Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅମର୍ଦା ଏୟାରଷ୍ଟ୍ରିପ ନେଇ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ସାମ୍ବାଦିକ ସମ୍ମିଳନୀ, ବିଜେଡିକୁ ଟାର୍ଗେଟ
ବିଶେଷ ଖବର

ଅମର୍ଦା ଏୟାରଷ୍ଟ୍ରିପ ନେଇ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ସାମ୍ବାଦିକ ସମ୍ମିଳନୀ, ବିଜେଡିକୁ ଟାର୍ଗେଟ

October 16, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଅମର୍ଦା ଏୟାରଷ୍ଟ୍ରିପ
ଅମର୍ଦା ଏୟାରଷ୍ଟ୍ରିପ ନେଇ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ସାମ୍ବାଦିକ ସମ୍ମିଳନୀ, ବିଜେଡିକୁ ଟାର୍ଗେଟ

ଭୁବନେଶ୍ୱର : ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କା ହିସାବରେ ଜିଲ୍ଲାକୁ ଶହ ଶହ କୋଟି ଟଙ୍କା ଦେଇ ବିଜେଡି ସରକାର ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଥିବାବେଳେ ଜିଲ୍ଲାବାସୀଙ୍କ ସାମୁହିକ ସ୍ୱାର୍ଥ ପାଇଁ ଅମର୍ଦା ଏୟାରଷ୍ଟ୍ରିପର ପୁନରୁଦ୍ଧାର ସକାଶେ ମାତ୍ର ୨୬ କୋଟି ଟଙ୍କା ଦେବାକୁ କୁଂଠାବୋଧ ପ୍ରକାଶ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଶେଷରେ ପ୍ରତିରକ୍ଷା ବିଭାଗର ତାଗିଦ୍ ପରେ ଜମା ଦେଲେ।

ଅମର୍ଦା ଏୟାର ଷ୍ଟ୍ରିପ ପାଇଁ ଜମି ହସ୍ତାନ୍ତରର ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ରାଜ୍ୟ ସରକାର ବାରଣ କରିବାରୁ ଜିଲ୍ଲାପାଳ କାର୍ଯ୍ୟକ୍ରମକୁ ଗଲେ ନାହିଁ। ମୟୂରଭଞ୍ଜ ଜିଲ୍ଲା କ’ଣ ଓଡିଶା ବାହାରେ ବୋଲି ପ୍ରଶ୍ନ କରିବା ସହିତ ମୟୁରଭଞ୍ଜ ସମେତ ଉତର ଓଡିଶା ବିକାଶର ବାଧକ ବିଜେଡି ସରକାର ବୋଲି କେନ୍ଦ୍ରମନ୍ତ୍ରୀ ଇଂ.ବିଶ୍ୱେଶ୍ୱର ଟୁଡୁ କହିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଟୁଡୁ କହିଛନ୍ତି ଯେ, ମୟୂରଭଞ୍ଜ ଜିଲ୍ଲା ସମେତ ଉତର ଓଡିଶା ବିଗତ ଦୀର୍ଘ ବର୍ଷ ଧରି ବିମାନ ଯାତାୟତ କ୍ଷେତ୍ରରେ ଅବହେଳିତ ହୋଇ ଆସୁଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁରଠାରେ ନିର୍ମିତ ଏସିଆ ମହାଦେଶର ସର୍ବବୃହତ ରନ୍‌ୱେ ଅମର୍ଦା ଏୟାରଷ୍ଟ୍ରିପ୍ ଆଜି ଓଡିଶା ସରକାରଙ୍କ ଉଦାସୀନତା ଓ ଅବହେଳା କାରଣରୁ ନଷ୍ଟ ହେବାକୁ ବସିଥିଲା।

ଏହି ବିମାନ ବନ୍ଦରର ପୁନରୁଦ୍ଧାର ପାଇଁ ୨୦୧୯ମସିହାଠାରୁ କ୍ରମାଗତ ଭାବେ କେନ୍ଦ୍ର ବେସାମରିକ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଓ ପରବର୍ତୀ ସମୟରେ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବାରମ୍ବାର ପତ୍ର ଲେଖିବା ସହିତ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଦାବୀ କରାଯାଇଥିଲା। ଏପରିକି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ବାୟୁସେନାର ମୁଖ୍ୟ ଏବଂ ଡିଆରଡିଓ, ଚାନ୍ଦିପୁରର ବରିଷ୍ଠ ଅଧିକାରୀଙ୍କୁ ଭେଟି ଏ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

