Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାଣ ଦୋକାନୀଙ୍କ ପାଇଁ ନିୟମ ଜାରୀ କଲା ଓଡିଶା ଅଗ୍ନିଶମ ବିଭାଗ, ଜାଣନ୍ତୁ କଣ
ବିଶେଷ ଖବର

ବାଣ ଦୋକାନୀଙ୍କ ପାଇଁ ନିୟମ ଜାରୀ କଲା ଓଡିଶା ଅଗ୍ନିଶମ ବିଭାଗ, ଜାଣନ୍ତୁ କଣ

November 10, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବାଣ ଦୋକାନୀଙ୍କ ପାଇଁ ନିୟମ ଜାରୀ କଲା ଓଡିଶା ଅଗ୍ନଶମ ବିଭାଗ, ଜାଣନ୍ତୁ କଣ

ଭୁବନେଶ୍ବର: ଆଉ ଦିନକ ପରେ ହେବ ଦୀପାବଳି। ଏହିଦିନ ସମସ୍ତେ ବାଣ ଫୁଟାଇ ଏହି ଉତ୍ସବକୁ ପାଳନ କରିଥାନ୍ତି। ହେଲେ ଏହି ଆଲୋକର ଉତ୍ସବରେ ଅନେକ ଅଘଟଣ ଘଟିବାର ସମ୍ଭାବନା ମଧ୍ୟ ରହିଛି। ସେଥିପାଇଁ ଓଡିଶା ଅଗ୍ନିସେବା ତରଫରୁ ବାଣ ଦୋକାନୀଙ୍କ ପାଇଁ ଜାରୀ କରାଯାଇଛି ନିୟମ। ସେଗୁଡିକ ହେଲା

