Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଇଓସି ଅଧିବେଶନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଜିଓ ୱାର୍ଲଡ ସେଣ୍ଟରରେ ପ୍ରସ୍ତୁତି ଚୂଡାନ୍ତ
ବିଶେଷ ଖବର

ଆଇଓସି ଅଧିବେଶନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଜିଓ ୱାର୍ଲଡ ସେଣ୍ଟରରେ ପ୍ରସ୍ତୁତି ଚୂଡାନ୍ତ

October 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ଜି-୨୦ ର ସଫଳ ଆୟୋଜନ ପରେ ବର୍ତ୍ତମାନ ଭାରତରେ ଆଉ ଏକ ଆନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଆନ୍ତର୍ଜାତିକ ଅଲମ୍ପିକ୍ କମିଟି (ଆଇଓସି) ର ୧୪୧ ତମ ଅଧିବେଶନ ୧୫ ରୁ ୧୭ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଅନୁଷ୍ଠିତ ହେବ। ଅକ୍ଟୋବର ୧୪ ତାରିଖ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଆଇଓସି ଅଧିବେଶନ ଉଦଘାଟିତ ହେବ। ଏହା ବ୍ୟତୀତ କ୍ରୀଡା ସହ ଜଡିତ ଭାରତ ତଥା ବିଦେଶର ବହୁ ସେଲିବ୍ରିଟି ଏଥିରେ ଅଂଶଗ୍ରହଣ କରିବେ।

ଏହି ଅଧିବେଶନରେ କାତାର, ଜୋର୍ଡାନ, ମୋନାକୋ, ଲକ୍ସମବର୍ଗ ଏବଂ ଭୁଟାନର ରାଷ୍ଟ୍ରମୁଖ୍ୟମାନଙ୍କ ସମେତ ଗ୍ରେଟର ବ୍ରିଟେନ ଏବଂ ଲିଚଟେଷ୍ଟାଇନ୍‌ର ରାଜ ପରିବାରର ସଦସ୍ୟମାନେ ଉପସ୍ଥିତ ରହିବେ। ଏତଦ ବ୍ୟତୀତ ସାତଥର ଅଲିମ୍ପିକ୍ ସନ୍ତରଣ ପଦକ ବିଜେତା କିର୍ଷ୍ଟି କୋଭେନଟ୍ରି, ଦୁଇଥର ଅଲିମ୍ପିକ୍ ପୋଲ୍ ଭଲ୍ଟ ସ୍ୱର୍ଣ୍ଣ ପଦକ ବିଜେତା ୟେଲେନା ଇସେନବାଏଭା, ଦୁଇଥର ଅଲିମ୍ପିକ୍ ୧୦,୦୦୦ ମିଟର ରୌପ୍ୟ ପଦକ ବିଜେତା ତଥା କେନିଆର ଜାତୀୟ ଅଲିମ୍ପିକ୍ କମିଟି ସଭାପତି ପଲ୍ ଟର୍ଗଟ୍‌, ଅଲିମ୍ପିକ୍ ପୋଲ୍ ଭଲ୍ଟ ସ୍ୱର୍ଣ୍ଣ ପଦକ ବିଜେତା ସରୋଜ ବୁବ୍କା ଏବଂ ଅଲିମ୍ପିକ୍ ସୁଟିଂ ଚାମ୍ପିଅନ୍ ଅଭିନ୍ୱ ବିନ୍ଦ୍ରା। ଏଥିସହିତ ଅଲିମ୍ପିକ୍ ୧୫୦୦ ମିଟର ଚାମ୍ପିଅନ୍ ତଥା ବିଶ୍ୱ ଆଥଲେଟିକ୍ସ ସଭାପତି ସେବାଷ୍ଟିଆନ୍ କୋଏ ଏବଂ ଫିଫା ସଭାପତି ଜିଆନି ଇନଫେଣ୍ଟିନୋ ମଧ୍ୟ ଉପସ୍ଥିତ ରହିବେ। ଆନ୍ତର୍ଜାତିକ ଅଲମ୍ପିକ୍ କମିଟି (ଆଇଓସି) ସଭାପତି ଥୋମାସ ବାକ୍‌, ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ତଥା ବିଭିନ୍ନ କ୍ରୀଡା ମହାସଂଘର ପ୍ରତିନିଧିଗଣ ଏହି ଅଧିବେଶନରେ ଅଂଶଗ୍ରହଣ କରିବେ।

ସୂଚନା ଯୋଗ୍ୟ ଯେ ଫେବୃଆରୀ ୨୦୨୨ ରେ ଚୀନ୍‌ର ରାଜଧାନୀ ବେଜିଂରେ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଆଇଓସି ଅଧିବେଶନ ପାଇଁ ବିଡ଼ିଙ୍ଗ କରାଯାଇଥିଲା । ଏହି ଐତିହାସିକ ବୈଠକରେ ଭାରତ ସପକ୍ଷରେ ୭୫ ଭୋଟ ମିଳିଥିବାବେଳେ ବିପକ୍ଷରେ ମାତ୍ର ଗୋଟିଏ ଭୋଟ ପଡିଥିଲା । ଭାରତରେ ଦୀର୍ଘ ୪୦ ବର୍ଷ ପରେ ଏହି ଆଇଓସି ଅଧିବେଶନ ଅନୁଷ୍ଠିତ ହେଉଥିବାରୁ ଏହା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆକଳନ କରାଯାଇପାରିବ ।

ଆଇଓସି ଅଧିବେଶନ ହେଉଛି ସର୍ବୋଚ୍ଚ ସଂସ୍ଥା ଯାହା ଅଲିମ୍ପିକ୍ ଗେମ୍ସ ଉପରେ ନିଷ୍ପତ୍ତି ନିଏ । ଏଥିରେ ଅଲିମ୍ପିକ୍ ଚାର୍ଟର ଗ୍ରହଣ କିମ୍ବା ସଂଶୋଧନ, ଆଇଓସି ସଦସ୍ୟ ଏବଂ ପଦାଧିକାରୀଙ୍କ ଚୟନ କରିବା ଏବଂ ଅଲିମ୍ପିକ୍ସର ଆୟୋଜକ ସହର ବାଛିବା ଅନ୍ତର୍ଭୁକ୍ତ । ଉଦାହରଣ ସ୍ୱରୂପ, ଅଲିମ୍ପିକ୍ସରେ କ୍ରିକେଟ୍ ଅନ୍ତର୍ଭୁକ୍ତ କରିବା ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି ଏବଂ ଯଦି ଏହାକୁ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ ଗେମ୍ସରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଏ, ତେବେ ତାହା ମୁମ୍ବାଇର ଆଇଓସି ଅଧିବେଶନରେ ଘୋଷଣା କରାଯିବ ।

ଆନ୍ତର୍ଜାତିକ ଅଲମ୍ପିକ୍ କମିଟି ଜି-୨୦ ଥୋମାସ ବାକ୍ ନରେନ୍ଦ୍ର ମୋଦି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026
Latest News

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026

ଆଜି ମାର୍ଚ୍ଚ ୧୫ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.