Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»NCP କାହାର?: ଆଜି ଶୁଣାଣି କରିବେ ନିର୍ବାଚନ ଆୟୋଗ, ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ପାଇଁ ବଡ ଦିନ
ବିଶେଷ ଖବର

NCP କାହାର?: ଆଜି ଶୁଣାଣି କରିବେ ନିର୍ବାଚନ ଆୟୋଗ, ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ପାଇଁ ବଡ ଦିନ

October 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ର ନାମ ତଥା ନିର୍ବାଚନ ଚିହ୍ନ ଉପରେ ଦାବି ସମ୍ପର୍କରେ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ଦଳ ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଆଜି ନିର୍ବାଚନ ଆୟୋଗ ଶୁଣାଣି କରିବାକୁ ଯାଉଛନ୍ତି। ଅଜିତ ପାୱାର ଭାରତ ଜନତା ପାର୍ଟି (ବିଜେପି) ସରକାରରେ ଯୋଗଦେବା ପରେ ଏହି ସମଗ୍ର ବିବାଦ ଆରମ୍ଭ ହୋଇଥିଲା। ଏହା ପରେ ଅଜିତ ମଧ୍ୟ ଏନସିପି ଉପରେ ନିଜର ଦାବି ରଖିଥିଲେ।

ପୁତୁରାଙ୍କ ଏହି ପଦକ୍ଷେପ ବିରୋଧରେ ଦାଦା ଶରଦ ପାୱାର ନିର୍ବାଚନ ଆୟୋଗଙ୍କ ନିକଟକୁ ଯାଇଥିଲେ। ବର୍ତ୍ତମାନ ଉଭୟ ଗୋଷ୍ଠୀଙ୍କୁ ନିର୍ବାଚନ ଆୟୋଗଙ୍କ ନିକଟରେ ନିଜର ମତ ଉପସ୍ଥାପନ କରିବାକୁ ପଡିବ। ଏହାପୂର୍ବରୁ ନିର୍ବାଚନ ଆୟୋଗ ଶରଦ ପାୱାର ଗୋଷ୍ଠୀ ବିରୋଧରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଅଜିତ ପାୱାର ଦଳ ଦ୍ଵାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ, ଅଜିତ ପାୱାରଙ୍କୁ ଏନସିପି ସଭାପତି ଘୋଷିତ କରାଯିବା ଉଚିତ ଏବଂ ନିର୍ବାଚନ ଚିହ୍ନ ଆଦେଶ, ୧୯୬୮ ଅନୁଯାୟୀ ପାର୍ଟି ଚିହ୍ନ ମଧ୍ୟ ବଣ୍ଟନ କରାଯିବା ଉଚିତ।

ଏହି ପ୍ରସଙ୍ଗରେ ଶରଦ ପାୱାର କହିଛନ୍ତି ଯେ, ଏନସିପି କିଏ ପ୍ରତିଷ୍ଠା କରିଛି ଏବଂ ପାରତି କାହାର ବୋଲି ସମସ୍ତେ ଭଲଭାବେ ଜାଣିଛନ୍ତି। ଏହା ପରେ ମଧ୍ୟ ଦଳକୁ ନିଜ ହାତ ମୁଠାକୁ ନେବା ପାଇଁ ଉଦ୍ୟମ କରାଯାଉଛି। ନିଷ୍ପତ୍ତି ଯାହା ବି ହୋଇପାରେ, ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। କାରଣ ମୁଁ ବିଭିନ୍ନ ଚିହ୍ନ ଉପରେ ଅନେକ ଥର ପ୍ରତିଦ୍ୱନ୍ଦ୍ୱିତା କରି ଜିତିଛି। ଏଥି ସହ ଅଜିତ ପାୱାର କହିଛନ୍ତି ଯେ, ନିର୍ବାଚନ ଆୟୋଗ ଯାହା ନିଷ୍ପତ୍ତି ନେବେ ତାହା ଗ୍ରହଣ କରାଯିବ।

ସମ୍ପୂର୍ଣ୍ଣ ଘଟଣା ଜାଣନ୍ତୁ:

ନଭେମ୍ବର ୨୦୧୯ ରେ ବିଜେପି ସହ ସରକାର ଗଠନ କରିବାରେ ତାଙ୍କର ଅସଫଳ ଉଦ୍ୟମ ପରେ ଶରଦ ପାୱାର ଅଜିତ ପାୱାରଙ୍କୁ ସମ୍ପୂର୍ଣ୍ଣ ଭାବେ ଅଲଗା କରିଦେଇଥିଲେ।

ଜୁଲାଇ ୨ ତାରିଖ ୨୦୨୩ରେ ଅଜିତ ପାୱାର ଶିବସେନା (ସିନ୍ଦେ ଗ୍ରୁପ୍) + ବିଜେପି ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ (ମୋଟ ୩୭ ଏନସିପି ବିଧାୟକ ମେଣ୍ଟରେ ଯୋଗ ଦେଇଥିଲେ)।

ଜୁଲାଇ ୫ ତାରିଖ ୨୦୨୩ରେ ନିର୍ବାଚନ ଆୟୋଗ ଅଜିତ ପାୱାରଙ୍କ ଠାରୁ ଦଳର ନିର୍ବାଚନ ଚିହ୍ନ ଏବଂ ତାଙ୍କ ଦଳର ସାଂସଦ ତଥା ବିଧାୟକଙ୍କ ସମର୍ଥନରେ ୪୦ ଟି ଆଫିଡେଭିଟ୍ ଗ୍ରହଣ କରିଥିଲେ (ଏହି ଚିଠି ଜୁନ୍ ୩୦ ତାରିଖରେ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯାଇଥିଲା)।

ncp ଅଜିତ ପାୱାର ନିର୍ବାଚନ ଆୟୋଗ ବିଜେପି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଶରଦ ପାୱାର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି, ମେଡିକାଲ ଇଂଜିନିୟରିଂ ନାମଲେଖାରେ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ

April 5, 2026

ପଶ୍ଚିମ ଏସିଆର ପରିସ୍ଥିତି ନେଇ ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଅପଡେଟ୍

April 5, 2026

ପୂର୍ତ୍ତ ବିଭାଗ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

April 5, 2026

ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

April 4, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.