Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜି ଆଉ ୧୩ ଟି ସହରରେ ୨୪ ଘଣ୍ଟିଆ ଜଳ ଯୋଗାଣ ସୁବିଧାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ଆଜି ଆଉ ୧୩ ଟି ସହରରେ ୨୪ ଘଣ୍ଟିଆ ଜଳ ଯୋଗାଣ ସୁବିଧାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

October 9, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନର ୩ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶାର ୫ଟି ସହର ସମେତ ଅନ୍ୟ ୧୩ଟି ସହରର ୧୪୯ଟି ୱାର୍ଡରେ ୨୪ ଘଣ୍ଟିଆ ଜଳ ଯୋଗାଣ ସୁବିଧାର ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମରେ ଜନସାଧାରଣ ଟ୍ୟାପରୁ ସିଧାସଳଖ ବିଶୁଦ୍ଧ ପିଇବା ପାଣି ପାଇପାରୁଛନ୍ତି। ଏଥିରେ ଟ୍ୟାପ ପାଣିକୁ ଫିଲ୍‌ଟର କରିବାର ଆବଶ୍ୟକ ନାହିଁ।

ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଜଳ ଅମୂଲ୍ୟ। ପ୍ରତିଟି ଜଳବିନ୍ଦୁରେ ରହିଛି ଜୀବନ। ତେଣୁ ସମସ୍ତଙ୍କୁ ଭଲ ପିଇବା ପାଣି ଯୋଗାଇବା ଆମ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ଲକ୍ଷ୍ୟ। ଓଡିଶା ଆଜି ରୂପାନ୍ତର ପଥରେ ସଫଳତା ସହ ଆଗେଇ ଚାଲିଛି। ୫-ଟି ଉପକ୍ରମ ପ୍ରୟୋଗରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ଆଜି ସାରା ଦେଶ ପାଇଁ ଓଡିଶା ଏକ ମଡେଲ ହୋଇଛି। ଆମ ଜଳସାଥୀ ମା’ ମାନଙ୍କ ସଫଳତା ମଧ୍ୟ ଆଜି ଅନ୍ୟମାନଙ୍କ ପାଇଁ ମଡେଲ ହୋଇଛି। ପ୍ରେରଣାଦାୟୀ ସଫଳ କାହାଣୀ ହୋଇଛି। ସହରାଞ୍ଚଳ ଜଳଯୋଗାଣ କ୍ଷେତ୍ରରେ ଆମ ମିଶନ ଶକ୍ତି ମା’ ମାନେ, ଜଳସାଥୀମାନେ ବହୁତ ଭଲ କାମ କରୁଛନ୍ତି। ଆହୁରି ମଧ୍ୟ ୱାଟକୋ ତା’ର ଉତ୍ସର୍ଗିକୃତ ଉଦ୍ୟମ ବଳରେ ଓଡିଶାର ଜଳଯୋଗାଣ କ୍ଷେତ୍ରରେ ବ୍ୟାପକ ରୂପାନ୍ତର ଆଣି ଆମ ଦେଶ ତଥା ଅନ୍ୟାନ୍ୟ ପ୍ରଗତିଶୀଳ ଦେଶମାନଙ୍କ ମଧ୍ୟରେ ପାନୀୟ ଜଳଯୋଗାଣ କ୍ଷେତ୍ରରେ ଏକ ନୂତନ ବେଞ୍ଚମାର୍କ ସ୍ଥାପନ ପାଇଁ କାର୍ଯ୍ୟ ଜାରି ରଖି ରାଜ୍ୟକୁ ଗୌରାବନ୍ୱିତ କରୁଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।

ସୂଚନାଯୋଗ୍ୟ ଯେ ଆଜି ମୁଖ୍ୟମନ୍ତ୍ରୀ ୫ଟି ସହର ଯଥା- ରାଇରଙ୍ଗପୁର, ଚମ୍ପୁଆ, ବୀରମିତ୍ରପୁର, ରାଜଗାଙ୍ଗପୁର ଓ ନିମାପଡାକୁ ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ ସୁବିଧାର ଶୁଭାରମ୍ଭ କରିଛନ୍ତି। ଏସବୁ ସହରଗୁଡିକର ପ୍ରାୟ ୩୦ ହଜାର ପରିବାରର ୧.୮୦ ଲକ୍ଷ ଲୋକ ଏହା ଦ୍ୱାରା ଉପକୃତ ହେବେ । ସେହିପରି ୧୩ଟି ପୌରାଞ୍ଚଳ ଯଥା- ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସୁନ୍ଦରଗଡ, କେନ୍ଦୁଝର, ବ୍ୟାସନଗର, ଖୋର୍ଦ୍ଧା, ଜଟଣୀ, ଆନନ୍ଦପୁର, ଯୋଡା, ବଡବିଲ ଏବଂ ହିଞ୍ଜଳିକାଟୁର ୧୪୯ଟି ୱାର୍ଡ ପାଇଁ ଏହି ସୁବିଧା ଆରମ୍ଭ କରାଯାଇଛି। ଏସବୁ ୱାର୍ଡର ପ୍ରାୟ ୧୦.୫୦ ଲକ୍ଷ ଜନସାଧାରଣ ଏହା ଦ୍ୱାରା ଉପକୃତ ହେବେ। ୨ ଲକ୍ଷରୁ ଉର୍ଦ୍ଧ୍ୱ ପରିବାରଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ସୁବିଧା ମିଳିବ। ଏହି ୧୩ଟି ପୌରାଞ୍ଚଳର ଅବଶିଷ୍ଟ ୱାର୍ଡମାନଙ୍କୁ ଜଳଯୋଗାଣ ପାଇଁ କାର୍ଯ୍ୟ ଜାରି ରହିଛି ଏବଂ ଖୁବ୍ ଶୀଘ୍ର ଏସବୁ ୱାର୍ଡବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କହିଲେ ଯେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳଯୋଗାଣ ଦ୍ୱାରା ଗରିବ ଓ ଦୁର୍ବଳ ଅର୍ଥନୈତିକ ବର୍ଗର ଲୋକମାନେ ବିଶେଷ ଉପକୃତ ହେବେ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଓଡିଶା ଆଜି ଅନ୍ୟ ରାଜ୍ୟ ଓ ଦେଶମାନଙ୍କ ପାଇଁ ଆଦର୍ଶ ହୋଇ ପାରିଛି।

