Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମନମୋହନଙ୍କୁ ଭଦ୍ରକ ବିକାଶର ଗୋଟି ଗୋଟି କରି ହିସାବ ରଖିଲେ ବିଧାୟକ ବ୍ୟୋମକେଶ
ବିଶେଷ ଖବର

ମନମୋହନଙ୍କୁ ଭଦ୍ରକ ବିକାଶର ଗୋଟି ଗୋଟି କରି ହିସାବ ରଖିଲେ ବିଧାୟକ ବ୍ୟୋମକେଶ

October 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମନମୋହନଙ୍କୁ ଭଦ୍ରକ ବିକାଶର ଗୋଟି ଗୋଟି କରି ହିସାବ ରଖିଲେ ବିଧାୟକ ବ୍ୟୋମକେଶ

ଭୁବନେଶ୍ୱର : ବିଜେପି ସଭାପତି ମନମୋହନ ସାମଲ ଭଦ୍ରକ ବିକାଶ ନେଇ ଉଠାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ। ସେ ନିଜ ସାମାଜିକ ଗଣମାଧ୍ୟମରେ ମନମୋହନଙ୍କୁ ଜବାବ ଦେଇଛନ୍ତି।

ସେ କହିଛନ୍ତି ଯେ, ମନମୋହନ ବାବୁ, ଆମ ଜିଲ୍ଲା ଭଦ୍ରକକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟିମ୍ ଆସିବା ପରେ ବାବା ଆଖଣ୍ଡଳମଣି ମନ୍ଦିରର ପାରିପାର୍ଶ୍ୱିକ ଉନ୍ନତି କାର୍ଯ୍ୟ ଆରମ୍ଭ ହୋଇଛି। ଆପଣ ମନ୍ତ୍ରୀ ଏବଂ ବିଧାୟକ ଥିବା ସମୟରେ ମନ୍ଦିରର ବିକାଶ ପାଇଁ କେବେ ଚେଷ୍ଟା ମଧ୍ୟ କରିନଥିଲେ ବୋଲି କହିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ କଡା ଜବାବ ଦେଇ ଶ୍ରୀ ରାୟ କହିଛନ୍ତି ଯେ ଚାନ୍ଦବାଲିରୁ ଧାମରା ଯିବାକୁ ପୂର୍ବରୁ ୪ ଘଣ୍ଟା ସମୟ ଲାଗୁଥିଲା। ଏବେ ମନ୍ତେଇ ସେତୁ ନିର୍ମାଣ ଯୋଗୁଁ ମାତ୍ର ୪୫ ମିନିଟ୍ ଲାଗୁଛି। ଫଳରେ ହଜାର ହଜାର ଲୋକ ଉପକୃତ ହେଉଛନ୍ତି। ଇନଲାଣ୍ଡ ୱାଟର ୱେ ର ଯାହା ନିୟମ ରହିଛି ସେଥିରେ ସେତୁ କାମ ସମ୍ଭବ ହେଉନଥିଲା। ହେଲେ ସିଏମଓର ପ୍ରତ୍ୟକ୍ଷ ତତ୍ୱାବଧାନରେ କାମ ସମ୍ଭବ ହୋଇପାରିଥିଲା। ଭଦ୍ରକାଳୀ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି।

ନେହେରୁ ଷ୍ଟାଡିୟମ ଉନ୍ନତିକରଣ ସାଙ୍ଗକୁ ସ୍ୱିମିଂ ପୁଲ କମ୍ପେ୍ଲକ୍ସ ନିର୍ମାଣ କରାଯାଉଛି। ମନ୍ଦିରର ବିକାଶ ସାଙ୍ଗକୁ ଭଦ୍ରକରେ ଚାଲୁଥିବା ଉନ୍ନତିମୂଳକ କାର୍ଯ୍ୟକୁ ଆପଣ ବିରୋଧ କରୁଛନ୍ତି କାହିଁକି? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ଗସ୍ତ ବାବଦ ପଛର ଚିନ୍ତାଧାରା ଓ ଏ ବାବଦରେ କେତେ ଅର୍ଥ ଖର୍ଚ୍ଚ ହୋଇଛି ତାର ବିସ୍ତୃତ ତଥ୍ୟ ବିଧାନସଭାର ପବିତ୍ର ଗୃହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି।

ଯଦି ଆପଣଙ୍କ ପାଖରେ ଅଧିକ କିଛି ତଥ୍ୟ ଅଛି ତେବେ ଜନସାଧାରଣଙ୍କ ସାମ୍ନାରେ ଉପସ୍ଥାପନ କରନ୍ତୁ। ହେଲେ ଦୁର୍ଭାଗ୍ୟର କଥା ଆପଣ ଯେଉଁଭଳି ବିନା ତଥ୍ୟ ପ୍ରମାଣରେ ଭିତିହୀନ ଅଭିଯୋଗ ମାନ ଆଣୁଛନ୍ତି, ଲାଗୁଛି ଆପଣ ଜନତାଙ୍କ ସମସ୍ୟା ଦୂର ହେବା ଯୋଗୁଁ ଖୁସି ନାହାନ୍ତି। ଭଦ୍ରକବାସୀ ଏବଂ ଓଡିଶାବାସୀ ଖୁସିରେ ରହିଲେ ବୋଧେ ଆପଣଙ୍କୁ କଷ୍ଟ ହେଉଛି।

ମୁଖ୍ୟମନ୍ତ୍ରୀ ସେଥିପାଇଁ ସ୍ପଷ୍ଟ ଭାବେ କହିଛନ୍ତି, ଯିଏ ଜନତାଙ୍କ ବିକାଶକୁ ବିରୋଧ କରୁଛି ସେ ହେଉଛି ଜନବିରୋଧୀ। ଆଉ ଏଭଳି ଜନବିରୋଧୀ ନେତାଙ୍କୁ ଓଡିଶାବାସୀ ସବୁବେଳେ ଉଚିତ ଜବାବ ଦିଅନ୍ତି ବୋଲି ଶ୍ରୀ ରାୟ କହିଛନ୍ତି।

ବ୍ୟୋମକେଶ ରାୟ ମନମୋହନ ସାମଲ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

ବିଜେଡିକୁ ବଡ଼ ଝଟକା: କ୍ରସ୍ ଭୋଟିଂ ମାମଲାରେ ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.