Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଟକ ଚୌଧୁରୀ ବଜାର ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ୬ ଘଣ୍ଟା ପରେ ନିଆଁ ଆୟତ
ବିଶେଷ ଖବର

କଟକ ଚୌଧୁରୀ ବଜାର ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ୬ ଘଣ୍ଟା ପରେ ନିଆଁ ଆୟତ

September 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଟକ: ଆଜି ସକାଳେ କଟକ ଚୌଧୁରୀ ବଜାରର ଏକ ଶାଢୀ ଦୋକାନରେ ଭୟାବହ ଅଗ୍ନିକାଣ ଘଟିଯାଇଛି। ତିନୋଟି ଦମ କଳ ଲାଗି ନିଆଁକୁ ଆୟତ କରିବା କଷ୍ଟକର ହୋଇପଡିଥିଲା। ଫଳରେ ହାଇଡ୍ରୋଲିକ ଦମକଳ ସାହାଯ୍ୟରେ ଏହି ନିଆଁକୁ ଆୟତ କରାଯାଇଥିଲା। ଏହି ନିଆଁ ଯୋଗୁଁ ପୁରା ବଜାର ଧୂଆଁମୟ ହୋଇପଡିଥିଲା। ଲୋକମାନେ ଭୟଭିତ ହୋଇପଡିଥିଲେ।

ଘଟଣାରୁ ପ୍ରକାଶ ଯେ, ଆଜି ସକାଳେ ଚୌଧୁରୀ ବଜାରରେ ଏକ ପାଞ୍ଚ ମହଲା ଦୋକାନର ତଳ ମହଲାରେ ନିଆଁ ଦେଖାଯାଉଥିଲା। ଲୋକେ ଦମକଳକୁ ଫୋନ କରୁକରୁ ନିଆଁ ତୀବ୍ର ବେଗରେ ବ୍ୟାପି ଯାଇଥିଲା। ତୃତୀୟ ମହଲାରେ ଏହି ନିଆଁ ତୀବ୍ର ଆକାରର ଧାରଣ କରିଥିଲା। ସେହି ଦୋକାନରେ କେବଳ ଶାଢୀ ଥିବାରୁ ସେଥିରେ ନିଆଁ ଲାଗି ପୁରା ବଜାରକୁ ଧୂଆଁମୟ କରିଦେଇଥିଲା।

ଅଗ୍ନିଶମ ବିଭାଗର ପ୍ରଥମେ ଗୋଟିଏ ଗାଡି ପରେ ଆଉ ଗୋଟିଏ ଗାଡି ଆସି ଏହା ଲିଭାଇବାରେ ନିୟୋଜିତ ହୋଇଥିଲା। ପ୍ରଥମେ କର୍ମଚାରୀମାନେ ନିଶୁଣୀ ସାହାଯ୍ୟରେ ଉପରକୁ ଉଠି ଦୋକାନ ଗ୍ଲାସ ଭାଙ୍ଗି ଭିତରକୁ ପାଣି ପକାଇଥିଲେ। ହେଲେ ଦୀର୍ଘ ସମୟ ଧରି ତାହା ଲିଭି ନ ଥିଲା। ଏପରିକି ନିଆଁର ପ୍ରକୋପ ଅଧିକ ହେବାରୁ କର୍ମଚାରୀମାନେ ନିଶୁଣି ଉପରେ ଛିଡା ହୋଇ କିଛି କରିପାରି ନ ଥିଲେ।

