Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୁନର୍ବାସ ହୋଇଥିବା ସାତଭାୟାର ୫୭୧ ପରିବାର ସ୍ଥାନକୁ କରାଯିବ ଏକ ଆଦର୍ଶ ବସତି
ବିଶେଷ ଖବର

ପୁନର୍ବାସ ହୋଇଥିବା ସାତଭାୟାର ୫୭୧ ପରିବାର ସ୍ଥାନକୁ କରାଯିବ ଏକ ଆଦର୍ଶ ବସତି

October 13, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପୁନର୍ବାସ ହୋଇଥିବା ସାତଭାୟାର ୫୭୧ ପରିବାର ସ୍ଥାନକୁ କରାଯିବ ଏକ ଆଦର୍ଶ ବସତି

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ଜୁଆର ଓ ଝଡ଼ ପ୍ରଭାବରେ ସମାୟାନୁକ୍ରମେ ପ୍ରଭାବିତ ବଙ୍ଗୋପସାଗର କୂଳରେ ଥିବା କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ଗ୍ରାମର ୫୭୧ ପରିବାରକୁ ବଗପାଟିଆଠାରେ ପୁନର୍ବାସ କଲୋନୀରେ ଥଇଥାନ କରାଯାଇଛି। ବଗପାଟିଆ ପୁନର୍ବାସ ପ୍ରକଳ୍ପର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରୟାସ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ନାବାର୍ଡ ପକ୍ଷରୁ ସମ୍ଭାବ୍ୟ ସହଯୋଗ ସମ୍ପର୍କିତ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା।

ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ତଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ଓସଡମାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ଞାନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ବଗପାଟିଆ ଥଇଥାନ କଲୋନୀରେ ରାଜ୍ୟ ସରକାରଙ୍କ ତରଫରୁ ବିଜୁ ପକ୍କା ଘର ଯୋଜନାରେ ୫୭୧ ଟି ଘର , ୪ ଟି ଅଙ୍ଗନବାଡି କେନ୍ଦ୍ର, ଗୋଟିଏ ପ୍ରାଥମିକ ସ୍କୁଲ, ଗୋଟିଏ ହାଇସ୍କୁଲ, ଗୋଟିଏ ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ଗୋଟିଏ ପୋଷ୍ଟ ଅଫିସ, ୬୩ କେ.ଭି.ଏ କ୍ଷମତା ବିଶିଷ୍ଟ ୪ ଟି ଟ୍ରାନସଫରମର ସ୍ଥାପନ ଯାଇଛି। ୧୫୦୦ ଲୋକଙ୍କ ପାଇଁ ବାତ୍ୟା ଆଶ୍ରୟ ସ୍ଥଳ, ୨ ଟି ଶ୍ମଶାନ, ପଞ୍ଚୁ ବରାହୀ ମନ୍ଦିରର ବିକାଶ ପାଇଁ ପଦକ୍ଷେପ, କମ୍ୟୁନିଟି ସେଣ୍ଟର ଓ କଲ୍ୟାଣ ମଣ୍ଡପ ବ୍ୟବସ୍ଥା ଆଦି କରାଯାଇଛି।

ସମସ୍ତ ଗଳିକୁ ଆଲୋକୀକରଣ କରାଯିବାର ବ୍ୟବସ୍ଥା ରହିଛି। ଆଗକୁ ସଂଲଗ୍ନ ବନ୍ଧର ସୁଦୃଢୀକରଣ, ଖେଳ ପଡିଆ ନିର୍ମାଣ, ପଂଚାୟତ ଗୃହ ନିର୍ମାଣ, ମନ୍ଦିରର ପରିପାଶ୍ୱିକ ବିକାଶ, ବିଦ୍ୟୁତ ଲାଇନର ଉନ୍ନତି କରଣ ଓ ବାସିନ୍ଦା ପରିବାରକୁ ଗୋପାଳନ, ଛେଳିପାଳନ,ମାଛ ଚାଷ ଆଦି ଜିବିକା ନିର୍ବାହରେ ସହାୟତା ପ୍ରୋସାହନ ଦିଆଯିବାର ବ୍ୟବସ୍ଥା କରାଯାଉଛି।

