Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସିଏଜି ପକ୍ଷରୁ ଦେଶରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ଗୁଣାତ୍ମକ ହିସାବରକ୍ଷକ ପାଠ୍ୟକ୍ରମ
ବିଶେଷ ଖବର

ସିଏଜି ପକ୍ଷରୁ ଦେଶରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ଗୁଣାତ୍ମକ ହିସାବରକ୍ଷକ ପାଠ୍ୟକ୍ରମ

November 24, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସିଏଜି ପକ୍ଷରୁ ଦେଶରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ଗୁଣାତ୍ମକ ହିସାବରକ୍ଷକ ପାଠ୍ୟକ୍ରମ

ଭୁବନେଶ୍ୱର: ଦେଶ ତଥା ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ତଥା ମହାନଗର ନିଗମ, ମୁନିସିପାଲିଟି, ଗ୍ରାମ ପଞ୍ଚାୟତ ସ୍ତରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ହଜାର ହଜାର କୋଟି ଟଙ୍କା ବିନିଯୋଗ କରାଯାଉଅଛି।

ଏହାର ସଠିକ ହିସାବ ରଖିବା ଓ ହିସାବରେ ସ୍ୱଚ୍ଛତା ପାଇଁ ସେସବୁ ଅନୁଷ୍ଠାନରେ ଗୁଣାତ୍ମକ ହିସାବ ରକ୍ଷକର ଅଭାବ ପରିଲକ୍ଷିତ ହେଉଅଛି। ଏହି ସମସ୍ୟାର ସମାଧାନ ପାଇଁ ସିଏଜି ପକ୍ଷରୁ ସରକାରୀ ହିସାବ ଓ ଅଡିଟ ଦକ୍ଷତା ବୃଦ୍ଧି ପାଇଁ ଚାର୍ଟର୍ଡ଼ ଏକାଉଣ୍ଟାଟସ ସହଯୋଗରେ ଏକ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରଚଳନ କରାଯିବ ବୋଲି ପ୍ରଧାନ ମହାଲେଖାକାର ଆଜି ପ୍ରକାଶ କରିଛନ୍ତି।

ଅଡିଟ ସପ୍ତାହ ପାଳନ ଅବସରରେ ଆଜି ସହରାଞ୍ଚଳ ସ୍ବାୟତ୍ୟ ସଂସ୍ଥା (ଅର୍ବାନ ଲୋକାଲ ବଡି ULB) ର ନିର୍ବାଚିତ ପ୍ରତିନିଧି ମାନଙ୍କୁ ମହାଲେଖାକାର କାର୍ଯ୍ୟାଳୟ(ଏଜି ) ଦ୍ୱାରା ସଂମ୍ମାନିତ କରିବା ଉଦେଶ୍ୟରେ ଭୁବନେଶ୍ୱର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା।

ଏଥିରେ ଭୁବନେଶ୍ୱର ମହାନାଗର ନିଗମ ର ମେୟର ଶ୍ରୀମତୀ ସୁଲୋଚନା ଦାସ, କଟକ ମହାନଗର ନିଗମ ମେୟର ଶ୍ରୀ ସୁବାଷ ସିଂ ଓ ଜଟଣୀ ମୁନିସପାଲିଟି ର ଅଧ୍ୟକ୍ଷ ଶ୍ରୀ ଅନନ୍ତ ବେହେରା ଙ୍କୁ ସଂମ୍ମାନିତ କରାଯାଇଥିଲା।

ସଭା ଆରମ୍ଭରେ ବରିଷ୍ଠ ଉପ ମହାଲେଖାକାର ତାନ୍ୟା ଆମ୍ବାସ୍ତା ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ରାଜକିଶୋର ମହାପାତ୍ର ଅଥିତି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଉଦଘାଟନୀ ଭାଷଣରେ ପ୍ରଧାନ ମହାଲେଖାକର ଶ୍ରୀ ରାଜ କୁମାର ଉଦଘାଟନୀ ଭାଷଣରେ କହିଥିଲେ ଯେ ଅଡିଟ୍ ସପ୍ତାହ ପାଳନ ଅବସରରେ ଆମେ ଆମର ମୁଖ୍ୟ ଅଂଶୀଦାର ମାନଙ୍କ ପାଖରେ ପହଞ୍ଚିବାକୁ ପ୍ରୟାସ କରୁଛୁ।

ଏହା ପରେ ସେ ଉଲ୍ଲେଖ କରିଛନ୍ତି ଯେ ପଞ୍ଚୟତିରାଜ ସଂସ୍ଥାଗୁଡ଼ିକରେ ଦକ୍ଷ ଆକାଉଣ୍ଟାଣ୍ଟଙ୍କ ଅଭାବର ସମସ୍ୟାର ସମାଧାନ ପାଇଁ ସିଏଜି ଅନୁଷ୍ଠାନ ଏକ Centre for Local Government Audit & Capacity Building ପ୍ରତିଷ୍ଠା କରିବାକୁ ଯାଉଛି। ଏହା ହେବ ଦେଶର ପ୍ରଥମ ଅନୁଷ୍ଠାନ ଯାହାକି ସ୍ଥାନୀୟ ଶାସନ ଅଡିଟ୍ ସମ୍ବନ୍ଧରେ ଦକ୍ଷତା ବିକାଶର ଆବଶ୍ୟକତା ପୂରଣ ପାଇଁ ସ୍ୱତନ୍ତ୍ର ଭାବରେ ଉତ୍ସର୍ଗୀକୃତ ହେବ।

