Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହୁଆ ନିଜ ଲଢ଼େଇ ଲଢ଼ିପାରିବ’: ଅଭିଷେକ
ବିଶେଷ ଖବର

ମହୁଆ ନିଜ ଲଢ଼େଇ ଲଢ଼ିପାରିବ’: ଅଭିଷେକ

November 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଟିଏମସି
ଟିଏମସିର ୧୫ ବର୍ଷର ଶାସନର ଅନ୍ତ

ନୂଆଦିଲ୍ଲୀ: ଲୋକସଭାର ନୈତିକ କମିଟିର ତୃତୀୟ ବୈଠକ ପୂର୍ବରୁ ଟିଏମସି ରାଷ୍ଟ୍ରୀୟ ସମ୍ପାଦକ ଅଭିଷେକ ବାନାର୍ଜୀ ପ୍ରଥମ ଥର ପାଇଁ ମହୁଆ ମୋଇତ୍ରାଙ୍କ ସମର୍ଥନରେ ଖୋଲାଖୋଲି ବୟାନ ଦେଇଛନ୍ତି। ସେ କହିଛନ୍ତି, ‘ମୁଁ ଭାବୁଛି ମହୁଆ ମୋଇତ୍ରା ନିଜ ଲଢ଼େଇ ଲଢ଼ିବାକୁ ସକ୍ଷମ।’

ସଂସଦରେ ବିଜେପି ସାଂସଦ ରମେଶ ବିଧୁରୀ କିପରି ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ ତାହା ଆପଣ ଦେଖିଛନ୍ତି । ଆଦାନିଙ୍କ ବିରୋଧରେ ପ୍ରଶ୍ନ ପଚାରିଥିବା ସାଂସଦମାନଙ୍କୁ ସଂସଦରୁ ହଟାଇବାକୁ ସରକାର ଚେଷ୍ଟା କରୁଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏପର୍ଯ୍ୟନ୍ତ ମହୁଆ ମୋଇତ୍ରାଙ୍କ ସମର୍ଥନରେ ଖୋଲାଖୋଲି କିଛି କହିନାହାଁନ୍ତି।

ଅର୍ଥ ନେଇ ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗର ସମ୍ମୁଖୀନ ହୋଇଥିବା ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରାଙ୍କ ଉପରେ ନୈତିକତା କମିଟି ଆଜି (ନଭେମ୍ବର ୦୯) ଏହାର ଡ୍ରାଫ୍ଟ ରିପୋର୍ଟଚୂଡ଼ାନ୍ତ କରିବାକୁ ଯାଉଛି । ଏଥିସହ କମିଟି ଲୋକସଭା ସଚିବାଳୟକୁ ରିପୋର୍ଟ ପ୍ରଦାନ କରିବ ।

ଏହି ଡ୍ରାଫ୍ଟରେ ମୋଇତ୍ରାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ତଦନ୍ତ କମିଟି ମୋଇତ୍ରାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିପାରେ । ସମ୍ଭବତଃ ମହୁଆ ମୋଇତ୍ରାଙ୍କ ସଂସଦ ସଦସ୍ୟତା ମଧ୍ୟ ରଦ୍ଦ ହୋଇପାରେ ।
ନୈତିକତା କମିଟି ଅଧ୍ୟକ୍ଷ ବିନୋଦ ସୋନକର କହିଛନ୍ତି, ଟିଏମସି ସାଂସଦଙ୍କ ବିରୋଧରେ ନିଶିକାନ୍ତ ଦୁବେ ଅଭିଯୋଗ କରିଥିଲେ ଏବଂ ହିରାନନ୍ଦାନୀ ସତ୍ୟପାଠ ଦାଖଲ କରିଥିଲେ ।

ଲୋକସଭା ବାଚସ୍ପତିଙ୍କ ନିକଟକୁ ଡ୍ରାଫ୍ଟ ପଠାଯିବ: ନୈତିକତା କମିଟି ଅଧ୍ୟକ୍ଷ

ଗତ ଦୁଇଟି ବୈଠକରେ ଆମେ ଅଭିଯୋଗର ଯାଞ୍ଚ କରିଥିଲୁ ଏବଂ ମହୁଲ ମୋଇତ୍ରାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା । ଏସବୁ ପରେ ଆଜି ନୈତିକତା କମିଟି ବୈଠକ ବସିଛି, ଆମେ ସମସ୍ତ ପ୍ରସଙ୍ଗଉପରେ ଆଲୋଚନା କରି ଡ୍ରାଫ୍ଟ ଲୋକସଭା ବାଚସ୍ପତିଙ୍କ ନିକଟକୁ ପଠାଇବୁ । କମିଟି ସମସ୍ତ ତଥ୍ୟକୁ ଆଧାର କରି ନିଷ୍ପତ୍ତି ନେଇ ଲୋକସଭା ବାଚସ୍ପତିଙ୍କ ନିକଟକୁ ପ୍ରସ୍ତାବ ପଠାଇବ ।

ମହୁଆ ମୋଇତ୍ରାଙ୍କ ବିରୋଧରେ କ’ଣ ରହିଛି ଅଭିଯୋଗ ?

ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଛନ୍ତି ଯେ ମହୁଆ ମୋଇତ୍ରା ଲାଞ୍ଚ ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ନିର୍ଦ୍ଦେଶରେ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ଲୋକସଭାରେ ପ୍ରଶ୍ନ ପଚାରିଥିଲେ । ସେ ଅଭିଯୋଗ କରିଛନ୍ତି ଯେ ମହୁଆ ତାଙ୍କ ଲୋକସଭା ମେଲ ଆଇଡିର ଲଗଇନ୍ ହିରାନନ୍ଦାନୀଙ୍କୁ ଦେଇଥିଲେ ଏବଂ ସେ ଏହା ମାଧ୍ୟମରେ ବିଭିନ୍ନ ସ୍ଥାନରୁ ପ୍ରଶ୍ନ ଅପଲୋଡ଼ କରୁଥିଲେ ।

ଅନ୍ୟପକ୍ଷରେ ମହୁଆ ମଧ୍ୟ ସ୍ୱୀକାର କରିଛନ୍ତି ଯେ ହିରାନନ୍ଦାନୀ ତାଙ୍କ ଲଗଇନ୍ ବ୍ୟବହାର କରିଥିଲେ, କିନ୍ତୁ ଟିଏମସି ସାଂସଦ କହିଛନ୍ତି ଯେ ଲାଞ୍ଚ ପାଇବା ପାଇଁ କିମ୍ବା କୌଣସି ଉପହାର ପାଇବା ପାଇଁ ସେ ଏପରି କରିନଥିଲେ ।

ଅଭିଷେକ ବାନାର୍ଜୀ ନୈତିକତା କମିଟି ମହୁଆ ମୋଇତ୍ରା ରମେଶ ବିଧୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.