ସେମାନେ ତଳକୁ ଆସି ପୁଣି ଥରେ ଦୂରରୁ ପାଣି ସ୍ପ୍ରେ କରିଥିଲେ। ତଥାପି ନିଆଁ ନ ଲିଭିବାରୁ ହାଇଡ୍ରୋଲିକ ଦମକଳକୁ ଘଟଣା ସ୍ଥଳକୁ ଅଣାଯାଇଥିଲା। ଏହା ସାହାଯ୍ୟରେ ନିଆଁକୁ ଆୟତ କରାଯାଇଥିଲା। ଏହାକୁ ଆୟତ କରିବା ପାଇଁ ପ୍ରାୟ ୬ ଘଣ୍ଟା ସମୟ ଲାଗିଯାଇଥିଲା। ତେବେ ନିଆଁର ପ୍ରକୋପ ଏପରି ଥିଲା ଯେ, ତା ପାଖ ଦୋକାନକୁ ଏହା ବ୍ୟାପିବାର ଭୟ ରହିଥିଲା। ହେଲେ ସୌଭାଗ୍ୟ ବସତଃ ତାହା ଆଉ କୁଆଡେ ମାଡି ନ ଥିଲା।

ଆସନ୍ତା ପୂଜା ପାଇଁ ଦୋକାନୀ ନୂଆ ଶାଢୀ ଆଣି ବିକ୍ରି ପାଇଁ ରଖିଥିଲେ। ତାହା ତୃତୀୟ ମହଲାରେ ମହଜୁଦ ଥିଲା। ହେଲେ ଏହି ପାଞ୍ଚ ମହଲା କୋଠାର ଏହି ତୃତୀୟ ମହଲା ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଆଉ ତଳ ଦୁଇଟି ମହଲା ଆଂଶିକ କ୍ଷତି ହୋଇଥିବାର ଜଣାପଡିଛି। ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାଁନ୍ତି। ତେବେ ଅଗ୍ନୀଶମର ତିନିଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଥିବାର ଜାଣାପଡିଛି।

fire ଅଗ୍ନିକାଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପି ନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ଗୁରୁତର ଅବସ୍ଥାରେ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି

September 29, 2026

ପୁରୀରେ ପୁଣି ଖଜା ଦୋକାନରେ ଚଢ଼ାଉ: ୫ ଭାଟି ସିଲ୍, ଘରୋଇ ଗ୍ୟାସ୍ ଜବତ

September 29, 2026

ଭାଲୁକୁଣୀ ଭସାଣରେ ଅଘଟଣ: ଝିଅଙ୍କ ଉପରେ ଖସିପଡ଼ିଲା ଡିଜେ ସାଉଣ୍ଡ ବକ୍ସ, ୭ ଗୁରୁତର

September 29, 2026

ଭାରତକୁ ପଞ୍ଚମ ସ୍ଵର୍ଣ୍ଣ: ମହିଳା ଟ୍ରାପ୍ ସୁଟିଂରେ ନୀରୁ ଧଣ୍ଡା ଜିତିଲେ ପଦକ

September 29, 2026
Latest News

ବିଜେପି ନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ଗୁରୁତର ଅବସ୍ଥାରେ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି

September 29, 2026

୯ମ ଶ୍ରେଣୀ ପାଇଁ ନୂତନ ସାମାଜିକ ବିଜ୍ଞାନ ପୁସ୍ତକ ପ୍ରକାଶ କଲା NCERT: ଜାଣନ୍ତୁ କେଉଁଠୁ କିଣିବେ?

September 29, 2026

ପୁରୀରେ ପୁଣି ଖଜା ଦୋକାନରେ ଚଢ଼ାଉ: ୫ ଭାଟି ସିଲ୍, ଘରୋଇ ଗ୍ୟାସ୍ ଜବତ

September 29, 2026

ଭାଲୁକୁଣୀ ଭସାଣରେ ଅଘଟଣ: ଝିଅଙ୍କ ଉପରେ ଖସିପଡ଼ିଲା ଡିଜେ ସାଉଣ୍ଡ ବକ୍ସ, ୭ ଗୁରୁତର

September 29, 2026

୫ଟି ସ୍ୱର୍ଣ୍ଣ ସମେତ ଭାରତର ମୋଟ ୪୭ ପଦକ: ୧୦ ଦିନ ପରେ ଜାଣନ୍ତୁ ପାକିସ୍ତାନର ସ୍ଥିତି

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.