Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»World Cup Final: ଅହମଦାବାଦ ହୋଟେଲ ଓ ବିମାନ ଭଡା ବୃଦ୍ଧି, ଶୁଣିଲେ ହେବେ ଆଶ୍ଚର୍ଯ୍ୟ
ବିଶେଷ ଖବର

World Cup Final: ଅହମଦାବାଦ ହୋଟେଲ ଓ ବିମାନ ଭଡା ବୃଦ୍ଧି, ଶୁଣିଲେ ହେବେ ଆଶ୍ଚର୍ଯ୍ୟ

November 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
World Cup Final
World Cup Final: ଅହମଦାବାଦ ହୋଟେଲ ଓ ବିମାନ ଭଡା ଯେପରି ବଢିଛି ଶୁଣିଲେ ହେବେ ଆଶ୍ଚର୍ଯ୍ୟ

World Cup Final: ବର୍ତ୍ତମାନ ସାରା ବିଶ୍ବର ନଜର ଅହମଦାବାଦ ଉପରେ। କାରଣ ହେଲା ସେଠାରେ ନରେନ୍ଦ୍ରମୋଦୀ ଷ୍ଟାଡିୟମରେ ଖେଳାଯିବ ବିଶ୍ବକପ ଫାଇନାଲ ମ୍ୟାଚ। ସେଥିପାଇଁ ଅହମଦାବାଦ ଯିବା ପାଇଁ ସାରା ବିଶ୍ବର ଲୋକେ ବହୁ ଦିନର ଆଗ୍ରହ ସହକାରେ ଅପେକ୍ଷା କରି ରହିଛନ୍ତି।

ହେଲେ ଏହି ଆଗ୍ରହକୁ ଲକ୍ଷ୍ୟ କରି ସେଠାକାର ହୋଟେଲ ଏବଂ ବିମାନ କଂପାନୀ ସେମାନଙ୍କ ଭଡାକୁ ନାହିଁ ନ ଥିବା ବୃଦ୍ଧି କରିଦେଇଛନ୍ତି। ଏକ ପରିସଂଖ୍ୟାନରୁ ଜଣାପଡିଛି ଯେ, ପୂର୍ବରୁ ଅହମଦାବାଦ ହୋଟେଲ ରାତିକ ପାଇଁ 25 ହଜାର ଟଙ୍କା ନେଉଥିବା ବେଳେ ବର୍ତ୍ତମାନ ତାହା ଏକ ଲକ୍ଷ 25 ହଜାରକୁ ଛୁଇଁଛି। ଏତେ ଚଢା ରେଟ ହୋଇଥିଲେ ମଧ୍ୟ ଲୋକେ ରହିବାକୁ ବାଧ୍ୟ ହୋଇଛନ୍ତି।

ତେବେ ଯଦି କୌଣସି ବିଦେଶୀ ନାଗରିକ ରହିବା ପାଇଁ ହୋଟେଲ ବୁକ କରୁଛି ତେବେ ସେ ପୂର୍ବ ଅପେକ୍ଷା ଦଶ ଗୁଣା ଅଧିକ ଭଡା ଦେବାକୁ ପଡୁଛି। ମୁଖ୍ୟତଃ ଅଷ୍ଟ୍ରେଲିଆ ସେମି ଫାଇନାଲ ଖେଳିବା ପରେ ସେହି ଦେଶରୁ ଅଧିକ ପ୍ରଶଂସକ ଅହମଦାବାଦ ଆସି ଭିଡ ଜମାଇସାରିଲେଣି। ସେମାନଙ୍କ ଆଗ୍ରହକୁ ଲକ୍ଷ୍ୟ କରି ହୋଟେଲଗୁଡିକ ନାହିଁ ନ ଥିବା ଭଡା ଆଦାୟ କରିବାରେ ଲାଗିଛନ୍ତି।

କେବଳ ହୋଟେଲ ନୁହେଁ ବିମାନ ସେବା କଂପାନୀମାନେ ମଧ୍ୟ ସେମାନଙ୍କର ଭଡା ବୃଦ୍ଧି କରିଦେଇଛନ୍ତି। ଯେଉଁମାନେ ଜରୁରୀ ଟିକେଟ କାଟୁଛନ୍ତି ସେମାନେ ଏହି ଅଧିକ ଭଡାର ଶୀକାର ହେଉଛନ୍ତି। ପୂର୍ବେ ଚେନ୍ନାଇରୁ ଅହମଦାବାଦ ଅତିକମରେ 5 ହଜାର ଟଙ୍କା ପଡୁଥିବା ବେଳେ ତାହା ବର୍ତ୍ତମାନ 25 ହଜାର ଟଙ୍କାକୁ ଛୁଇଁଛି। ଫଳରେ ଯାତ୍ରୀମାନେ ବର୍ତ୍ତମାନ ବହୁ ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି।

ପ୍ରକୃତରେ ଦେଖିବାକୁ ଗଲେ ଅହମଦାବାଦ ଷ୍ଟାଡିୟମର କ୍ଷମତା ହେଉଛି ଏକ ଲକ୍ଷ 25 ହଜାର। ତେଣୁ ଅହମଦାବାଦକୁ କ୍ରିକେଟ ପ୍ରଶଂସକ, ବ୍ୟବସାୟୀ ଏବଂ ଷ୍ଟାଡିୟମ ବାହାର ଦର୍ଶକ ଏହିପରି ରବିବାର ଦିନ ପ୍ରାୟ 3 ଲକ୍ଷ ଲୋକଙ୍କର ପ୍ରବେଶ ଘଟିବ। ସେମାନଙ୍କ ମଧ୍ୟରୁ ପ୍ରାୟ 30 ହଜାରରୁ 40 ହଜାର ବିଦେଶୀ ପ୍ରଶଂସକ ନିଶ୍ଚିତ ରହିବେ।

WORLDCUPFINAL
Share. Facebook Twitter LinkedIn Email WhatsApp Copy Link

Related Posts

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Latest News

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.