ଯୁକ୍ତରାଜ୍ୟ ଇଂଲଣ୍ଡର ଆନ୍ତର୍ଜାତିକ ଜଳସଂଘ (International Water Association)ର Executive Director Dr. Kalanithy Vairavmoorthy ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଲେ ଯେ ଓଡିଶାରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମ ଏକ ଅନନ୍ୟ ଉଦାହରଣ। ତାଙ୍କ ଜୀବନକାଳ ମଧ୍ୟରେ ଭାରତରେ ଏଭଳି ବ୍ୟବସ୍ଥା ହୋଇପାରିବ ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ। ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ଦୃଢ ରାଜନୈତିକ ଓ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁ ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଟେକ୍‌ନଲୋଜିର ପ୍ରୟୋଗଯୋଗୁ ଏହା ଅଧିକ ସଫଳ ହୋଇପାରିଛି ବୋଲି ମତଦେଇ ସେ କହିଲେ ଯେ ଓଡିଶାର ସଫଳତା କାହାଣୀ ବିଷୟରେ ଅନ୍ୟ ରାଜ୍ୟର, ଅନ୍ୟ ଦେଶର ଲୋକ ଜାଣିବାର ବହୁତ ଆବଶ୍ୟକତା ରହିଛି।

ମୟୂରଭଞ୍ଜର ରାଇରଙ୍ଗପୁର ଓ ସୁନ୍ଦରଗଡର ବୀରମିତ୍ରପୁର ସହରର ଜଳସାଥୀ ଇନ୍ଦୁମତୀ ମହାନ୍ତ ଓ ରଶ୍ମୀତା ସାହୁ ପ୍ରମୁଖ ଭିଡିଓ କନ୍‌ଫରେନ୍ସ ଜରିଆରେ କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ। ସେମାନେ କହିଥିଲେ ଯେ ପୂର୍ବରୁ ଦିନକୁ ମାତ୍ର ୨ଥର ପାଣି ଆସୁଥିବା ବେଳେ ବର୍ତ୍ତମାନ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ସମସ୍ତଙ୍କ ମୁହଁରେ ହସ ଆଣି ଦେଇଛି।

କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ଜି. ମାଥି ଭାଥାନନ୍ ସ୍ୱାଗତ ଭାଷଣ ଦେଇଥିଲେ। ୱାଟକୋର Chief Executive Officer ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ, ସାଂସଦ, ବିଧାୟକ ତଥା ଜିଲ୍ଲାପାଳମାନେ କାର୍ଯକ୍ରମରେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ।

ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ବିସ୍ଫୋରଣ ମାମଲାରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଅଲ୍ ଫଲାହ ଟ୍ରଷ୍ଟ ସହିତ ଜଡିତ ୨୪ ଟି ସ୍ଥାନରେ ଚଢାଉ

November 18, 2025

Flight Fare Hike Case: ବିମାନ ଟିକେଟ ବୃଦ୍ଧି ନେଇ ସରକାରଙ୍କୁ ନୋଟିସ କଲେ ସୁପ୍ରିମକୋର୍ଟ

November 18, 2025

ଓଡିଆ ସଂଗୀତ ଜଗତ ପାଇଁ ଦୁଃଖ ଖବର, ଶେଷ ନିଃଶ୍ବାସ ତ୍ୟାଗ କଲେ ହ୍ୟୁମାନ ସାଗର

November 17, 2025

ନୂଆପଡା ଉପନିର୍ବାଚନକୁ ନେଇ ବିସ୍ପୋରକ କଥା କହିଲେ କଂଗ୍ରେସ ସଭାପତି ଭକ୍ତ ଦାସ

November 17, 2025
Latest News

India-USA LPG Deal: ଶେଷରେ ଆମେରିକାରୁ ଗ୍ୟାସ ଆଣିବା ପାଇଁ ଚୁକ୍ତି କଲା ଭାରତ

November 18, 2025

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଆନ୍ଧ୍ରପ୍ରଦେଶ ଗସ୍ତ: ସତ୍ୟସାଇ ବାବାଙ୍କ ଶତବାର୍ଷିକୀ ସମାରୋହରେ ଦେବେ ଯୋଗ

November 18, 2025

ଜଳସୀମାରେ ବେଆଇନ ପ୍ରବେଶ କରିଥିବା ୧୯ ବାଂଲାଦେଶୀଙ୍କୁ ଗିରଫ କଲା ଭାରତୀୟ ତଟରକ୍ଷୀ ବାହିନୀ

November 18, 2025

ଚତୁର୍ଥ ପ୍ରାକ୍-ବଜେଟ୍ ପରାମର୍ଶର ଅଧ୍ୟକ୍ଷତା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

November 18, 2025

ପ୍ରଦାନ ହେଲା ଅକ୍ଷୟ ସାହିତ୍ୟ ଓ ସଂଗୀତ ସମ୍ମାନ, ଜାଣନ୍ତୁ କାହାକୁ ମିଳିଲା ପୁରସ୍କାର

November 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.