ୍ରାୟ ୧୧୮୩ କୋଟି ଏବଂ ତନ୍ମଧ୍ୟରୁ ରାଜ୍ୟ ସରକାରଙ୍କ ପାଣ୍ଠି ୩୬୭ କୋଟି ଟଙ୍କା ରହିଛି। ୫ ବର୍ଷ କାର୍ଯ୍ୟନ୍ୱୟନ ଅବଧି ରହିଥିବା ଏହି ପ୍ରଳଳ୍ପକୁ ବିଶ୍ୱବ୍ୟାଙ୍କ ୧୧.୦୮.୨୦୨୩ରୁ କାର୍ଯ୍ୟାରମ୍ଭ ଘୋଷଣା କରିଛି। ୨୭.୧୨.୨୦୨୨ରେ ରାଜ୍ୟ କ୍ୟାବିନେଟ୍ ଦ୍ୱାରା ଏହି ପ୍ରକଳ୍ପକୁ ଅନୁମୋଦନ କରାଯାଇଥିଲା।

ଏହି ପ୍ରକଳ୍ପ ରାଜ୍ୟରେ ସାମାଜିକ ସୁରକ୍ଷା ବ୍ୟବସ୍ଥାର କାର‌୍ୟ୍ୟକାରିତା ବୃଦ୍ଧି, ଓଡ଼ିଶା ରାଜ୍ୟ ବିପର‌୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସଡିଏମଏ) ମାଧ୍ୟମରେ ବିପର‌୍ୟ୍ୟୟ ବିପଦ ପରିଚାଳନା ଯୋଜନା ଏବଂ କାର୍ଯ୍ୟକ୍ରମର କାର‌୍ୟ୍ୟାନ୍ୱୟନ, ରାଜସ୍ୱ ଓ ବିପର‌୍ୟ୍ୟୟ ପଚିଚାଳନା ବିଭାଗ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଏବଂ ଅର୍ଥନୀତି ଏବଂ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ମାଧ୍ୟମରେ ଉତ୍ତମ ଡାଟା ଗୁଣବତ୍ତା ଭଳି ତିନୋଟି କ୍ଷେତ୍ରରେ ସରକାରୀ ପ୍ରୟାସକୁ ଅଧିକ ସହାୟତା କରିବ। ଏକ ସ୍ୱାଧୀନ ତଦାରଖକାରୀ ସଂସ୍ଥା ଦ୍ୱାରା ସମ୍ପୃକ୍ତ ଲାଇନ୍ ଏଜେନ୍ସିଗୁଡିକ ଦ୍ୱାରା କାର‌୍ୟ୍ୟକାରୀ ପ୍ରାପ୍ତ ଫଳାଫଳକୁ ଆକଳନ କରିବ।

ସାମାଜିକ ସୁରକ୍ଷା ସହାୟତା ପ୍ରଦାନ ବ୍ୟବସ୍ଥାକୁ ଅଧିକ ବିକଶିତ ଏବଂ କାର‌୍ୟ୍ୟକାରୀ କରିବା, ପ୍ରଚଳନ ଏବଂ ଗ୍ରହଣ ପାଇଁ ଥିବା ରାଜ୍ୟ ଡାଟା ନୀତି ମାର୍ଗଦର୍ଶିକା ଏବଂ ଡକ୍ୟୁମେଣ୍ଟେସନ୍ ର ଉପଯୋଗ ଏବଂ ପ୍ରାରମ୍ଭିକ ଚେତାବନୀ ପ୍ରସାରଣ ପ୍ରଯୁକ୍ତି ପ୍ରଣାଳୀର ପ୍ରୟୋଗ ମାଧ୍ୟମରେ ଜଳବାୟୁ ସହନଶୀଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଏହା ଯେପରି ଅଧିକ ନାଗରିକଙ୍କୁ ପହଞ୍ଚିପାରିବ, ତାହା ଏହି ପ୍ରକଳ୍ପର ବିଭିନ୍ନ ଉପାଦାନରେ ଅନ୍ତର୍ଭୁକ୍ତ।

ଉତ୍ତମ ଯୋଜନା ଏବଂ ଜଳବାୟୁ ସହନଶୀଳତା ପାଇଁ ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ପ୍ରମାଣ ଭିତ୍ତିକ ନୀତି ନିର୍ଦ୍ଧାରଣ ଏବଂ ଯୋଜନା ପାଇଁ ଡାଟାର ଡିଜିଟାଲ ଉପଲବ୍ଧି ଏବଂ ପରିଚାଳନାରେ ଉନ୍ନତି ଆଣିବା, କମ୍ପ୍ୟୁଟର ସହାୟତାପ୍ରାପ୍ତ ସର୍ବେକ୍ଷଣ ପ୍ରଯୁକ୍ତି (ସିଏପିଆଇ)ର କାର୍ଯ୍ୟକାରିତା ଉପରେ ବୈଠକରେ ଆଲୋଚନା ହୋଇଥିଲା।

ଆଗୁଆ ସତର୍କ ସୂଚନା ପ୍ରତିକ୍ରିୟା ଜାଣିବା ପାଇଁ ଉନ୍ନତ ବ୍ୟବସ୍ଥା, ବିପର୍ଯ୍ୟୟ ସମ୍ବନ୍ଧୀୟ ପ୍ରଭାବ ପୂର୍ବାନୁମାନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଗ୍ରାମ ପଂଚାୟତ ସ୍ତରରେ ବିକାଶ କାର‌୍ୟ୍ୟକ୍ରମ ସହିତ ସମନ୍ୱିତ ବିପଦ-ସୂଚିତ ଗ୍ରାମ ପଞ୍ଚାୟତ ବିପର୍ଯ୍ୟୟ ପରିଚାଳନା ଯୋଜନା (ଜିପିଡିଏମପି) ଦ୍ୱାରା ଅନ୍ତର୍ଭୁକ୍ତ ଜନସଂଖ୍ୟା, ଦକ୍ଷ ମାନବ ସମ୍ବଳ ଏବଂ ସୁବିଧା ମାଧ୍ୟମରେ ବିପର୍ଯ୍ୟୟ ପରିଚାଳନା ଏବଂ ବିପର୍ଯ୍ୟୟ ଶିକ୍ଷା ଦକ୍ଷତା ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

୨୦୨୩-୨୪ ବର୍ଷ ପାଇଁ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ଉପସ୍ଥାପନା କରାଯାଇଥିଲା। ଏହି ପ୍ରକଳ୍ପର କାର୍ଯ୍ୟକାରିତା ସଂକ୍ରାନ୍ତରେ ବିଶ୍ୱବ୍ୟାଙ୍କ ଟିମ୍ ବିଭିନ୍ନ ଅଂଶୀଦାରଙ୍କୁ ଭେଟିବେ ବୋଲି ବୈଠକରୁ ଜଣାଯାଇଛି।

ଅନୁ ଗର୍ଗ ବିଶ୍ୱବ୍ୟାଙ୍କ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.