୨୦୨୧ ମସିହା ସେପ୍ଟେମ୍ବର ୧୬ ତାରିଖ ଦିନ କେନ୍ଦ୍ର ଓ ରାଜ୍ୟ ପ୍ରତିନିଧି ଦଳର ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ରାସଗୋବିନ୍ଦପୁର ଅମର୍ଦା ଘାଟିକୁ ଯାଇ ପର୍ଯ୍ୟବେକ୍ଷଣ କରିଥିଲେ। ଶେଷରେ ୨୦୨୨ ମସିହା ନଭେମ୍ବର ୨୨ ତାରିଖ ଦିନ ପ୍ରତିରକ୍ଷା ମନ୍ତ୍ରାଳୟ ବିମାନବନ୍ଦର ପୁନରୁଦ୍ଧାର ପାଇଁ କାର୍ଯ୍ୟ ଅନୁମତି ପ୍ରଦାନ କରିଥିଲେ ଏବଂ ରାଜ୍ୟ ସରକାରଙ୍କୁ ୨୬ କୋଟି ଟଙ୍କା କ୍ଷତିପୁରଣ ବାବଦରେ ଜମା କରିବାକୁ କହିଥିଲେ।

ରାଜ୍ୟ ସରକାର ଦୀର୍ଘ ୩ ମାସ ପରେ କିଛି ସର୍ତାବଳୀ ସହିତ ରାଜି ହୋଇଥିଲେ। ଧାର୍ଯ୍ୟ ଗତ ଅକ୍ଟୋବର ୧୦ ତାରିଖ ଦିନ ଜମି ହସ୍ତାନ୍ତର ହେବାର ଥିଲା। ଡିଆରଡିଓ, ଚାନ୍ଦିପୁରରୁ ଡିଫେନ୍ସ ଇଷ୍ଟେଟ୍ ଅଫିସର, ପ୍ରତିରକ୍ଷା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବା ସତ୍ୱେ ଜିଲ୍ଲାପାଳଙ୍କ ଅନୁପସ୍ଥିତି କାରଣରୁ ଜମି ହସ୍ତାନ୍ତର ସମ୍ଭବ ହୋଇପାରିଲା ନାହିଁ।

ଅମର୍ଦା ଏୟାରଷ୍ଟ୍ରିପ୍‌ର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ୪୫ କୋଟି ପ୍ରଦାନ କରିଛନ୍ତି। ଅମର୍ଦା ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ ହେଲେ କାଳେ କେନ୍ଦ୍ର ସରକାର ଓ ଭାରତୀୟ ଜନତା ପାର୍ଟୀ ନାଁ ନେଇଯିବେ ସେ ଭୟରେ ବିଜେଡି ସରକାର ବାଧା ସୃଷ୍ଟି କରୁଛି। କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ବିଜେଡିର କିଛି ଦଲାଲ୍‌ମାନଙ୍କ ଜରିଆରେ ସଭାସ୍ଥଳକୁ ଯିବା ପାଇଁ ଲୋକ ଏବଂ ଗଣମାଧ୍ୟମକୁ ରୋକାଯାଇଥିଲା।

ଦୀର୍ଘ ୨୩ ବର୍ଷର ଶାସନରେ ମୟୂରଭଞ୍ଜ ଜିଲ୍ଲାକୁ ବିଜେଡି ସରକାର ବାରମ୍ବାର ଧୋକା ଦେଇଚାଲିଛି। କେନ୍ଦ୍ର ସରକାରର ବିକାଶମୁଳକ କାର୍ଯ୍ୟରେ ବିଜେଡି ସରକାର ଭୟଭୀତ ବୋଲି ଶ୍ରୀ ଟୁଡୁ କହିଛନ୍ତି।

ଅମର୍ଦା ଏୟାରଷ୍ଟ୍ରିପ୍ କାର୍ଯ୍ୟକ୍ଷମ ହେଲେ, ମୟୂରଭଞ୍ଜ ସମେତ ସମଗ୍ର ଉତର ଓଡିଶା, ସୀମାବର୍ତୀ ଝାରଖଣ୍ଡ ଓ ପଶ୍ଚିମବଙ୍ଗବାସୀ ଉପକୃତ ହୋଇଥାନ୍ତେ। ମୟୂରଭଞ୍ଜ ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ଅଛି। ଶିଳ୍ପ ପ୍ରତିଷ୍ଠା ପାଇଁ ଅପାର ସମ୍ଭାବନା ରହିଛି।

ବିଶେଷ ଭାବେ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟଟନ, ଶିଳ୍ପ, ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ବହୁତ ଉନ୍ନତି ହୋଇପାରିବ। କିନ୍ତୁ ରାଜ୍ୟ ସରକାର କରାଇ ଦେଲେନାହିଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହିତ ଜିଲ୍ଲାର ବିକାଶ କାର୍ଯ୍ୟରେ କେନ୍ଦ୍ର ସରକାରକୁ ରାଜ୍ୟ ସରକାର ସହଯୋଗ କରନ୍ତୁ ବୋଲି ଶ୍ରୀ ଟୁଡୁ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ଏବଂ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

BJD MAYURBHANJA
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.