ଏହି ପରିପ୍ରେକ୍ଷୀରେ, ଏକ ସାର୍ଟିଫିକେଟ୍ ପାଠ୍ୟକ୍ରମ ସୃଷ୍ଟି କରିବାକୁ ସିଏଜି ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟର୍ଡ଼ ଆକାଉଣ୍ଟାଣ୍ଟସ୍ ପ୍ରତିଷ୍ଠାନ (ICAI) ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି।ପ୍ରଧାନ ମହାଲେଖାକାର ଏହା ମଧ୍ୟ ପ୍ରକାଶ କରିଥିଲେ ଯେ ଅଡିଟ୍ ରିପୋର୍ଟ ଏବଂ ଇନ୍ସସପେକ୍ସନ ରିପୋର୍ଟ ପଢିବାବେଳେ ଅନୁଭବ ହୋଇପାରେ ଯେ ଅଡିଟ୍ ରେ କେବଳ ନକାରାତ୍ମକ ଦୃଷ୍ଟିକୋଣ ରହିଛି।

କିନ୍ତୁ ଅଡିଟ୍ ମଧ୍ୟ ଭଲ କାର୍ଯ୍ୟକୁ ପ୍ରଶଂସା କରେ ଏବଂ ଉନ୍ନତି ପାଇଁ ସୁପାରିଶ କରେ। ଜନସେବା ପ୍ରଦାନ କରିବା ଏବଂ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ଏକ ସହଜ କଥା ନୁହେଁ ଏହି ଅଡିଟ୍ ସପ୍ତାହ ଆମକୁ ପଂଚାୟତିରାଜ ଦ୍ୱାରା କରାଯାଉଥିବା ଭଲ କାର୍ଯ୍ୟ ଉପରେ ଧ୍ୟାନ ଦେବା, ସମାନ ଭାବରେ ଜାଣିବାର ଏବଂ ପ୍ରଶଂସା କରି ଉତ୍ସାହ ବଢେଇବାର ସୁଯୋଗ ଦେଇଛି।

ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନ ଦାସ କହିଲେ ଆର୍ଥିକ ପରିଚାଳନା ରେ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ 5T ରୁ ସ୍ୱଛତାକୁ ଆମେ ଅନୁସରଣ କରିବାକୁ ଚେଷ୍ଟା କରୁଛୁ। ସାଧାରଣ ଜନତାଙ୍କ ଅର୍ଥ ଖର୍ଚ୍ଚ କଲାବେଳେ ତ୍ରୁଟିରହିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି I ସେ ସୋସିଆଲ ଅଡିଟ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ।

କଟକ ମେୟର ଶ୍ରୀ ସୁବାଷ ସିଂ କହିଲେ ଯେ ଭୁବନେଶ୍ୱର ଅପେକ୍ଷା କଟକରେ କାମ କରିବା କଷ୍ଟକର। ପ୍ରତି ତିନି ବର୍ଷରେ ଠାରେ ପଦାଧିକାରୀ ମାନେ ପରିବର୍ତ୍ତନ ହେଲେ ଆର୍ଥିକ ସ୍ୱଛତା ବଜେଇ ରଖିବାରେ ସହାୟକ ହେବ। ଜଟଣୀ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଅନନ୍ତ ବେହେରା କହିଲେ, ଆମେ ଅଡିଟ କୁ ସାହାଯ୍ୟ କଲେ ସ୍ୱଛତା ରକ୍ଷ୍ୟା କରାଯାଇ ପାରିବ।

ଭୁବନେଶ୍ୱର ମହାନଗର ନିଗମର କମିଶନର ଶ୍ରୀ କୁଳାଙ୍ଗ କହିଲେ ଆମେ ଚାପ ଭିତରେ ରହି କାମ କଲା ବେଳକୁ କିଛି ତ୍ରୁଟି ରହିପାରେ, କିନ୍ତୁ ଯଦି ଆମର ଉଦ୍ଦେଶ୍ୟ ମହତ ହେଇଥିବା ଅଡିଟ କେବେ ବିକାଶ ରେ ପ୍ରତିବନ୍ଧକ ସୃଷ୍ଟି କରେ ନାହିଁ। ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ବିକାଶ ଏକ ଭିଡ଼ିଓ ମାଧ୍ୟମରେ କରାଯାଇ ଥିବା ବିକାଶ ମୂଳକ କାର୍ଯ୍ୟର ଏକ ଚିତ୍ର ରଖିଥିଲେ।