ଅସ୍ଥାୟୀ ବାଣ ଦୋକାନ:-

  • ବିକ୍ରି ପାଇଁ ଉଦ୍ଦିଷ୍ଟ ବାଣ ଗୁଡ଼ିକୁ ଉପଯୁକ୍ତ ଓ ସୁରକ୍ଷିତ ଭାବରେ ରଖାଯିବା ଏବଂ ପ୍ରଦର୍ଶନ କରିବା ଆବଶ୍ୟକ । ଅନଧିକୃତ ବ୍ୟକ୍ତିମାନେ ସେଠାକୁ ପ୍ରବେଶ କରିପାରିବେ ନାହିଁ । ଏହାର ଚତୁଃପାର୍ଶ୍ୱରେ ପଲିଥିନ୍ ଏବଂ ଦହନଶୀଳ ପଦାର୍ଥର ବ୍ୟବହାରକୁ ନିଷିଦ୍ଧ କରାଯିବ ଉଚିତ୍ ।
  • ବାଣ ବିକ୍ରୟ ପାଇଁ ବ୍ୟବହୃତ ଅସ୍ଥାୟୀ ଦୋକାନ ଗୁଡିକ ପରସ୍ପରଠାରୁ ଅତି କମ୍ ରେ ୧୦ ଫୁଟ୍ ଏବଂ କୌଣସି ସୁରକ୍ଷିତ କାର୍ଯ୍ୟସ୍ଥଳ ଠାରୁ ଅତିକମ୍ ରେ ୧୫୦ଫୁଟ୍ ଦୂରତାରେ ରହିବ ।ଦୋକାନ ଗୁଡ଼ିକ ସାମ୍ନାସାମ୍ନି ହୋଇ ରହିବେ ନାହିଁ।
  • ଦୋକାନରେ କିମ୍ବାଦୋକାନର ନିରାପତ୍ତା ଦୂରତା ମଧ୍ୟରେ କୌଣସି ତେଲ ଦୀପ, ଗ୍ୟାସ୍ ଦୀପ କିମ୍ବା ଖୋଲା ଲାଇଟ୍ ବ୍ୟବହାର କରାଯିବ ନାହିଁ। ବିଦ୍ୟୁତ୍ ଲାଇଟ୍ ଗୁଡିକୁ ଖୋଲା ଏବଂ ଝୁଲୁଥିବା ନମନୀୟ ତାର ଦ୍ୱାରା ନ ରଖି କାନ୍ଥ କିମ୍ବା ଛାତରେ ସ୍ଥାୟୀ ଭାବେ ଲଗାଯିବ ଉଚିତ୍ । ପ୍ରତ୍ୟେକଦୋକାନ ପାଇଁ ସୁଇଚ୍ ଗୁଡିକ କାନ୍ଥରେ ସ୍ଥାୟୀ ଭାବେ ଲଗାଯାଇ ପ୍ରତି ଧାଡ଼ିରେ ଥିବା କୋଠରୀ ପାଇଁ ଏକ ମାଷ୍ଟର ସୁଇଚ୍ ବ୍ୟବସ୍ଥା କରାଯିବଆବଶ୍ୟକ ।
  • କୌଣସି ଦୋକାନର ୫୦ ମିଟର ଦୂରତା ମଧ୍ୟରେ ବାଣ ପ୍ରଦର୍ଶନ ନିଷିଦ୍ଧ ଅଟେ ।
  • ଗୋଟିଏ ନିର୍ଦିଷ୍ଟ ସ୍ଥାନ/ ପରିସରରେ ୫୦ରୁ ଅଧିକ ଦୋକାନ ରହିବା ଅନୁଚିତ୍ ।
  • ଦୋକାନରେ ଥିବା ବାଣକୁ ବିଦ୍ୟୁତ୍ ରହିତ ପାତ୍ରରେ କିମ୍ବା ସ୍ଥିରୀକୃତ ମୂଳ ପ୍ୟାକେଟ୍ ରେ ରଖାଯିବ, ଯେଉଁଥିରେ ସେଗୁଡ଼ିକ ଗ୍ରହଣ କରାଯାଇଛି।
  • କେବଳ ସ୍ୱୀକୃତିପ୍ରାପ୍ତ ଆବେଦନକାରୀଙ୍କୁଦୋକାନ ରେ ବାଣ ବିକ୍ରି ଏବଂ ବାଣ ସରଂକ୍ଷିତ ରଖିବା ନିମନ୍ତେ ଅନୁମତି ଦିଆଯିବ ।
  • ଅସ୍ଥାୟୀବାଣ ଦୋକାନ ଗୁଡିକରେ ବାଣ ବ୍ୟତୀତ ଅନ୍ୟ କୌଣସି ବିସ୍ଫୋରକ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ରଖିବା କିମ୍ବା ବିକ୍ରି କରିବାକୁ ଅନୁମତି ଦିଆଯିବ ନାହିଁ ।
  • ସରକାରୀ ପ୍ରମାଣିତ ବୈଦ୍ୟୁତିକ ଠିକାଦାରଙ୍କ ଦ୍ୱାରା ବିଦ୍ୟୁତ୍ ତାର ଏବଂ ସଂଯୋଗ ଠିକ୍ ଭାବରେ କରାଯିବା ଉଚିତ୍ ।
  • ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ବାଣ ଦୋକାନ ସମ୍ମୁଖରେ ଗାଡ଼ି ପାର୍କିଂ ଓ ଧୂମ୍ରପାନକୁ କଡ଼ାକଡ଼ି ଭାବେ ନିଷେଧ କରିବା ଆବଶ୍ୟକ ଏବଂ ଦୋକାନରେ ନିର୍ଦ୍ଦିଷ୍ଟ ସ୍ଥାନରେ “ଧୂମ୍ରପାନ ନିଷେଧ” ବୋର୍ଡ ପ୍ରଦର୍ଶନ କରାଯିବା ଉଚିତ୍ ।
  • ଦୋକାନରେ ଆବଶ୍ୟକୀୟ ଅଗ୍ନି ନିର୍ବାପକ ଯନ୍ତ୍ର, ଓଦା ବସ୍ତା ଓ ୨୦୦ ଲିଟର କ୍ଷମତା ବିଶିଷ୍ଟ ପାଣି ଡ୍ରମ୍ ଏବଂ ଶୁଖିଲା ବାଲି ଥିବା ଗୋଟିଏ ବାଲ୍ଟି ରଖାଯିବା ଆବଶ୍ୟକ ।

