Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜନଜାତୀୟ ଗୌରବ ଦିବସରେ ଆଦିବାସୀ କଳାକାରଙ୍କୁ ପୋଷାକ, ବାଦ୍ୟଯନ୍ତ୍ର ଓ ଆଭୂଷଣ ପ୍ରଦାନ
ବିଶେଷ ଖବର

ଜନଜାତୀୟ ଗୌରବ ଦିବସରେ ଆଦିବାସୀ କଳାକାରଙ୍କୁ ପୋଷାକ, ବାଦ୍ୟଯନ୍ତ୍ର ଓ ଆଭୂଷଣ ପ୍ରଦାନ

November 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜନଜାତୀୟ ଗୌରବ ଦିବସରେ ଆଦିବାସୀ କଳାକାରଙ୍କୁ ପୋଷାକ, ବାଦ୍ୟଯନ୍ତ୍ର ଓ ଆଭୂଷଣ ପ୍ରଦାନ

ଭୁବନେଶ୍ବର: ଆମ ଜନଜାତି ସଂସ୍କୃତି ବହୁତ ସୁନ୍ଦର। ଏହା ଆମ ଦେଶ ଆମ ରାଜ୍ୟର ସଂସ୍କୃତିକୁ ଉଜ୍ଜୀବିତ କରିପାରିଛି। ଆମ ବିକାଶରେ ସଂସ୍କୃତିର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ସଂସ୍କୃତିର ସୁରକ୍ଷା ବିନା ବିକାଶରେ ମହକ ଆସେ ନାହିଁ।

ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ପାଇଁ ଜନଜାତୀୟ ଗୌରବ ଦିବସ ଅବସରରେ ୯ ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଜିଲ୍ଲାର ଜନଜାତି ଜନଜାତି ସାଂସ୍କୃତିକ ଦଳଗୁଡିକୁ ବାଦ୍ୟଯନ୍ତ୍ର ଏବଂ ନୃତ୍ୟ ପୋଷାକଓ ଆଭୂଷଣ ବଣ୍ଟନ କରାଯାଇଛି।

ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜନଜାତି ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦର କାର‌୍ୟ୍ୟକୁ ପ୍ରଶଂସା କରିବା ସହ ଅଧିକ ପ୍ରୋତ୍ସାହିତ କରିଛନ୍ତି।

ଲୋକସଭା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର‌୍ୟ୍ୟକ୍ରମରେ ସୁନ୍ଦରଗଡ, ରାୟଗଡା, ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, କେନ୍ଦୁଝର, କନ୍ଧମାଳ ଓ ଗଜପତିରୁ ୨୭ଟି କଳାକାର ସଂଗଠନକୁ ସାମଗ୍ରୀ ବଣ୍ଟନ କରିଛନ୍ତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା।

ସମୁଦାୟ ୧୮୯୧ ଟି ଗାୟକ ଦଳକୁ ୭ କୋଟି ୪୯ ଲକ୍ଷ ଟଙ୍କାର ବାଦ୍ୟଯନ୍ତ୍ର ଓ ୮୧୮ ଟି ନୃତ୍ୟ ଦଳ ପାଇଁ ୧୧ କୋଟି ୬୩ ଲକ୍ଷ ଟଙ୍କାର ପୋଷାକ ବଣ୍ଟନ କରାଯାଇଛି। ଏଥିରେ ୨୭୦୯ ଆଦିବାସୀ ଦଳର ୬୭ ହଜାର ୫ ଶହ ଆଦିବାସୀ ଉପକୃତ ହେବେ।

କାର‌୍ୟ୍ୟକ୍ରମରେ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଜନଜାତିଙ୍କ ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର୯ ଟି ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ବର୍ତ୍ତମାନ ଏଥିରେ ୨୩ଟି ଜିଲ୍ଲା ସାମିଲ କରାଯାଇଛି। ଚଳିତ ବର୍ଷ ଏସଡିସିକୁ ୩୭୬ କୋଟି ଟଙ୍କା ପ୍ରଦାନ କରାଯାଇଛି।

ପରବର୍ତ୍ତୀ ପର୍ଯ୍ୟାୟରେ ୨୦୨୩-୨୪ ଆର୍ଥିକ ବର୍ଷରେ ଅତିରିକ୍ତ ୧୭୫ କୋଟି ୫୦ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ଘୋଷଣା କରାଯାଇଛି। ୬୦ ଟି ଆଦିବାସୀ ଜନଜାତି ସାଂସ୍କୃତିକ କ୍ଲବ ଗୁଡିକୁ ପ୍ରାୟ ୩ ହଜାରରୁ ଅଧିକ ପୋଷାକ ଓ ବାଦ୍ୟଯନ୍ତ୍ର ଯୋଗାଇ ଦିଆଯାଇଛି। ଜନଜାତି କ୍ଲବ ଓ ସାଂସ୍କୃତିକ ଅନୁଷ୍ଠାନ ଏହାର ଉପଯୋଗ କରି ଆମ ସଂସ୍କୃତିର ପ୍ରଚାର ପ୍ରସାର କରି ଓଡିଶାର ଗୌରବକୁ ଆହୁରି ଆଗକୁ ବଢାଇବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି।