ଥଇଥାନ ହୋଇଥିବା ପରିବାରଗୁଡିକ ଯେପରି ଅର୍ଥପୂର୍ଣ୍ଣ ଓ ସମ୍ମାନଜନକ ଭାବେ ଜୀବିକା ନିର୍ବାହର ସୁଯୋଗ ପାଇବେ, ଚାଷ ଓ ଚାଷ ବ୍ୟତିରେକ ଅନ୍ୟାନ୍ୟ ବ୍ୟବସ୍ଥାରେ ଜୀବିକାର୍ଜନ କରିବେ ସେଥିପାଇଁ ଆନୁଷଙ୍ଗିକ ସୁବିଧା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସେମାନଙ୍କୁ ପଟ୍ଟା ଓ ଚାଷ ଜମି ବଣ୍ଟନ, ସେମାନଙ୍କର ପିଲାମାନଙ୍କ ପାଇଁ ଉତ୍ତମ ଶିକ୍ଷା ସୁବିଧା,ଉତ୍ତମ ସଡ଼କ ଓ ଯୋଗାଯୋଗ,ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମି ଆବଶ୍ୟକତା ପୂରଣ ପାଇଁ ଆଜି ନାବାର୍ଡ ତରଫରୁ ଆଗତ ପ୍ରସ୍ତାବରେ ଉପସ୍ଥାପନ କରାଯାଇଥିଲା।

ଏଭଳି ସ୍ଥିତି ଥିବା ଦେଶ ଏବଂ ବିଶ୍ୱର ଅନ୍ୟ ସ୍ଥାନରେ ଜଳବାୟୁ ସହନଶୀଳ ପଦକ୍ଷେପ ସମ୍ପର୍କରେ କି କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ମଧ୍ୟ ଉପସ୍ଥାପନ କରାଯାଇଥିଲା।

ଜୁଆର ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ସମୁଦ୍ରତଟର କ୍ଷୟ ରୋକିବା ଦିଗରେ ବ୍ୟାପକ ହେନ୍ତାଳ ବନ ଓ ଝାଉଁ ବୃକ୍ଷ ରୋପଣ, ଅପ୍ପ ଉଚ୍ଚତା ବିଶିଷ୍ଟ ନଡିଆ ଗଛ, ସପେଟା ଜାତୀୟ ବୃକ୍ଷ ଚାରା ରୋପଣ ଉପରେ ଗୁରୁତ୍ୱ ଦିଆଯାଇଛି। ମାଛ ଜେଟୀ, ଶୀତଳ ଭଣ୍ଡାର ସହ ମାଛ ରଖିବା କେନ୍ଦ୍ର, ଲୋକମାନଙ୍କୁ ମତ୍ସ୍ୟ ଡଙ୍ଗା ମରାମତି, ବଢ଼େଇ କାମ, ପୋଷାକ ମରାମତି, ସେମାନଙ୍କର ଶିକ୍ଷା,ସ୍ୱାସ୍ଥ୍ୟ,ପାନୀୟ ଜଳ ଓ ଜୀବିକାର୍ଜନ ସୁବିଧା ପ୍ରମୁଖ ପ୍ରସଙ୍ଗ ରହିଛି।

ସେଠାରେ ଆନ୍ତଃ ରାସ୍ତା ଓ ଡ୍ରେନେଜ ବ୍ୟବସ୍ଥାର ନିର୍ମାଣ ଓ ଅନ୍ୟ ଏକ ବାତ୍ୟା ଶ୍ରୟ ସ୍ଥଳ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କ ସହିତ ନାବାର୍ଡ ସହଯୋଗ କରି ନାବାଡର ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ସହାୟତାରେ ଉନ୍ନୟନ କାର‌୍ୟ୍ୟରେ ସହଯୋଗ କରିବ।

ବଗପାଟିଆ ପୁନର୍ବାସ କଲୋନୀକୁ ଏକ ଆଦର୍ଶ ବସିତି ଭାବେ ପରିଣତ କରାଯାଇ ଏହା ଯେପରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉଦାହରଣ ସୃଷ୍ଟି କରିବ। ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେବା ସହ ନାବାର୍ଡ କର୍ତ୍ତୃପକ୍ଷକୁ ସବିଶେଷ ଡିପିଆର ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି। ଆରସିଡିସି,ଟିପିସିଓଡିଏଲ୍, ନାବାର୍ଡ ମିଳିତ ସହଯୋଗରେ ବଗପାଟିଆରେ ବିଦ୍ୟୁତ୍ ଭିତ୍ତିଭୂମିର ସୁଦୃଢୀକରଣ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି ।

 

ପ୍ରଦୀପ ଜେନା ବଗପାଟିଆ ସାତଭାୟା ସାତଭାୟା ବଗପାଟିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.