ସ୍ଥାୟୀ ବାଣ ଦୋକାନ:-

  • ସ୍ଥାୟୀ ବାଣ ବିକ୍ରୟ ନିମନ୍ତେ ଉଦ୍ଧିଷ୍ଟ ଦୋକାନ ଗୁଡିକ ସାଧାରଣତଃ ଇଟା, ପଥର କିମ୍ବା କଂକ୍ରିଟ୍ ରେ ନିର୍ମିତ ହେବା ସଙ୍ଗେ ବନ୍ଦ ହେବା ଆବଶ୍ୟକ । ଦୋକାନ ଗୁଡିକ ଅନଧିକୃତ ବ୍ୟକ୍ତିମାନଙ୍କ ପ୍ରବେଶ ପାଇଁ ନିଷେଧ ହେବ ଉଚିତ୍ ।
  • ସ୍ଥାୟୀ ଦୋକାନ ଗୁଡିକ ଅନ୍ୟ ମହଲା ମାନଙ୍କ ଠାରୁ ଅଲଗା ହେବ ଦରକାର ଏବଂ ତଳ ମହଲାରେ ହେବା ଆବଶ୍ୟକ । ଏହାର ପୃଥକ୍ ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାର ରହିବା ଆବଶ୍ୟକ ଏବଂ କବାଟ ଗୁଡିକ ବାହାରକୁ ଖୋଲାଯିବାର ବ୍ୟବସ୍ଥା ଥିବା ଆବଶ୍ୟକ ।
  • ସାଧାରଣତଃ ଏହା ଭୂତଳ କିମ୍ବା ଘରର ମଝି ମହଲା, ଉପର ମହଲା ଇତ୍ୟାଦିରେ ରହି ପାରିବ ନାହିଁ । ଏଥି ସହିତ ବାଣ ଗୁଡିକ ସିଡି/ ଲିଫ୍ଟ୍ ନିକଟରେ ମଧ୍ୟ ଗଚ୍ଛିତ କରି ରଖାଯିବ ନାହିଁ ।
  • ସ୍ଥାୟୀ ଦୋକାନ ଗୁଡିକ ନିକଟକୁ ଅଗ୍ନିଶମ ସେବା ସଂସ୍ଥାର ଯାନବାହାନ ଏବଂ ଉପକରଣ ଯିବା ପାଇଁ ଉପଯୁକ୍ତ ରାସ୍ତା ଥିବା ଆବଶ୍ୟକ ।
  • ଦୋକାନରେ କିମ୍ବାଦୋକାନର ନିରାପତ୍ତା ଦୂରତା ମଧ୍ୟରେ କୌଣସି ତେଲ ଦୀପ, ଗ୍ୟାସ୍ ଦୀପ କିମ୍ବା ଖୋଲା ଲାଇଟ୍ ବ୍ୟବହାର କରାଯିବ ନାହିଁ। ବିଦ୍ୟୁତ୍ ଲାଇଟ୍ ଗୁଡିକୁ ଖୋଲା ଏବଂ ଝୁଲୁଥିବା ନମନୀୟ ତାର ଦ୍ୱାରା ନ ରଖି କାନ୍ଥ କିମ୍ବା ଛାତରେ ସ୍ଥାୟୀ ଭାବେ ଲଗାଯିବ ଉଚିତ୍ । ପ୍ରତ୍ୟେକଦୋକାନ ପାଇଁ ସୁଇଚ୍ ଗୁଡିକ କାନ୍ଥରେ ସ୍ଥାୟୀ ଭାବେ ଲଗାଯାଇ ପ୍ରତି ଧାଡ଼ିରେ ଥିବା କୋଠରୀ ପାଇଁ ଏକ ମାଷ୍ଟର୍ ସୁଇଚ୍ ବ୍ୟବସ୍ଥା କରାଯିବା ଆବଶ୍ୟକ । ଏଥି ସହିତ ବୈଦ୍ୟୁତିକ ମେନ୍ ସୁଇଚ୍ କୁ ବାହାର ପାର୍ଶ୍ଵରୁ ଯଥାଶୀଘ୍ର ପହଞ୍ଚିବାର ବ୍ୟବସ୍ଥା ଥିବା ଆବଶ୍ୟକ ।
  • ନିୟମ ଅନୁଯାୟୀ ଆବଶ୍ୟକଓ କାର୍ଯ୍ୟକ୍ଷମ ଅଗ୍ନି ନିରାପତ୍ତା ଉପକରଣ ମାନ ସଂସ୍ଥାପନ କରାଯାଇଥିବା ଆବଶ୍ୟକ ।

ଆବଶ୍ୟକ ସ୍ଥଳେ ଅଗ୍ନିଶମ ଓ ଜରୁରୀକାଳୀନ ସେବା ୧୧୨ ନମ୍ବର କୁ କଲ୍ କରନ୍ତୁ।

Deepavali ଦୀପାବଳି ବାଣ ବାଣ ଦୋକାନ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026
Latest News

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026

୫୦୭୦ କୋଟିର ବ୍ୟୟ ଅଟକଳ ସହିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

August 1, 2026

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026

ଅଗଷ୍ଟ ୧ ତାରିଖ ରାଶିଫଳ: ଆଜି ତିନୋଟି ରାଶିର ଆର୍ଥିକ ଲାଭ ସମ୍ଭାବନା

August 1, 2026

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.