ମହାନଗର ନିଗମ ତରଫରୁ ମହାଲେଖାକାର କାର୍ଯ୍ୟାଳୟର ପ୍ରଧାନ ମହାଲେଖାକର ଓ ଅନ୍ୟ ପଦାଧିକାରୀ ମାନଙ୍କୁ ସଂମ୍ମାନିତ କରାଯାଇଥିଲା। ସଭା ଶେଷରେ କଲ୍ୟାଣ ଅଧିକାରୀ ଶ୍ରୀ ଅଶୋକ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ଉପ ମେୟର ମଞ୍ଜୁଲତା କଂହର, ଭୁବନେଶ୍ୱର ମୁନିସିପାଲିଟି କମିଶନର ବିଜୟ ଅମୃତ କୁଳାଙ୍ଗେ, ସୂର୍ଯ୍ୟବଂଶୀ ମୟୁର ବିକାଶ, ବରିଷ୍ଠ ଉପ ମହାଲେଖାକାର ଦୀପକ ରଘୁ, ଷ୍ଟାଣ୍ଡିଙ୍ଗ କମିଟି ଚେୟାରମ୍ୟାନ ଅମରେଶ ଜେନା, ପ୍ରୀତିନନ୍ଦା ରାଉତରାୟ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଅପରାହ୍ନରେ ମହାଲେଖାକାର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ପ୍ରଧାନ ମହାଲେଖାକାର ରାଜ କୁମାର, ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନ ସର୍ବଭାରତୀୟ ସ୍ତରରେ ଇ -ଭାଉଚର ଓ ଡ୍ୟାସ ବୋର୍ଡ କାର୍ଯ୍ୟକ୍ରମ ପାଇଁ ଓଡିଶା ଏଜି ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ବରିଷ୍ଠ ଉପ ମହାଲେଖାକାର ଶ୍ରୀ ଶ୍ରୀରାଜ ଅଶୋକ, ଅବସରପ୍ରାପ୍ତ ବରିଷ୍ଠ ଲେଖା ଅଧିକାରୀ ପ୍ରବୀର କୁମାର ସାମଲ, ସହକାରୀ ଲେଖା ଅଧିକାରୀ ଭାରତୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଉପ ମହାଲେଖାକାର ଦୀପକ ରଘୁ, ଶ୍ରୀ ଶ୍ରୀରାଜ ଅଶୋକ, ଉପ ମହାଲେଖାକାର ପି. ଅଶୋକନ ସୁଶ୍ରୀ ଏକତା ସିଂହ, ତାନ୍ୟା ଆମ୍ଭସ୍ତା,ଏସ. ଅରୁଣା,ଏସ.ମନୋମଣି,ଏସ ରାଧିକା ଯୋଗଦେଇ ଅଡିଟ ଦିବସରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହାପରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଲେଖା ପରୀକ୍ଷା ଅଧିକାରୀ ଶ୍ରୀମନ୍ତ କୁମାର ପଣ୍ଡା,ସହକାରୀ ଲେଖା ଅଧିକାରୀ ଚିନ୍ମୟ ହୋତା, ପୁରୁଷୋତ୍ତମ ବଳ ଓ ସରୋଜ କୁମାର ବାରିକ ପରିଚାଳନା କରିଥିଲେ।

cag ଚାର୍ଟର୍ଡ଼ ଏକାଉଣ୍ଟାଟସ ପ୍ରଧାନ ମହାଲେଖାକାର ହିସାବରକ୍ଷକ ପାଠ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

July 25, 2025

ନୂଆଦିଲ୍ଲୀରେ ନିର୍ବାଚନ ତାଲିମ: ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ନୟାଗଡ ଜିଲ୍ଲାର ଶକ୍ତି ପ୍ରସାଦ

July 25, 2025

ନାଲକୋର କର୍ପୋରେଟ୍ କାର୍ଯ୍ୟାଳୟ ପରିଦର୍ଶନ କଲେ ରାଜ୍ୟପାଳ

July 25, 2025

ସରିଲା ପଞ୍ଜୀକରଣ: ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପାଇଁ ୧୦୦୦ ଲୋକ କଲେ ଆବେଦନ

July 25, 2025
Latest News

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

July 25, 2025

ନୂଆଦିଲ୍ଲୀରେ ନିର୍ବାଚନ ତାଲିମ: ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ନୟାଗଡ ଜିଲ୍ଲାର ଶକ୍ତି ପ୍ରସାଦ

July 25, 2025

ନାଲକୋର କର୍ପୋରେଟ୍ କାର୍ଯ୍ୟାଳୟ ପରିଦର୍ଶନ କଲେ ରାଜ୍ୟପାଳ

July 25, 2025

SIR ଉପରେ ECIର ବଡ଼ ନିଷ୍ପତ୍ତି, ଏବେ ସାରା ଦେଶରେ କରାଯିବ ଭୋଟର ତାଲିକା ସଂଶୋଧନ

July 25, 2025

ସରିଲା ପଞ୍ଜୀକରଣ: ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପାଇଁ ୧୦୦୦ ଲୋକ କଲେ ଆବେଦନ

July 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.