କାର‌୍ୟ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ, ସଂସ୍କୃତିର ସଂରକ୍ଷଣ ଓ ବିକାଶ ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୂଳଲକ୍ଷ୍ୟ। କଳା ସଂସ୍କୃତି ଓ ପରମ୍ପରା ସହ ସାମୁହିକ ବିକାଶ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ। ଗାଁ-ଗାଁରେ ସଂସ୍କୃତିର ସୁରକ୍ଷା ସହ ଓ ଆଧୁନିକତାର ବିକାଶ କରି ଓଡିଶା ସଫଳତାର ଶିଖର ଛୁଇଁପାରିବ। ରାଜ୍ୟରେ ୮ ହଜାର ପୀଠସ୍ଥଳୀର ସୁରକ୍ଷା ଓ ଉନ୍ନତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି।

ସମ୍ପୃକ୍ତ ଜିଲ୍ଲାମାନଙ୍କରେ ୧ ହଜାର ଜନଜାତି ସାଂସ୍କୃତିକ ସଂଘର କଳାକାରଙ୍କ ବିକାଶ ନିମନ୍ତେ ବାଦ୍ୟ ଯନ୍ତ୍ର, ପୋଷାକ ଓ ଆଭୂଷଣ ଯୋଗାଇ ଦିଆଯାଉଛି। ଯୁବପିଢିଙ୍କ ମଧ୍ୟରେ ଖେଳକୁଦ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ୨ ହଜାରରୁ ଅଧିକ ୟୁଥ୍ କ୍ଲବ ଚିହ୍ନଟ କରି ସେମାନଙ୍କୁ କ୍ରୀଡା ଉପକରଣ ଯୋଗାଇ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି।

ଏହି ଅବସରରେ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ କହିଥିଲେ ଯେ, ୨୦୨୩-୨୪ ସୁଦ୍ଧା ରାଜ୍ୟ ସରକାର ୮ ହଜାରରୁ ଅଧିକ ପବିତ୍ର ଉପବନର ସୁରକ୍ଷା ଓ ସଂରକ୍ଷଣ କାର‌୍ୟ୍ୟ ହାତକୁ ନେଇଛନ୍ତି। ବିଭାଗର ସହଭାଗିତାରେ ରାଜ୍ୟର ବିଭିନ୍ନ ଜନଜାତି ଗାଁରେ ୨ ହଜାର ୮ ଶହରୁ ଅଧିକ ସାଂସ୍କୃତିକ କ୍ଲବ ଗଠନ କରାଯାଇଛି। ୧୨ ଶହରୁ ଅଧିକ ହାଟକୁ ସ୍ବତନ୍ତ୍ର ଉନ୍ନୟନ ପରିଷଦରୁ ପାଣ୍ଠି ପ୍ରଦାନ କରି ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି।

କାର୍ଯ୍ୟକ୍ରମ ଶେଷରେ ଏସସିଏସଟିଆରଟିଆଇ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ ଉପସ୍ଥିତ ସମସ୍ତ ଜନଜାତି କଳାକାରଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଜନଜାତୀୟ ଗୌରବ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଇଭିଏମ୍ ଉପରେ ବିଶ୍ୱାସ କରନ୍ତି କି କର୍ଣ୍ଣାଟକ ଲୋକ?: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ ସର୍ଭେ

January 2, 2026

ପାକିସ୍ତାନରୁ ଜୟଶଙ୍କରଙ୍କୁ ଖୋଲା ଚିଠି: ଭାରତକୁ ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଲେ ଏହି ନେତା

January 2, 2026

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ମୃତକଙ୍କ ପରିଚୟ ଖୋଜୁଛି ପୋଲିସ

January 2, 2026

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

January 2, 2026
Latest News

ଡିସେମ୍ବର 2025 ରେ 212 କୋଚ୍ ତିଆରି କରି ରେକର୍ଡ ସ୍ଥାପନ କଲା MCF ରାୟବରେଲି

January 2, 2026

ଇଭିଏମ୍ ଉପରେ ବିଶ୍ୱାସ କରନ୍ତି କି କର୍ଣ୍ଣାଟକ ଲୋକ?: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ ସର୍ଭେ

January 2, 2026

ପାକିସ୍ତାନରୁ ଜୟଶଙ୍କରଙ୍କୁ ଖୋଲା ଚିଠି: ଭାରତକୁ ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଲେ ଏହି ନେତା

January 2, 2026

ବିଏମସି ନିର୍ବାଚନ: କଂଗ୍ରେସକୁ ବଡ଼ ଝଟକା, ଏହି ଦୁଇ ନେତା ସହ ବିଜେପିରେ ଯୋଗ ଦେଲେ ଶତାଧିକ କର୍ମୀ

January 2, 2026

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ମୃତକଙ୍କ ପରିଚୟ ଖୋଜୁଛି ପୋଲିସ

January 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.