Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ସମ୍ବାଦ’ ସଂପାଦକ ପଦରୁ ଇସ୍ତଫା ଦେଲେ ସୌମ୍ୟରଂଜନ ପଟ୍ଟନାୟକ, ତନୟାଙ୍କୁ ନିଯୁକ୍ତି
ବିଶେଷ ଖବର

‘ସମ୍ବାଦ’ ସଂପାଦକ ପଦରୁ ଇସ୍ତଫା ଦେଲେ ସୌମ୍ୟରଂଜନ ପଟ୍ଟନାୟକ, ତନୟାଙ୍କୁ ନିଯୁକ୍ତି

October 2, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
'ସମ୍ବାଦ' ସଂପାଦକରୁ ଇସ୍ତଫା ଦେଲେ ସୌମ୍ୟରଂଜନ ପଟ୍ଟନାୟକ, ତନୟାଙ୍କୁ ନିଯୁକ୍ତି

ଭୁବନେଶ୍ବର: ଓଡିଶାର ଲୋକପ୍ରିୟ ସମ୍ବାଦପତ୍ର ସମ୍ବାଦର ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତି ସୌମ୍ୟରଂଜନ ପଟ୍ଟନାୟକ। ଏ ନେଇ ସମ୍ବାଦରେ ସୂଚନା ପ୍ରଦାନ କରାଯାଇଛି। ତେବେ ସମ୍ବାଦର ନୂଆ ସଂପାଦକ ଭାବେ ତାଙ୍କ ଝିଅ ତନୟା ପଟ୍ଟନାୟକଙ୍କୁ ସେ ଦାୟିତ୍ବ ପ୍ରଦାନ କରିଛନ୍ତି। ହଠାତ ସୌମ୍ୟରଂଜନ ଏପରି କାହିଁକି ନିଷ୍ପତି ନେଲେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।

କେବଳ ସଂପାଦକ ନୁହେଁ ସେ ଇଷ୍ଟର୍ଣ୍ଣ ମିଡିଆ ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ତେବେ ଇସ୍ତଫାର କାରଣ ସଂପର୍କରେ କୁହାଯାଇଛି ଯେ, ବ୍ୟକ୍ତିଗତ କାରଣ। ହେଲେ କଣ ବ୍ୟକ୍ତିଗତ କାରଣ ତାହା ଉଲ୍ଲେଖ କରାଯାଇ ନାହିଁ। କେବେଳ ସୌମ୍ୟରଂଜନ ଇସ୍ତଫା ଦେଲେ, କଂପାନୀର ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଦାୟିତ୍ବ ନେଲେ ବୋଲି ଚାରିଧାଡିଆ ଖବର ସମ୍ବାଦରେ ପ୍ରକାଶ ପାଇଛି।

ତେବେ ଆଶ୍ଚର୍ଯ୍ୟର କଥା ହେଲା ଯେ, ଆସନ୍ତାକାଲି ସମ୍ବାଦର 40 ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ବରରେ ଏକ ବଡ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ସେଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନୁରାଗ ଠାକୁର ଯୋଗଦେଉଛନ୍ତି। ତା ପୂର୍ବରୁ ସୌମ୍ୟରଂଜନ ଏପରି ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ସେହିପରି ରାଜନୈତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସେ ବର୍ତ୍ତମାନ ବିଜେଡିରୁ ବହିସ୍କାର ହୋଇଛନ୍ତି। ଏପରିକି କର୍ମଚାରୀଙ୍କ ନାମରେ ଜାଲିଆତି କରି ଋଣ ନେବା ଅଭିଯୋଗରେ ଇଓଡବ୍ଲୁ ସମ୍ବାଦ କାର୍ଯ୍ୟାଳୟ ଚଢାଉ କରିଛି। ଏହି ବିବାଦରେ ଛନ୍ଦି ହୋଇପଡିଛନ୍ତି ସୌମ୍ୟରଂଜନ। ବର୍ତ୍ତମାନ ତାହା ତଦନ୍ତ ଚାଲିଥିବା ବେଳେ ସୌମ୍ୟ ରଂଜନ ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତି।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ସୌମ୍ୟ ରଂଜନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଇରାନରେ ପରମାଣୁ ବିକିରଣ ବ୍ୟାପିଲେ କେତେ ଦେଶ ବିପଦରେ ପଡ଼ିବେ?: ଜାଣନ୍ତୁ ସବିକିଛି

March 3, 2026

ୟୁଏଇରେ ଫସି ରହିଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି: ଜାଣନ୍ତୁ ଦୂତାବାସ କ’ଣ କହିଛି?

March 3, 2026

ଜାନୁଆରୀ-୨୦୨୬ ଶିକ୍ଷାସତ୍ର ପାଇଁ ଇଗ୍ନୋର ନାମଲେଖା ଅବଧି ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି

March 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍: ଐତିହାସିକ ବିଶ୍ୱ ଘୋଷଣାନାମା ଏବଂ ଏଆଇ କ୍ଷେତ୍ରରେ ପ୍ରମୁଖ ନିବେଶ ପ୍ରତିଶ୍ରୁତି

March 3, 2026
Latest News

ଇରାନରେ ପରମାଣୁ ବିକିରଣ ବ୍ୟାପିଲେ କେତେ ଦେଶ ବିପଦରେ ପଡ଼ିବେ?: ଜାଣନ୍ତୁ ସବିକିଛି

March 3, 2026

ୟୁଏଇରେ ଫସି ରହିଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି: ଜାଣନ୍ତୁ ଦୂତାବାସ କ’ଣ କହିଛି?

March 3, 2026

ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣ ମଧ୍ୟରେ ଇରାନରେ ଭୂମିକମ୍ପ

March 3, 2026

ଏହି ଦେଶରେ ଶକ୍ତିଶାଳୀ ଭୂମିକମ୍ପ!: ୬.୨ ତୀବ୍ରତାରେ ଥରିଲା ଧରିତ୍ରୀ

March 3, 2026

କାହିଁକି ୨୦୨୬ ଟି୨୦ ବିଶ୍ୱକପ୍ ଜିତିପାରିବ ନାହିଁ ଟିମ୍ ଇଣ୍ଡିଆ?: ଏହି ୩ ଟି କାରଣ ବଢାଇଛି ଚିନ୍ତା

March 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.